Neelamadhab Rath

Tragedy Action Inspirational

3  

Neelamadhab Rath

Tragedy Action Inspirational

ଯନ୍ତ୍ରଣାର ହସ

ଯନ୍ତ୍ରଣାର ହସ

2 mins
12.4K


ହଁ , ଯନ୍ତ୍ରଣା ଓ କଷ୍ଟ ମଣିଷକୁ ବାନ୍ଧି ନ ଥାଏ, ବରଂ ନିଜେ ବାନ୍ଧି ହୋଇଯାଏ । ପରିସ୍ଥିତିରେ ପଡି କେବେ ରାଜା ରଙ୍କ ହୋଇଯାଏତ କେବେ ରଙ୍କ ହୋଇଥାଏ ରାଜା। ଯନ୍ତ୍ରଣାର ଗଭୀରତା ଆଗାମୀ ଭବିଷ୍ୟତକୁ ଆଲୋକ ଦେଖାଏ । କେବଳ ଆବଷ୍ୟକ ଧୈର୍ଯ୍ୟର ସହ ସହ୍ୟ କରିବା । ହସିହହି ମଥାପାତି ଦୁଃଖ ଓ ଯନ୍ତ୍ରଣାର ଶିକୁଳୀକୁ ଛିଣ୍ଡାଇ ନୂଆ ସୁରୁଜର ଅପେକ୍ଷା କରିବା। ଯନ୍ତ୍ରଣାର ଭୋଜ ଯେତେ ଭାରୀ ହେବ ସୁଖଟା ସେତିକି ଆନନ୍ଦଦାୟକ ହେବ । ଯେମିତି ଦୁଃଖ ପରେ ସୁଖ

* * * * * * * * * * * * * * * * * *

  ପାହାଡ ଓ ବଣ ଜଙ୍ଗଲ ଭରା ଏକ ଛୋଟ ଗାଁ । ପ୍ରାୟତଃ ଆଦିବାସୀ ସଂପ୍ରଦାୟର ଜନଜାତି ପ୍ରାକୃତିକ ସବୁଜିମାକୁ ରାଜ କରନ୍ତି। ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରିବା, ପୋଡୁଚାଷ କରିବା ନହେଲେ ପାଖ ପାହାଡରୁ ପଥର ଫଟାଇ ଛୋଟଛୋଟ ଗୋଡି କରି ସହରିଆ ବେପାରୀକୁ ବିକ୍ରି କରିବା ମୁଖ୍ୟ ପେଷା । 


 ରତନୀ ଓ ରାମୁଲୁ ସବୁଦିନ ପରି ସକାଳୁ ସକାଳୁ ହାଣ୍ଡିଏ ମାଣ୍ଡିଆ ଜାଉ, କଞ୍ଚାଲଙ୍କା ବଟା ଓ ପିଆଜ ଧରି ପାହାଡକୁ ଚାଲିଯାନ୍ତି । ହଁ, ଆଗ ପଛ ହୋଇ ଆଉକିଛି ବସ୍ତି ବାସିନ୍ଦା ବି ସେଠାକୁ ଯାନ୍ତି । ହାତରେ ଗୋଟେ ଗୋଟେ ଛୋଟ ବଡ ହାତୁଡି, କିଛି କାଉଡି ଓ ବାଉଁଶ ବୁଣା ଡାଲା । ମନରେ ଚେନାଏ ଚେନାଏ ସ୍ଵପ୍ନ । ପଥର ଫଟାଇ ଟିକ୍ ଟିକ୍ କରିବାର ଯନ୍ତ୍ରଣାକୁ ଖାତିରି ନାହିଁ। କଷ୍ଟ ଭୁଲାଇବାକୁ ସେମାନଙ୍କ ଭାଷାର କିଛି ଗୀତ ଆଉ ଢଗଢମାଳୀ । ଆଧୁନୀକତାର ପ୍ରଭାବରେ କିଛି କିଛି ହିନ୍ଦୀ ଗିତ ଓ ଓଡିଆ ଆଲବମ୍ ଗୀତର ଆସର ବି ଯମାଇ ଦିଅନ୍ତି । 


  ରାମୁଲୁର ହାତୁଡି ପ୍ରହାରରେ ପଥର ଗୁଡାକ ଫାଳ ଫାଳ ହୋଇ ପଡେ । ରତନୀ ସେହି ପଥର ଖଣ୍ଡ ସବୁ ନେଇ ପାଖ ମହୁଲ ଗଛମୂଳେ ବସିଯାଏ ଟିକି ଟିକି କରିବାକୁ । ଚାରି ପାଞ୍ଚ ଡାଲା କଲାବେଳକୁ ସୂରୁଜ ପ୍ରାୟ ମୁଣ୍ଡ ଉପର ଦେଇ ଗତିକରି ଦେଇଥାନ୍ତି । କିଛି କ୍ଷଣ ବିଶ୍ରାମର । ରତନୀ ହାଣ୍ଡିରୁ ମାଣ୍ଡିଆ ଯାଉ କାଢି ପରଷିଦିଏ ରାମୁଲୁକୁ ଓ ସେ ସାରିଲା ପରେ ନିଜେ ପିଇ ନିଏ । ସୁର୍ଯ୍ୟ ଅସ୍ତ ବେଳକୁ ପାଖ ସହର କଣ୍ଟ୍ରାକ୍ଟରଙ୍କ ଗାଡି ଆସିବ ଗୋଡି ପଥର ନେବାକୁ । ଲାଗିଯାଆନ୍ତି ଯେଝା କାମରେ । 


 ଦେଖୁ ଦେଖୁ ସନ୍ଧ୍ୟା ହୋଇଯାଏ । ପାହାଡର ତଳ ଅଙ୍କାବଙ୍କା ରାସ୍ତାରେ ହର୍ଣ୍ଣ ବଜାଇ କଣ୍ଟ୍ରାକ୍ଟରଙ୍କ ଗାଡି ପହଞ୍ଚିଯାଏ । ମନରେ ଆସ୍ବସ୍ତି ଆସିଯାଏ ରତନି ଆଉ ରାମୁଲୁର । ଯମା କରିଥିବା ଗୋଡି ଡାଲା ରତନି ମୁଣ୍ଡକୁ ଟେକିନିଏ । ରତନି କିନ୍ତୁ ଡାଲାରେ ଆହୁରି ଗୋଡି ଭରି ନେବାକୁ ରାମୁଲୁକୁ କୁହେ । ଯେତେ ଶିଘ୍ର ହେବ କଣ୍ଟ୍ରାକ୍ଟର ଗାଡି ଭରି କରିବ ସେତେ ଶିଘ୍ର ଘରମୁହାଁ ହେବ । ହସି ହସି ଗୋଡି ଭର୍ତ୍ତି ଡାଲା ନେଇ ଗାଡିରେ ଭରି ଚାଲିଥାଏ । ରାମୁଲୁ ବି ତା କାଉଡିରେ କାଉଡି କାଉଡି ଗୋଡି ଭରିନିଏ । ଏକ ଅହେତୁକ ଆନନ୍ଦରେ ଶିହରି ଉଠନ୍ତି ଦୁହେଁ । ମୁଠାଏ ପଇସା ପାଇବେ କାମଟି ସରିଗଲେ । ଭୋଜ ଉଠାଇବାର ଯନ୍ତ୍ରଣା ଟିକେ ବି ନଥାଏ । ଆଗାମୀ କାଲିର ସୁନ୍ଦର ସକାଳ ଅପେକ୍ଷାରେ କାମ ସାରି ବସ୍ତିକୁ ଫେରିଯାନ୍ତି ରତନି ଓ ରାମୁଲୁ । 



Rate this content
Log in

Similar oriya story from Tragedy