BIMALENDU PADHI

Abstract

2  

BIMALENDU PADHI

Abstract

ନ୍ୟୁନତାକୁ ପୁରଣ କରନ୍ତୁ

ନ୍ୟୁନତାକୁ ପୁରଣ କରନ୍ତୁ

1 min
494


ତନୁପାଽଅଗ୍ନେଽସି ତନ୍ବଂ ମେ ପାହ୍ୟାୟୁର୍ଦାଽଅଗ୍ନେସ୍ୟାୟୁର୍ମେ ଦେହି,

ବର୍ଚ୍ଚୋଦାଽଅଗ୍ନେଽସି ବର୍ଚ୍ଚୋମେ ଦେହି, ଅଗ୍ନେ ୟନ୍ମେ ତନ୍ବାଽଊନଂ ତନ୍ମଽଆପୃଣ॥ (ଯଜୁଃ୩/୧୭)

  

ଶବ୍ଦ ସହ ଭାବାର୍ଥ :- (ଅଗ୍ନେ) ହେ ଅଗ୍ରଣୀ ସର୍ବ ପ୍ରକାଶକ ଜଗଦୀଶ୍ବର! ଏ ଭୌତିକ ଅଗ୍ନି ଶରୀରର ପାଳକ ଓ ପୋଷକ ଅଟେ। ଆପଣ (ତନୁପାଃ ଅସି) ଆମର ପାଳକ ଓ ରକ୍ଷକ ଅଟନ୍ତି। ତେଣୁ (ମେ ତନ୍ବମେ ପାହି) ଆମ ଶରୀରକୁ ପାଳନ ଓ ରକ୍ଷଣ କରନ୍ତୁ। (ଅଗ୍ନେ) ହେ ପରମାତ୍ମନ୍! ଏହି ଭୌତିକ, ବିଦ୍ୟୁତ ଓ ସୂର୍ଯ୍ୟାଗ୍ନି (ଆୟୁର୍ଦାଃ ଅସି)ଆୟୁଦାତା ଅଟନ୍ତି। ତେଣୁ (ମେ ଆୟୁଃ ଦେହି) ଆମକୁ ଆୟୁ ପ୍ରଦାନ କରନ୍ତୁ। (ଅଗ୍ନେ) ହେ ପରମେଶ୍ବର ! ଆପଣଙ୍କ ମହାନ ଦାନ ଏହି ଭୌତିକ, ବିଦ୍ୟୁତ ଓ ସୌର ତେଜ ମାଧ୍ୟମରେ ଆପଣ (ବର୍ଚ୍ଚଦାଃ ଅସି) ତେଜ ପ୍ରଦାତା ଅଟନ୍ତି। (ମେ ବର୍ଚ୍ଚଃ ଦେହି) ଆମକୁ ଏହି ତିନୋଟି ତେଜ ପ୍ରଦାନ ପୂର୍ବକ ତେଜସ୍ବୀ କରନ୍ତୁ। (ୟତ୍) ଯାହା (ମେ ତନ୍ବାଃ) ଆମ ଶରୀରରେ (ଊନ୍ନଂ) ନ୍ୟୁନତା ଅର୍ଥାତ୍ ଉଣା ଅଛି (ତତ୍ ମେ) ତାହା ଆମ ସାମର୍ଥ୍ୟକୁ ନେଇ ପୁରଣ କରନ୍ତୁ।

ପ୍ରତ୍ୟେକ ବ୍ୟକ୍ତି ସୁଖ, ଶାନ୍ତି ଓ ଆନନ୍ଦ ପ୍ରାପ୍ତି ପାଇଁ ବ୍ୟାକୁଳିତ ଅଟନ୍ତି। ସେହି ନ୍ୟୁନତାକୁ ପୁରଣ କରିବା ନିମନ୍ତେ ଦେବ ଯଜ୍ଞର ଆବଶ୍ୟକତା ରହିଛି। ଶ୍ରଦ୍ଧା, ବିଶ୍ବାସ ତଥା ଭକ୍ତି ଭାବନା ଯେତେ ଅଧିକ ବୃଦ୍ଧି ହୋଇଥାଏ ଯଜ୍ଞରେ ଅର୍ପିତ ବସ୍ତୁର ଊର୍ଜା ଶକ୍ତି ଆମ ଅଭ୍ୟନ୍ତର ପ୍ରଦେଶରେ ସେତେ ଅଧିକ ପରିମାଣରେ ବୃଦ୍ଧିପ୍ରାପ୍ତ ହୋଇଥାଏ। ଆମକୁ ସେହି ପରିମାଣରେ ଯଶସ୍ବୀ, ତେଜସ୍ବୀ ଓ ଓଜସ୍ବୀ କରି ଗଢି ତୋଳିବାରେ ସହାୟକ ହୋଇଥାଏ। 


Rate this content
Log in

Similar oriya story from Abstract