Reeta aparajeeta Mohanty

Inspirational

4.9  

Reeta aparajeeta Mohanty

Inspirational

ଉର୍ବଶୀ

ଉର୍ବଶୀ

2 mins
409


ରୂପରେ ଗୁଣରେ ପରିପୂର୍ଣ୍ଣ ୧୭ବର୍ଷ ଝିଅ ଟିଏ ଉର୍ବଶୀ। ବାପା ମୂଲିଆ ମା କାମବାଲୀ।ଛୋଟ ଭାଇ ଦିଟା ଉପରେ ଗୋଟାଏ ବଡ଼ ଭଉଣୀ।ଅପା ବାହାଘର ବଡ଼ କଷ୍ଟରେ ଠିକ ହେଇଛି। ସେ ଗୋଟେ ମୁଦି ,ଚେନ ମାଗିଛନ୍ତି ପୁଅ ଘରେ।ବାଆ ତା ମାଲିକ ଠୁ କରଜ ନେଇଛନ୍ତି ।ସେ ତାଙ୍କୁ ଦିନ ରାତି ଖଟଉଛି।ବୋଉ ବି ମାଲିକାଣି ଠାରୁ ଧାର ନେଇଛି। ସେଥିପାଇଁ ତା କାମ ବି ବଢିଯାଇଛି। ରଙ୍ଗ ନାନୀର କିଛି ଚିନ୍ତା ନାହିଁ।ପାଉଡର ,ସ୍ନୋ ମାଖି ସଜ ହେଇ ଏ ସାଙ୍ଗ ସେ ସାଙ୍ଗ ଘର ବୁଲୁଛି। ଟିକେ ଦୁଃଖ ନାହିଁ ଅଳ୍ପ ଦିନ ପରେ ଏ ଘର ପର ହେଇଯିବ।


ସେ ଟିକେ ଅଲଗା ତା ଘରର ସମସ୍ତଙ୍କୁ।ସେ ତା ଦୁନିଆ ରେ ମସ୍ତ।ଦି ଘରେ କାମ କରେ ହେଲେ ଘରେ ପଇସା ଦିଏନି। ତା ଚଡି,ତା ତା ପୋଷାକ କିଣିବାରେ ଖର୍ଚ୍ଚ କରେ। ସେ ଆଗ ହେଇଛି ତେଣୁ ଟିକେ ଗେହ୍ଲା କେହି କିଛି କୁହଁନ୍ତିନି ତାକୁ।ସେ ପାଖରେ ହୋଟେଲର ମାଲିକର ପୁଅକୁ ଭଲପାଉଥିଲା ।ସେମାନେ ବଡ଼ ଲୋକ ସେ ଏ ପ୍ରସ୍ତାବକୁ ମାନିବେନି। ନାନୀ ବଡ଼ କଷ୍ଟରେ ଏ ବାହାଘରକୁ ରାଜିହେଇଛି। ଆଜି ତା ବାହାଘର ଆମ ଘର ଉଠୁଛି ପଡୁଛି। ସାଇ ପଡିଶାର ଲୋକ ବି ସାହାଯ୍ୟ କରିଛନ୍ତି। ମୋ ପାଇଁ ମୋ ମାଲିକାଣି ଗୋଟେ ଘାଘରା ଚୋଲି ତିଆରି କରିଦେଇଛନ୍ତି। ମତେ ଭାରି ମାନୁଛି।


ଏଠି ସମସ୍ତେ ନାନୀକୁ ଡାକିଲେଣି ବେଦୀକୁ । ନାନୀ ନାହିଁ ତା ଟେବୁଲ ଉପରେ ଚିଠି ପଡିଛି ।ମୁଁ ଘର ଛାଡି ଯାଉଛି ମତେ କେହି ଖୋଜିବନି। ମା ମୁଣ୍ଡରେ ହାତ ଦେଇ ବସିଛି। ପୁଅ ବାପାଙ୍କ ମୁଣ୍ଡ ଖରାପ । ଘରେ ପୂରା ଶୂନ୍ୟତା ଖେଳି ଯାଇଥିଲା। ଉର୍ବଶୀ ସବୁ ଠିକ କରିବ ବୋଲି ଭାବିଲା ।ସେ ତା ବୋଉ କୁ କହିଲା ଘରର ଇଜ୍ଜତ ବଞ୍ଚେଇବା ପାଇଁ

ସେ ବାହା ହେଇଯିବ। ସେଇଠି ଉର୍ବଶୀ ର ବାହାଘର ହେଇଗଲା।


ତ୍ୟାଗର ମୂଲ୍ୟ ସମସ୍ତେ ବୁଝିଲେ ତା ଶାଶୁ ଘରେ ସମସ୍ତେ ତାକୁ ବହୁତ ଭଲପାଇଲେ। ତା ବର ବୟସରେ ବଡ଼ ହେଲେ ବ୍ୟବହାର ବହୁତ ଭଲ । ସେ ସ୍ତ୍ରୀ କୁ ସମ୍ମାନ ଦେବା ଜାଣିଛି। ସେ ଆଗରୁ ଅଳ୍ପ ପାଠ ପଢ଼ିଥିଲା l ତା ସ୍ୱାମୀ ତାକୁ ଅଧିକ ପାଠ ପଢେଇବେ ସ୍ଥିର କଲେ ।ସେ ବି ମନ ଦେଇ ପଡ଼ିଲା। ତାର ଗୋଟିଏ ପୁଅ ଟିଏ ।ଉର୍ବଶୀ ତା ଘର ପାଖରେ ବସ୍ତିର ଅଶିକ୍ଷିତ ସ୍ତ୍ରୀ ଲୋକଙ୍କୁ ପଢେଇଲା l ସେ ତା ଛୋଟ ଭାଇ ଭଉଣୀ ପାଠ ବି ଦେଖିଲା। ତା ବ୍ୟବହାର ସମସ୍ତଙ୍କ ମନ କିଣିନେଲା । ସେ ଗୋଟିଏ ସମାଜ ସେବୀ ପାଲଟିଛି।ଉର୍ବଶୀ ଗୋଟିଏ ପ୍ରେରଣାର ଆଧାର ପାଲଟିଛି।ତା ଭିତର ଚୁଲବୁଲି ଝିଅ କେଜାଣି କେଉଁଠି ହଜିଗଲା ।ସେଇ ଗୋଟିଏ ରାତି ତା ଭାଗ୍ୟ ବଦଳେଇ ଦେଲା।



Rate this content
Log in

Similar oriya story from Inspirational