ବର୍ଷା ଓ ତୁମେ
ବର୍ଷା ଓ ତୁମେ
ଆଜି କାହିଁ ବର୍ଷାରେ
ତୁମ ମନ ଉଦାସ ଲାଗେ,
ବହୁଦିନ ପରେ ଆଜି
ମୁଁ ମଧ୍ୟ ଏକା ଏକା ଭାବେ ।
ଆଜି ରାତି ଆଉ ଡେରି କରନି
ବାହାରେ ଯେ ଅସରନ୍ତି ବର୍ଷା,
ମୋ ହାତ ଧରି ବାଟ ଚାଲୁଥିଲେ
କଟିଯିବ ରାଗ ରୁଷା l
ଏଇ କେତେଦିନ ହେଲା ମୋୖଶୁମୀ ଫେରିଛି
ଆଖିରେ ଆଖିଏ ସ୍ବପ୍ନ ବି ଦେଇଛି,
ଚାଲିଆସ ମୋ ସାଥିରେ ପ୍ରିୟା
ଭିଜିବାର ଆଜି ମନ ତ ହେଇଛି ।
ଭିଯୁଥିବ ତୁମେ ଭିଯୁଥିବି ମୁଁ
ଆଉ ଭିଯୁଥିବ ସାରା ଦେହ,
କାଦୁଅ ରେ ପାଦ ଚିପି ଚିପି ଚାଲୁଥିବା
ଲାଜରେ ଜହ୍ନ ଲୁଚେଇବ ମୁହଁ ।
ସ୍ବପ୍ନ ଏଇ ରାତି
ଅସରନ୍ତି ଏଇ ପ୍ରୀତି ,
ତୁମେ ମୋ ସାଥିରେ ଥିଲେ
ଭିଯୁଥିବା ସାରା ରାତି l

