Lalita Mohan Mishra

Classics Fantasy Others

3  

Lalita Mohan Mishra

Classics Fantasy Others

ଯାହାର ମନ ଯେଡେ

ଯାହାର ମନ ଯେଡେ

2 mins
186



ମନୁଷ୍ଯ ଯେଉଁ କାର୍ଯ୍ଯ କରେ, ତାହା ତାର କାର୍ଯ୍ୟଶୈଳୀ ଏବଂ ଆଚରଣରେ ପରିଲକ୍ଷିତ ହୁଏ । ମନୁଷ୍ଯର ଯୋଗ୍ୟତା ଏବଂ ସ୍ୱରୂପ ତାର ମନୁଷ୍ୟତ୍ୱକୁ ସୂଚିତ କରେ । ତେଣୁ କୁହାଯାଏ ଯାହାର ମନ ଯେଡେ ତାହାର ପ୍ରଭୁ ସେଡେ । ମଣିଷର ଚରିତ୍ର ଗଠନ, ସୁସ୍ଥ ସମାଜ ପ୍ରତିଷ୍ଠା ପାଇଁ ପ୍ରତ୍ୟେକଟି କଥା ଗୁରୁତ୍ୱପୂର୍ଣ୍ଣ । କିଏ ଠାକୁର ଙ୍କୁ ସେଇ କାଠ ପଥର ମୂର୍ତ୍ତି ରେ ଖୋଜେ ତ ଆଉ ପୁଣି କିଏ ତାଙ୍କୁ ନିଜ ଭିତରେ ଖୋଜେ । ଥରେ ଜଣେ ସାଧୁ ତାଙ୍କ ଶିଷ୍ୟ ସହିତ ତୀର୍ଥ ଭ୍ରମଣରେ ଗଲେ । ସାଧୁ ସନ୍ଥ ଯେଉଁଠି ହେଲେ କାଳ ବିତାଇ ଦେବେ ଭାବି ସଙ୍ଗରେ କିଛି ହେଲେ ଧରିଲେ ନାହିଁ । ସେମାନେ ମାଇଲ୍ ମାଇଲ୍ ଦୂର ଯାତ୍ରା କଲେ । ଚାଲି ଚାଲି ବହୁତ ଶୋଷିଲା ଅନୁଭବ କଲେ । କିଛି ବାଟ ଯିବା ପରେ ଏକ କ୍ଷୁଦ୍ର ଜଳାଶୟ ପାଇଲେ । ଜଳକୁ ଦେଖି ବହୁତ ଆନନ୍ଦିତ ହେଲେ । ଜଳାଶୟରୁ ଜଳପାନ କିପରି କରିବେ ସନ୍ଦିହାନରେ ପଡିଲେ । ଜଳାଶୟର କିଛି ଦୂରରେ ଏକ ପାତ୍ର ପଡ଼ିଥିବାର ଦେଖିଲେ । ସଙ୍ଗେ ସଙ୍ଗେ ସେ ପାତ୍ରକୁ ଆଣି ସେହି ପାତ୍ର ମାଧ୍ୟମରେ ଜଳପାନ କରିବାକୁ ଲାଗିଲେ । କିନ୍ତୁ ଦୁଃଖର ବିଷୟ ଯେତେବେଳେ ସେ ପାଣି ପିଇବାକୁ ଲାଗିଲେ, ସେ ପାଣି ଏତେ ଅସ୍ବାଦକର ଏବଂ ତିକ୍ତ ଥିଲା ଯେ ସେ ପିଇ ପାରିଲେ ନାହିଁ । ଏହା ଖରାପ ଜଳାଶୟ ବୋଲି ଅନୁଭବ କରି ଅନ୍ୟ ଏକ ଜଳାଶୟ ସନ୍ଧାନରେ ସେ ପାତ୍ରକୁ ଧରି ଆଗେଇଲେ । ପୁଣି କିଛି ବାଟ ଯିବାପରେ ଆଉ ଏକ ଜଳାଶୟ ପାଇଲେ । ସେଠାରୁ ସେ ପାତ୍ରରେ ଯେତେବେଳେ ଜଳ ଆଣି ପାନ କରିଛନ୍ତି, ସେତେବେଳେ ପୂର୍ବ ଜଳାଶୟର ଜଳପରି ତିକ୍ତ ଏବଂ ଅରୁଚିକର ଥିଲା । ଶୋଷ ସହ୍ଯ କରି ପାରୁ ନ ଥାନ୍ତି । ପୁଣି ଆଉ ଏକ ଜଳାଶୟ ସନ୍ଧାନରେ ସେ ପାତ୍ରକୁ ଧରି ଆଗେଇଲେ । ତୃତୀୟ ଜଳାଶୟ ନିକଟରେ ଅନ୍ୟ ଜଣେ ସନ୍ଥ ପୂଜାର୍ଚ୍ଚନାରେ ମଗ୍ନ ଥିଲେ । ଏ ସାଧୁ ଯେତେବେଳେ ଶିଷ୍ୟ ସହିତ ସେହି ପାତ୍ରରେ ଜଳପାନ କରିଛନ୍ତି, ପୂର୍ବ ପରି ଅସ୍ବାଦ ଏବଂ ଅରୁଚିକର ବୋଧ ହେଲା । ଥୁ ଥୁ କରି ଜଳାଶୟର ବାହାରକୁ ଆସିଛନ୍ତି, ସେଠାରେ ଉପବେଶନ କରିଥିବା ସନ୍ଥ ଜଣକ ପଚାରିଲେ - କ'ଣ ହେଲା ? ଥୁ ଥୁ କାହିଁକି କଲେ। ସେ ସାଧୁ କହିଲେ ଏ ଜଳାଶୟର ଜଳ ତିକ୍ତ ଏବଂ ଅରୁଚିକର। ସେ କହିଲେ - ତୁମର ଦୃଷ୍ଟିଭଙ୍ଗୀ କିଛି ଭିନ୍ନ । ମୁଁ ଦୀର୍ଘ ଦିନ ହେଲା ଏହି ଜଳାଶୟରୁ ଜଳପାନ କରି ଆସୁଅଛି । କେବେ ଅସ୍ବାଦ ବା ତିକ୍ତତା ଅନୁଭବ କରି ନାହିଁ । ଆପଣ ସେ ପାତ୍ରରେ ଜଳପାନ ନ କରି ହସ୍ତରେ ପାନ କରନ୍ତୁ ଦେଖିବେ ତାର ପକୃତ ସ୍ବାଦ ଅନୁଭବ କରି ପାରିବେ । ସାଧୁ ଜଣକ ସେୟା କରିଥିଲେ । ବାସ୍ତବରେ ପାତ୍ର ପରି ଆମ ଚରିତ୍ର ଏବଂ ବ୍ୟକ୍ତିତ୍ବ ତିକ୍ତକର । ବୁନ୍ଦାଏ ପାଣି ଗରମ ତାୱାରେ ପଡିଲେ ସେଁ କରି ବାଷ୍ପ ହୋଇଯାଏ । ବୁନ୍ଦାଏ ପାଣି ପଦ୍ମ ପତ୍ରରେ ମୋତି ପରି ଢଳଢଳ ହେଉଥାଏ । ପୁଣି ବାଷ୍ପ ହୋଇ ଉଡିଯାଏ । ସେଇ ବୁନ୍ଦାଏ ପାଣି ମାଛ ମୁହଁରେ ପଡି ମୋତି ପାଲଟିଯାଏ । ଯେଉଁଠି ଯାହା ପାଇଁ ଯେଉଁ ସ୍ଥାନ ମିଳେ ସେ ସେଇ ଅନୁସାରେ ପ୍ରଭାବିତ ହୋଇଥାଏ । ଯିଏ ଯେଉଁ ସ୍ଥାନରେ ଶୋଭା ପାଇବା କଥା ସେଇଠି ଶୋଭା ପାଏ । ପ୍ରତ୍ୟେକ କାମ ଯୋଜନା, ପ୍ରଯୋଜନା ଦ୍ୱାରା ହୋଇଥାଏ । ମନ ଅନୁସାରେ ଫଳ ମିଳିଥାଏ । ଯାହାର ମନ ଯେଡେ ତାର ପ୍ରଭୁ ସେଡେ । ମନରେ ନିଷ୍ଠା ଥିଲେ ଯିଏ ଯାହା ଭାବୁଥାଏ ତା ନିଶ୍ଚୟ ଦିନେ ପ୍ରାପ୍ତ ହୋଇଥାଏ । ଭାବନା ଯେମିତି ହେବ କାମବି ସେମିତି ହେବ । କାମ ଅନୁସାରେ ଫଳ ମିଳିବ ।



Rate this content
Log in

Similar oriya story from Classics