ମୁଁ ନା ଆମେ

Children Stories Action Inspirational

2  

ମୁଁ ନା ଆମେ

Children Stories Action Inspirational

କର୍ମ ବଳେ ସଫଳ

କର୍ମ ବଳେ ସଫଳ

3 mins
74



           

  ପୂର୍ବ କାଳ ରୁ ଆମେ ଶୁଣି ଆସୁଛନ୍ତି, "କଷ୍ଟ କଲେ କୃଷ୍ଣ ମିଳେ" ପରି ଅନେକ କଥା. ଯାହା ଭାଗବତ ଗୀତା ଓ ଅନ୍ୟ ବୋହୁ ଗ୍ରନ୍ଥ ରେ ବର୍ଣିତ ଅଛି. ଏଇ ଗଳ୍ପରେ ସେଇ ଉପରେ ଆଉ ଟିକେ ଜାଣିବା.

  

      ଦେଶ ସ୍ୱାଧୀନତା ସମୟ ର କଥା, କମଖରା ବୋଲି ଗୋଟିଏ ଗାଁ ଥିଲା. ଗାଁ ର ନା ପରି ଗାଁ ଟିରେ କମ ଖରା ହୁଏ, କାରଣ ମୁଖ୍ୟ ରାସ୍ତା ଠାରୁ ପାଖରେ ହେଲେବି,ଗାଁ ଟି ଜଙ୍ଗଲ ମଝିରେ ଓ ସେ ଜଙ୍ଗଲ ମନୁଷ୍ୟକୃତ. 

ଆଗରୁ ସେଠି ଟାଙ୍ଗରା ଭୂମି ଥିଲା, ପାଣି ର ସ୍ତର ବହୁତ କମ ଥିଲା. ଲୋକେ ପାଣି ପାଇଁ ହନ୍ତ ସନ୍ତ ହଉଥିଲେ. ସୁବିଧା ସୁଯୋଗ ପାଇଁ କିଛି ଲୋକ ନିଜ ଭିଟାମାଟି କୁ ନିଜ ହାତରେ ଭାଙ୍ଗି ସହର ମୁହାଁ ହଉଥିଲେ.

ସେ ଗାଁ ର କିଛି ପାଠ ପଢା ଯୁବକ-ଯୁବତୀ ଙ୍କୁ ଏହା ଉଚିତ ଲାଗିଲାନି, ସେ ସରକାର ଙ୍କୁ ଗାଁ ର ଅବସ୍ଥା ବିଷୟରେ ଅବଗତ କଲେ, ସରକାର ଙ୍କ ଇଚ୍ଛା ଶକ୍ତି ରେ ଅଭାବ ଦେଖି, ନିଜେ କିଛି କରିବା କୁ ଭାବିଲେ. ତାଙ୍କ ଆଗରେ ଦୁଇଟି ସମସ୍ୟା ଥିଲା ଗୋଟିଏ ଲୋକଙ୍କ ଜୀବିକା ଓ ଅନ୍ୟ ଟି ଗାଁ କୁ ରହିବା ଉପଯୋଗୀ କରିବା.

ବହୁତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ, ଶେଷରେ ନିଷ୍ପତି ନେଲେ ଗାଁ ରେ ଜଙ୍ଗଲୀ କରଣ କରିବା, ଓ ଜଙ୍ଗଲୀ ଜିନିଷ କୁ ନେଇ ନେଇ ଗାଁ ଲୋକ ଓ କିଛି ସ୍ବେଛାସେବୀ ଙ୍କ ସାହାଯ୍ୟ ରେ କାମ ଆରମ୍ଭ କରା ଗଲା.

ଏ ଚେଷ୍ଟା ଦେଖି ଧୀରେ ଧୀରେ ସରକାରୀ ସହାୟତା ମିଳିବାକୁ ଲାଗିଲା, ତା ମଧ୍ୟରେ ସବୁଠୁ ଭଲ ଥିଲା ଜଳ ଯୋଗାଣ ଓ ସ୍କୁଲ ବ୍ୟବସ୍ଥା .

ଧୀରେ ଧୀରେ ଟାଙ୍ଗରା ରଗଡା ଜଙ୍ଗଲ ରେ ପରିଣତ ହେବାକୁ ଲାଗିଲା. ପ୍ରଥମ ପ୍ରଥମେ କିଛି ବର୍ଷ ଜୀବନ-ଜୀବିକା ପାଇଁ ଅସୁବିଧା ହେଉଥିଲା. ଏଥି ପାଇଁ କିଛି ସ୍ବେଛାସେବୀ ସଂଗଠନ ଆର୍ଥିକ ସାହାଯ୍ୟ କରିଲେ ଓ ସରକାର କିଛି ପ୍ରୋଛାହନ ରାଶି ଦେଲେ. କିଛି ପରିବେଶବିତ, ଶିକ୍ଷକ ଓ ବୁଦ୍ଧିଜୀବୀ ଙ୍କ ପରାମର୍ଶ କ୍ରମେ କିଛି ଦୃଢ ନିଶ୍ଚୟ କରିଲେ. ଯେମିତିକି ପରିବାର ନିୟୋଜନ କରିବା, ବଦଖର୍ଚ୍ଚ କମେଇବା, ଆପୋଷ ବୁଝାମଣା ଓ ଶିକ୍ଷିତ ହେବା. ଯାହା ସେ ଗାଁ ଲୋକଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ବାଟ ଫିଟାଇଲା. ଗାଁ ସ୍କୁଲ ରେ ପିଲାମାନଙ୍କୁ ଜଙ୍ଗଲ ର ଉପକାରିତା ଓ ତାର ବ୍ୟବହାର ବିଷୟରେ ବିଷୟରେ ଶିକ୍ଷା ଦିଆ ଯାଉଥିଲା.

ଲୋକେ ନିଜେ ଗାଁ ରେ ରହି ନିଜେ କେମିତି ରୋଜଗାର କ୍ଷମ ହେବେ ସେଥିପାଇଁ ତାଙ୍କୁ ତାଲିମ ଦିଆଗଲା; ଯେମିତି ବାଉଁଶ ପାତ, ପ୍ରେସ ଖଲି ତିଆରି, ଫଳ ଚାଷ ଓ କିଛି ପୁରୁଣା ଜିନିଷ ଯେମିତ କେନ୍ଦୁପତ୍ର ସଂଗ୍ରହ ଓ ତାକୁ ନେଇ କିଛି ଜିନିଷ ତିଆରି. କିଛି ଲୋକ ତିଆରି କଲେ ଓ କିଛି ବିକ୍ରି କାର୍ଯ୍ୟ ରେ ନିୟୋଜିତ ଥିଲେ.

ଦଶ ବର୍ଷ ବେଳକୁ ଲୋକେ କିଛି ଅଂଶରେ ଜଙ୍ଗଲ ରୁ ଜୀବିକା ପାଇବା ସାରିଥିଲେ ଓ ନିଜ ଗୁଜୁରାଣ ମେଣ୍ଟେଇବା ରେ ସଫଳ ହେଲେ. ପାଖ ପାଖି ତିରିଶ ବର୍ଷ ବେଳକୁ ଜଙ୍ଗଲ ଯୋଜନା ସମ୍ପୂର୍ଣ ସଫଳ ହୋଇଯାଇଥିଲା. କିଛି ନୂଆ ରୋଜଗାର ର ପନ୍ଥା ମଧ୍ୟ ଖୋଲି ଯାଇଥିଲା ଯେମିତିକି ପାନ୍ଥଶାଳା ଖୋଲିଥିଲା, କିଛି ଲୋକ ଜଙ୍ଗଲ ର ସନ୍ଦର୍ଯ୍ୟତା ଦେଖିବା କୁ ଆସୁଥିଲେ ଯାହା ଗାଁ ର ଆର୍ଥିକଅବସ୍ଥା କୁ ସୁଦୃଢ କରୁଥିଲା. ସବୁଠିକ ଥିଲା ଲୋକେ ଯେତିକି ରୋଜଗାର କରୁଥିଲେ ଖୁସି ରେ ଚଳୁଥିଲେ.

ଏ ଖୁସି ବେଶୀ ଦିନର ନଥିଲା. କିଛି ଖଳ ପ୍ରକୃତି ର ଲୋକ ଓ ରାଜନେତା ଙ୍କ ଆଖିରେ ଏ ଜାଗା ଲୋଭେ ସୃଷ୍ଟି କଲା. ଗାଁ ର କିଛି ଲୋକଙ୍କୁ ମଧ୍ୟ ପ୍ରଲୋଭନ ଦିଆଗଲା, ହେଲେ ଲୋକେ ସେ ପ୍ରଲୋଭନ ର ବଶବର୍ତ୍ତୀ ନହୋଇ ନିଜ ଜନ୍ମମାଟି ଓ ଜଙ୍ଗଲ କୁ ନେଇ ଆଗକୁ ବଢିଲେ.

ହେଲେ ଲୋଲୁପ ଦୃଷ୍ଟି ସହଜେ କଣ ଯାଏ. କୁଚକ୍ରୀ କଳେ ବଳେ କୌଶଳେ ସେ ଜାଗାକୁ ହାତେଇବା କୁ ଚାହିଁଲେ. କେବେ ସରକାର ଦଲିଲ ଡର, କେବେ ଗୁଣ୍ଡା ଡର. ହେଲେ ବନ୍ଦ ମୁଠି ର ଅଭେଦ୍ୟତା ପରି ଲୋକେ ଏକାଠି ହେଇ ରହିଲେ. ବହୁତ ମାଲି-ମକୋଦମା ହେଲା. ଶେଷରେ ସତ୍ୟ ର ଜୟ ପରି ଗାଁ ଲୋକଙ୍କୁ ନ୍ୟାୟ ମିଳିଲା.

ଲୋକଙ୍କ ଏକତା, ଇଚ୍ଛା ଶକ୍ତି ଓ କର୍ମ ହିଁ ତାଙ୍କୁ ବିଜୟ କରିଲା.

ଏ ଗଳ୍ପ ଆମକୁ ଶିକ୍ଷା ଦେଉଛି; ଯଦି ଦୃଢ ଇଚ୍ଛା ଶକ୍ତି ଥାଏ, ତେବେ ଆମେ କର୍ମ କୁ ଗୁରୁତ୍ୱ ଦେଇ, ବହୁତ ଅସୁବିଧା ରୁ ବାହାରି ସୁବିଧା ଆଡକୁ ଅଗ୍ରସର ହେଇ ପାରିବା.

        

ଏଣୁ କୁହା ଯାଏ :-

     "ଇଛା କଲେ ରାବଣ, ରାମ ଯେ ହବ,

              କର୍ମ କଲେ ନର ବୈକୁଣ୍ଠ କୁ ଯିବ "



Rate this content
Log in