Anil Kumar Sahoo

Drama Romance Tragedy

4.0  

Anil Kumar Sahoo

Drama Romance Tragedy

ଛଳନା

ଛଳନା

1 min
425


ନିସ୍ତବ୍ଧ ନିରୋଳା

        ରାତ୍ରି ପ୍ରହର ରେ ,

ନିସଂଗେ ବସିଛି

         ଚନ୍ଦ୍ର ଆଲୋକରେ l


ତୁମ ଅପେକ୍ଷାରେ

          ନିଦ ଲାଗେ ନାହିଁ ,

ବଢୁଥାଏ ଆଶା

           ତୁମ ବାଟ ଚାହିଁ l


ହେଲେ ମୁଁ ଜାଣିଛି

           ତୁମେ ଫେରିବନି ,

ତୁମ ସାଙ୍ଗେ ଦେଖା

            ଆଉ ଯେ ହେବନି l


ମୋର ଏ ବେଦନା

            କିପରି ଚାପିବି ,

ମନକଥା ଖୋଲି

            କାହାକୁ କହିବି ?


ତୁମେ ଥିଲା ମୋର

             ହୃଦୟ ର ତାପ ,

କିନ୍ତୁ ତୁମେ ଆଜି

             ଭୁଲି ତ ଯାଇଛ l


ତୁମେ ସିନା ନାହିଁ

             ଅଛି ସେଇ ରାତି ,

ଭୁଲି ନାହିଁ କେବେ 

            ନ ଭୁଲିବି କେବେ

ତୁମ ମିଠା ସ୍ମୃତି l


ଅନିଲ କୁମାର ସାହୁ 



Rate this content
Log in

Similar oriya story from Drama