Anil Sahoo

Comedy Drama Romance

4.3  

Anil Sahoo

Comedy Drama Romance

ବର୍ଷା ଆସୁଛି

ବର୍ଷା ଆସୁଛି

3 mins
607


       ହେଇଟି ଶୁଣୁଛ.... ସକାଳ ସାତଟା ବାଜିଲାଣି । ଜଲଦି ଉଠ । ମୋର ସ୍କୁଲ ଯିବାକୁ ଡେରି ହେଲାଣି ।ସୀମାଙ୍କରୋଶ ଭରା କଣ୍ଠ ଶୁଣି ଅମ୍ଲାନ ବାବୁଙ୍କ ନିଦ ଭାଙ୍ଗିଗଲା । ସାଙ୍ଗେ ସାଙ୍ଗେ ବିଛଣାରୁ ଉଠି ନିତ୍ୟକର୍ମ ସାରି, ଖବର କାଗଜକୁ ଧରି ଘର ଅଗଣାରେ ଥିବା ଚେୟାର ଉପରେ ବସି ପଡିଲେ ।

            ଅମ୍ଲାନ ବାବୁଙ୍କ ବିବାହକୁ ଚାରି ବର୍ଷ ପୁରିଲାଣି । ସେ ବ୍ୟାଙ୍କରେ ଜଣେ କର୍ମଚାରୀ । ଆଜି ମାସର ଦ୍ୱିତୀୟ ଶନିବାର ଆଉ ବ୍ୟାଙ୍କ ବନ୍ଦ । ଛୁଟି ଥିବାରୁ ସେ ପ୍ରତିଥର ଭଳି ଘରେ ବସି ବହି ଆଉ ଖବର କାଗଜ ପଢି ସମୟ ଅତିବାହିତ କରନ୍ତି । ସ୍ତ୍ରୀ ସୀମା ଜଣେ ସରକାରୀ ସ୍କୁଲର ଶିକ୍ଷୟତ୍ରୀ । ଏଇ ଦୁଇ ଜଣଙ୍କୁ ଛାଡିଦେଲେ ଅମ୍ଲାନ ବାବୁଙ୍କ ବୟସ୍କ ବାପା ମା ତାଂକ ସହରୁହନ୍ତି । ପରିବାର କହିଲେ ଏଇ ଚାରି ପ୍ରାଣୀ ।

            

ଖବର କାଗଜର ପୃଷ୍ଠା ଲେଉଟଓ....

             ସୀମା....ଶୁଣୁଛ.... ଆଜି 'ବର୍ଷା ଆସୁଛି' । ଅମ୍ଲାନ ବାବୁଙ୍କ ଏଇ କେଇ ପଦ କଥା ଶୁଣି ସୀମା ହଠାତ ବିଚଳିତ ହୋଇ ପଡିଲେ ଓ କଣ ବୁଝିଲେ କେଜାଣି, ରାଗ ତମ ତମ ହେଇ ଗରମ ଚା କପ ଟିକୁ ଟେବୁଲ ଉପରେ  ଥୋଇଦେଇ ସ୍କୁଲ ଚାଲିଗଲେ । ଅମ୍ଲାନ ବାବୁ ଚେୟାର ଉପରେ ନିଜକୁ ଆଉଜାଇ ଖବର କାଗଜ ପଢ଼ୁଥାନ୍ତି ମାତ୍ର ଅନ୍ୟମନସ୍କ ରେ ସୀମା କେତେବେଳୁ ଚା କପ ଟା ଥୋଇଦେଇ ଚାଲିଗଲେଣି ସେ ପ୍ରତି ତାଙ୍କର ଧ୍ୟାନ ନାହିଁ ।

              ଏପଟେ ସ୍କୁଲରେ ପହଂଚି ସୀମା ନିଜ କ୍ଲାସ ଶେଷ କରି ଷ୍ଟାଫରୁମରେ ବସିଥାନ୍ତି ସତ କିନ୍ତୁ ଚିନ୍ତିତ ଆଉ ହତାଶର ଆଭାସ ତାଙ୍କ ମୁଖ ମଣ୍ଡଳରେ ସ୍ପଷ୍ଟ ବାରି ହେଇ ପଡ଼ୁଥାଏ । ମନରେ ଭରିଏ ପ୍ରଶ୍ନ, ଯାହାର ଉତ୍ତର ସୀମା ନିଜେ ନିଜ ମନ ଭିତରେ ଖୋଜି ଚାଲିଥିଲେ ।

               'ବର୍ଷା '...... ଅମ୍ଲାନ ବାବୁଙ୍କ କଲେଜର ସହପାଠୀ । ଦୁହେଁ ସାଙ୍ଗ ହେଇ କଲେଜରେ ପାଠ ପଢୁଥିଲେ । ପାଠ ପଢା ମଧ୍ୟରେ ଦୁହେଁ ଦୁହିଁଙ୍କୁ ପସନ୍ଦ ଆଉ ଭଲ ମଧ୍ୟ ପାଉଥିଲେ । କିନ୍ତୁ ସମୟ ଅତିବାହିତ ହବା କ୍ରମରେ କଲେଜର ପଢା ମଧ୍ୟ ସରିଗଲା । ନିଜର ଭବିଷ୍ୟତରେ ଉଚ୍ଚଶିକ୍ଷା ଓ କ୍ୟାରିୟର ଗଢିବାର ଆଶାରେ ବର୍ଷା ଆଉ ଅମ୍ଲାନ ବାବୁଙ୍କ ମଧ୍ୟ୍ୟରେ ମତଭେଦ ଓ ମନମାଳିନ୍ୟ ଯୋଗୁ ଦୁହେଁ ଦୁହିଁଙ୍କ ଠୁ ଅଲଗା ହବାର ନିଷ୍ପତି ନେଇଥିଲେ । ପର ମୁହୂର୍ତ୍ତ ରେ ଅମ୍ଲାନ ବାବୁଙ୍କ ବାହାଘର ସୀମାଙ୍କ ସହ ହେଇଥିଲା । ବାହାଘର ବେଳେ ଏସବୁ କଥା ଅମ୍ଲାନ ବାବୁ ସୀମା ଙ୍କୁ ଜଣେଇ ଥିଲେ ଓ ସୀମା ମଧ୍ୟ ନିଜର ସମର୍ଥନ ଦେଇଥିଲେ । ତାପରଠୁ ସେମାନଙ୍କ ଏକ ନୂଆ ଓ ସରଳ ଜୀବନ ଆରମ୍ଭ ହେଇଥିଲା ।

               କିନ୍ତୁ ପୁଣି 'ବର୍ଷା'ର ନାଁ ଟା ଅଚାନକ ଏମିତି ଶୁଣିବେ ବୋଲି ସୀମା କେବେବି କଳ୍ପନା କରି ନଥିଲେ । ପୁଣି କଣ ସେ ଅମ୍ଲାନ ଙ୍କ ଜୀବନ କୁ ଫେରି ଆସିବ..?? ପୁଣି କଣ ସେମାନେ ଏକାଠି ହେଇଯିବେ...??? ଏମିତି କେତେ ଅବାନ୍ତର ପ୍ରଶ୍ନ ଭିତରେ ସୀମା ନିଜକୁ ହଜାଇ ଦେଇଥିଲେ ଏବଂ ଏତେ ଗୁଡ଼ାଏ ଚିନ୍ତା ସୀମାଙ୍କ ମୁଣ୍ଡ କୁ ଘାରି ପକାଉ ଥିଲା ।

               ଏତିକି ବେଳେ ସ୍କୁଲର ଘଣ୍ଟା ଟା ବାଜି ଉଠିଲା । କେତେବେଳେ ଯେ ଚାରିଟା ବାଜି ଗଲାଣି ଜଣା ପଡିଲାନି । ତର ତର ହେଇ ସୀମା ହାଣ୍ଡ ବ୍ୟାଗ ଟିକୁ ଧରି ଚାଲିଲେ । ସ୍କୁଟିଟିକୁ ଷ୍ଟାର୍ଟ କରି ଘର ଅଭିମୁଖେ ବାହାରି ପଡିଲେ ।

କିନ୍ତୁ.... କୋଉଠି ଥିଲା କେଜାଣି କଳା ହାଣ୍ଡିଆ ମେଘ ଟା ହଠାତ ଗର୍ଜି ଉଠିଲା ଆଉ ତୁହା କୁ ତୁହା ବର୍ଷା ଢାଳି ପକେଇଲା । ଦେଖୁ ଦେଖୁ ଚାରିଆଡେ ଅନ୍ଧକାର ମାଡିଆସିଲା । ଠିକ ଏହି ସମୟରେ ଦୁର୍ଭାଗ୍ୟବଶତଃ ସୀମାଙ୍କ ସ୍କୁଟି ଟା ମଧ୍ୟ ରାସ୍ତା ମଝିରେ ବନ୍ଦ ହେଇଗଲା । ବର୍ଷାର ପ୍ରକୋପ ଏତେ ଥିଲା ଯେ ସୀମା ଆଗକୁ ବଢିବାକୁ ସାହସ କରିପାରିଲେନି । ବାଧ୍ୟ ହେଇ ସ୍କୁଟି କୁରାସ୍ତା କଡ଼କୁ ସାଇଡ କରି ଗୋଟେ ଗଛ ତଳେ ଆଶ୍ରୟ ନେବାକୁ ଉଚିତ ମନେ କଲେ । ଚାରିଆଡେ ଶୂନଶାନ । ମେଘର ଘୋ ଘୋ ଶବ୍ଦରେ ସୀମା ଙ୍କ ମନରେ ଭୟ ଜାତ ହେଲା । ଆଉ ଭୟ ହାବବି ସ୍ୱାଭାବିକ । କଣ କରିବେ କିଛି ବୁଝି ପାରିଲେନି । ହାଣ୍ଡ ବ୍ୟାଗ ରୁ ମୋବଇଲ ଟା ବି ବାହାର କରିବା ସମ୍ଭବ ହଉନଥିଲା । ବର୍ଷା ଟା କେମିତି ଜଲଦି ବନ୍ଦ ହେଇଯାଉ ମନେ ମନେ ଭଗବାନଙ୍କୁ ସ୍ମରଣ କରିବା ଛଡା ଆଉ କିଛି ଅନ୍ୟ ଉପାୟ ମଧ୍ୟ୍ୟ  ନଥିଲା ।

                ଏପଟେ ଅମ୍ଲାନ ବାବୁ ମଧ୍ୟ ବ୍ୟସ୍ତ ହେଇ ପଡ଼ିଥିଲେ । ବାରମ୍ବାର ସୀମା ଙ୍କୁ ଫୋନ କରୁଥିଲେ ମଧ୍ୟ କିଛି ଉତ୍ତର ମିଳୁ ନଥିଲା ।

କିଛି ସମୟ ପରେ.......

ସୀମା....!!

ହଠାତ ପଛ ପଟୁ କାହାର ଶବ୍ଦ ଶୁଣି ସୀମା ଚକିତ ହେଇ ପଛକୁ ବୁଲି ଦେଖନ୍ତେ ପାଖରେ ଅମ୍ଲାନ ବାବୁ ଛିଡା ହେଇଛନ୍ତି । ଅମ୍ଲାନ ବାବୁଙ୍କୁ ନିଜ ପାଖରେ ଦେଖି ସୀମାଙ୍କ ଖୁସି ଆଉ ସାହସର ପରିଧି ଦୁଇ ଗୁଣ ହେଇଗଲା । ଏପଟେ ସୀମା ପୁରା ବର୍ଷାରେ ଓଦା ଜୁଡୁବୁଡୁ । ଅମ୍ଲାନ ବାବୁରାଗରେ ତାଗିଦ କରି କହିଲେ.... ତମକୁ ଖୋଜି ଖୋଜି ମଣିଷ ଥକି ଗଲା । ତମ ଫୋନର ବି ଉତ୍ତର ନାହିଁ । ତମକୁ ସକାଳେ କହିଥିଲା ପରେ ମଧ୍ୟ ତମେ ରେନକୋର୍ଟ ଟା ସାଙ୍ଗରେ ନ ଆଣି ଘରେ ଛାଡ଼ିଦେଇ ଚାଲିଆସିଲ । ଏ ନିୟ ତମ ରେନକୋର୍ଟଟା ପିନ୍ଧି ଦିୟ ଆଉ ମୁଁ ଛତାରେ ଚଳେଇ ଦେବି । ବର୍ଷା ଛାଡିଲେ ଜାଇ ଯିବା ।

              ତମେ ତ ମତେ କିଛି କହି ନଥିଲ..... ପ୍ରତିତ୍ତୋରରେ ସୀମା କହିଲେ । ସଙ୍ଗେ ସଙ୍ଗେ ଅମ୍ଲାନ ବାବୁରୋଶ ଭରା କଣ୍ଠରେ କହିଲେ... ତୁମକୁ ପା ମୁଁ ସକାଳେ ଖବର କାଗଜ ପଢିଲା ବେଳେ କହିଥିଲି କି..... 'ବର୍ଷା ଆସୁଛି'.....ବୋଲି । ମନେ ପଡୁନି ନାଁ କଣ ।

ଆଛା ତମେ ଏ 'ବର୍ଷା' ବିଷୟରେ କହୁଥିଲା... !! ମୁଁ ଭାବିଲି ଆଉ କାହା କଥା କହୁଥିଲ । ସୀମା ନିଜର ନିର୍ବୋଧତା କୁ ବୁଝି ପାରି ଠୋ ଠୋ ହେଇ ହସି ବାକୁ ଲାଗିଲେ ଆଉ ଅମ୍ଲାନ ବାବୁ କିଛି ବୁଝି ନପାରି ସୀମାଙ୍କ ମୁହଁ କୁ ଚାହିଁରହିଥିଲେ ।

ସମାପ୍ତ


✒️ଅନିଲ କୁମାର ସାହୁ 

ଭୁବନେଶ୍ୱର 

7978159364



Rate this content
Log in

Similar oriya story from Comedy