STORYMIRROR

Sunanda Mohanty

Abstract Drama Horror

3  

Sunanda Mohanty

Abstract Drama Horror

ଯୌତୁକ ଜୁଇରେ ନାରୀ

ଯୌତୁକ ଜୁଇରେ ନାରୀ

1 min
244


    ତରତର ହୋଇ ମହିଳା ସମିତି ମିଟିଙ୍ଗ କୁ ଯିବାକୁ ବାହାରୁଥିଲେ ସୁମତୀ, ତ ବୋହୂ ଟି ଧଡ଼ପଡ଼ ହୋଇ ବାଢି ବସିଲା ଭାତ, ଡାଲି ଆଉ ଆଳୁବାଇଗଣ ବଘରା ସାଙ୍ଗକୁ ଆମଲେଟ ତ ଗର୍ଜି ଉଠିଲେ ଶାଶୁ ସୁମତୀ, ଏତେବେଳେ ମୁଁ କେବେ ଭାତ ଖାଇବା ତୁ ଦେଖିଛୁ ମତେ, ତ ବୋହୂଟି କହୁଥିଲା ନାଇଁ ମିଟିଙ୍ଗ ଯିବେ ତ ଭାବିଲି ଫେରୁ ଫେରୁ ମାଆଙ୍କର ଡେରି ହୋଇଯିବ ତେଣୁ ତର ତର କରି ବାଢି ଦେଇଥିଲି ରୋଷେଇ କରିକି, ଯଦି ନଖାଇବେ ତ ଜଳଖିଆ ଦେଉଛି, ତ କମ୍ପି ଉଠିଲେ ଶାଶୁ ସୁମତୀ, କହିଲେ ଛୋଟ ଲୋକ ଘର ଝିଅ, କଣ ଜାଣିବୁ ତୁ, ସମୟାନୁବର୍ତ୍ତିତା ତତେ ତୋ ବାପା ମାଆ ଶିଖାଇ ଥିଲେ ସିନା ଜାଣିଥାଆନ୍ତୁ, ତୋ ଭାଗ୍ୟରେ ଥିଲା ବୋଲି ବିନା ଯୌତୁକ ରେ ମୋ ଘରକୁ ବୋହୂ ହୋଇ ଆସିଛୁ l

  ଏତେ କଥା ଶୁଣି ବି ବୋହୂଟି ଟିଫିନ ବକ୍ସ ଓ ପାଣି ବୋତଲ ସଜାଡି ଶାଶୁଙ୍କ ହାତକୁ ବଢ଼ାଇ ଦେବାରେ ଝିଙ୍କି ନେଇ ଚାଲିଗଲେ ଶାଶୁ, ମହିଳା ସମିତିରେ ମିଟିଙ୍ଗରେ ସେ ସଭାପତି ତେଣୁ ତାଙ୍କୁ ଆଜି ବହୁତ କିଛି କହିବାକୁ ପଡିବ ଭାଷଣରେ 

   ପର ଝିଅ ଘର ଭାଙ୍ଗେନା , ନାରୀ ଟିଏ ନାରୀ ର ଶତ୍ରୁ ବୋହୂ କିଏ ଝିଅ କିଏ ଦେଶରୁ ଯୌତୁକ ବ୍ୟାଧିକୁ ଓପାଡିବା ଆମର ପ୍ରଥମ କର୍ତ୍ତବ୍ୟ, ଇତ୍ୟାଦି ଖଣ୍ଡ ବାକ୍ୟ ଗୁଡିକ ଲାଗାଇ ସୁନ୍ଦର ଭାଷଣ ଦେଇ ଘରକୁ ଫେରି ଦେଖିଲେ ବୋହୂ ଶୋଇଯାଇଛି, ସିଧା ଯାଇ ପାଣି ବାଲଟିଏ ତା ଉପରେ ଅଜାଡ଼ି ଦେଲାବେଳକୁ ପଛରୁ ସାନ ପୁଅ କହୁଥିଲା ପ୍ରକୃତରେ ତୁମକୁ ସଭାପତି କରି ମହିଳାମାନେ ବହୁତ କଥା ଶିଖୁଥିବେ, ବିଶେଷ କରି ଯୌତୁକ ପାଇଁ ବୋହୂକୁ ନିଯ୍ୟାତନା କେମିତି ଦିଆଯିବ ତ ଶିଖୁଥିବେ ନା, ଶାଶୁ ଗରଗର ହୋଇ ଚାଲିଗଲେ, ବୋହୂଟି ଲଜ୍ଜ୍ୟାରେ ଭୂମିପରେ ନଖରେ ଗାର ଟାଣି ବୁଝିବାକୁ ଚେଷ୍ଟା କରୁଥିଲା ତା ଭୁଲ କଣ, ଶାଶୁ ରଡି କରୁଥିଲେ ଆଣିଲୁ ଚା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract