STORYMIRROR

Arundhati Senapati

Thriller Others

2  

Arundhati Senapati

Thriller Others

ଯୋଦ୍ଧା

ଯୋଦ୍ଧା

1 min
170

ମୁଁ ତ' ଜୀବନ ଯାତ୍ରାର ଯୋଦ୍ଧାଟିଏ। ମାଆ ପେଟରୁ ମଶାଣୀ ଯାଏଁ ମୋ ଯୁଦ୍ଧ ସରେନା। ସୁନ୍ଦର ଶବ୍ଦ ବିନ୍ୟାସରେ ଏ ମାନବ ଜାତି ମୋତେ ସଜେଇବା ଶିଖିଛି; ଅଥଚ ମର୍ଯ୍ୟାଦା ଦେବା ଶିଖିନି।


କେତେବେଳେ ମୁଁ ନିଜ ବିରୁଦ୍ଧରେ ନିଜେ ଲଢେ। ପୁଣି କେବେ ପରିବାର ବିରୁଦ୍ଧରେ ତ' କେବେ ସମାଜ ବିରୁଦ୍ଧରେ ବି ଲଢିଚାଲେ। ଅଦମ୍ୟ ସାହସକୁ ପଣ କରିବାକୁ ପଡେ ମୋତେ। ଡରେ, ଭାଙ୍ଗେ କିନ୍ତୁ ପୁଣି ନିଜକୁ ଶକ୍ତ କରି ଛିଡା କରାଏ।


ମାତୃ ଜଠରରୁ ହିଁ ମୋର ନିୟତି ଲେଖା ସରିଥାଏ। ମୋତେ କେବଳ ନିଜକୁ ନିଜେ ସମୟାନୁଯାୟୀ ରୂପ ଦେବାକୁ ପଡେ। ବହୁ ସ୍ବପ୍ନ ଦେଖିବା ଆଗରୁ ହିଁ ଭାଙ୍ଗିଯାଏ, ଆଉ ପୂରଣ ହେବା ତ' ବହୁ ଦୂରର କଥା। ମୁଁ ତ' ଖେଳନାଟିଏ ନୁହେଁ। ତଥାପି ସମାଜ ମୋତେ ନେଇ ଖେଳେ। କାହିଁକି?


କିଛି ପୁରୁଷ ତା'ର କୁ-ନଜରରେ, କୁ-ଭାଷାରେ , କୁ-କର୍ମରେ ବାରମ୍ବାର ମୋତେ କ୍ଷତାକ୍ତ କରିଚାଲନ୍ତି। କିନ୍ତୁ ମହିଳାଟିଏ ଅନ୍ୟ ମହିଳା ବିରୁଦ୍ଧରେ କୁସ୍ଚାରଟନା କରିବାକୁ ତିଳେ ହେଲେ ପଶ୍ଚାତ୍ ପଦ ହୁଅନ୍ତି ନାହିଁ। ଇଏ କି ପ୍ରକାର ସମାଜର ମୁଁ ଏକ ଅବିଚ୍ଛେଦ୍ୟ ଅଙ୍ଗ? ନିଜକୁ ଏଠି ଖୋଜିବାକୁ ପଡେ। ନିଜ ସତ୍ତାକୁ ଏଠି ନିଜକୁ ସ୍ଥାପନା କରିବାକୁପଡେ। ମୁଁ କିଏ ବୋଲି ନିଜକୁ ବାରମ୍ବାର ପ୍ରଶ୍ନ ପଚାରେ ? ଉତ୍ତର ଆସେ ମୁଁ ନାରୀଟିଏ । ସୃଷ୍ଟି ମୁଁ ସ୍ରଷ୍ଟା ବି ମୁଁ, ହେଲେ ସତ୍ତା କାହିଁ ମୋର?? ଉତ୍ତର ଦିଅ ହେ ସମାଜରେ ନାରୀ ସୁରକ୍ଷା ପାଇଁ ଡିଣ୍ଡିମ ପିଟୁଥିବା ମାନବ ଗଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller