STORYMIRROR

MADHU MITA

Inspirational

3  

MADHU MITA

Inspirational

ଉଟି ଆଉ ରୁଟି

ଉଟି ଆଉ ରୁଟି

2 mins
229

ମୋ ବାହାଘର ଅଳ୍ପ ଦିନ ବାକି ଥିଲା ।ପଢା ସମୟରେ ବାହାଘର ହେବା ଖେଳ କଥା ନୁହେଁ ।ତଥାପି ଝିଅ ରୁ ବୋହୂ ହେବାର ସମସ୍ତ ଯୋଗ୍ୟତା ସମ୍ପୂର୍ଣ୍ଣ ହାସଲ କରି ଚାଲିଥିଲି ।ମା ମଧ୍ୟ ମୋତେ ସବୁ କାମ ଟିକିନିଖି ଶିଖେଇ ଦେଇଥିଲେ ।ଦିନେ ମୁଁ ରାତ୍ରି ଭୋଜନ ପାଇଁ ମା ଙ୍କୁ ରୁଟି କରିବାରେ ସାହାଯ୍ୟ କରୁଥାଏ ଫୋନ୍ ବାଜି ଉଠିଲା । ଲାଣ୍ତଲାଇନ ହାତ ଧୋଇ ଫୋନ୍ ଉଠାଇଲି ।ଆଉ ନିର୍ବନ୍ଧ ପରଠାରୁ ଦୁଇ ପରିବାର ପକ୍ଷରୁ ଆମ କଥାବାର୍ତ୍ତା କୁ ସ୍ଵୀକୃତି ମିଳି ଯାଇଥିଲା ।ହେଲେ ତାଙ୍କ ସ୍ୱର ପ୍ରଥମ କରି ଶୁଣିଲି ।ସତ କହୁଛି ଛାତି ଭିତରେ ଭାରି ଜୋରରେ ହାତୁଡି ପିଟିଲା ପରି ଧଡ ଧଡ଼ ହେଲା ।କିଛି କ୍ଷଣ କଥା ହେବା ଭିତରେ ସେ କହି ପକାଇଥିଲେ "କଣ ଉଟି ଯିବ?"ସେତେବେଳେ ମୁଁ ନୀରୁତ୍ତର ଥିଲି ।କିନ୍ତୁ କୋମଳ ମନ ଭିତରେ ଉଟି ଯିବାକୁ ଏକ ଅଜଣା ଆବେଗ ସୃଷ୍ଟି ହେବାରୁ ରୋକି ପାରି ନ ଥିଲି ।ରୁଟି କରିବା ସମୟରେ ପ୍ରଥମେ ଉଟି ଯିବାକୁ ମିଳିଥିବା ସେ ଆମନ୍ତ୍ରଣ ମୋତେ ପ୍ରତ୍ୟେକ ରୁଟିରେ ନଜର ଆସୁଥିଲା । ସମୟ କ୍ରମେ ମୋ ଜୀବନର ମଧ୍ୟ ସେ ପରିବର୍ତ୍ତନ ହେଇଗଲା ।ନିଜ ସଂସାର ପର କରି ଅଜଣା ଲୋକଙ୍କ ଗହଣରେ ନିଜତ୍ବ ଖୋଜୁ ଖୋଜୁ ସମୟ କେଉଁଆଡେ ଚାଲିଗଲା ଜାଣି ପାରିଲିନି ।ଆଉ ସେ ସମୟ ଭିତରେ ଏ ଉଟି ପ୍ରସଙ୍ଗ ଟି କେଉଁଠି ବୋଧେ ଲୁଚି ଯାଇଥିଲା ।ହଁ କିନ୍ତୁ ଉଟି ଜାଗାରେ ରୁଟି ପ୍ରତିଦିନ ମୋ ସା ଥିରେ ରହିଥିଲା ।ମୁଁ ବହୁତ ଭଲ ଆଉ ସୁସ୍ୱାଦୁ ରୁଟି ତିଆରି କରେ ବୋଲି ଗର୍ବର ସହ କହୁନି କିନ୍ତୁ ସମସ୍ତଙ୍କଠାରୁ ଏହା ଶୁଣି ଏ ଦିଗରେ ମୋ ଅସ୍ଥା ବହୁଗୁଣିତ ହୋଇ ଯାଇଛି ।ଆରେ ! ରୁଟି କଥା ଗପୁ ଗପୁ ମୁଁ ପୁଣି ଉଟିକୁ ଭୁଲି ଗଲିଣି ? ନୂଆ ନୂଆ ଦେଖିଥିବା ସ୍ବପ୍ନ ଭୁଲି ହୁଏନି ନା । ତେଣୁ ବେଳେବେଳେ ମୁଁ ଉଟି ଯିବାକୁ ଆଗ୍ରହ ଦେଖାଏ ଆଉ ସେ ଅତି ଚତୁରତାର ସହ ମୋତେ ଭୁଲାଇ ଦିଅନ୍ତି ।କାରଣ ଆଜି ଯାଏଁ ମୁଁ ପଚାରିନି କି ସେ କହି ନାହାନ୍ତି ।ଗତ ଛୁଟିରେ ବାଙ୍ଗାଲୋର ଯିବାକୁ ବାହାରିଲୁ ।ଛୁଆମାନେ ମହୀଶୂର ଦେଖିବାକୁ ଇଚ୍ଛା କଲେ । ମୋ ମନରେ ଉଟି ଯିବାର ଆଗ୍ରହ ପୁନଃ ଅଙ୍କୁରିତ ହେଲା ।ସେ ପାଖାପାଖି ତ କିନ୍ତୁ ହାୟ ! ତିନି ଦିନ ଭିତରେ ତିରିଶ୍ ଥର ଚେଷ୍ଟା କରି ମଧ୍ୟ ଉଟି ଯାଇ ହେଲାନି। ଶେଷରେ ମନ ଶୁଖାଇ ଫେରିବାକୁ ହେଲା ।ଏଥର ବି କାରଣ ଅଜଣା ରହିଗଲା ।ହେଲେ  ଘରେ ପହଞ୍ଚିବା ପରେ ରାତିରେ କିନ୍ତୁ ଗରମ୍ ଗରମ ରୁଟି କରି ପରଷି ଦେଇଥିଲି ଯଥାରୀତିରେ ।ଭାବୁ ଥିଲି କଣ ଆଉ କରାଯାଇ ପାରେ ଖାଲିଟାରେ କଣ କହନ୍ତି "ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣଇ ତେଣିକି ଯାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational