ଯୋଗରୁ ଶାନ୍ତି ଓ ଦର୍ଶନ ଅଭିବ୍ୟକ୍ତି
ଯୋଗରୁ ଶାନ୍ତି ଓ ଦର୍ଶନ ଅଭିବ୍ୟକ୍ତି
ଯୋଗ ହିଁ ଶାନ୍ତି, ଯୋଗ ହିଁ ମୁକ୍ତି ତଥା ଯୋଗ ପ୍ରଶାନ୍ତି. ଅଣସର ଘରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେବୀଜ୍ୱରରେ ପୀଡିତ ଅଛନ୍ତି . ବାହାରେ ପଟିଦିଅଁ ଦର୍ଶନରେ ମନ ବୁଝେନି ଭକ୍ତସମୂହଙ୍କର ମାତ୍ର ପୁରୀ ସାତପଡ଼ା ରାସ୍ତାରେ ବ୍ରହ୍ମଗିରିରେ ଅବସ୍ଥିତ ଅଲାରନାଥ ମନ୍ଦିରରେ ପ୍ରଭୁଙ୍କ ଦର୍ଶନରେ ମହାପୂଣ୍ୟ ମିଳେଏହି ସମୟରେ ତ ଭକ୍ତ ମନୋରଥ ଶାନ୍ତି ପ୍ରାପ୍ତି ନିମିତ୍ତ ଯାଏ ଶ୍ରଜୀଉଙ୍କ ପ୍ରତିଛବି ଦର୍ଶନ ସହିତ ଶାନ୍ତି ଲଭିବାକୁ ବ୍ରହ୍ମଗିରି .ମହାସ୍ନାନ କରି ଶ୍ରୀଜୀଉମାନେ ଅଣସରର ତାଳତାଟି ଭିତରେ ଜ୍ବରରେ ପୀଡିତ ଥିବା ବେଳେ ବିଶ୍ଵାବସୁଙ୍କର ବଂଶଜ ଦଇତାପତିମାନେ ସେମାନଙ୍କ ସେବା କରନ୍ତି.ଫୁଲୁରି ତେଲ ଉପଚାର ଓ ଔଷ ପଥିପାଞ୍ଚଣରେ ରହି ସେହି ପନ୍ଦର ଦିନ ମଧ୍ୟରେ ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ନପାରି ଭକ୍ତ ମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରି ସମାନ ପରିମାଣର ପୂଣ୍ୟ ଅର୍ଜ୍ଜନ କରନ୍ତି ବୋଲି ବିଶ୍ବାସ ରହିଛି.ସ୍ଵୟଂ ବିଷ୍ଣୁଙ୍କର ସ୍ଵରୁପ ଅଲାରନାଥ ଙ୍କ ମନ୍ଦିର ଏଗାରଶହ ଅଠେଇଶ ଶହ ମସିହାରେ ଗଙ୍ଗବଂଶୀୟ ରାଜାମାନଙ୍କ ମଧ୍ୟରୁ ମଦନ ମହାଦେବଙ୍କ ଦ୍ୱାରା hନିର୍ମିତ ହେଇଥିଲା ବୋଲି ଐତିହାସିକ ମାନଙ୍କ ମତ.ଦଣ୍ଡାୟମାନ ଭଙ୍ଗୀରେ ଶଙ୍ଖ ଚକ୍ର ଗଦା ପଦ୍ମ ସୁଶୋଭିତ ଚତୁର୍ଭୁଜ ଅଲାରନାଥଙ୍କ ମୂର୍ତ୍ତି ଅତ୍ୟନ୍ତ କମନୀୟ.ମନ୍ଦିରର ଗର୍ଭଗୃହର ମଧ୍ୟଭାଗରେ ପ୍ରତିଷ୍ଠିତ ଏକ ପ୍ରସ୍ତର ସିଂହାସନରେ ସୁକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ ଚିକ୍କଣ କଳା ମୁଗୁନି ପଥରରେ ନିର୍ମିତ ଅଲାରନାଥଙ୍କ ବିଗ୍ରହରେ ଦ୍ରାବିଡ଼ ଶୈଳୀର ଭାସ୍କର୍ଯ୍ୟ ପରିଲକ୍ଷିତ ହୁଏ.ଚତୁର୍ଦ୍ଧାମୂର୍ତ୍ତି ନାରାୟଣଙ୍କ ତୋରଣ ତଳେ ଶ୍ରୀଦେବୀ,ଭୂଦେବୀ ବିଦ୍ୟମାନ.
ପୈାରାଣିକ ଉପାଖ୍ୟାନ ଅନୁସାରେ ସତ୍ୟଯୁଗରେ ବ୍ରହ୍ମାଙ୍କ ଦ୍ଵାରା ନିର୍ମିତ କଳା ମୁଗୁନି ପଥରର ବିଷ୍ଣୁ ଙ୍କ ପ୍ରତିମା ଅଲାରନାଥ ହେଉଛନ୍ତି ବ୍ରହ୍ମାଙ୍କ ତପସ୍ୟାର ଫଳ.ତାଙ୍କ ତପସ୍ୟାସ୍ଥଳୀ ପରବର୍ତ୍ତୀ କାଳରେ ବ୍ରହ୍ମଗିରି ନାମରେ ନାମିତ.ଅନ୍ୟ ଏକ ଉପାଖ୍ୟାନ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା ନିର୍ମିତ ଶ୍ରୀମନ୍ଦିର ପ୍ରତିଷ୍ଠା ଲାଗି ସ୍ଵର୍ଗରୁ ଓହ୍ଲାଇ ବ୍ରହ୍ମା ଯେଉଁ ସ୍ଥାନରେ ମର୍ତ୍ତ୍ୟ ଭୂମିରେ ପାଦ ଦେଇଥିଲେ ସେହି ସ୍ଥାନର ନାମ ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ନାମରେ ପରିଚିତ.
ଏକ ଉପାଖ୍ୟାନ ଅନୁସାରେ ଅଲବନ୍ଦ ଆଚାର୍ଯ୍ୟ ନାମକ ଜଣେ ତାନ୍ତ୍ରିକ ବ୍ରାହ୍ମଣ ଅନବସର ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ମନ ବଳାଇଲେ.ସେ ସୋଲାଖିଆ ବଟବୃକ୍ଷ ମୂଳେ ଗୋଟିଏ ମହୁମାଛି ରୂପରେ ମନ୍ଦିରକୁ ପ୍ରବେଶ କରନ୍ତେ କପିରାଜ ତାଙ୍କୁ ବାଧା ଦେଲେ. ହତୋତ୍ସାହିତ ହୋଇ ସମୁଦ୍ରରେ ଝାସ ଦେବାକୁ ଯିବା ସମୟରେ ଏକ ବିଶାଳକାୟ ବାନର ତାଙ୍କୁ ବାଧା ଦେବାରୁ ସେ ଶୂନ୍ୟରେ ଉଡ଼ି ବ୍ରହ୍ମଗିରି ସ୍ଥିତ ଅଲାରନାଥ ଙ୍କ ପୀଠରେ ପଡ଼ିଲେ.ଏହି ବିଶାଳ ବାନର ନିଶ୍ଚିତ ଭାବେ ଭକ୍ତଶ୍ରେଷ୍ଠ ହନୁମାନ ବୋଲି ବିଶ୍ୱାସ କରାଯାଏ.
ଦ୍ରାବିଡ଼ ଶବ୍ଦ ଆଲୋୟାର ର ଅର୍ଥ ଭକ୍ତ। ଭକ୍ତ ପ୍ରିୟ ଭଗବାନ ବିଷ୍ଣୁ ଙ୍କ ଅନ୍ୟ ଏକ ରୂପ ଅଲାରନାଥ।ଆଲୋୟାରନାଥ କାଳକ୍ରମେ ଅଲାରନାଥ ହୋଇଥିବା ବିଶ୍ଵାସ କରାଯାଏ।ଅନ୍ୟ ଏକ ଉପାଖ୍ୟାନ ରହିଛି. ତାହା ଅନୁସାରେ ତନ୍ତ୍ର ସାଧକ ଅଲବନ୍ଦାଚାର୍ଯ୍ଯ ନିଜର ତନ୍ତ୍ର ସାଧନା ବଳରେ ଭ୍ରମର ହୋଇ ଅଣସର ଘରର ଏକ ଅଷ୍ଟଦଳ ପଦ୍ମ ଉପରେ ବସିବାକୁ ଇଚ୍ଛା ପ୍ରକଟ କରନ୍ତେ ପଦ୍ମର ପାଖୁଡା ମାନେ ନାରୀ ରୂପ ଧାରଣ କରି ତାନ୍ତ୍ରିକକୁ ଉପହାସ କଲେ.ଅପମାନ ଜର୍ଜରିତ ଅଲବନ୍ଦାଚାର୍ଯ୍ଯ ସମୁଦ୍ରରେ ପ୍ରାଣ ବିସର୍ଜନ ନିମନ୍ତେ ଉଦ୍ୟତ ହେବାରୁ ଏକ ବିଶାଳକାୟ ବାନର ତା' ସମ୍ମୁଖକୁ ଲମ୍ଫ ପ୍ରଦାନ କରି ଦକ୍ଷିଣ ଦିଗକୁ ଗତି କରିବାରୁ ସେ ମଧ୍ୟ ତାଙ୍କ ପଛେ ପଛେ ଚାଲିଲେ. ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ଦର୍ଶନ କରି ଅଲବିନ୍ଦା ଅଭିଭୂତ ହେଲେ.ଅଲବିନ୍ଦାନାଥରୁ କାଳକ୍ରମେ ଅଲାରନାଥ ହୋଇଥିବା ବିଶ୍ଵାସ ରହିଛି.ଆଉ କେତେକଙ୍କ ମତରେ ତାମିଲନାଡୁର ଆଲବର ସମ୍ପ୍ରଦାୟୀମାନେ ଏଠାରେ ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରୁଥିବାରୁ ଏହି ପୀଠ ଅଲାରନାଥଙ୍କ ପୀଠସ୍ଥଳୀ ଭାବେ ପରିଚିତ. କିନ୍ତୁ ପ୍ରଭୁ ହନୁମାନଙ୍କ କାହାଣୀ ସମ୍ପର୍କିତ ଉପାଖ୍ୟାନ ଅଧିକ ଗ୍ରହଣ ଯୋଗ୍ୟ ଓ ଶ୍ରେଷ୍ଠ ବିବେଚିତ ହୋଇ ଜନ ମାନସରେ ଯୁଗ ଯୁଗ ଧରି ବସା ବାନ୍ଧି ରହିଆସିଛି.ଶ୍ରୀଚୈତନ୍ୟଙ୍କ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ଓ ବିରହ ଜ୍ୱାଳାରେ ଉତ୍ତପ୍ତ ତାଙ୍କ ଶରୀରର ପ୍ରଭାବରେ ତରଳି ଯାଇଥିବା ପ୍ରସ୍ତର ଖଣ୍ଡକ ସର୍ବାଙ୍ଗ ଶିଳା ନାମରେ ଶ୍ରୀମନ୍ଦିର ପରିସରରେ ପୂଜିତ ହେଉଛି.ଏହା ଏକ ପୂର୍ଣ୍ଣାଙ୍ଗ କାହାଣୀର ମହତ୍ତ୍ଵ ରଖେ.
କିମ୍ବଦନ୍ତୀ ଅନୁସାରେ ଅଲାରନାଥଙ୍କ ପୂଜକ ଜଣକ ନିଜର ନାବାଳକ ପୁତ୍ରକୁ ଠାକୁରଙ୍କ ପୂଜା ଦାୟିତ୍ଵ ଦେଇ କୈାଣସି କାରଣରୁ କିଛି ଦିନ ପାଇଁ ବାହାରକୁ ଯାଇଥିଲେ.ଚପଳମତି ବାଳକଟି ମା'ଙ୍କ ପରାମର୍ଶ କ୍ରମେ କ୍ଷୀରି ହାଣ୍ଡି ଧରି ଠାକୁରଙ୍କୁ ସରଳ ମନ ଓ ହୃଦୟରେ ଭୋଗ ଅର୍ପଣ କରି ଆଖି ବନ୍ଦ କରି ଠାକୁରଙ୍କ ଆଗରେ ବସିଲେ. କିଛି ସମୟ ପରେ ଆଖି ଖୋଲି ଦେଖିଲା ବେଳକୁ ହାଣ୍ଡିରେ କ୍ଷୀରି ନାହିଁ.ଘରକୁ ଫେରି ମା'ଙ୍କୁ ସବୁକଥା କହିବାରୁ ତାଙ୍କ ମା' ତା ପରଦିନ କ୍ଷୀରି ହାଣ୍ଡି ଦେଇ ପୁଅକୁ ପଠାଇଲେ.ଅଲାରନାଥଙ୍କ ପଛରେ ରହି ପୁଅର କ୍ଷୀରି ହାଣ୍ଡି ଭୋଗ ଅର୍ପଣ ଦେଖିବାକୁ ଅପେକ୍ଷା କଲେ.ବାଳକଟି ଅଲାରନାଥଙ୍କୁ ଆବାହନ କରି କ୍ଷୀରି ହାଣ୍ଡି ସମର୍ପିତ କଲା.ପ୍ରଭୁ ଅଲାରନାଥ ନଇଁ ପଡ଼ି କ୍ଷୀରି ଖାଉଥିବା ବେଳେ ପିଲାଟିର ମା ଭୟରେ ଚିତ୍କାର କରିବାରୁ ଗରମ କ୍ଷୀରି ପଡ଼ି ପ୍ରଭୁଙ୍କ ହାତ ଓ ମୁହଁ ଫୋଟକା ହୋଇଗଲା.ପ୍ରଭୁଙ୍କ ବିଗ୍ରହରେ ଏହି ଫୋଟକା ଚିହ୍ନ ଏବେବି ରହିଛି.ବିଶ୍ବାସ ରହିଛି ଭଗବାନ ନିଜେ ଏହି କ୍ଷୀରିକୁ ଆଘ୍ରାଣ କରନ୍ତି ଯେଉଁଥିପାଇଁ ତାହା ଅତ୍ୟନ୍ତ ସ୍ଵାଦିଷ୍ଟ ହୋଇଥାଏ.କେତକୀ ବଉଳ ନାରିକେଳ ଗଛ ପରିବେଷ୍ଟିତ ମନ୍ଦିର ଚତୁର୍ପାର୍ଶ୍ଵରେ ଶିବ ମନ୍ଦିର, ଶ୍ରୀଚୈତନ୍ୟ ମନ୍ଦିର, ବିଭିନ୍ନ ଦେବଦେବୀ ମାନଙ୍କ ମନ୍ଦିର ସହିତ ନବଗ୍ରହ ପ୍ରସ୍ତର,ନାଟ ମନ୍ଦିର, ଭୋଗ ମଣ୍ଡପ,ଯଜ୍ଞ ମଣ୍ଡପ, ପ୍ରାର୍ଥନା ଗୃହ ଓ ମୁଖଶାଳା ରହିଛି। ଶ୍ରୀମନ୍ଦିର ଭଳି ଏଠାରେ ଆଳତି, ଅବକାଶ ବଲ୍ଲଭ, ପହୁଡ଼ ଆଦି ନୀତି ସମ୍ପନ୍ନ ହୋଇଥାଏ.
ଏଠାରେ ମଧ୍ୟ ବାର ମାସରେ ତେର ପର୍ବ ପାଳିତ ହୁଏ. ଅନବସର ଉତ୍ସବ ଠାରୁ ଆରମ୍ଭ କରି ଗହ୍ମା ପୁର୍ଣିମା, ଦୋଳପୂର୍ଣ୍ଣିମା, ଚନ୍ଦନ ଯାତ୍ରା ଆଦି ଅନୁଷ୍ଠିତ ହୁଏ. ଅଣସର କାଳରେ ଅଲାରନାଥଙ୍କୁ ଦର୍ଶନ କରିବା ଉଦେଶ୍ୟରେ ବାହାରିବା ପୂର୍ବରୁ ଘରର ସମସ୍ତ ସଦସ୍ୟ ଅଳ୍ପ ଅଳ୍ପ ଟିଫିନ କରି ଖୋଜୁଥିଲେ ସମୁଦୀ ଉପେନ୍ଦ୍ରବାବୁଙ୍କୁ ତ ଶିଲା କହିଲେ ସମୁଦୀ ଉପରପଟ ଘରେ ସେଭିଙ୍ଗ ହେଉଛନ୍ତି ତ ସମୁଦୁଣୀ ସୁପ୍ରଭା ଦେବୀ ହସି ହସି କହୁଥିଲେ ନାହିଁ ହେ ସମୁଦୁଣୀ ତୁମ ସମୁଦୀ ସେଠି ଯୋଗ କରି ସବୁ ଶାନ୍ତିତକ ଗୋଟେଇ ଚାଲିଛନ୍ତି ଯେଉଁ ଶାନ୍ତି ପାଇବାକୁ ଆମେ ଅଲାରନାଥ ଦର୍ଶନ କରିବାକୁ ଯାଉଛେ ସେତକ ସେ ଯୋଗରୁ ପାଇ ସାରିଥିବାରୁ ଟିଫିନ କରି ପେଟ ଶାନ୍ତି କରିବାକୁ ଭୁଲି ଯାଇଛନ୍ତି.ସମୁଦୁଣୀ ଉତ୍ତର ଦେଲେ ଚତୁର୍ଦ୍ଧା ବା ଶ୍ରୀଜୀଉଙ୍କ ବାର୍ତ୍ତା ଆଉ କଣ କି ସେହି ମନ ମୁନ ଚୈତନ୍ୟ ସହିତ ଧ୍ୟାନ ବା ଯୋଗ, ଯାହା ଶରୀରକୁ ରୋଗ ମୁକ୍ତ, ମନକୁ ପ୍ରଫୁଲ୍ଲିତ ଓ ଶାନ୍ତି ଦେଇଥାଏ ଠିକ ଚତୁର୍ଦ୍ଧାଙ୍କୁ ବା ଅଲାରନାଥଙ୍କୁ ଅଣସର ସମୟ କଣ ଅନ୍ୟ ସବୁ ସମୟରେ ଦର୍ଶନ କରି ଶାନ୍ତି ମିଳୁଥିବା ପରି ଏ ଯୋଗ, ଯାହା ସମୁଦୀ ନେଇସାରିଛନ୍ତି ତ ହସର ରୋଳ ଉଠୁଥିଲା ଘରେ ବାହାରେ ଡ୍ରାଇଭର ହର୍ଣ୍ଣ ବଜାଇ ଚାଲିଥିଲା.
,,,,,,,,,,,,,,,,,,,
