Anil Kumar Sahoo

Drama Horror Thriller

4.0  

Anil Kumar Sahoo

Drama Horror Thriller

କିଏ ତୁମେ

କିଏ ତୁମେ

1 min
276


କିଏ ତୁମେ

ଜାଣି ମୁଁ ପାରେନା

ଖୋଜି ମୁଁ ପାଏନା, 

ଜହ୍ନ ଆସିଲେ ମନେ ପଡେ ତୁମ କଥା

ଫୁଲ କୁ ଦେଖିଲେ ମନେ ପଡେ ତୁମ କଥା l

କିନ୍ତୁ ମନର ଭାଷା କୁହେ

ତମେ ମୋର ଅତି ଆପଣାର ,

କେବେ ମନ କୁହେ

ତମେ ମୋ ଅତି ନିକଟରେ ,

କିନ୍ତୁ କାହିଁ ଅଜଣା ଦେଶରେ l

ତୁମେ ମୋ ସ୍ବପ୍ନର ପରି,

ଆଖି ମୋ ତୁମ ଅପେକ୍ଷା ରେ,

ମନ କୁହେ କହିବାକୁ କେତେ କଥା

କିନ୍ତୁ ତୁମକୁ କିଛି ଜଣାଇ ପାରେନା ,

କାରଣ ମଣିଷ କେବେ ଯେ

ତା ଛାୟା ସହ କଥା ହୋଇ ପାରେନା l

ସୂର୍ଯ୍ୟ ର ଉତ୍ତାପ କେବଳ ଅନୁଭୂତି କରି ହୁଏ ,

କେବେ ଯେ ସ୍ପର୍ଶ କରି ହୁଏନା l

ତୁମେ ଯେ ମୋ ନିକଟରେ ନାହଁ

ହୃଦୟ କେବେ ବି ତା ମାନି ପାରେନା l

କିଏ ତୁମେ ,

ଏବେବି ଜାଣି ମୁଁ ପାରେନା l


ଅନିଲ କୁମାର ସାହୁ l



Rate this content
Log in

Similar oriya story from Drama