STORYMIRROR

BIMALENDU PADHI

Abstract

2  

BIMALENDU PADHI

Abstract

ଯଜ୍ଞର କ୍ରୟବିକ୍ରୟ

ଯଜ୍ଞର କ୍ରୟବିକ୍ରୟ

2 mins
275

ଯଜ୍ଞର କ୍ରୟ ବିକ୍ରୟ    

                                                                                    ପୂର୍ଣ୍ଣାଦର୍ବି ପରାପତ ସୂପର୍ଣ୍ଣା ପୁନରାର୍ପତ,

ବସ୍ନେ ବିକ୍ରିଣାବହାଽଇଷମୂର୍ଜ ଶତକ୍ରତୋ॥(ଯଜୁଃ-୩-୪୧)   


ଶବ୍ଦାର୍ଥ:-ଦର୍ବି) ହେ ସ୍ରୁବା ତୁ (ପୂର୍ଣ୍ଣା) ଘୃତ ଦ୍ବାରା ପୂର୍ଣ୍ଣ ହୋଇ (ପରାପତ) ଯଜ୍ଞ କୁଣ୍ଡର ଆହୁତି ପ୍ରଦାନ କର। ସେହିଠାରୁ (ସୁପୂର୍ଣ୍ଣା) ଉତ୍ତମ ଗୁଣରେ ପୂର୍ଣ୍ଣ ହୋଇ (ପୁନଃ ଆପତ) ପୁଣି ଆମ ପାଖକୁ ଫେରିଆସ। ଏହି ପ୍ରକାର (ଶତକ୍ରତୋ)ହେ ଯଜ୍ଞର କର୍ତ୍ତା ଇନ୍ଦ୍ର ପରମେଶ୍ବର! ଆମ୍ଭମାନଙ୍କ ଦ୍ବାରା (ବସ୍ନାଇବ) ଯେପରି ମୂଲ୍ୟ ଦେଇ କୌଣସି ବସ୍ତୁକୁ କ୍ରୟ ବିକ୍ରୟ କରିଥାଉ, ସେହିପରି (ଇଷମ୍) ଅନ୍ନ ରସ ଆଦି ତଥା (ଊର୍ଜ୍ଜମ୍) ବଳ, ପ୍ରାଣ , ସ୍ବାସ୍ଥ୍ୟ ଆଦି (ବି କ୍ରିଣାବହୈ) ବିଶେଷ ଭାବରେ କ୍ରୟକରିବୁ।


 ଭାବାର୍ଥ -: ଆମର ଭାବନା ଏହିକି  ଯଜ୍ଞରେ ଯେତେବେଳେ ଘୃତପୂର୍ଣ୍ଣ ସୃବାରେ ଆହୁତି ଦିଆଯାଏ ତାପରେ ଆମ ପାଖକୁ ସ୍ରୁବା ଖାଲିହୋଇ ଆସିଥାଏ। ଆମର ଏହି ଭାବନା ଭ୍ରମ ଅଟେ। ତାହା ଯଦି ହୋଇଥାଆନ୍ତା ଯର୍ଜୁ ବେଦରେ ଯଜ୍ଞକୁ ଶ୍ରେଷ୍ଠତମ କର୍ମ ବୋଲି କୁହାଯାଇ ନଥାନ୍ତା। ଯଜ୍ଞ ଆଦାନ ପପ୍ରଦାନର ଏକ ମାଧ୍ୟମ ଅଟେ। ଏଥିରେ ଆୟବ୍ୟୟ ଉଭୟ ଲୁକ୍କାୟିତହୋଇ ରହିଛି। ଭୌତିକ ଦୃଷ୍ଟିରେ ଦେଖିବାକୁ ଗଲେ ଆମେ ଅଗ୍ନିରେ ହବି (ଘୃତ ଓ ଶାକଲ୍ୟ) ଆହୁତି ପ୍ରଦାନ କରିଥାଉ ଓ ତା ବଦଳରେ ପୃଥିବୀ, ଜଳ, ବାୟୁ, ଆକାଶ ଆଦି ପଞ୍ଚ ମହାଭୂତ ଶୁଦ୍ଧ ହୁଏ। ଆମ୍ଭମାନଙ୍କର ଶରୀର ଭିତରେ ଊର୍ଜ୍ଜା ପ୍ରବେଶ କରି ସ୍ବାସ୍ଥ୍ୟ ସୁସ୍ଥ ଓ ଦୀର୍ଘାୟୁ ହୋଇଥାଏ। 


           ସେପରି ଆଧ୍ୟାତ୍ମିକ ଦିଗରେ ଅଗ୍ନିର ଉର୍ଦ୍ଧ୍ବଗାମୀ ଊର୍ଜ୍ଜା ଆମ୍ଭମାନଙ୍କୁ ଉର୍ଦ୍ଧ୍ବଗାମୀ ହେବାପାଇଁ ପ୍ରେରଣା ଦେଇଥାଏ। ଅଗ୍ନିର ତାପ ଓ ପ୍ରକାଶରୁ ଆମ୍ଭମାନଙ୍କୁ ତେଜସ୍ବୀ ଓ ପ୍ରକାଶବାନ ହେବା ପାଇଁ ସନ୍ଦେଶ ପାଇଥାଉ। ଅଗ୍ନିର ମଳିନତାକୁ ଭସ୍ମୀଭୁତ କରିବା ଗୁଣରୁ ଆମକୁ ନିଜର ପାପତାପକୁ ଭସ୍ମ କରିବା ପାଇଁ ଦୃଢ ସଂକଳ୍ପର ଶିକ୍ଷା ମିଳିଥାଏ। ଯେତେବେଳେ ଆମେ ଇନ୍ଦ୍ର ଅର୍ଥାତ୍ ପରମାତ୍ମାଙ୍କ ଉଦେଶ୍ୟରେ ସ୍ବାହା କହି ଆହୁତି ପ୍ରଦାନ କରିଥାଉଁ,ସେତେବେଳେ ଶତକ୍ରତୁ ଅର୍ଥାତ୍ ସେହି ପରମାତ୍ମା ଇନ୍ଦ୍ରଦେବ ସୃଷ୍ଟି ପ୍ରକ୍ରିୟାର ଶତଶତ ସାଧନର ରୂପ ତଥା ଈଶ୍ବରଙ୍କ ସୃଷ୍ଟିକୁ ରକ୍ଷା, ଋତୁ ପର୍ଯ୍ୟାୟକ୍ରମର ସୁରକ୍ଷା,ଜଳବାଷ୍ପୀକରଣ,ପ୍ରବାହମାନ ଜଳର ସୁବ୍ୟବସ୍ଥାଦି ସ୍ରୁବ ମାଧ୍ୟମରେ ମନୁଷ୍ୟର ଅନ୍ତରରେ ପ୍ରେରଣା ଜାଗୁରିତ କରାଇ ଥାଆନ୍ତି। 


ଏହିପରି ସ୍ରୁବା ଯଜ୍ଞରେ ଆହୁତି ଢାଳି ଖାଲିରେ ଫେରି ଆସେନାହିଁ, ପର୍ଯ୍ୟାପ୍ତ ପରିମାଣରେ ସୁସ୍ବାସ୍ଥ୍ୟ, ଦୀର୍ଘାୟୁ ,ଉର୍ଦ୍ଧ୍ବଗାମୀ ପାଇଁ ପ୍ରେରଣା, ତେଜ,ନିଷ୍ପାପ ଗୁଣ, ତ୍ୟାଗ ଭାବନା,ଆସ୍ତିକତା ଆଦିରେ ପୂର୍ଣ୍ଣ ହୋଇଥାଏ। ଆମେ ଯେତେଥର ତ୍ୟାଗ ଭାବନା ନେଇ ଆହୁତି ପ୍ରଦାନ କରିଥାଉ ସେହି ପରିମାଣରେ ଉତ୍ତମ ଗୁଣ ଓ ଐଶ୍ବର୍ଯ୍ୟ ପ୍ରାପ୍ତ ହୋଇଥାଉଁ।

ଯେପରି ବେପାରୀ ଟଙ୍କା ନେଇ ଦ୍ରବ୍ୟ କିଣାବିକା କାମ କରେ ସେହିପରି ଆମେ ସ୍ରୁବାଦ୍ବାରା ଘୃତ ଓ ଔଷଧୀୟ ଦ୍ରବ୍ୟକୁ ଯଜ୍ଞରେ ସମର୍ପଣ ଭାବନା ନେଇ ଆହୁତି ପ୍ରଦାନ କରି ବିଭିନ୍ନ ଐଶ୍ବର୍ଯ୍ୟ ଲାଭ କରିଥାଉ।


 


Rate this content
Log in

Similar oriya story from Abstract