STORYMIRROR

Anil Kumar Sahoo

Drama Romance Classics

4.3  

Anil Kumar Sahoo

Drama Romance Classics

ଯାତ୍ରା

ଯାତ୍ରା

8 mins
593


         ଅଟୋରୁ ଓଲ୍ହାଇ ଅମିତ ତର ତର ହେଇ କାଉଣ୍ଟରରୁ ଟିକେଟ ଟା କାଟି ଟ୍ରେନରେ ଚଢ଼ିଗଲା ଆଉ ଝରକା ସିଟଟେ ଦେଖି ବସି ପଡିଲା l ଆଉ ଟିକେ ବିଳମ୍ବ ହେଇଥିଲେ ଆଜି ଟ୍ରେନ ଟା ମିସ ହେଇଯାଇଥାନ୍ତା l ଭୁବନେଶ୍ୱର ରୁ ପାରାଦୀପ ମାତ୍ର ଅଢେଇ ଘଣ୍ଟା ର ବାଟ l ବହୁତ ଦିନ ପରେ ଅମିତ ନିଜର ବ୍ୟସ୍ତ ବହୁଳ ଅଫିସ କାମ ରୁ ଛୁଟି ନେଇ ଘରକୁ ଯାଉଛି l ପରିବାର ଆଉ ସାଙ୍ଗ ମାନଙ୍କ ସହ ଦେଖାହବ, ମନରେ ଏକ ଉତ୍ସାହ ଥାଏ l ଏମିତି ଭାବୁ ଭାବୁ ଟ୍ରେନ ଯାଇ ପହଁଚିଲା କଟକ ଷ୍ଟେସନ ରେ l ଅମିତ ନିଜ ମୋବାଇଲ ରେ ହେଡ ଫୋନ ଲଗେଇ ଗୀତ ଶୁଣିବାରେ ବ୍ୟସ୍ତ l ହଠାତ କାହାର ସ୍ପର୍ଶରେ ଚମକି ପଡିଲା ଅମିତ l ହେଡ ଫୋନ ଟି କାଢି ବୁଲି ଚାହିଁଲା l ଏକ ସୁନ୍ଦର କଲେଜ ପଢୁଆ ଝିଅ ଟି ତାକୁ କିଛି ପଚାରିବାକୁ ଉଦ୍ୟମ କରୁଥିବାର ଅନୁମାନ କଲା l ଆଜ୍ଞା ସାମ୍ନା ସିଟରେ କିଏ ବସିଛନ୍ତି କି ? ନା' ଆପଣ ବସି ପାରନ୍ତି, ଅମିତ ସଙ୍ଗେ ସଙ୍ଗେ ଝିଅଟିର ପ୍ରଶ୍ନ ର ଉତ୍ତର ଦେଲା l ଧନ୍ୟବାଦ ଜଣାଇ ଝିଅ ଟି ନିଜ ଜିନିଷ କୁ ଉପର ରାର୍ୟାକ ଉପରେ ରଖି ସାମ୍ନା ଝରକା ସିଟ ରେ ବସି ପଡିଲା l ଝିଅଟି ଦେଖିବାକୁ ବହୁତ ସୁନ୍ଦର ଥିଲା l ସେ ଏକ ରଙ୍ଗୀନ ଚୁଡିଦାର ପିନ୍ଧିଥିଲା l ସାମ୍ନା ରେ ଝିଅ ଟିକୁ ବସିବାର ଦେଖି ଅମିତ ନିଜକୁ ଟିକେ ସଂଯମ କରି ନିଜ ଡ୍ରେସ କୁ ସାଇଜ କରି ପୂର୍ବବର୍ତ୍ତୀ ନିଜ ମୋବିଲେ ରେ ଗୀତ ସୁଣିବାକୁ ଲାଗିଲା l 

           ଟ୍ରେନ ଟି କଟକ ଷ୍ଟେସନ ଛାଡି ଆଗକୁ ଗଡି ଚାଲିଲା l ଅମିତ ଆଉ ସେ ଝିଅ ବଗିରେ ସାମ୍ନାସାମନି ବସିଥିଲେ ଆଉ ତାଙ୍କ ସହ ଆଉ ଚାରି ପାଞ୍ଚ ଜଣ ବୟସ୍କ ଲୋକ ମଧ୍ୟ୍ୟ ସେ ବଗି ରେ ବସିଥିଲେ l କିଛି ସମୟ ପରେ ଝିଅ ଟି ମଧ୍ୟ ନିଜ ବ୍ୟାଗ ରୁ ଏକ ଫ୍ୟାସନ ମାଗାଜିନ ଟେ କାଢି ପଢ଼ିବିକୁ ଲାଗିଲା l ଝିଅଟି ବହି ପଢିଲା ବେଳେ ପ୍ରାୟତଃ ଟ୍ରେନ ର ଝରକା ଦେଇ ବାହାରକୁ ଚାହୁଁଥାଏ l ମଝିରେ ମଝିରେ କିନ୍ତୁ ଅମିତ ଉପରେ ଟିକିଏ ନଜର ପକାଇ ଦେଉଥିଲl l ଅମିତ ମଧ୍ୟ ତାହା ଜାଣି ପାରୁଥିଲା l ଅମିତ ଭାବୁଥିଲା କାଳେ ଝିଅଟି ତାକୁ କିଛି ପଚାରିବ ଅଥବା ପ୍ରଥମେ କଥା ହବ l କିନ୍ତୁ ସେପରି କିଛି ହେଇନଥିଲା l ଅମିତ ଭାବିଲା ଝିଅ ପିଲାଟା କାଳେ ଆଗ କଥା ହେଲେ କିଏ କଣ ଭାବିବ l ନିଜେ ମଧ୍ୟ ଝିଅଟିକୁ କିଛି ପଚାରିବା ପାଇଁ ସାହସ ମଧ୍ୟ୍ୟ କରି ପରୁନଥିଲା  ଏମିତି କିଛି ବାଟ ଗଲା ପରେ, ହଠାତ ଆକାଶରୁ ଲଞ୍ଜା ତାରା ଟେ ଖସିପଡିବା ଭଳି ପିଲା ଟିଏ ସେ ଝିଅ ର ସିଟ ପାଖରେ ଆସି ଠିଆ ହେଇଗଲା l ପିଲାଟିର ବେଶ ଭୁଷା ରୁ ସମ୍ଭ୍ରାନ୍ତ ଭଳି ସେତେ ଜଣା ପଡ଼ୁ ନଥିଲେ ମଧ୍ୟ କଲେଜ ପଢୁଆ ଭଳି ଲାଗୁଥିଲା l ଝିଅ ଟିକୁ ପିଲାଟିର ଆଚରଣ ଆଦୌ ଭଲ ଲାଗୁନଥିଲା କାରଣ ପିଲାଟା ଠିଆ ହେଇ ବାରମ୍ବାର ସେ ଝିଅ କୁ କଣେଇ କଣେଇ ଚାହୁଁଥିଲା l କିଛି ସମୟ ଠିଆ ହବା ପରେ ପିଲାଟି କିଛି ନ ପଚାରି ସେ ଝିଅ ବସିଥିବା ସିଟ ପାଖରେ ବସି ପଡିଲା l  

         ଟ୍ରେନଟି ଆଗକୁ ଗଡି ଚାଲିଥାଏ l ସେପଟେ ପିଲାଟି ମଧ୍ୟ ଝିଅଟିକୁ କିଛି ନା କିଛି ବାହାନା ରେ କଣେଇ କଣେଇ ଚାହୁଁଥାଏ l ବିରକ୍ତିଭାବ ଝିଅଟିର ଚେହେରା ରୁ ସ୍ପଷ୍ଟ ବାରି ହଉଥିଲେ ମଧ୍ୟ ଝିଅଟି କିଛି ନ କହି ଚୁପ ଚାପ ବସିଥାଏ l ପରିଶେଷରେ ପିଲାଟିର ଆଚରଣ କୁ ହେୟ କରି ଝିଅଟି ଟ୍ରେନ ଝରକାଟିକୁ ଅଧା ବନ୍ଦ କରି ଝରକା ଆଡ଼କୁ ମୁଣ୍ଡ କରି ବିଶ୍ରାମ ନେଇଗଲା lକିଛି ସମୟପରେ ଅମିତ ପାଦ ଉପରେ କଣ ଗୋଟେ ଖସି ପଡ଼ିବାର ସେ ଅନୁଭବ କଲା l ଆଉ ଦେଖେତ ଝିଅଟିର ମାଗାଜିନ ଟି ତା ହାତରୁ ଖସି ତଳେ ପଡିଯାଇଛି ଆଉ ଝିଅଟି ଝରକା ର ବିପରୀତ ଦିଗରେ ବସିଥିବା ପିଲା ଆଡକୁ ଅଚେତ ଅବସ୍ଥା ରେ ଢଳି ପଡିଛି l ଏହା ଦେଖି ପାଖରେ ବସିଥିବା ପିଲାଟି ମଧ୍ୟ ଝିଅଟା ପଡିଗଲା ପଡିଗଲା ବୋଲି ଚିତ୍କାର କରି ଝିଅଟିକୁ ଉଠାଇବାକୁ ଚେଷ୍ଟା କଲା l ଝିଅଟିକୁ ଉଠାଇ ତା ଗାଲକୁ ହାଲକା ହାଲକା ଥାପୁଡ଼ାଇବାକୁ ଲାଗିଲା l ପିଲାଟିର ପାଟି ଶୁଣି ପାଖରେ ବସିଥିବା ପାସେଞ୍ଜର ମଧ୍ୟ୍ୟ ତାଙ୍କ ସିଟ କୁ ଘେରିଗଲେ l ଏପଟେ ଅମିତ କଣ କରିବ ହଠାତ କିଛି ବୁଝି ନପାରି ପ୍ରଥମେ ତଳେ ପଡ଼ିଥିବା ମାଗାଜିନ କୁ ଉଠେଇ ନିଜ ସିଟ ଉପରେ ରଖିଲା ଆଉ ପାଖ ଝରକା ଟିକୁ ସମ୍ପୂର୍ଣ ଖୋଲିଦେଲା l ଭାବିଲା କାଳେ ଥଣ୍ଡା ପବନ ବାଜି ଝିଅଟି ଟିକେ ଆଶ୍ୱସ୍ଥ ଲାଭ କରିବ l ତାପରେ ନିଜ ପାଣି ବୋତଲ କୁ ବ୍ୟାଗ ରୁ କାଢି ଝିଅଟିକୁ ପିଇବା ପାଇଁ ଦେବାକୁ ଯିବାବେଳେ ସାମ୍ନା ରେ ବସିଥିବା ପିଲାଟି ତା ହାତରୁ ବୋତଲଟିକୁ ଛଡେଇ ନେଇ ଝିଅଟିର ମୁହଁ ରେ କିଛି ପାଣି ଛିଞ୍ଚି ବାକି ତାକୁ ପିଇବାକୁ ଦେଲା l ପାଣି ଟିକେ ପିକି ଝିଅଟି ଟିକୁ ଆସ୍ୱସ୍ଥି ଲାଗିବାରୁ ନିଜ ସିଟ ଉପରେ ଆଉଜି ହେଇ ବସିପଡିଲା l 

          ଆରେ ପୁଅ ,ସେ ଝିଅଟିର ପାଦ କୁ ଟିକେ ହାଲକା ହାଲକା ଚିପି ଦଉନୁ ତାକୁ ଟିକେ ଆରାମ ଲାଗିବ l ଦେଖୁନୁ ଝିଅଟିର ଦେହ ଭଲ ନଥିଲା ପରି ଲାଗୁଛି l ଅମିତ ଆଡକୁ ଇଂଗିତ କରି ପାଖରେ ଠିଆ ହେଇଥିବ ବୁଢା ମଉସା ଜଣକ କହିଲେ l ଆରେ ଲାଜ କରୁଛୁ କଣ , ଝିଅଟିକୁ ଟିକେ ସାହାଯ୍ୟ କର l ଅମିତ ପ୍ରଥମେ ଦ୍ୱିଧା ବୋଧ ପ୍ରକାଶ କରିଥିଲେ ମଧ୍ୟ୍ୟ ବୁଢା ମଉସା ଙ୍କ ଦ୍ୱିତୀୟବାର ରୋଶ ଭରା ଆଦେଶ ଶୁଣି ତାଙ୍କ କଥାକୁ ମାନିବାକୁ ରାଜି ହୋଇଥିଲା l ବିଚରା ସିଟ ତଳେ ବସି ପ୍ରଥମେ ଝିଅଟିର ସ୍ୟାଣ୍ଡେଲ ଦିଟାକୁ କାଢି ତl ପାଦ କୁ ଧୀରେ ଧୀରେ ଘସିବାକୁ ଲାଗିଲା l କି ବେଳାରେ ଆଜି ଟ୍ରେନ ଟା ଧରିଲି ଯେ ଏସବୁ ମତେ କରିବାକୁ ପଡୁଛି, ମନେ ମନେ ଅମିତ ବିରକ୍ତିଭାବ ପ୍ରକାଶ କରୁଥିଲା l ସାମ୍ନାରେ ବସିଥିବା ପିଲାଟି ଏ ସବୁ ଦେଖି ଅମିତ ଉପରେ ହସୁଥିଲା l 

         ହଠାତ... "ଆରେ ବାବୁ ଟିକେ ଭଲସେ ଘସୁନୁ " ,ଦେଖୁଚୁ ଝିଅଟିର ଦେହ ଭଲା ନାହିଁ ପା l ପୁନଶ୍ଚ ବୁଢା ମଉସା ର ତାଗିଦ ଶୁଣି ଅନିଚ୍ଛା ସତ୍ୱେ ଅମିତ ଝିଅଟିର ପାଦ କୁ ଭଲସେ ଘସିବାକୁ ଲାଗିଲା l ଝିଅଟି ମଧ୍ୟ କୁଣ୍ଠାବୋଧ ପ୍ରକାଶ କରୁଥିଲେ ମଧ୍ୟ ବୁଢା ମଉସା ର କଥା ଶୁଣି ପ୍ରତିରୋଧ ବି କରିପାରୁ ନଥିଲା l  "ଆରେ ବାବୁ ଟିକେ ଜଲଦି କରେ , ତା ହାତ ପାପୁଲି ଦିଟାକୁ ବି ଟିକେ ଘଷିଦେ l ଭେଣ୍ଡିଆ ଟୋକାଟା ଏତେ ଲେଟ କଲେ କଣ ହବ l" ପାଖରେ ଠିଆ ହେଇଥିବା ଦ୍ୱିତୀୟ ବୁଢା ମଉସା ବୋଝ ଉପରେ ନଳିତା ବିଡା ଥୋଇବl ଭଳି ଆଉ ଏକ ପ୍ରସ୍ତାବ ଥୋଇଦେଲେ l ଏହା ଶୁଣି ଅମିତ ମନେ ମନେ ଭାବୁଥିଲା ସେ ବୁଢା ମଉସା ଦିଟା ବୋଧେ ରାମାୟଣର ସୁଶେନା ଆଉ ଜମ୍ବୁବାନ , ଯେ କି ତାକୁ ହନୁମାନ ସଦୃଶ ଭାବି ହିମାଳୟ ପର୍ବତରୁ ବିଶଲ୍ୟକରଣୀ ଆଣିବାକୁ ଆଦେଶ ଦେଉଛନ୍ତି l ମନେ ମନେ ଅଧିକା ରାଗୁଥିଲେ ମଧ୍ୟ ଅମିତ ତାଙ୍କ କଥାକୁ ଅବମାନନା କରିବାର ସାହସ ମଧ୍ୟ ନଥିଲା l ଭାବିଲା ଅସୁବିଧା ରେ ପଡିଥିବା ବ୍ୟକ୍ତି କୁ ସାହାଯ୍ୟ କରିବା ପ୍ରତ୍ୟେକ ମନୁଷ୍ୟ ର ଧର୍ମ l ତେଣୁ ପାଦ ପରେ ଝିଅଟିର ହାତ ପାପୁଲି ଦିଟାକୁ ନିଜ ହାତରେ ଆଉଁସି ଦେଇଥିଲା l ପରେ ଝିଅଟିକୁ ଟିକେ ଆଶ୍ୱସ୍ତ ଲାଗିବା ପରେ ସେ ନିଜ ହାତକୁ ଅମିତ ହାତରୁ କାଢି ନେଇଥିଲା l କିଛିକ୍ଷଣ ପାଇଁ ଦିଜଣ ଙ୍କ ମନରେ ସଂକୋଚଭାବ ଆସିଥିଲେ ମଧ୍ୟ ଦୁହେଁ ପ୍ରକୁତିସ୍ଥ ହେଇଯାଇଥିଲେ l

          "ଆଲୋ ମା ତୋ ଦେହ ଭଲ ନାହିଁ କି ? ଯଦି

ଭଲ ନାହିଁ ଏକା ଏକା ଟ୍ରେନ ରେ ଯାତ୍ରା କରୁଛୁ କଣ ପାଇଁ l କାଳେ କିଛି ହେଇଯାଇଥାନ୍ତା ଯଦି ! ତୋ ଘର କୋଉଠି ?  କିଛି ସମୟ ନୀରବରେ କଟିବା ପରେ ପାଖରେ ଠିଆ ହେଇଥିବା ବୁଢା ମଉସା ସେ ଝିଅ ଆଡକୁ ନିଜ ପ୍ରଶ୍ନ ପୁଟୁଳି ଟା ଖୋଲିଦେଲେ l ନାଁ ମଉସା .....ସେମିତି କିଛି ବିଶେଷ ଦେହ ଖରାପ ନାହିଁ l ମୁଁ କଟକ ରେ ଗୋଟେ ଘରୋଇ ଫ୍ୟାସନ କଲେଜ ରେ ପଢେ l ଏଇ କିଛିଦିନ ହେଲା ଆମ ସେମିଷ୍ଟାର ପରୀକ୍ଷା ଚାଲିଥିଲା ତ ଠିକ ସେ ଖିଆପିଆ ଆଉ ଶୁଆ ମଧ୍ୟ୍ୟ ହେଇନି l ଆଉ କାଲି ପରୀକ୍ଷା ସରିଲା l ଆଜି ବଡ଼ବନ୍ଧ ନିଜ ଘରକୁ ଯାଉଛି l ସକାଳୁ ସକାଳୁ କାଳେ ଟ୍ରେନ ଟା ମିସ ହେଇଯିବ ଭାବି ନ ଖାଇ ନ ପିଇ ହଷ୍ଟେଲ ରୁ ବାହାରି ଆସିଲି l ତେଣୁ ଭୋକରେ ମୁଣ୍ଡଟା ବୁଲେଇ ଦେଲା ଆଉ ମୁଁ ଅଚେତ ହେଇ ପଡିଲି l ଆଛା ଆଛା ...ତାହାଲେ ମା ଟିକେ ବିଶ୍ରାମ ନେଇଜା l ବୁଢା ମଉସା ଝିଅଟିର କଥା ଶୁଣି ତାକୁ ପରାମର୍ଶ ଦେଇ ନିଜ ସିଟ ରେ ଯାଇ ବସିଲେ l ଅମିତ କିଛି ସମୟ ତଳେ ଯୋଉ ବୁଢା ମଉସା ଙ୍କୁ ମନେ ମନେ ଗାଳି ଦେଉଥିଲା ଏବେ ସେ ବୁଢା ମଉସା ଙ୍କୁ ମନେ ମନେ ଧନ୍ୟବାଦ ଜଣାଇଲା l ଯୋଉ କଥା ଅମିତ ସେତେବେଳୁ ଭାବୁଥିଲା ପଚାରିବ ବୋଲି ବୁଢା ମଉସା ଜଣଙ୍କ ସତେ ଯେମିତି ତା ମନ କଥା ଜାଣିପlରି ସେ ଝିଅକୁ ପ୍ରଶ୍ନ କରିଥିଲେ l 

      "ଆରେ ମଉସା ଆଜି କାଲି କା ଝିଅ ଙ୍କ ନଖରା ତମେ ଜାଣିନ l ତାଙ୍କର ଫ୍ୟାସନ ପ୍ରତି ଆକୃଷ୍ଟ ବେଶୀ ଆଉ ଖାଇବା ଅପେକ୍ଷା ଡାଏଟିଂ ରେ ମନ l ଦେହ ଖରାପ ହବନି ତା ଆଉ କଣ ହବ l ନିଜକୁ ମନେ ମନେ ଫିଲ୍ମ ର ଗୋଟେ ଗୋଟେ ହେରୋଇନ ଭାବନ୍ତି l " ହଠାତ ପଖରେ ବସିଥିବା ପିଲାଟି ଝିଅ ଟିକୁ ଆକ୍ଷେପ କରି ବୁଢା ମଉସା କୁ ତା ଅନାବଶ୍ୟକ ମନ୍ତ୍ୟବ ଦେଲା l କିନ୍ତୁ ତା କଥା କୁ ବୃଥା ଭାବି କେହି ଧ୍ୟାନ ଦେଲେନାହିଁ ସତ କିନ୍ତୁ ଝିଅଟିକୁ ଆହୁରି ରାଗ ଲାଗିଥିଲା l ପରେ କିନ୍ତୁ ନିଜ ରାଗ କୁ ଶାନ୍ତ କରି ଧିରସ୍ଥିର ହେଇ ବସିଲା l ଅମିତ ମଧ୍ୟ ଏସବୁ ଶୁଣି ଚୁପ ହେଇ ରହିଗଲା l 

     ଏପଟେ ଅମିତ କିଛି ସୁଯୋଗ ଟିଏ ଖୋଜୁଥିଲି ସେ ଝିଅ ସହ କଥା ହେବା ପାଇଁ କିନ୍ତୁ ପାଉ ନଥିଲା l ସେ ତା ପାଇଁ ଏତେ କଲା ଅନ୍ତତଃ ଧନ୍ୟବାଦ ଟେ ଜଣାଇଥାନ୍ତା l କେମିତିକା ଝିଅ ଟେ କେଜାଣି l ଅମିତ ମନେ ମନେ ଭାବୁଥିଲା l ଠିକ ଏହି ସମୟରେ ସେଇ ବଗି ରେ ଗୋଟେ ଚାହା ଵାଲା ଟେ ଆସିଲା l ବିଲେଇ କପାଳକୁ ଶିକା ଟା ଛିଡ଼ିବା ଭଳି ଚାହା ଵାଲା ଟା ଠିକ ସମୟରେ ପହଂଚିଗଲା l ଆଉ ବିଶେଷ ଡେରି ନକରି ଅମିତ ଦିଟା ଚାହା ଆଉ ଦିଟା ବିସ୍କୁଟ ପ୍ୟାକେଟ କିଣିନେଲା l ସେଥିରୁ ଗୋଟେ ଚାହା ଆଉ ଗୋଟେ ବିସ୍କୁଟ ପ୍ୟାକେଟ କୁ ସେ ଝିଅ ଆଡ଼େ ବଢ଼ାଇ ଦେଲା l ପ୍ରଥମେ ତା ଝିଅଟି ସେ ସବୁ ନବା ପାଇଁ ସଂକୋଚ କଲା କିନ୍ତୁ ଅମିତ ବାଧ୍ୟ କରିବାରୁ ଝିଅଟି ନେଇ ଧନ୍ୟବାଦ ଜଣାଇ ଥିଲା l "ଆରେ କିଛି ଖାଇଦିୟ l ସକାଳୁ କିଛି ଖାଇନ l ଭୋକରେ ଅଚେତ ବି ହେଇଯାଇଥିଲ l ଟିକେ କଣ ଖାଇଦେଲେ ଦେହ ଭଲ ଲାଗିବା l ଅମିତ ପରାମର୍ଶ ଦେଲା l ତାପରେ ଦୁହେଁ ଚାହା ପିଇଥିଲେ ଓ ଗପସପ କରିବାରେ ଲାଗିଗଲେ l ଝିଅଟି ମଧ୍ୟ ଅମିତ ର ଆଚରଣ ଆଉ ବ୍ୟବହାର ରେ ଖୁସି ମନେ କରୁଥିଲା l ଖୁବ କମ ସମୟ ଭିତରେ ସେମାନେ ପରସ୍ପର ମଧ୍ୟ୍ୟରେ ମଜ୍ଜି ଗଲେ l

      "ଆଜ୍ଞା କ୍ଷମା କରିବେ ମୋ ଯୋଗୁ ଆଜି ଆପଣଙ୍କୁ ଏତେ କଷ୍ଟ କରିବାକୁ ପଡିଲା" l ହଠାତ ଝିଅଟି ଚାହା ପିଉ ପିଉ ଅମିତ କୁ କହିଲା l ପ୍ରଥମ କରି ଝିଅଟି ତା ସହ କଥା ହେବାରୁ ଅମିତ ମନେ ମନେ ଖୁସି ହେଲା l ଆରେ ନା ନା ଏଥିରେ କଷ୍ଟ କଣ l କିଏ ଅସୁବିଧାରେ ପଡ଼ିଥିଲେ ତାକୁ ସାହାଯ୍ୟ କରିବା କଣ ଖରାପ l ନାଇଁ ଯେ ଆପଣ ଅଯଥାରେ ଏତେ ସବୁ କଲେ ମତେ ଭଲ ଲାଗୁନି l ମୁଁ ନିଜକୁ ଦୋଷୀ ମନେକରୁଛି , ଝିଅଟି କହିଲା l ଆଛା ଛାଡ଼ ସେକଥା ଏବେ ଆପଣଙ୍କୁ ଠିକ ଲାଗୁଛି ତ ? ଅମିତ ପ୍ରଶ୍ନ କଲା l ହଁ ଆଜ୍ଞା l ଝିଅଟି ପ୍ରତିଉତ୍ତର ଦେଲା l କିଛି ସମୟ କଥା ହବା ଭିତରେ ଝିଅଟି ବ୍ୟସ୍ତ ହେଇ ପଡିଲା l ହଠାତ ଠିଆ ହେଇ କଣ ଗୋଟେ ଖୋଜିବାକୁ ଲାଗିଲା l କଣ ହେଇଛି କିଛି ଖୋଜୁଛନ୍ତି କି ? ଅମିତ ପ୍ରଶ୍ନ କଲା l ହଁ ଆଜ୍ଞା ମୁଁ ମୋ ମୋବାଇଲଟା କୋଉଠି ରଖିଦେଇଛି ପାଉନି l ସେଇଟା ଖୋଜୁଛି l ଝିଅଟି କହିଲା l ଯଦି ଖରାପ ନ ଭାବନ୍ତି ତାହାଲେ ଆପଣ ଟିକେ ଆପଣଙ୍କ ମୋବାଇଲ ଦେଲେ ମୁଁ ମୋ ମୋବାଇଲ କୁ ରିଙ୍ଗ କରିଦିୟନ୍ତି l ଅମିତ ସଙ୍ଗେ ସଙ୍ଗେ ନିଜ ମୋବାଇଲ କୁ ଝିଅଟି ଆଡକୁ ବଢ଼ାଇ ଦେଲା l ଝିଅଟି ମୋବାଇଲ ଟି ନେଇ ନିଜ ମୋବାଇଲ କୁ ରିଙ୍ଗ କଲା l ସିଟ ତଳେ ନିଜ ମୋବାଇଲ କୁ ପଡିଥିବାର ଦେଖି ଉଠାଇ ଆଣିଲl ଆଉ ଅମିତ କୁ ପୁଣି ଧନ୍ୟବାଦ ଜଣାଇଲା l 

     କିଛି ସମୟ ପରେ ଟ୍ରେନ ଟି ଯାଇ ରାହାମା ଷ୍ଟେସନ ରେ ପହଂଚିଲା l ପlଖରେ ବସିଥିବା ବୁଢା ମଉସା ଟ୍ରେନ ରୁ ଓଲ୍ହାଉ ଓଲ୍ହାଉ ଝିଅଟିକୁ କହିଲେ ମା ଘରେ ଠିକ ସେ ଯାଇ ପହଁଚିବୁ l ନିଜ ଦେହର ଯତ୍ନ ନବୁ l ମୁଁ ଚାଲିଲି l ହଁ ମଉସା l ଝିଅଟି ଉତ୍ତର ଦେଲା l ଏତିକି ବେଳେ ପାଖରେ ବସିଥିବା ପିଲାଟି ଉପରେ ପଡି କହିଲା ମଉସା ତମେ ଜମା ରୁ ବ୍ୟସ୍ତ ହୁଅନି ଦରକାର ପଡିଲେ ମୁଁ ନିଜେ ଯାଇ ଝିଅଟିକୁ ତାଙ୍କ ଘରେ ନହଲେ ଛାଡ଼ିଦେଇ ଆସିବି l ତମେ ଯାଅ ମଉସା l "ଭାଇ ଆପଣଙ୍କୁ ମୋ ବିଷୟରେ ଜମାରୁ ଚିନ୍ତା କରିବା ଦରକାର ନାହିଁ l ମୋ ବାପା ମତେ ନଵା ପାଇଁ ଷ୍ଟେସନରେ ଅପେକ୍ଷା କରିଛନ୍ତି l" ପିଲାଟିର ଏଇ କେଇପଦ କଥା ଶୁଣି ଝିଅଟି ଭୀଷଣ ରାଗିଗଲl ଆଉ ନିଜକୁ ସମ୍ଭାଳି ନପାରି ତାକୁ ଶୁଣାଇ ଦେଲା l ଏଥର ପିଲାଟି ନିଜକୁ ଅପମାନିତ ମନେକରି ସେ ସିଟ ରୁ ଉଠି ଅନ୍ୟ ଆଡକୁ ବସିବାକୁ ଚାଲିଗଲା l ପିଲାଟି ଚାଲିଯିବାର ଦେଖି ଶେଷରେ ଯାଇ ଝିଅଟି ଟିକେ ଶାନ୍ତି ରେ ନିଶ୍ୱାସ ମାରିଲା l ଟ୍ରେନଟି ରାହାମା ଛାଡି ବଡ଼ବନ୍ଧ ଷ୍ଟେସନ ଅଭିମୁଖେ ଆଗେଇ ଚାଲିଥିଲା l ବଡ଼ବନ୍ଧ ଷ୍ଟେସନ ରେ ଓଲ୍ହାଇଵା ପାଇଁ ନିଜକୁ ପ୍ରସ୍ତୁତ କରି ଝିଅଟି ଅମିତ ଠୁ ବିଦାୟ ନେଲା l ଉପର ରାର୍ୟାକରୁ ନିଜ ବ୍ୟାଗ କାଢ଼ିବାକୁ ଉଦ୍ୟମ କରୁଥିବା ବେଳେ ମାନବିକତା ଦୃଷ୍ଟିରୁ ଅମିତ ନିଜେ ଯାଇ ରାର୍ୟାକ ଉପରୁ ଝିଅଟିର ବ୍ୟାଗ କାଢିଦେଇ ଗେଟ ଯାଏଁ ଆଗେଇ ଯାଇଥିଲା l ଟ୍ରେନଟି ଯାଇ ରହିଲା ବଡ଼ବନ୍ଧ ଷ୍ଟେସନରେ l ଝିଅଟି ଟ୍ରେନରୁ ଓଲ୍ହାଇ ପୁନର୍ବାର ଅମିତ କୁ ଧନ୍ୟବାଦ ଜଣାଇ ପୁଣି ଦେଖାହବ କହି ଆଗେଇଗଲା l ଶୁଣିବେ ତୁମ ନା'ଟା ତ କହିଲନି ଅମିତ ପଛରୁ ପଚାରିଲl l ପ୍ରଥମେ ମୋ ମୋବାଇଲ ନମ୍ବରଟା ସେଭ କର l କଲ କଲେ ମୋ ନାଁଟା କହିବି l ଏତିକି କହି ଝିଅଟି ଗୋଟିଏ ସ୍ମିତ ହସ ଭରିଦେଇ ପୁଣି ନିଜ ବାଟରେ ଆଗେଇଗଲା l ଏହି ସମୟରେ ଟ୍ରେନଟି ଆଗକୁ ଗଡିଚାଲିଲା ଆଉ ଝିଅଟି ଅମିତ ର ଦୃଷ୍ଟି ପଟଳ ରୁ ଅଦୃଶ୍ୟ ହେଇଗଲା l ସଙ୍ଗେସଙ୍ଗେ ଅମିତ ନିଜ ଭାବନା ବଳୟ ରୁ ବାହାରି ନିଜ ମୋବାଇଲଟିକୁ ପକେଟରୁ କାଢି ଝିଅଟି ରିଙ୍ଗ କରିଥିବା ନମ୍ବରକୁ ସେଭ୍  କରିଦେଲା ନୂଆ ନାଁ ଦେଇ "ସିଟ ନମ୍ବର ୨୩" l ଟ୍ରେନଟି ଗଡି ଚାଲିଥିଲା ପାରାଦ୍ୱୀପ ଅଭିମୁଖେ l

 ସମାପ୍ତ 

✒️ ଅନିଲ କୁମାର ସାହୁ 

      ସିଭିଲ ଇଂଜିନିୟର 

      ଭୁବନେଶ୍ୱର 

      7978159364


Rate this content
Log in

Similar oriya story from Drama