Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

ମୁଁ ନା ଆମେ

Drama Romance Others


4  

ମୁଁ ନା ଆମେ

Drama Romance Others


"ଯାତ୍ରା ରୁ ଜାନୁ"

"ଯାତ୍ରା ରୁ ଜାନୁ"

24 mins 327 24 mins 327


ଅଜଣା ଏ ରୋଗ ଯୋଗୁଁ ଆଜି ଚି଼ହ୍ନଲା ମଣିଷ ବି ଅଚିହ୍ନା ପାଲଟି ଯାଇଛନ୍ତି. କାହିଁକି କେଜାଣି ଲାଗେ,ଏ ରୋଗଟା ଭଗବାନ ଙ୍କ ଦ୍ୱାରା ଓ ସାରା ବିଶ୍ୱ କୁ ନିଜର ଅସ୍ତିତ୍ବ ବିଷୟରେ ଜଣେଇବା ପାଇଁ, ଯେମିତି ମଣିଷ ନିଜର ସୀମା ଲଙ୍ଘି ମଣିଷ ରୁ ଭଗବାନ ହବବୋଲି ଭାବି ପ୍ରକୃତରେ ରାକ୍ଷସ ପଥଆଡେ ମାଡି ଯାଉଛି ଅତି ଦ୍ରୁତ ଗତିରେ, ସେ ଗତିକୁ ଧୀରକରି ଭଗବାନ ମଣିଷ ଏକ ଶକ୍ତ ଚାପୁଡ଼ା ଦେଇ, ଟିକେ ଭାବିବାର ସମୟ ଦେଇଛନ୍ତି. କୁଆଡେ ତୁ ଯାଉଛୁ? କାହିଁକି ଆସିଛୁ? କାହଁକି ଏମିତି କରୁଛୁ?ଏମିତି କରିଲେ ଯାହା ଫଳ ମିଳିବ,ତାକୁ ସହ୍ୟ କରିବାର ଶକ୍ତି ତୋ ପାଖେ ଅଛି ତ'?ଏମିତି ଅନେକ ପ୍ରଶ୍ନ ଆଜି ଆଲୋକ ର ମନ କୁ ବିଚଳିତ କରିଦେଇଛି.

ଆଜି ସେ ଏତେ ବଡ ସହରରେ ଯେମିତି ଏକା, ସବୁ ରାସ୍ତା ପ୍ରାୟ ଖାଲି, ଖାଲି ସାଇରନ୍ କେତେବେଳେ ପୋଲିସ ର ତ କେତେବେଳେ ଆମ୍ବୁଲାନ୍ସ ର, ଉଭୟେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସତ, ହେଲେ ତାଙ୍କ ସେ ଶବ୍ଦ ଶୁଣିବା କ୍ଷଣି ନିଜର ଅସ୍ତିତ୍ବ ଉପରେ ସନ୍ଦେହ ହେଉଛି ତ, କେବେ ସତେ ଯେମିତି ଜୀବନର ଶେଷ ଘଣ୍ଟି ଭଳି ମନେ ହେଉଛି. ଆଉ ଏ ସବୁ ସହ୍ୟ କରିବା ଆଲୋକ ପକ୍ଷେ ସମ୍ଭବ ହେଉନି. ତାର ସୃଚନ ଶକ୍ତି ସମ୍ପନ୍ନ ମସ୍ତିଷ୍କ ଏଥି ରହି ଖାଲି ପଥର ଟିଏ ହେବା ଅପେକ୍ଷା ରେ, ଶେଷରେ ସ୍ଥିର କଲା ଓଡିଶା ଫେରି ଆସିବାକୁ, ତେଣିକି ଯାହା ହଉଚି ହଉ. ଏବେ ତ ଘରୁ କାମ କରିବାକୁ ପଡୁଛି( work from home ). ଏଠି ରହିଲେ ଯାହା ଗାଁ ରେ ରହିଲେ ସେଇଆ, ଖାଲି ଫୋନ କୁ ଡାଟା ରୂପୀ ଖାଦ୍ୟ ମିଳୁଥିଲେ ହେଲା.

ତାଲାବନ୍ଧ-୫ ଆରମ୍ଭ ହୋଇଥାଏ, ଟ୍ରେନ ଚାଲୁହୋଇଥାଏ, ସାଙ୍ଗେ-ସାଙ୍ଗେ ଟ୍ରେନରେ କେମିତି ସେଥିରୁ ବୁଝାବୁଝି କଲା, ଅନଲାଇନ୍ ଟିକେଟ କଲା. ତିନି ଦିନ ପରର ଟିକେଟ ମିଳିଲା. ଆଲୋକ ଏବେ ଟିକେ ଶାନ୍ତି ରେ ନିଶ୍ୱାସ ନେଲା, ହେଲେ ଶାନ୍ତି ଥିଲେ ଏ କ'ଣ ମଣିଷ ଜୀବନ ହେଇଥାନ୍ତା. ଗାଁ ରେ ବାପା-ବୋଉ ଙ୍କୁ ଜଣେଇ ଦେଲା, ଯିବ ବୋଲି. ଯାହା ନବା କଥା ଘରକୁ ସବୁ ବ୍ୟାଗ ରେ ଭର୍ତ୍ତି କଲା. ଖାଇବା କୁ କିଛି ଶୁଖିଲା ଖାଦ୍ୟ ସାଥିରେ ରଖି ନେଲା. ଘର ଚାବି, ମାଲିକ ଙ୍କୁ ଦେଇ, ଆଗୁଆ ଦୁଇ ମାସ ର ଭଡା ଦେଲା, ମାଲିକ ମନା କରୁଥିଲେ ହେଲେ ଆଲୋକ ବାଧ୍ୟ କରିବାରୁ ସେ ଭଡା ରଖିଲେ.

ଏବେ ସେ ଅଟୋ ରେ ଷ୍ଟେସନ ପହଁଚିଲା. ବହୁତ କଟକଣା ସାଙ୍ଗକୁ ପୋଲିସ, ସେ ଯାଇ ଯଥା ଶୀଘ୍ର ଯାହା କାଗଜୀ - କାମ ଥିଲା ସରିଲା. ସବୁଠି ସାମାଜିକ ଦୂରତା ରଖିବା କୁ ପଡୁଥାଏ, ତା ଛଡା ବାଟ ନାହିଁ. ସବୁ ଯାଞ୍ଚ ସାରିବା ପରେ, ସେ ଟ୍ରେନ ରେ ଶେଷରେ ଚଢିଲା. ନିଜ ସିଟ ଖୋଜିବା ରେ ଲାଗିଲା, ସିଟ୍ ମିଳିଲା ପରେ ନିଜ ଜିନିଷ ଠିକଣା ଜାଗା ରେ ରଖି, ଗୋଟେ ଲମ୍ବା ନିଶ୍ୱାସ ଟିଏ ମାରିଲା.

ଜଗନ୍ନାଥ ମହାପ୍ରଭୁଙ୍କୁ ମନ ରେ ମୁଣ୍ଡିଆ ଟିଏ ମାରିଲା, ପ୍ରାର୍ଥନା କରୁଥାଏ, ଆମକୁ ଭଲରେ ପହଁଚେଇ ଦିଅ ଓ ଏସବୁ ଅସୁବିଧା, ବ୍ୟାଧି ଯଥା ସମ୍ଭବ ଦୂର କର ପ୍ରଭୁ... ଦୂର କର...

ଠିକ ଏତିକି ବେଳକୁ କେହି ଜଣେ କହିଲା, ଏଇଟା ବୋଧେ ସିଟ ନମ୍ୱର୍-୭?

(କୋଭିଡ-19 ଓ ସାମାଜିକ ଦୂରତା ରକ୍ଷା କରିବା କୁ ତାଗିତ୍ କରା ଯାଇଥିଲା)

ସେ ଥିଲା ଏକ ଝିଅର ପ୍ରଶ୍ନ, ଏତେ ଦିନ ପରେ କୋଉ ଝିଅ ର କୋମଳ କଥା କାନ ରେ ବାଜିବା କ୍ଷଣି ଆଲୋକ ମନ ରେ ଶିହରଣ ଖେଳିଗଲା.  

ପ୍ରତିଉତ୍ତର ଦେଲା ଆଲୋକ - ଆଜ୍ଞା ହଁ, ଏଇଟା ସିଟ ନମ୍ୱର୍ -୭.

ଝିଅ - Thank you

ଆଲୋକ ଟିକେ ସ୍ମିତ ହାସ୍ୟ ଦେଇ କହିଲା- welcome

ଝିଅ ଟି ମଧ୍ୟ ଟିକେ ସ୍ମିତ ହାସ୍ୟ ଦେଲା, ଉଭୟେ ନିଜ କାମ ରେ ଲାଗିଗଲେ, ସେଇ ଝିଅଟି ନିଜ ଜିନିଷ ଠିକ ଜାଗାରେ ରଖିଲା, ନିଜ କେଶ ବିନ୍ୟାସ କୁ ଟିକେ ସଜାଡି ଦେଲା, ମୁହଁ ରେ ଥିବା ମୁଖା ବା ମାକ୍ସ କୁ ଟିକେ ଠିକ କଲା, ନିଜ ବ୍ୟାଗ ରୁ ଇଅର-ଫୋନ ଓ ପାଣି ବୋତଲ ଟିଏ ବାହାର କଲା. ନିଜ ସିଟ ରେ ବସି ବୋଧେ କିଛି ଗୀତ ଶୁଣିବାକୁ ଲାଗିଲା. ଆଉ ଆଲୋକ! ନିଜ କାମ ବାବଦକୁ ସେ ଝିଅ ର କାମ କୁ ଦେଖୁଥାଏ. ଯେମିତି ସେ ତାକୁ କହିଛି ମତେ ଅନେଇଥା, ମୁଁ ଯାହା କରୁଛି ତା ଉପରେ ଏକ ସ୍ତମ୍ଭ ପ୍ରକାଶ କରିବାକୁ ପଡିବ. ଏଇ ଭିତରେ ଝିଅ ଆଖି ରେ ଆଖି ପଡିଯିବାରୁ, ଆଲୋକ କୁ ଟିକେ ଲାଜ ଲାଗିଲା. ସେ ତାକୁ ନଦେଖିବା ପରି ବାହାନା କରୁଥାଏ. ଝିଅଟି ବୋଧେ କିଛି ପଢା ପଢି କରୁଥିଲା, ବୟସ ଦେଖିଲେ ୨୦-୨୨ ଭିତରେ ଲାଗୁଥିଲା, ବର୍ଣ୍ଣ ସ୍ବର୍ଣ୍ଣ-ଧାନ! ପରି ଥିଲା, ହଳଦୀ ଓ ଗହମୀ ରଙ୍ଗ ର ଏକ ସଠିକ ମିଶ୍ରଣ. ତା ମୁହଁରେ କେବଳ ତା' ଆଖି ଓ ଭ୍ରୁଲତା ଦେଖା ଯାଉଥାଏ, କାରଣ ହେଲା ଏଇ କୋରୋନା, ତା ପ୍ରଭାବ ରୁ ରକ୍ଷା ପାଇବା ପାଇଁ ସେ ମୁହଁ ରେ ମାସ୍କ ଓ ମୁଣ୍ଡ ରେ ଓନି ପରି କିଛି ବାନ୍ଧିଚି. ଥରେ ଖାଲି ଓନି ଠିକ କଲା ବେଳକୁ ତା ମୁହଁ ପୁରା ଦେଖିବାର ସୁଯୋଗ ମିଳିଥିଲା.

ଏମିତି କିଛି ସମୟର ନୀରବତା ଓ ଅନ୍ୟ ଯାତ୍ରୀ ମାନଙ୍କର କୋଳାହଳ ଭିତରେ, ଆଲୋକ ଆଖିରେ ପଡିଲା ଦୂରରେ ଥିବା ଜାଣେ ବ୍ୟକ୍ତିଙ୍କ ହାତରେ ଖବର କାଗଜ ଟିଏ. ହଠାତ ତାର ମନେ ପଡିଲା ତା ପାଖରେ ମଧ୍ୟ କିଛି ବହି ଅଛି, ଆଉ ସେଥିରୁ ଗୋଟିଏ ବାହାର କରି ପଢିଲେ, ନିଜର ବୁଦ୍ଧିମତା ଓ ଜ୍ଞାନୀ ହୋଇଥିବାର ପରିଚୟ ଦେଇ, ସେ ଝିଅଟିକୁ ପ୍ରଭାବିତ କରିହବ.

ପ୍ରଥମେ ଭାବିଲା କୋଉ ବହି ପଢିବ ତା ପାଖରେ କେବଳ ଇକୋନୋମିକ୍ସ ବହି (economics book) ଓ ପୁରୁଣା ଆଈ-ମା ଗପ ପସନ୍ଦ ବୋଲି କିଛି ଗପ ବହି ଅଛି ଓଡ଼ିଆ ର ଯେମିତିକି ଜହ୍ନ ମାମୁଁ, ଶୁଆ-ଶାରୀ କାହାଣୀ ଓ ଏମିତି କିଛି ଅଲଗା ବହି. କ'ଣ କରିବ? ଶୁଣି ଥିଲା ଝିଅ ଙ୍କର ବୟସ ବଢ଼େନି, ହେଲେ ତାହା କେତେ ଦୂର ସତ! କି? ଏ ଝିଅଟି, ବୟସ ବଢିବା ରେ ବିଶ୍ୱାସ କରେ କି ନାହିଁ ତା ମଧ୍ୟ ଜାଣି ନଥିଲା.

ଅନେକ ବାଛ ବିଚାର ପରେ ବାଧ୍ୟ ହୋଇ ଜହ୍ନ ମାମୁଁ ବହି ବାହାର କରିଲା, ଟିକେ ସଂକୋଚ କରୁଥାଏ. ହେଲେ ବାହାର କଲା, ମନ କୁ ବୁଝୋଉଥାଏ, ଏ ଝିଅର ବୟସ ବଢ଼ିନଥିବ...ମ... ! ବାହାର କରି, ପଢିବା କୁ ଲାଗିଲା, ବହି ପଢା ଅପେକ୍ଷା ତାର ନଜର ସେଇ ଝିଅ ଟି ଉପରେ ଥାଏ. ମଝିରେ ମଝିରେ ବହି ର ପୃଷ୍ଠା ଆଡେଇବା ବାହାନା ରେ ଝିଅ ଟିକୁ ଦେଖୁଥାଏ, ଅନୁମାନ କରୁଥାଏ କେତେବେଳେ ଝିଅ ତାକୁ ଦେଖିବ.

ସତକୁ ସତ କିଛି ସମୟ ପରେ ଝିଅଟି, ଆଲୋକ କୁ ଜହ୍ନ ମାମୁଁ ପଢ଼ୁଥିବାର ଦେଖିଲା. ଓ ବିନମ୍ର ଭାବେ ଏକ ଛୁଆଳିଆ ହସ ସହ ପଚାରିଲା...

ଝିଅ- ଆପଣଙ୍କୁ, ପୁରୁଣା ଗପ ଭଲ ଲାଗେ ବୋଧେ? ସେ ସିଟ ରେ କେହି ନଥିଲେ ତେଣୁ ଝିଅଟି ତାକୁ ପଚାରୁ ଥିବ ତାହା ତ ନିଶ୍ଚୟ ଥିଲା, ଏଇ ଅପେକ୍ଷା ରେ ତ ଆଲୋକ ଥିଲା, ତା ଅନୁମାନ ସତ ହେଲା, ଝିଅର ବୟସ ବଢିନି.

( ଟିକେ ସ୍ମିତ ହସି ଦେଇ)ଆଲୋକ- ଆଜ୍ଞା, ମତେ ପୁରୁଣା ବହି ପଢିବା ଓ ତାକୁ ସଂଗ୍ରହ କରିବାକୁ ଭଲ ଲାଗେ.ତିଳେ ହେଲେବି ସଂକୋଚ ନ କରି ଝିଅଟି ପଚାରିଲା.

ଝିଅ - ମତେ ବି ଏପରି ବହି ବହୁତ ପସନ୍ଦ. ଯଦି ଆଉ ବହି ଅଛି ଦେବେ ଟିକେ ପଢିବାକୁ.

ଆଲୋକ ମନ ଖାଲି କୁତୁ କୁତୁ ହୋଉଥାଏ, ସେ ଝିଅ ର କୋକିଳ କଣ୍ଠ ନିର୍ଗତ ଶବ୍ଦ ସିଧା କାନ ଦେଇ, ହୃଦୟ ରେ ରକ୍ତ ସହ ମିଶି, ସାରା ଶରୀର କୁ ପ୍ରକମ୍ପିତ କରୁଥାଏ. ତାକୁ ଭଲ ସୁଯୋଗ ମିଳିଲା ସେ ଝିଅ ର ନା ଜାଣିବା କୁ ଓ ଆଉ ଟିକେ ଗପିବାକୁ.

ଆଲୋକ- ହଁ, ନିଶ୍ଚୟ. ନିଜ ବ୍ୟାଗ ରୁ କିଛି ବହି ବାହାର କଲା ଓ ସେ ଝିଅ କୁ ଦେଖେଇଲା ସେ ଝିଅ ଗୋଟିଏ ବହି ନେଲା. ଓ ହସ ହସ ମୁଖ ରେ କହିଲା...

ଝିଅ- ଧନ୍ୟବାଦ. ବହି ପାଇଁ, ଆପଣଙ୍କ ପାଖରେ ଭଲ ବହି ସବୁ ଅଛି.

ଆଲୋକ- (ଟିକେ ହସି ଦେଲା, ଓ ପଚାରିଲା) ଖରାପ ଭାବି ବେନି ଯଦି ଗୋଟେ କଥା ପଚାରିବି....?

ଝିଅ- ପଚାରନ୍ତୁ, ଖରାପ କଥା ନ ହେଇ ଥିଲେ ଖରାପ କାହିଁକି ଭାବିବି... ଏତିକି କହି ହସିଦେଲା.

ଆଲୋକ- ନା ଖରାପ କଥା ନୁହେଁ... ଆପଣଙ୍କ ନା କଣ?

ଝିଅ- ପ୍ରାଚୀ.

ପ୍ରାଚୀ- ଆପଣଙ୍କର ନାଁ ଟା?

ଆଲୋକ - ମୋ ନା ଆଲୋକ. ଆପଣ ପଢାପଢି କରୁଛନ୍ତି ବୋଧେ?

ପ୍ରାଚୀ-ହଁ, MSC in MICRO-BIOLOGY.  ଆଉ ଆପଣ?

ଆଲୋକ- ମୁଁ, MA Economics, ଆଉ MASTER COURSE IN DIGITAL MARKETING. ଏବେ ଗୋଟିଏ ECONOMICS newspaper ପାଇଁ କାମ କରୁଛି ଓ free lancer କିମ୍ବା ପାର୍ଟ ଟାଇମ କହିପାରିବେ ଫାଇନାନ୍ସଶିଆଲ ଆଡ଼ଭାଇସ ଦିଏ. ଆପଣଙ୍କର future planning କଣ?

ପ୍ରାଚୀ- ବହୁତ ଭଲ career ଅଛି ଏଥିରେ. ତେଣୁ, ମୁଁ ୟା ପରେ PhD ପାଇଁ ଭାବୁଛି. ଏମିତି ନିଜ ବିଷୟରେ କିଛି ସମୟ କଥା ହେବା ପରେ, ଉଭୟେ ଜହ୍ନ ମାମୁଁ ପଢିବାରେ ଲାଗି ଗଲେ. ଆଲୋକ ମନ ବହୁତ ଖୁସି ସେ ପ୍ରାଚୀ ସହ କଥା ହେଇଚି.ଏପରି ଗାଡି ଚାଲିଥାଏ, ବେଳେ ବେଳେ କିଛି କଥା ମଧ୍ୟ ହୁଅନ୍ତି. ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଗଲା.

ଗପ ବହି ଛାଡି ଏବେ ସେ ନିଜ ବିଷୟରେ ଗପିବା ଆରମ୍ଭ କଲେ. ଆଲୋକ, ପ୍ରାଚୀ କୁ ଆପ୍ୟାୟିତ କରିବା ପାଇଁ କଥା ମଝିରେ ହାସ୍ୟ ରସ ଢ଼ାଳୁ ଥାଏ. ତାର ଏପରି କଥା ଶୁଣି, ପ୍ରାଚୀ ମଧ୍ୟ ହସି ଦିଏ. ଆଲୋକ କୁ ସେଇ ହସ ଯେମିତି ନୌନିଧି ମିଳିଲା ପରି ଲାଗୁଥାଏ.

ଆଲୋକର ପ୍ରାଚୀ ପ୍ରତି ଆକର୍ଷଣ ବଢିବାରେ ଲାଗିଲା, ତାର ମନେ ହେଲା ସତେ ଯେମିତି ୟାକୁ ସେ ଆଗରୁ ଚି଼ହ୍ନଚି ଅତି ନିକଟରୁ, ସବୁ ନିଜର ସବୁ କଥା ରେ ପ୍ରାଚୀ ଯେମିତି ସାମିଲ ଅଛି. ଆଲୋକ କୁ ପ୍ରାଚୀ ଆଖିରେ ତା' ପାଇଁ କିଛି ଅଛି ବୋଲି ଲାଗିଲା ହେଲେ ସେଟା ତାର ଆକର୍ଷଣ ନା ନିଜ ମନର ଖିଆଲ ଜାଣିପାରୁନି, ଏକ ଦ୍ଵନ୍ଦ ଭିତରେ ଅଛି ଯୋଉଠି, ସତ ଜାଣିବା କୁ ଯେତେ ଆଗ୍ରହ ସେମିତି ଦ୍ଵନ୍ଦ ରେ ଘାଣ୍ଟି ହେବାର ମଜା. ଆଲୋକ ଭାବୁଥାଏ ଅସରନ୍ତି ଏମିତି ଟ୍ରେନ ଚାଲି ଥାଉ, ଏଇ ଦ୍ୱନ୍ଦ କୁ ନେଇ.

ଆଲୋକ ଟିକେ ନିଜର ଭାବନା ଟ୍ରେନର ଚେନ ଭିଡିଲା, ଭାବିଲା ଏତେ କଥା ଭାବୁଛି ହେଲେ ଜାଣିନି ତା ମନ ରେ ଆଉ କିଏ ଅଛି ନା ନାହିଁ. ପ୍ରଥମେ ଜାଣିବା କୁ ହବ ସେ କାହାକୁ ଭଲ ପାଏ ନା ନାହିଁ.

ଠିକ ଏତିକି ବେଳକୁ ପ୍ରାଚୀ ନିଜର ବ୍ୟାଗ ଖୋଲିଲା, କିଛି ଟିଫିନ ବାହାର କଲା. ସେଥିରେ ଥାଏ ପୁରୀ-ଆଳୁକସା, ଓଃ କି ବାସ୍ନା. ଘରୁ ଆସିବା ପରେ ଏମିତିକା ଆଳୁକସା ବାସ୍ନା ମିଳି ନଥିଲା. ଇଚ୍ଛା ହଉଥିଲା ଛଡେଇ କି ଖାଇଦିଅନ୍ତା ହେଲେ କଣ କରିବ କାନ ମୁଣ୍ଡ ଆଉଁସି ବସିଲା.

ପ୍ରାଚୀ ହାତରେ sanitiser ମାରିଲା. ଆଲୋକ କୁ ପଚାରିଲା... ପ୍ରାଚୀ - ଆପଣଙ୍କୁ ଭୋକ ହୋଇନି! ଦିନ ଗୋଟେ ହେଲାଣି. ନିଅନ୍ତୁ ମୁଁ ପୁରୀ-ଆଳୁକସା ଆଣିଛି, ଖାଇକି ଦେଖନ୍ତୁ କେମିତି ହୋଇଛି.

ଆଲୋକ ଭାବିଲା ତା ମନର ଲାଳସା, ତା ମୁହଁ ରେ ବୋଧେ ଦେଖା ଯାଉଛି. ଟିକେ ତାକୁ ଅଡୁଆ ଲାଗିଲା ଓ କହିଲା.

ଆଲୋକ - ଧନ୍ୟବାଦ. ହେଲେ ମୁଁ ଖାଇବା କୁ ଆଣିଛି. ମୁଁ ଟିକେ ଡେରି ରେ ଖାଏ ତ ସେଥିପାଇଁ ଭୋକ ହୋଇନି.

ସେ ବାସ୍ନା ଯୋଗୁଁ ଅଚାନକ ଭୋକ କୁଆଡୁ ମାଡି ଆସିଲା. ସେ ନିଜର ବ୍ୟାଗ ଖୋଲି ବାହାର କଲା କିଛି ଫଳ ବାହାର କଲା ଓ ଖାଇବା କୁ ଚେଷ୍ଟା କଲା, ଭାବୁଥାଏ ସବୁ ଖାଦ୍ୟ ଭଲ ହେଲେବି କାହିଁ ସେ' ଖାଦ୍ୟ ଓ କାହିଁ ଏ' ଖାଦ୍ୟ.

ଆଲୋକର ଫଳ ଖିଆ ଦେଖି, ପ୍ରାଚୀ କହିଲା- ଲାଗୁଛି, ଆପଣ ଟିକେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତି ଲାଗୁଛି କିମ୍ବା ଆପଣଙ୍କ ର ଭରସା ହଉନି, କାଳେ କ'ଣ ମିଶେଇ ଥିବି ଏଥିରେ ଓ ଆପଣଙ୍କୁ ବେହୋସ କରି ସବୁ ନେଇଯିବି . ଡରନ୍ତୁନି... ଦେଖନ୍ତୁ ମୁଁ ଖାଉଛି. (ହସି ହସି କହୁଥାଏ... )

ଏ କଥା ଶୁଣି ଆଲୋକ ମଧ୍ୟ ହସି କି କହିଲା- ମତେ ଡାକୁଛନ୍ତି, ଖାଇ ଦେଲେ ଯଦି ଆପଣଙ୍କୁ ନ ଖାଦ୍ୟ ନ ପାଏ, ତେବେ ମନରେ ଗାଳି ଦେବେନି, ତ?!

ପ୍ରାଚୀ ହସିକି କହିଲା - ମନରେ ଗାଳି ଦେଲେ କ'ଣ ଆପଣ ଜାଣିପାରିବେ. ଆଲୋକ - ହଁ, ମୁଁ ଅନ୍ତର୍ଯ୍ୟାମୀ, ମୁଁ ଜାଣିଦେଵି. ପ୍ରାଚୀ - ହଉ ଠିକ ଅଛି, ଆଜ୍ଞା ଆପଣଙ୍କ ଖାଇବା ହୁଅନ୍ତୁ.ତା ପରେ ଯାହା ଜାଣିବେ କହିବେ.

ଆଲୋକ -ହଉ, ଏତେ କହିଲେଣି ଖାଇଦେବା. ହଉ ମୁଁ ହାତଟା ଧୋଇକି ଆସେ.

ହାତ ଧୋଇ ହୋଇ, ଫେରିଲା ବେଳକୁ ଆଲୋକ ଦେଖିଲା ତା ସିଟ ପାଖରେ ଜଣେ ସ୍ତ୍ରୀ ଲୋକ ବୟସ ୩୦ ପାଖ ପାଖି ହବ, ମୁହଁଟା ଚି଼ହ୍ନl ଲାଗିଲା, ମୁଣ୍ଡରେ ଜୋର ଦେବାରୁ, ମନେ ପଡିଲା ସେ ତା'ର ପିଉସୀ ଝିଅ ରାନୁ ଦିଦି ଙ୍କର ସାଙ୍ଗ, ରାନୁ ଦିଦି ବାହାଘରରେ ସେ, ରାନୁ ଦିଦି ଓ ୟାଙ୍କୁ ଜିନିଷ କିଣେଇ ନେଇଛି, ଆଉ ବହୁତ ବ୍ୟାଗ ବୋହିଛି, ତାଙ୍କ ପାଖକୁ ଗଲା.ସେ ଆଲୋକ କୁ ଦେଖ ଚି଼ହ୍ନ ଲେ ଓ ଖୁସିହେଲେ, ତାଙ୍କୁ ନିଜ ସିଟ ଦେଖେଇଲା ଓ ପ୍ରାଚୀ ସହ ପରିଚୟ କରେଇ ଦେଲା. ପ୍ରାଚୀ ତାଙ୍କୁ ସାଙ୍ଗ ହୋଇ ଖାଇବାକୁ ଡାକିଲା, ସେ ଖାଇ ସାରିଥିବା ରୁ ଖାଇବାକୁ ମନା କଲେ, ଖାଇସାରିଲେ କଥା ହବା କହି ସେ ନିଜର ସିଟ କୁ ଚାଲିଗଲେ .

ଆଲୋକ ମନେ ମନେ ଖୁସି ହୋଉଥାଏ. ଯୋଉ ଝିଅ ସହ ସାଙ୍ଗ ହବାକୁ ଚାହୁଁ ଥିଲା ହେଲା ଏବେ ମାଗଣା ଏତେ ସୁସ୍ୱାଦୁ ଖାଦ୍ୟ ବି ମିଳୁଚି. ଏତେ ଦିନର ଚିନ୍ତା ଓ ବ୍ୟସ୍ତତା ପରେ ଏବେ ଶାନ୍ତି ଓ ହାଲୁକା ଲାଗୁଚି. ଉଭୟ ଖାଇବା ଆରମ୍ଭ କଲେ, ଆଲୋକ କିଛି ଫଳ ପ୍ରାଚୀ କୁ ଦେଲା ଖାଇବା ପାଇଁ, ପ୍ରାଚୀ ତାକୁ ଗ୍ରହଣ କଲା, ଏମିତି କଥା ବାର୍ତ୍ତା ହସ ମଜା ଭିତରେ ଉଭୟ ଖାଦ୍ୟ ଶେଷ କଲେ.

ରାଧା,ଆଲୋକ, ପ୍ରାଚୀ କିଛି ସମୟ କଥା ହେବା ପରେ,ଆଲୋକ କହିଲା -ତୁମେ ଦୁହେଁ କଥା ହୁଅ ମୁଁ ଟିକେ ରେଷ୍ଟ ନେଇଯାଏ.

ସ୍ତ୍ରୀ ଲୋକ ଗପିବାକୁ ମିଳିଲେ ଛାଡେ କିଏ?

ରାଧା ଦିଦି ଥଟ୍ଟା ରେ କହିଲେ - ହଁ, ତୁ ଶୋଇପଡ, ତୋ ତୋଠାରେ କିଛି କାମ ନାହିଁ.

ଏହା ଶୁଣି ତିନିଜଣ ଯାକ ହସିଲେ. ଆଲୋକ ତାର ଶୋଇବା କୁ ଚାଲିଗଲା, ରାଧା ଓ ପ୍ରାଚୀ ନିଜ କଥାରେ ମାତିଲେ. କିଛି ସମୟ ଗଲା, ଆଲୋକ କୁ ଟିକେ ନିଦ ଆସିଯାଇଥାଏ.

କେହି ଜଣେ ଡାକିଲେ- ଆଜ୍ଞା!ଉଠନ୍ତୁ. ସେ ଥିଲେ ଟିସି, ଟିକେଟ ଦେଖିବା କୁ ଡାକୁଥିଲେ.

ଆଲୋକ କୁ ପ୍ରାଚୀ ଉଠେଇଲା, ଆଲୋକ କୁ ମଧ୍ୟ ଟିସି ଟିକେଟ ମାଗିଲେ.

ସମସ୍ତେଙ୍କର ଟିକେଟ ଦେଖିବା ପରେ,ଟି ଟି ପଚାରିଲେ-ଆପଣଙ୍କର କିଛି ଅସୁବିଧା ଅଛି କି?

ତିନିଜଣ ଯାକ କହିଲେ ନା କିଛି ଅସୁବିଧା ନାହିଁ. ଧନ୍ୟବାଦ.

ଟିସି କହିଲେ - ସାମାଜିକ ଦୂରତା ବଜାୟ ରଖିବେ. କିଛି ଅସୁବିଧା ହେଲେ ଜଣେଇବେ. ଆପଣଙ୍କ ଯାତ୍ରା ମଙ୍ଗଳମୟ ହେଉ.

ଆଲୋକ ମନରେ ଭାବିଲା, ମୋର ତ ଯାତ୍ରା ମଙ୍ଗଳମୟ ଓ ପ୍ରେମ ମୟ ହେବାରେ ଲାଗିଛି. ଦେଖା ଯାଉ କୋଉଠି ସରିବ. ହେଲେ ହଠାତ ମନେ ପଡିଲା, ତାର ଜାଣିବାର ଅଛି. ପ୍ରାଚୀ କାହାକୁ ମନ ଦେଇଛି ନା ତାର କିଛି ଚାନ୍ସ ଅଛି. ସିଧା ସଳଖ ପଚାରି ହବନି କେମିତି ପଚାରିବ ଭାବିଲା. ସ୍ଥିର କଲା ଫିଲ୍ମ କଥା କରିବା ଆଳ ରେ ପଚାରିବ. ହେଲେ ରାଧା ଦିଦି ଅଛନ୍ତି, ଠିକ ସେତିକି ବେଳକୁ ରାଧା ଦିଦିଙ୍କର ଫୋନ ଆସିଲା, ସେ ନିଜ ସିଟ କୁ ଚାଲିଗଲେ.

ପ୍ରାଚୀ- ଟିକେ ଦେଖୁଥା ମୋ ଜିନିଷ, ମୁଁ ଫ୍ରେସ ହେଇକି ଆସୁଛି. ଆଲୋକ (ହସିକି କହିଲା )- ଯୋ! ହୁକୁମ ମେରେ ଆକା.

ପ୍ରାଚୀ ହସିକି ଚାଲି ଗଲା. କିଛି ସମୟ ପରେ ପ୍ରାଚୀ ଆସିଲା, ହଠାତ ପଚାରିଲା- ତମେ ସିଗାରେଟ ଟାଣ.?

ଆଲୋକ ଟିକେ ଚମୁକି ପଡିଲା, ଭାବିଲା କ'ଣ ଉତ୍ତର ଦେବୀ. ଯଦି ହଁ କହିବି ମୋ ପ୍ରତି ତାର ଭାବନା ଖରାପ ହେଇ ଯିବ, ଆଉ ତା ଆଶା, ଆଶା ରେ ରହିଯିବ. ଭାବିଲା ଯଦି ୟା ସହ କିଛି କଥା ଆଗକୁ ବଢେ ତେବେ, ସିଗାରେଟ ଛାଡି ଦେବା. ପ୍ରେମ ଆଗରେ ସିଗାରେଟ କ'ଣ? ଯଦି କଥା ନ ବଢେ ତେବେ ସେ କୋଉ ଜାଣିବ.(ଆଲୋକ ରେଗୁଲାର ସିଗାରେଟ ଟାଣେ, ହେଲେ ଅଧିକା ଟାଣେନି. ( chain smoker ନୁହେଁ ). )

ଆଲୋକ - ନାଇଁ ମୁଁ ଟାଣେନି. କାଇଁ ହଠାତ ଏମିତିକା ପ୍ରଶ୍ନ କଲ! ପ୍ରାଚୀ - ନା, ସେମିତି କିଛି ନାହିଁ. ଫ୍ରେସ ରୁମ ପାଖରେ ଦୁଇ ଜଣ ଲୋକ ସିଗାରେଟ ଟାଣୁ ଥିଲେ, ଲେଖା ହେଇଚି ସିଗାରେଟ ଟାଣନ୍ତୁନି, ହେଲେବି ଟାଣୁଛନ୍ତି . ମତେ ସିଗାରେଟ ଗନ୍ଧ ବହୁତ ଖରାପ ଲାଗେ.

ଆଲୋକ ମନରେ କହିଲା ବଞ୍ଚି ଗଲି, ଡହାରାମି କରିକି କହିଥିଲେ ଖେଳ ସରି ଯାଇଥାନ୍ତା.

ଆଲୋକ ହଉ ମୁଁ ଟିକେ ଫ୍ରେସ ହେଇକି ଆସେ.

ପ୍ରାଚୀ - ଆସନ୍ତୁ. ମହାଶୟ. (ହସିକି )

ଆଲୋକ ହସି କି କହିଲା - ଧନ୍ୟବାଦ,ମହାଶୟା.

ଫେରିବା ଦେଖିଲାବେଳକୁ ଦେଖିଲା, ପ୍ରାଚୀ କାହା ସହ କଥା ହଉଚି. ସେ ଭାବିଲା ତା କଥା ସରିବା ଭିତରେ, ମୁଁ କିଛି ଖାଇବା କୁ ବାହାର କରେ, ଖାଇ-ଖାଇ ଫିଲ୍ମ ବିଷୟରେ କଥା ହେଲେ ଭଲ ଲାଗିବ. ସେ ନିଜର ବ୍ୟାଗରୁ ପାଣି ଆଉ କିଛି ସ୍ନାକ୍ସ ବାହାର କରିବା ବଢିଲା , ଠିକ ସେଇ ସମୟ ରେ ଶୁଣିଲା,

ପ୍ରାଚୀ କାହାକୁ କହିଲା - "i love you, i miss you JAAN", ଏ କଥା ଶୁଣିବା ପରେ, ଆଲୋକ ମନ ଟା ଆମ୍ବିଳି ହୋଇଗଲା. ତା ପାଦ ତଳୁ ମାଟି ଖସି ଯିବା ପରି ଲାଗିଲା. ସବୁ ଆଶା ମଉଳି ଗଲା, ମୁହଁ ରେ ମନ ବେଦନା ଝଲକ ଦେଖା ଯାଉଥାଏ. ପାଣି ଟିକେ ପିଇଲା. ଭାବିଲା ଆଉ ବେକାରେ କାହିଁକି ସ୍ନାକ୍ସ ବାହାର କରିବ, କଥା ଆଉ କ'ଣ ହବ, ସବୁ ତ ସରିଗଲା. ହଠାତ ତାକୁ ଏଇ ଯାତ୍ରା ଅଣନିଶ୍ୱାସୀ କରିବା ପରି ଲାଗିବା ଆରମ୍ଭ ହେଇଗଲା. 

ଇଛା ହୋଉଥିଲା କେତେବେଳେ ଟ୍ରେନ ତା ଷ୍ଟେସନରେ ପହଁଚିବ ସେ ପ୍ରାଚୀ ଠାରୁ ଦୁରେଇ ଯିବ ଓ ଟିକେ ମନ ଖୋଲି କାନ୍ଦିବ. କାରଣ ଜୀବନରେ ପ୍ରଥମ ଥର କାହା ପାଇଁ ମନରେ ପ୍ରେମିକା ପରି ଭଲ ପାଇବାର ଭାବନା ଆସିଥିଲା. ହେଲେ ସେ ଭାବନା ଖାଲି ଭାବନା ହୋଇ ରହିଗଲା ଓ ଦେଇ ଗଲା କିଛି କୋହ. ଯାଇକି ସିଗାରେଟ ଟାଣିବାକୁ ଭାବିଲା , ହେଲେ କହି ଦେଇଛି ଟାଣୁନି, ମିଛୁ ଧରା କାହିଁକି ପକେଇବ ଭାବି, ଟ୍ରେନଯାତ୍ରା ସରିଲା ପରେ ଟାଣିବ ଭାବିଲା.

ସେତେବେଳକୁ ସନ୍ଧ୍ୟା ବେଳ ହୋଇ ସାରିଥିଲା. ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖିକି ଭାବୁଥାଏ, ମୋ ପ୍ରେମ ଆରମ୍ଭ ହବା ପୂର୍ବରୁ କହିଁକି, ଅସ୍ତ ହାଇଗଲା? ଏମିତିକା ଅନେକ କଥା ଓ ପ୍ରଶ୍ନ ଉଦ୍ଧଗିରଣ ହୋଇ ଆସୁଥିଲା ତା', ସଦ୍ୟଫଟା ମନ ଭିତରୁ. ସେ କିଛି ପ୍ରଶ୍ନର ଉତ୍ତର ଦେଇ ପାରିଲା ଓ କିଛି ସେମିତି ତାକୁ ବ୍ୟସ୍ତ କରିବାରେ ଲାଗିଲେ.

ହଠାତ ! ପ୍ରାଚୀ ଜଲଦି ଜଲଦି ଉଠି, ଫ୍ରେସ ରୁମ ଆଡକୁ ଚାଲିଗଲା. ତା'ର ଏଇ ତର ତର ହୋଇ ଯିବା ଟା, ଆଲୋକ ର ମନରେ ଚାଲୁଥିବା ପ୍ରଶ୍ନ-ଉତ୍ତର ର ଝଡ଼ ଉପରେ ପୂର୍ଣଛେଦ ପକାଇଲା. ସେ ଜାଣି ପାରିଲା ନାହିଁ କ'ଣ ପାଇଁ ପ୍ରାଚୀ ଜଲଦି ଉଠି ଚାଲିଗଲା! କଣ ତା'ର ଷ୍ଟେସନ ଆସିଗଲା! ସେ ଝରକା ଦେଇ ବାହାରକୁ ଦେଖିବା କୁ ଚେଷ୍ଟା କଲା, ହେଲେ ଅନ୍ଧାର ହୋଇଥିବା ଯୋଗୁଁ କିଛି ଦେଖା ଗଲାନାହିଁ. ତା ପରେ ଦେଖିଲା ପ୍ରାଚୀ ର ଜିନିଷ ସବୁ ତ ଏଠି ଅଛି, ସେ କୁଆଡେ ଏମିତି ଚାଲିଗଲା.

ନିଜର ସିଟ ରୁ ଟିକେ ଉଠି ଫ୍ରେସ ରୁମ ଆଡକୁ ଯାଅନ୍ତେ, ଦେଖିଲା ପ୍ରାଚୀ ବହୁତ ବ୍ୟସ୍ତ ହୋଇ ଫ୍ରେସ ରୁମ ଆଡୁ ଆସୁଛି.

ପ୍ରାଚୀ କୁ ଆଲୋକ ପଚାରିଲା - କ'ଣ ହେଲା ଏମିତି ଉଠି ଚାଲି ଆସିଲ.

ପ୍ରାଚୀ- ନା, କିଛି ନାହିଁ.

ଆଲୋକ କୁ ଲାଗିଲା, ପ୍ରାଚୀ କିଛି ନା କିଛି ତାକୁ ଲୁଚୋଉଛି.

ପୁଣି ଆଉଥରେ ପ୍ରାଚୀ କୁ ପଚାରନ୍ତେ, ପ୍ରାଚୀ ଟିକେ ବିରକ୍ତ ଭାବ ସହ ଉତ୍ତର ଦେଲା - କିଛି ନାହିଁ କହିଲି ନା...

ଆଲୋକ କୁ ଟିକେ ଅପମାନ ବୋଧ ହେଲା. ସେ ଆଉ କିଛି ନକହି ଚୁପ ରହିଲା. ମନେ ମନେ ଭାବିଲା, ମୁଁ ପ୍ରାଚୀ କୁ ଭଲ ପାଏ ବୋଲି ବୋଧେ ତାର ବ୍ୟକ୍ତିଗତ ସୀମା ରେ ପଶିବା କୁ ଚେଷ୍ଟା କରୁଥିଲି, ଯୋଉଟା ତାକୁ ପସନ୍ଦ ଆସିଲାନି, ହେଲେବି ସେ କିଛି ଲୁଚୋଉଛି. ହଉ ଲୁଚାଉ ମୁଁ ଅବା କିଏ ଯେ' ମୋତେ କହିବ ଭାବି ଅଭିମାନ ରେ ବସିଗଲା, ଟ୍ରେନ ର ଝରକା ଦେଇ ବାହାର କୁ ଦେଖୁଥାଏ ଓ ଏମିତି ଭାବି ନିଜର ମନ କୁ ସାନ୍ତ୍ୱନା ଦେଉଥାଏ, ବେଳେ ପୁରୁଣା କଥା ପ୍ରଶ୍ନ ମନେ ପଡି ଯାଉଥାଏ.ଅନେକ କଥାର ମାନସମନ୍ଥନ ଚାଲିଥାଏ.

ଭାବିଲା ରାଧା ଦିଦିଙ୍କ ପାଖକୁ ଯିବ, ହେଲେ ସେ ଦେଖିଲା ସେ କାହା ସହିତ କଥା ହୋଉଥାନ୍ତି, ବୋଧେ କିଏ ସାଙ୍ଗ. ସେ ନିଜ ସିଟ କୁ ଫେରିଆସିଲା, ଏମିତି କିଛି ସମୟ ର ନିସ୍ତବ୍ଦତା ଭିତରେ ଖାଲି ଟ୍ରେନର ଶବ୍ଦ ଓ କିଛି ଲୋକଙ୍କ ଶବ୍ଦ ଶୁଭୁଥିଲା.

ଏଇ ଭିତରେ ଶୁଭିଲା... SORRY! ଯାହା ଅନ୍ୟମନସ୍କ ଆଲୋକ କୁ, ବାସ୍ତବ‌ ଦୁନିଆ କୁ ଫରେଇ ଆଣିଲା.

ସେ ଝରକା ଆଡୁ ମୁହଁ ବୁଲାଇ ଦେଖିଲା, ପ୍ରାଚୀ ଆଖିରୁ ଲୁହ ଧାର ବାହାରୁଚି. ପ୍ରାଚୀ ଆଖିରେ ଆଲୋକର ଆଖି ମିଶିଗଲା, ଯାହା କ୍ରନ୍ଦନଗତି କୁ ବଢ଼େଇ ଦେଲା. ଆଲୋକ କ'ଣ କହିବ? କ'ଣ କରିବ? ନିରୁପାୟ ହୋଇ ଆଲୋକ ପଚାରିଲା - କାହିଁକି କାନ୍ଦୁଛ? କ'ଣ ହେଲା?

ପ୍ରାଚୀ ସକେଇ ହୋଇ ହୋଇ ପୁଣି କହିଲା - SORRY ! ମୁଁ ତୁମକୁ ଏମିତି କହିବା ଠିକ ନଥିଲା.

ଆଲୋକ -ଆରେ! ଏଥିରେ SORRY କହିବାର କଣ ଅଛି, ମୁଁ SORRY କହୁଛି କାରଣ ମୁଁ ତୁମ ବ୍ୟକ୍ତିଗତ କଥା ରେ ମୁଣ୍ଡ ପୁରେଇବାଟା ଠିକ ନଥିଲା. ତୁମେ କାନ୍ଦନି, ମତେ ଦୋଷୀ ପରି ଲାଗୁଛି ତମେ କାନ୍ଦିଲେ, ପ୍ଲିଜ଼ କାନ୍ଦନି.

ନିଜ ଆଖିରୁ ଲୁହ ପୋଛି ପ୍ରାଚୀ କହିଲା - ନା ସେମିତି କିଛି ନାହିଁ. ଟିକେ ଅଲଗା ପ୍ରୋବ୍ଲେମ.

ଆଲୋକ - ଦେଖ ଦୁଃଖ, ଅସୁବିଧା ସବୁଠି ଅଛି, ଆଉ ତାକୁ ନେଇକି ଚାଲିବାକୁ ହେବ, ହେଲେ ଯଦି ଦୁଃଖ ବାଣ୍ଟିବ ତେବେ ମନ ହାଲକା ଲାଗିବ. ଯଦି ତୁମକୁ ଠିକ ଲାଗେ ତେବେ ମୋତେ ଜଣେଇ ପାରିବ.ମୁଁ ଚେଷ୍ଟା କରିବି କିଛି ସାହାଯ୍ୟ କରିବା ପାଇଁ. ଘର ଲୋକଙ୍କ ସହ କିଛି ଝଗଡା ହେଲା କି?

ପ୍ରାଚୀ - ନା, ଘର ଲୋକ ଙ୍କ ସହ ଝଗଡା ହୋଇନି. ମୋର ମୂଡ଼ସ୍ବିଙ୍ଗ ହୋଉଛି.

ଆଲୋକ ବିସ୍ମୟତା ର ସହ ପ୍ରାଚୀ କୁ ଅନେଇଲା, ତାକୁ ଲାଗିଲା କଣ ପାଗଳ ଦୋଷ ଅଛି ନା କଣ, ପଚାରିଲା - ମୂଡ଼ସ୍ବିଙ୍ଗ! ମନେ... ପ୍ରାଚୀ ମଧ୍ୟ ବିସ୍ମିତ ହୋଇ ଆଲୋକ କୁ ଅନେଇଲା - ତୁମେ ଜାଣିନ, ୟାର ଅର୍ଥ.

ଆଲୋକ - ମୂଡ଼ସ୍ବିଙ୍ଗର ଅର୍ଥ ଜାଣେ, ମନରେ ବହୁତ ଜଲଦି ପରିବର୍ତ୍ତନ ଆସିବା.ଓଡ଼ିଆ ରେ ଘଡିକେ ଘୋଡା ଛୁଟିବା.ହେଲେ ତୁମ ସହ ତାର ସମ୍ପର୍କ କ'ଣ? !

ପ୍ରାଚୀ - ସତରେ ତୁମେ ଜାଣିନ. ନା, ବାହାନା କରୁଛ.

ଆଲୋକ ଭାବିଲା, ଇଏ କଣ ଇଆଡୁ-ସିଆଡୁ କହୁଛି, ୟାର ଟିକେ ଆଳୁ ଦୋଷ(ମୁଣ୍ଡ ଦୋଷ) ଅଛି ବୋଧେ.

ଆଲୋକ - ସତରେ ଜାଣିନି, ଜାଣିଥିଲେ କହିଥାନ୍ତି. ପ୍ରାଚୀ ଘଣ୍ଟାରେ ଦେଖିଲା, ସମୟ ପ୍ରାୟ ରାତି ୯:୩୦ ହେଲାଣି, ଆଲୋକ କୁ କହିଲା ଟିକେ ହସିକି - ହଉ ନ ଜାଣ. ମତେ ଭୋକ ଲାଗିଲାଣି, ଚାଲ ଖାଇବା.

ପ୍ରାଚୀର ହସ ଦେଖିକି ଆଲୋକର ମନ ଆଉ ଟିକେ ତରଳି ଗଲା, ତା ମନକୁ କାହିଁକି କେଜାଣି ଖୁସି ଓ ଶାନ୍ତି ଲାଗିଲା. ଭୋକ ବି ଲାଗି ଆସୁଥାଏ, ସ୍ନାକ୍ସ ଖିଆ ହୋଇନି ସନ୍ଧ୍ୟାରେ .

ଆଲୋକ କହିଲା - ହଉ ଠିକ ଅଛି. ଚାଲ ଖାଇ ନେବା. ଆଲୋକ ନିଜର ବ୍ୟାଗ ରୁ କିଛି କେକେ ଓ ଚକଲେଟ ବାହାର କଲା ଓ ପ୍ରାଚୀ ମଧ୍ୟ ତା ବ୍ୟାଗ ରୁ ବ୍ରେଡ-ଜାମ ବାହାର କଲା. ଉଭୟ ଉଭୟଙ୍କର ଖାଦ୍ୟ ବାଣ୍ଟିକି ଖାଇବା ଆରମ୍ଭ କଲେ.

ଖାଇବା ଭିତରେ, ପ୍ରାଚୀ ପଚାରିଲା - ତୁମକୁ ଗୋଟିଏ କଥା ପଚାରିବି, ସତ କହିବ. ଆଲୋକ - ହଁ, ପଚାର, ଚେଷ୍ଟା କରିବି ସତ କହିବାକୁ.

(ହସି ଦେଲା)ପ୍ରାଚୀ -ଚେଷ୍ଟା କ'ଣ, ସତ କହିଲେ ପଚାରିବି. ଆଲୋକ - ହଉ କୁହନ୍ତୁ ମହାଶୟା.

ପ୍ରାଚୀ -ସତ କହିବ ଏକା, ମିଛ କହିଲେ ମୁଁ ଜାଣିଦେବି.

ଆଲୋକ - ସତ କହିବି. ପଚାର କଣ ପଚାରିବ. ପ୍ରାଚୀ ହସି ଦେଇ ପଚାରିଲା - ତୁମେ କାହାକୁ ଭଲ ପାଇଛ?!

ଆଲୋକ ଭାବିଲା ଏବେ ଇଏ କାନ୍ଦୁଥିଲା, କିଛି ସମୟ ଯାଏନି କ'ଣ ଏକଥା ପଚାରିଲାଣି. ଆଲୋକ ଜାଣିଶୁଣି କହିଲା - ହଁ, ମୋ ପରିବାର ଲୋକ, ମୋ ସାଙ୍ଗ ଏମିତି ଅଛନ୍ତି ଯାହାକୁ ମୁଁ ଭଲ ପାଏ. ପ୍ରାଚୀ - ଆରେ ସେମିତି ନୁହେଁ. ତୁମର କେହି gf ଅଛନ୍ତି.

ଆଲୋକ ହସିକି କହିଲା - ତମକୁ କ'ଣ ଲାଗୁଛି ମୋ ମୁହଁ କୁ ଦେଖିଲେ. ମୋତେ କିଏ ଭଲ ପାଇବ.

ପ୍ରାଚୀ- କାଇଁ,କଣ ଖରାପ କି! tall -dark -handsom ଅଛ. ଭଲ job କରୁଛ. ବ୍ୟବହାର ବି ଭଲ.

ଆଲୋକ - ତେବେ ମୋ ପ୍ରୋଫାଇଲ ତ ରଖିଛ ମୋ ପାଇଁ ଗୋଟିଏ ଯୋଗ୍ୟା ପାତ୍ରୀ ଦେଖ. କହିକି ହସିଦେଲା.

ପ୍ରାଚୀ - ନିଶ୍ଚୟ, ହେଲେ ତମକୁ କେମିତିକା ଝିଅ ପସନ୍ଦ. କହିଥା ନହେଲେ ପଛରେ ବାହୁନିବ.

ଆଲୋକ - ମତେ. Open minded ହେଇଥିବ, ପାଠ ବେଶୀ ନ ପଢୁ ହେଲେ ସାଧାରଣ ଜ୍ଞାନ ନିହାତି ଥିବ, ହସ ମୀଯାଜର ହେଇଥିବ, ଦେଖିବାକୁ ଠିକ-ଠାକ ଥିବ ବେଶୀ ସୁନ୍ଦର ହେଇନଥିଲେ ଭଲ. ଆଉ ଯାହା ତମକୁ ଭଲ ଲାଗିବ.

ପ୍ରାଚୀ - ଠିକ ଅଛି. ହେଲେ ଅଧିକା ସୁନ୍ଦର ଓ ପଢି ଥିଲେ ଅସୁବିଧା କଣ.

ଆଲୋକ - ଅସୁବିଧା ହେଲା.ସୁନ୍ଦର ହେଲେ, ତାର ଯେତିକି ଜିନିଷ ଦରକାର ମୁଁ ଦେଇ ପାରିବିନି କି maintain କରିପାରିବିନି. ପୁଣି ସେ ସୁନ୍ଦର କୁ ମୁଁ ବାନ୍ଦର, ଯିଏ ଦେଖିବ କହିବ ମାଙ୍କଡ଼ ହାତରେ, ଶାଳଗ୍ରାମ , କିଏ ଏତେ କଥା ଶୁଣିବ. ଆଉ, ଅଧିକା ପଢିଥିଲେ ମୋ ଉପରେ ହାରକିନ ଦେଖେଇବ, ସବୁ କାମରେ EGO ଆସିବ ଓ ଝଗଡା ହେବ. ତେଣୁ ପାଠ ଅପେକ୍ଷା, ସାଧାରଣ ଜ୍ଞାନ ଥିଲେ ଭଲ. ଉଭୟେ ଏଇ ଉତ୍ତର ପରେ ହସିବାରେ ଲାଗିଲେ.

ପ୍ରାଚୀ ର ଫୋନ ବାଜି ଉଠିଲା, ଲେଖା ଥିଲା "ଜାନୁ"(janu). ତାହା ଦେଖି, ଆଲୋକ ମୁହଁରୁ ଖୁସି କୁଆଡେ ଯେ ଚାଲିଗଲା, ପୁଣି ତାର ମୁଖ ମଣ୍ଡଳ ବିସର୍ଣ୍ଣ ହୋଇଗଲା. ତାଙ୍କ କଥାରୁ ଧ୍ୟାନ ବାହାରକୁ ଦେବା ପାଇଁ, ଝରକା ବାଟେ ହାତ ନ ଧୋଇ. ସେ ନିଜର ହାତ ଧୋଇବା କୁ ଚାଲିଗଲା.

ଆସିଲା ବେଳକୁ ଦେଖିଲା, ପ୍ରାଚୀ କଥା ହଉଚି ପୁଣି ଖନେଇ-ଖନେଇ. ପ୍ରାଚୀ କହୁଥାଏ - ଧନ, ଖାଇ ସାଲିଲୁନି , କ'ଣ ଖାଇଲୁ. ଯାହା ଆଜିକାଲି ପ୍ରେମୀ ଯୁଗଳଙ୍କର ଭାଷା.

ଆଲୋକର ମନପୋଡି ଯାଉଥାଏ, ଏ ସବୁ କଥା ଶୁଣି, ସେ କିଛି କରି କିଛି କହି ପାରୁନି. ଠିକ ସେତିକି ବେକକୁ ବୋଝ ଉପରେ ନଳିତା ବିଡା ପରି ଘଟଣା ହେଲା, ପ୍ରାଚୀ VOICE CALL କାଟି VIDEO CALL କଲା.

ଆଉ ଆରମ୍ଭ ରୁ ପ୍ରାଚୀ VIDEO CALL ରେ ଥିବା ତାର ଜାନୁ କୁ FLYING KISS ଟେ ଦେଲା. ଏସବୁ ଦେଖି ଆଲୋକ ଆଉ ସହି ନପାରି, ନିଜର EARPHONE ଲଗେଇ ବହୁତ VOLUME ଦେଇ ଗୀତ ଶୁଣିବାରେ ଲାଗିଲା.

କିଛି ସମୟ ପରେ, ପ୍ରାଚୀ, ଆଲୋକ ର କାନ୍ଧ ରେ ହାତ ମାରି ତାକୁ ଡାକିଲା. ଆଲୋକ EARPHONE ବାହାର କରି , ଏକ ଅଭିମାନର ସହ ପଚାରିଲା- କଣ ହେଲା.

ପ୍ରାଚୀ - ଜାନୁ କଥା ହବ କହୁଛି ତମ ସହ.

ଆଲୋକ - ମୁଁ କ'ଣ କଥା ହେବି ତାଙ୍କ ସହ.

ପ୍ରାଚୀ - ଆରେ ଟିକେ କଥା ହେଇ ଯାଅ, ବିଚରା ଜିଦି କରୁଛି, ମୋ ନୂଆ ସାଙ୍ଗ ଦେଖିବ ବୋଲି.

ଆଲୋକ ମନରେ ଭାବିଲା କଣ ଇଏ ଜିଦି କରୁଛି କହୁଚି, ବିଚରା କହୁଛି. ତାକୁ ଲାଗିଲା ପ୍ରାଚୀ ଆଉ ତାର ଜାନୁ ର ମୁଣ୍ଡ ଦୋଷ ଅଛି ନିଶ୍ଚୟ. ନହେଲେ ତା ଜାନୁ ବୋଧେ ପ୍ରାଚୀର safety ପାଇଁ ମୋତେ ଦେଖିବ କହୁଛି.

ଆଲୋକ - ହଉ ଠିକ ଅଛି.

ପ୍ରାଚୀ ଯେତେବେଳେ phone ର screen ଆଲୋକ ଆଡକୁ ବୁଲେଇଲା, ଆଲୋକ କୁ ଝଟକା ଲାଗିଲା, ସେ ନିଜ ଆଖିକୁ ବିଶ୍ୱାସ କରିପାରିଲାନି!!!

ଦେଖିଲା ଗୋଟିଏ ଛୋଟ ଛୁଆଟିଏ ଅତି ବେଶୀରେ ବୟସ ଚାରି ବର୍ଷ ହେବ. ପ୍ରଥମେ ଭାବିଲା ପ୍ରାଚୀ କଣ ବାହା ହେଇଛି, କାଇଁ ସିନ୍ଦୂର ଚୁଡ଼ି ପିନ୍ଧିନି, କି FAMILY ବିଷୟରେ କହିଲା ବେଳେ, ବାହାଘର ବିଷୟରେ କହିନଥିଲା.

ଆଲୋକ ବିସ୍ମିତ ହୋଇ ପଚାରିଲା - ଏଇ ଛୁଆଟି କିଏ?!

ପ୍ରାଚୀ - ତମକୁ କହିଥିଲି ମୋ ବଡ ଭାଇଙ୍କର ପୁଅ ଜୀନୁ କଥା, ତାକୁ ସ୍ନେହରେ ଘରେ ଆମେ ଜାନୁ ଡାକୁ.

ଆଲୋକକୁ ବସନ୍ତ ଆସିଗଲା ପରି ଲାଗିଲା, କାରଣ ସେ ଯୋଉ ଜାନୁ କୁ ପ୍ରାଚୀର ପ୍ରେମିକ ଭାବୁଥିଲା, ସେ ପ୍ରକୃତରେ ତା ପୁତୁରା. ଆଲୋକ ମନରୁ ଏକ ବଡ଼ ରହସ୍ୟର ପର୍ଦାଫାଶ ହେଲା ପରି ଲାଗିଲା. ତା ମନ ଖୁସିରେ ଗଦ-ଗଦ ହୋଇ ଯାଉଥାଏ.

ପ୍ରାଚୀ EARPHONE କାଢି ଦେଇ LOUD SPEAKER ଦେଇଦେଲା.

ଜୀନୁ(ଜାନୁ )- HI ! କ'ଣ କରୁଛ. ଖାଇଲଣି?

ଆଲୋକ ନିଜ ମନର ଖୁସି କୁ ସମ୍ଭାଳି କରି କହିଲା - ହଁ ଖାଇସାରିଲାଣି, ତୁମେ କ'ଣ କରୁଛ.

ଜୀନୁ - ମୁଁ ଖାଇକି, ଖେଳୁଛି . ତମେ ଆମ ଘରକୁ ନାନୀ(ପ୍ରାଚୀ) ସହ ଆସିବ. ସାଙ୍ଗ ହେଇକି ଖେଳିବା.

ଆଲୋକ- ହଁ, ନିଶ୍ଚୟ. ତୁମ ପାଇଁ ଚକୋଲାଟେ ନେଇକି ଯିବି. ଜୀନୁ- ନାନୀ ଆଉ ମାମା(ଜୀନୁ ର ମା) କୁ ଦବନି, ନହେଲେ ସବୁ ଖାଇଦେବେ.

ଆଲୋକ - ହଉ ଠିକ ଅଛି. ଜୀନୁ - hau. Bye.

ଆଲୋକ - bye.

ଫୋନ ବନ୍ଦ ହେବା ପରେ ଆଲୋକ ମୁହଁରେ ଗୋଟିଏ ମନ ଖୋଲା ହସ ଦେଖାଦେଲା, ଯାହାକୁ ଦେଖି ପ୍ରାଚୀ ପଚାରିଲା- କ'ଣ କଥା ହବନି କହୁଥିଲ, ଏବେ କଥା ହେଇକି ଏତେ ଖୁସି.

ଆଲୋକ - ଭଲ ଶାନ୍ତ-ଶିଷ୍ଟ ଛୁଆଟି ହେଇଥିବ.

ପ୍ରାଚୀ - ଜୀନୁ!! ଶାନ୍ତ-ଶିଷ୍ଟ ଲାଙ୍ଗୁଡ଼ ବିଶିଷ୍ଟ, ସେ ଯେତିକି ଦୁଷ୍ଟ ପାଗଳ କରିଦେବ.

ଆଲୋକ - ଛୁଆ ମାନେ ଦୁଷ୍ଟ ହେବେନି ଆଉ କଣ ତୁମେ ହବ. ପ୍ରାଚୀ - ମୁଁ କ'ଣ ଛୁଆ ନୁହେଁ, ବୁଢ଼ୀ ହେଇ ଗଲିଣି.

ଆଲୋକ ହସି ଦେଇ କହିଲା - ନା ତମେ ଜୀନୁ ଠାରୁ ମଧ୍ୟ ଛୁଆ. ତୁଳା ରେ କ୍ଷୀର ଖାଉଛ.

ଏଇ କଥାରେ ଉଭୟ ହସିଲେ. କିଛି ସମୟ ପରେ ପ୍ରାଚୀ ଫ୍ରେସ୍ ହବାକୁ ଯାଇ ଆସିଲା. ଉଭୟେ ଶୋଇବା ପାଇଁ ପ୍ରସ୍ତୁତ ହେଲେ. ପ୍ରାଚୀ କହିଲା- ଯଦି ତୁମ ପାଇଁ ଗୋଟେ ଝିଅ ପାଇଲି, ତେବେ ତମକୁ କେମିତି ଜଣେଇବି, ତୁମ ନୁମ୍ବର ଦିଅ.

ଆଲୋକ ନିଜର ନୁମ୍ବର ଦେଲା ଓ କହିଲା - ଯଦି ତୁମର ଡେରି ହେଲା କି ଭୁଲିଗଲ କେମିତି ମନେ ପକେଇବି. ମତେ ତୁମ ନୁମ୍ବର ଦେଇଥା.

ସତରେ ଝିଅ ଖୋଜା ହଉ କି, ଖୋଜିବା ଗୋଟେ ବାହାନା ହେଉ, ଉଭୟେ ଉଭୟଙ୍କର ନମ୍ବର ଦିଆ ନିଆ ହୋଇଗଲେ.

ସତ ସମୟ ଓ ଭଗବାନଙ୍କୁ ଜଣା.

ପ୍ରାଚୀ - ତୁମ ସହ କଥା ହେଇ-ହେଇ ସମୟ କେମିତି ବିତିଗଲା ଜଣା ପଡିଲା ନାହିଁ. ଟ୍ରେନରେ ଆସିବା ପୂର୍ବରୁ ମୁଁ ବହୁତ ଡରୁଥିଲି କେମିତି ଯିବି କଣ କରିବି, ଯାହା ହଉ ତମେ ଦେଖା ହେଲ. ଧନ୍ୟବାଦ, ଆଉ ଯଦି କିଛି ଏପଟ ସେପଟେ କହିଥିବି ମୋ କଥା ଧରିବନି.

ଆଲୋକ - ମତେ ବି ତୁମ ସହ ଯାତ୍ରା କରିକି ଭଲ ଲାଗିଲା. ତୁମକୁ ମଧ୍ୟ ଧନ୍ୟବାଦ, ଆଉ ଯଦି ମୁଁ କିଛି ଏପଟ ସେପଟେ କହିଥିବି ମୋ କଥା ଧରିବନି.

ପ୍ରାଚୀ - ଶୁଣ ମୋ ଷ୍ଟେସନ ତମଠୁ ଆଗ ଆସିବ, ଯଦି ଜିନିଷ ବାହାର କରିବାରେ ଅସୁବିଧା ହୁଏ, ତମକୁ ଉଠେଇବି.

ଆଲୋକ - ନିଶ୍ଚୟ. ପ୍ରାଚୀ -ଆଉ ମହାଶୟ କେବେ ଦେଖା ଦେବେ. ଆଲୋକ - ମହାଶୟା ଯେବେ ମୋ ପ୍ରେମିକା ମିଳିବ.

ପ୍ରାଚୀ ହସିଦେଲା, ପ୍ରାଚୀ ଓ ଆଲୋକ ନଜର ମିଶିଲେ ଲାଗୁଥିଲେ ତା ହସରୁ ଓ ତା ଆଖିରୁ ଆଲୋକ କୁ ଲାଗୁଥିଲା, ପ୍ରାଚୀ ମଧ୍ୟ ତାକୁ ପସନ୍ଦ କରେ. ହେଲେ ମନରେ କଣ ଅଛି କିଏ ଜାଣିଛି.

ମୁହାଁ-ମୁହିଁ ପଚାରିବାର ସାହସ ନଥିଲା ଆଲୋକ ପାଖରେ ଓ ଲାଜ ବି ଲାଗୁଥିଲା ପୁଣି ଡରବି ଥାଏ କାଳେ ନା କରିଦେବ. ଏତେ ସୁନ୍ଦର ଯାତ୍ରାର ମାଧୁର୍ଯ୍ୟ ସେ ଏକ ଅବଶୋଷ ର ସ୍ମୃତି ଅପେକ୍ଷା ଗୋଟିଏ ଆଶାପୂର୍ଣ୍ଣ ସ୍ମୃତି ଭାବେ ହୃଦୟରେ ସାଇତି ରଖିବାକୁ ଚାହୁଁଥିଲା.

ପ୍ରାଚୀ ନଜର ଆଲୋକ ଆଖିରୁ ହଟେଇ କହିଲା. ପ୍ରାଚୀ - ହଉ ଶୋଇପଡ. GOOD NIGHT, HAVE SWEET DREMS.

ଆଲୋକ - SAME TO YOU. ଉଭୟେ ନୂତନ ଦିନ ଅପେକ୍ଷା ରେ ନିଜ ଭିତରେ ନୂତନ ଆଶାର ସ୍ବପ୍ନ ନେଇ ଶୋଇବାକୁ ଲାଗିଲେ. ହେଲେ ଆଲୋକ କୁ କୋଉ ନିଦ ହେଉଛି. ସେ ଭାବିଲା,' ଯଦି ସବୁ ଠିକ ରହେ ତେବେ ସେ ଫୋନ ରେ କଥା ହେଇ ପାରିବ, ହେଲେ ତାକୁ ଏତେ ପାଖରୁ କ'ଣ ଦେଖି ପାରିବ, ଯଦି କିଛି ଅସୁବିଧା ହୁଏ ତେବେ ତାର ଚେହେରା କୁ ସବୁଦିନ ପାଇଁ ନିଜର ମନ ସିନ୍ଦୁକରେ ସାଇତି ରଖିବ, ସମୟର ଶେଷ ପର୍ଯ୍ୟନ୍ତ, ଅତି ଯତ୍ନରେ'.କିନ୍ତୁ ସମୟର ଶେଷ ପର୍ଯ୍ୟନ୍ତ ତା ସହ ସୁଖ-ଦୁଃଖର ସାଥୀ ହେବା ପାଇଁ ମୋର ଇଛା. ତେଣୁ ମନ ଭରି ଦେଖି ଥାଏ ତାର ଏ ସୁନ୍ଦର ମୁହଁ କୁ, ଏମିତିକା ଅନେକ ସ୍ବପ୍ନ ଦେଖି-ଦେଖି କେତେବେଳେ ତାର ଆଖି ଲାଗି ଯାଇଛି ସେ ଜାଣିନି.

ସକାଳ ୩:୩୦ଟା ପାଖା ପାଖି, ପ୍ରାଚୀ ଡାକିଲା- ଆଲୋକ, ଆଲୋକ. ଉଠ... କହିଥିଲ ଟ୍ରେନ ରୁ ଓଲ୍ହାଇଲା ବେଳେ ଜିନିଷ ନେବାରେ ସାହାଯ୍ୟ କରିବ.

ହେଲେ ଆଲୋକ କୋଉଠି ଉଠୁଛି, ସେ ତାର ନିଜର ସ୍ବପ୍ନ ଦୁନିଆ ରେ ପ୍ରାଚୀର ହାତ ଧରି ବୁଲିବାରେ ବ୍ୟସ୍ତ. କିଛି ସମୟ ପରେ ପ୍ରାଚୀ ର ଷ୍ଟେସନ ପାଖେଇ ଆସିଲା, ସେ ମନରେ ଟିକେ ଆଲୋକ ଉପରେ ରାଗି ଥାଏ, ହେଲେ ଓଲ୍ହେଇ ବାକୁ ଯିବା ବେଳେ, ଷ୍ଟେସନ ର ଲାଇଟ ଝରକା ଦେଇ ଯେବେ ଆଲୋକ ମୁହଁ ରେ ପଡିଲା, ପ୍ରାଚୀ କୁ ତା ମୁହଁଟା କାହିଁକି କେଜାଣି ବହୁତ ଆପଣାର ଲାଗିଲା, ସେ ଟିକେ ହସିଦେଇ, ନିଜର ଜିନିଷ ନେଇ ଚାଲିଗଲା.

ସକାଳ‌ ୭ଟା ପାଖା-ପାଖି ପ୍ରେମିକ ପ୍ରବର ,ଆଲୋକର ଆଖି ଖୋଲିଲା. ସେ ହଡବଡ଼ ହୋଇ ଉଠି ପ୍ରାଚୀ କୁ ଖୋଜିଲା, ତାର ମନେ ପଡିଲା ପ୍ରାଚୀ ତାକୁ ଓଲ୍ହେଇଲା ବେଳେ ସାହାଯ୍ୟ କରିବାକୁ କହିଥିଲା. ନିଜର କଥା ରଖିପାରିନଥିବା ରୁ ନିଜ ଉପରେ ବହୁତ ଚିଡ଼ିଲା.

ପାଖ ସିଟ ରେ ଥିବା ରାଧାଦିଦି ଙ୍କୁ ପ୍ରାଚୀ ବିଷୟରେ ପଚାରିଲା, ସେ କହିଲେ- ପ୍ରାଚୀ ତତେ ଡାକିଲା, ତୁ ଶୋଇଥିଲୁ ତେଣୁ, ମୁଁ ତାକୁ ଓଲ୍ହେଇବାରେ ସାହାଯ୍ୟ କରିଦେଲି, ସେ ନିଜେ ଜିନିଷ ନେଇ ଚାଲିଗଲା.

ଆଲୋକ - ଦିଦି, ସେ ମୋ ବିଷୟରେ କିଛି କହୁଥିଲା କି ?

ରାଧା ଦିଦି- ସେ ତତେ ଜଣେଇ ଦେବାକୁ କହିଥିଲା ଯେ ତୁ ବ୍ୟସ୍ତ ହବୁନି, ସେ ଭଲରେ ଓଲ୍ହାଇକି ଯାଇଚି, ପରେ ଫୋନ କରିବ. ଆଲୋକ - ଧନ୍ୟବାଦ, ଦିଦି.

ରାଧା ଦିଦି - ଗୋଟେ କଥା ପଚାରିବି ସତ କହିବୁ?

ଆଲୋକ - ପଚାରନ୍ତୁ .

ରାଧା ଦିଦି - ତୁମେ ଦୁହିଁଙ୍କ ଭିତରେ କିଛି ଚାଲିଛି ବୋଧେ? . ଆଲୋକ ହସି ଦେଇ - ନା, ସେମିତି କିଛି ନାହିଁ.

ରାଧା ଦିଦି - ତୋ ମୁହଁ ଦେଖିଲେ ସବୁ ଜଣା ପଡୁଛି ଯେ, ମୋରଵି love marriage, ଆମେବି ତୁମ ସମୟ ଦେଇ ଆସିଛୁ.

ଆଲୋକ - ହସି ଦେଇ କହିଲା, ମୁଁ ତ କରୁଛି, ଜାଣିନି ତା ମନରେ ମୋ ପ୍ରତି କ'ଣ ଅଛି !

ଆଉ କିଛି କଥା ମଧ୍ୟ ଆଲୋକ ରାଧା ଦିଦିଙ୍କୁ କହିଲା, ନିଜ ମନ କଥା କହିଲା. କାରଣ ସେ ରାନୁ ଦିଦିଙ୍କ ବାହାଘରରେ ଓ ତା ପୂର୍ବରୁ, ରାଧା ଦିଦିଙ୍କ ସହ ଭଲରେ ମିଶିଥିଲା.

ସବୁ ଶୁଣିବା ପରେ ରାଧାଦିଦି କହିଲେ - ମତେ ତ ଲାଗୁଛି କିଛି ଅଛି, ଭଗବାନଙ୍କୁ ଜଣା ସତ କଣ, ଯାହା ହବ ଭଲ ହବ. ହଉ ଶୋଇପଡ଼ିବୁ, ଯଦି ଶୋଇ ପଡ. ଆଲୋକ - ଆଉ କୋଉଠି ନିଦ ହବ. ମୋ ଷ୍ଟେସନ ଆଉ ଅଳ୍ପ ବାଟ, ଆପଣଙ୍କ ଷ୍ଟେସନ ପରେ. ରାଧା ଦିଦି -ହଁ, କେବେ ସମୟ ପାଇଲେ ଆମ ଘର ଆଡ଼େ ବୁଲିଆସେ. ଅଜୁ ତୁମକୁ ଦେଖିଲେ ଖୁସି ହେବେ,ସେ ବହୁତ ଖୁସ-ମିଯାଜର ଲୋକ.

ଆଲୋକ -ନିଶ୍ଚୟ ଯିବି. ହଉ ମୁଁ ଯାଇ ଏବେ ଟିକେ ଫ୍ରେସ ହେଇ ଆସେ.

ରାଧା ଦିଦି - ହଉ ଯା.

ଆଲୋକ ଯାଇ ଫ୍ରେସ ହେଇ, ବ୍ରସ କରି ଆସିଲା. କିଛି ଫଳ ଆଉ ବିସ୍କୁଟ ଥିଲା ତାକୁ ଖାଇକି, ପ୍ରାଚୀ ଫୋନ କୁ ଅପେକ୍ଷା କଲା. ନିଜ ଆଡୁ ଫୋନ କରିବା କୁ ଡର ଲାଗୁଛି, କାରଣ ସେ ମନା କରିଛି ଯେ ପର୍ଯ୍ୟନ୍ତ ସେ ତା ଆଡୁ ଫୋନ ନକରିଛି, ମୁଁ ଫୋନ କରିବା ପାଇଁ, ଏଇ ଭିତରେ ରାଧା ଦିଦି ଙ୍କର ଷ୍ଟେସନ ଆସିଗଲା.

ରାଧା ଦିଦି -ଆଲୋକ ଆସୁଛି, ଆସିବ ଘରକୁ ସମୟ ହେଲେ.ମୋ ଫୋନ ନମ୍ବର ତୋ ରାନୁ ଦିଦି ପାଖରେ ଅଛି.

ଆଲୋକ - ହଉ ଠିକ ଅଛି. ରହିଲି ଦିଦି.

କିଛି ସମୟ ପରେ ଆଲୋକର ଷ୍ଟେସନ ଆସିଗଲା, ପ୍ରାୟ ୯ମାସ ପରେ କୋରୋନା ଯୋଗୁ ଘରକୁ ଫେରୁଥିବାର ଖୁସି, ପୁଣି କ୍ୱାରେନଟାଇନ ସେଣ୍ଟର ରେ ରହିବାର ଚିନ୍ତା. ଆଲୋକର ବାପା ଅଭିଳାଷ ବାବୁ, ଜଣେ ପ୍ରତିଷ୍ଠିତ ଲୋକ ଓ ତାଙ୍କର ଭଲ ଲୋକ ସମ୍ପର୍କ ହେଲେ, ଟିକେ ସ୍ୱାଭିମାନି, ତେଣୁ ସେ କାହାକୁ ପୁଅ ଘରେ କ୍ୱାରେନଟାଇନ ହୋଇ ରହୁ କହିବେନି. ତେଣୁ ବାଧ୍ୟ ହୋଇ ଆଲୋକ କୁ ଗୋଷ୍ଠୀ କ୍ୱାରେନଟାଇନ ଘରେ ରହିବାକୁ ହେବ. ଏସବୁ ଭାବିବା ଭିତରେ ଟ୍ରେନ ଷ୍ଟେସନ ରେ ପହଁଚିଗଲା, ସମସ୍ତେ ଓଲ୍ହାଇ, ଗୋଟିଏ ଲାଇନ ରେ ସାମାଜିକ ଦୂରତା ରକ୍ଷା କରି ଛିଡା ହେଲେ, କିଛି କାଗଜ ପତ୍ର କାମ ହେଲା ଓ ବାହାରୁ ଆସିଛୁ ବୋଲି ହାତରେ ଏକ ମୋହର ବାଜିଲା, ସତେ ଆମେ ଯେମିତି ବାହାର ଦେଶରୁ ଆସି ଥିବା ବିଦେଶୀ PASSPORT . ଆଜି ଏ ରୋଗ ଯୋଗୁଁ ନିଜ ଦେଶରେ, ନିଜକୁ ବିଦେଶୀ ପରି ଲାଗୁଛି. କିଏ ଜାଣେ ଏ ରୋଗ କେବେ ସରିବ ପୁଣି ଜୀବନ ସରଳ ଓ ସାମାନ୍ୟ ଗତି କୁ ଆସିବ ନା ଏମିତିକା ଚାଲିବ.ବେଳେବେଳେ ଲାଗୁଛି, ଦୁନିଆର ଧ୍ବଂସ ହେବା ର ଇଏ ବୋଧେ ଏକ ପ୍ରାକ ସୂଚନା. ଯାହା ହବ ଭଗବାନ ଭରସା. ସବୁ କାଗଜ କାମ ସାରିବା ପରେ ଏକ ସ୍ୱତନ୍ତ୍ର ବସରେ, ଏକ ଗୋଷ୍ଠୀ କ୍ୱାରେନଟାଇନ କେନ୍ଦ୍ର କୁ ଅଣାଗଲା, ସେଠି ସ୍ଥାନୀୟ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରା ଯାଇଥିଲା.କିଛି ସାଙ୍ଗ ମଧ୍ୟ ସେଠି ଦେଖା ହେଲେ, ତାଙ୍କୁ ଦେଖି, ଆଲୋକର ବିରହୀ ଓ ବ୍ୟସ୍ତ-ବିବ୍ରତ ହୋଇଥିବା ମନକୁ ଟିକେ ସାନ୍ତ୍ୱନା ମିଳିଲା. ସବୁ ବ୍ୟବସ୍ଥା ଓ ସାଙ୍ଗ ମାନଙ୍କ ଗହଣରେ ଥାଇ ମଧ୍ୟ ତାକୁ ଏକା ଏକା ଲାଗୁଥାଏ, ସେ ବାରମ୍ବାର ଫୋନ ଦେଖୁଥାଏ.ଫୋନ ଘଣ୍ଟି ବାଜିବା କ୍ଷଣି ତା ମୁହଁ ରେ ଏକପ୍ରକାର ଚମକ ଆସିଯାଏ. ଯେମିତି ସେ କାହାର ଫୋନ ପାଇଁ ଆପେକ୍ଷରତ, ଏମିତି ୧୦ଦିନ ବିତିଗଲା, ସେ ସଦାବେଳେ ଅନ୍ୟମନସ୍କ ହୋଇରହି ଥାଏ. ସାଙ୍ଗ ମନେ ମଧ୍ୟ ତାର ଏଇ ଅନ୍ୟମନସ୍କ କୁ ତାର ପ୍ରେମରୋଗର ଲକ୍ଷଣ କହି ଚିଡାଉ ଥାନ୍ତି. ତାକୁ ତାର ପ୍ରେମ ବିଷୟରେ ପଚାରିଲେ, କିଛି କୁହେନି, କାରଣ ସେ ଜାଣିନି ସେ ଯାହା ପାଇଁ ଏତେ ଭାବୁଛି, କ'ଣ ସେ ତା ପାଇଁ ବି ସେତିକି ଭାବୁଛି.

ଏମିତି ଦଶଦିନ ଗଲା ପରେ, ଦିନେ ସନ୍ଧ୍ୟା ରେ ଅଜଣା ନମ୍ବରରୁ ଫୋନ ଆସିଲା. ଆଉ ତାକୁଦେଖି ଆଲୋକ ମନକୁ ଗୋଟେ ଅଜଣା ଖୁସିର ଅନୁଭବ ହେଲା, କାହିଁକି କେଜାଣି ସେଇ ଅଜଣା ନମ୍ବର କୁ ଦେଖି ଲାଗିଲା କିଛି ଗୋଟେ ଭଲ ହବାର ଅଛି. ସେ ସାଙ୍ଗ ମାନଙ୍କ ଠାରୁ ଟିକେ ଅଲଗା ହୋଇ, ଫୋନ ଉଠେଇବାକୁ ଲାଗିଲା, ତାକୁ କିଛି ଗୋଟେ ଅଦ୍ଭୁତ feel ହଉଥାଏ, ହେଲେ ସେଇଟା କଣ ତାକୁ ଜଣା ନଥାଏ.

ଶେଷରେ ଫୋନ ଉଠେଇ ଉତ୍ତର ଦେଲା - ହାଲୋ!!!

ପ୍ରତିଉତ୍ତର ଆସିଲା - ପ୍ରାଚୀ ମତେ ଏଇ ନୁମ୍ବର ଦେଇଛି, ତୁମେ କହିଥିଲ ଗୋଟେ ଝିଅ ତମ ପାଇଁ ଖୋଜିବାକୁ, ମୁଁ ସେଇ ଝିଅ !ଆଲୋକ କୁ ଲାଗିଲା ଏଇ ସ୍ବରଟା ସେ କୋଉଠି ଶୁଣିଚି ନିଶ୍ଚୟ, ପରିଚିତ ସ୍ବର ପରି ଲାଗୁଛି.

ସେ ଟିକେ ଭାବିଲା. ପୁଣି ପଚାରିଲା- କିଏ? କହୁଛନ୍ତି, ଜାଣିପାରିଲିନି!

ପ୍ରତିଉତ୍ତର - ହଁ ଆମକୁ କାହିଁକି ଚି଼ହ୍ନବ, ଏବେତ ନୂଆ ଲୋକଙ୍କ କଥା ଭାବି ଭାବି ସମୟ ଯାଉଥିବ.

ଆଲୋକ ଟିକେ ଡରିଗଲା, ସେ କୋଉ ନୂଆ ଲୋକ ସହ ଅଛି କି ନାହିଁ ଇଏ କେମିତି ଜାଣିଲା. ତାକୁ ଲାଗିଲା ଇଏ ପ୍ରାଚୀ ଅଲଗା ନମ୍ବର ରୁ ଫୋନ କରିଛିକି…? ହେଲେ ସିଧା ପଚାରିଲେ ଅଲଗା ଲୋକ କିଏ ହେଇଥିଲେ ସେ ପ୍ରାଚୀ କଥା ଜାଣିଦବ.

ଆଲୋକ ଟିକେ ବ୍ୟସ୍ତ ହୋଇ ପଚାରିଲା - ଆପଣଙ୍କ ପରିଚୟ ଦିଅନ୍ତୁ. ନହେଲେ ଫୋନ କାଟିଦେବି.

ପ୍ରତିଉତ୍ତର ଆସିଲା -ହଁ କାଟ, ହେଲେ ତୁମର କ୍ଷତି. ମତେ ପଛରେ ଦୋଷ ଦେବନି.

ଆଲୋକ କୁ ସନ୍ଦେହ ହେଲା, ଇଏ ରାଧାଦିଦି, ବୋଧେ ପ୍ରାଚୀ ଝିଅ ଖୋଜା କଥା ରାଧାଦିଦି ଙ୍କୁ କହିଛି, ତେଣୁ ସେ, ତାକୁ ଏମିତି ପଚାରିଲେ, ସେ ଟିକେ ସନ୍ଦେହରେ ରହି ପଚାରିଲା - ହଉ, ରାଧାଦିଦି କୁହନ୍ତୁ.

ପ୍ରତିଉତ୍ତର- ଆରେ,ବାଃ! ଆମେ ତେବେ ମନେ ଅଛୁ, ଆମେତ ଭାବିଥିଲୁ ତୁମେ ଭୁଲି ଯିବଣୀ.

ଆଲୋକ (ଜାଣି ଦେଲା ଇଏ ରାଧାଦିଦି)- ନା, ଦିଦି ସେମିତି କିଛି ନାହିଁ, କ୍ୱାରେନଟାଇନ ସେଣ୍ଟର ରେ ରହିକି ମୁଣ୍ଡ ଖରାପ ହେଇଗଲାଣି.

ରାଧାଦିଦି - ଆଉ ତୋ ହାଲତ କଣ, ଖିଆ-ପିଆ ଠିକ ଅଛି.

ଆଲୋକ- ହଁ, ଭଲ, ଆଉ ୩-୪ଦିନ ଗଲେ ଏଇ ଜେଲ ରୁ ବାହାରିବବା ପରେ ଟିକେ ମଣିଷ ଭଳିଆ ଲାଗିବ, ଏଠି ଚିଡ଼ିଆଖାନାର ଜନ୍ତୁ ଭଳିଆ ଲାଗୁଛି.

ରାଧାଦିଦି - ବ୍ୟସ୍ତ ହନି, ଆଉକିଛି ଦିନ ମାଡି ଜାକି ହେଇ ରହିଯା.

ଆଲୋକ - ଦିଦି, ଗୋଟେ କଥା ପଚାରିବି ସତ କହିବ !

ରାଧା ଦିଦି(ହସିକି କହିଲେ)- ତୁ ଯାହା ପଚାରିବୁ ଜାଣିଛି, ହେଲେ ପଚାରେ?

ଆଲୋକ - ହଉ ତମକୁ ତ ସବୁ ଜଣା, ଆଉ ତମକୁ ଫୋନ ଆସିଥିଲା କି, ୟାର ?

ରାଧା ଦିଦି (ଥଟ୍ଟାରେ )- ୟାର ମାନେ କାହାରମ, ନାଁ ଟା କହ !

ଆଲୋକ (ଟିକେ ଲାଜେଇ ଯାଇ)- ତମେ ତ ଜାଣିଛ!ପ୍ରାଚୀର ଫୋନ ଆସିଥିଲା ବୋଧେ, ନହେଲେ ତମେ ଝିଅ ଖୋଜା କଥା କେମିତି ଜାଣିଲ.

ରାଧା ଦିଦି - ମୁଁ ଅନ୍ତର୍ଯ୍ୟାମୀ, ମୁଁ ଜାଣିଦେଲି.

ଆଲୋକ ଅନ୍ତର୍ଯ୍ୟାମୀ କଥା ଶୁଣିକି, ଆଉ ଟିକେ sure ହେଲାଯେ ପ୍ରାଚୀ ଫୋନ କରିଥିଲା, କାରଣ ସେ ପ୍ରାଚୀ କୁ ଅନ୍ତର୍ଯ୍ୟାମୀ କଥା କହିଥିଲା.

ଆଲୋକ - ଦିଦି, କୁହନ୍ତୁ, ମୋ ଉପରେ ଟିକେ ଦୟା କରନ୍ତୁ.

ରାଧା ଦିଦି - ଦୟା କାଲେ ମତେ କଣ ମିଳିବ, କିଛି ପାଇବା ପାଇଁ ହେଲେ କିଛି ଦେବାକୁ ହୁଏ.

ଆଲୋକ - ଯାହା ମୋ ସକ୍ଷମ ହିସାବରେ ମାଗିବ ମୁଁ ଦେବି. ଆଉ suspension ରଖନି.

ରାଧା ଦିଦି - ହଉ ଯେବେ ଆମ ଘରକୁ ଆସିବୁ ଭଲ ଚକଲେଟ ଆଣିକି ଆସିବୁ.

ଆଲୋକ - ହଁ… ହୁଁ… ନେଇକି ଯିବି. ହେଲେ ମୋ କଥାର ଉତ୍ତର ଦିଅ…

ରାଧା ଦିଦି - ବିଚରା କେତେ ଡହଳ ବିକଳ ହଉଚି.

ହଁ, ତମ ପ୍ରିୟତମା ଫୋନ କରିଥିଲେ.

ଆଲୋକ ଆଖିରେ ଗୋଟିଏ ଅଲଗା ଚମକ ଆସିଗଲା, ସେ ତରତର ହୋଇ ପଚାରିଲା - କଣ କହିଲା ସେ ? ମୋ କଥା ପଚାରିଲା!!!

ରାଧା ଦିଦି ଆଲୋକ ପରିସ୍ଥିତି ଦେଖି ହସି ଦେଇ କହିଲେ - ସେ ତୋ ପାଇଁ ଝିଅଟିଏ ବାଛିଚି. ତାର ନା ପ୍ରାଚୀ. ସେ ତତେ କିଛି ଦିନ ପରେ ଫୋନ କରିବ.

ଆଲୋକ, ପ୍ରଥମେ ବୁଝି ପାରିଲାନି, ଟିକେ ରହି ଭାବିଲା ଓ ନିଜ କାନକୁ ବିଶ୍ୱାସ କରି ପାରିଲାନାହିଁ, ଆଶ୍ଚର୍ଯ୍ୟ ହୋଇ ପଚାରିଲା - ଦିଦି କଣ କହିଲ ଆଉଥରେ କୁହ?

ରାଧା ଦିଦି -ଭଗବାନ ପ୍ରାଚୀମନରେ ତୋ ପାଇଁ ଥିବା ସତ କଥାଟା ଜଣେଇ ଦେଇଛନ୍ତି.

ଆଉ ସେ ସତଟା ହେଲା, "ହଁ".

ଆଲୋକ ଖୁସି କହିଲେ ନସରେ, ସେ ଜୀବନରେ ଏଭଳି ଅନୁଭବ କେବେ କରିଥିଲା, ଯୋଉ ଅନୁଭବ ଥିଲା ଏକ ନିଆରା ଓ ଅଦ୍ଭୁତ.

ସେ ଥିଲା ଭଲପାଇବା ଓ ସେଥିରେ ପ୍ରେମିକାର ସ୍ୱୀକୃତି ପାଇବାର ଅନୁଭବ.

ଆଲୋକ ଏତେ ଖୁସି ହୋଇଯାଇଥିଲା ଯେ, କିଛି ଠିକରେ ଫୋନରେ ରାଧା ଦିଦିଙ୍କୁ ଉତ୍ତର ଦେଇ ପାରିଲାନି - ଖାଲି ଏତିକି କହିଲା, ଧନ୍ୟବାଦ ଦିଦି.

ରାଧା ଦିଦି- ହଉ ଯା, ଆଜି ENJOY କର. ତୋ ପାଇଁ ଆଜି ମୁଁ ମଧ୍ୟ ବହୁତ ଖୁସି. ପ୍ରାଚୀ ଫୋନ କୁ ଅପେକ୍ଷା କର. ରହିଲି.

ଆଲୋକ - ହଉ, ଧନ୍ୟବାଦ ଦିଦି. ରହିଲି.

ଆଲୋକ ଖୁସିର ସୀମା ନଥାଏ, ସେ ସାରା ରାତି ଖାଲି ପ୍ରାଚୀ କଥା ଭାବି ଭାବି କାଟି ଦେଲା. ତହିଁ ଆର ଦିନ, ସକାଳ ୧୦ଟା ପାଖା-ପାଖି ଫୋନ ପୁଣି ବାଜି ଉଠିଲା,ଆଲୋକ ଫୋନ screen ରେ ଥିବା ନାଁ କୁ ଦେଖିବା କ୍ଷଣି, ତାକୁ ଲାଗିଲା ସବୁ ଜିନିଷ ସ୍ଥିର ହୋଇ ଯାଇଛି ଓ ଏତେ ଶାନ୍ତିଯେ ତାକୁ ତାର ହୃଦୟର ପ୍ରତ୍ୟେକଟି ସ୍ପନ୍ଦନ ଶୁଭୁଛି. ସେ ଥିଲା ଏକ ଅଲଗା ପ୍ରକାରର ଅନୁଭୂତି, ଯାହା କେବଳ ଅନୁଭବ ହିଁ କରିହବ, ପ୍ରକାଶ କରି ହେବନି.

ଆଲୋକ ଫୋନ ଉଠେଇ କହିଲା - ହାଲୋ! ପ୍ରାଚୀ…

ପ୍ରତିଉତ୍ତର - ଝିଅ ପସନ୍ଦ ଆସିଲା ନା ନାହିଁ.

ଆଲୋକ - ହଁ, ପସନ୍ଦତ ମୋର ଅଛି,କ'ଣ ସେ ମୋ ଜାନୁ ହବାକୁ ରାଜି!!!

ପ୍ରାଚୀ -ହଁ,ତୁମର ସବୁ ଯାତ୍ରାରେ,ସବୁଦିନ ପାଇଁ ଜାନୁ ହବାକୁ ରାଜି.

" I LOVE YOU ଜାନୁ"...

ଆଜି ସତରେ ଆଲୋକର ମନ ପ୍ରଥମ ପ୍ରେମର, ପ୍ରଥମ ଆଲୋକ ପାଇ, ଆଲୋକିତ ହେଇଯାଇଛି. ଆଜି ଅନେକ ଦ୍ଵନ୍ଦ ଓ ଅପେକ୍ଷାର ଅନ୍ତ ଘଟିଛି, ଆଉକିଛି ବାକି ଅଛି, ଯାହା ପ୍ରାଚୀ ସହ ଦେଖା ହେଲେ ବୋଧେ ଦୂରଇ ଯିବ, ତାର ସେ ମଧୁର ସ୍ପର୍ଶ ପାଇ. ଖାଲି ସେଇ ଦିନକୁ ଅପେକ୍ଷା.

ଭଗବାନଙ୍କ ଆଶୀର୍ବାଦ ରହିଲେ, ଯାହା ହବ ସବୁଭଲ ହେବ…

                

                       



Rate this content
Log in

More oriya story from ମୁଁ ନା ଆମେ

Similar oriya story from Drama