Suchismita Sahoo

Drama

4  

Suchismita Sahoo

Drama

ତୁମକୁ ପାରୁନି ତ ଭୁଲି (ଭାଗ-୨)

ତୁମକୁ ପାରୁନି ତ ଭୁଲି (ଭାଗ-୨)

3 mins
401



ବାପାଙ୍କ ଜିଦ ଆଗେ ହାର ମାନି ଶେଷରେ ମୁଁ ହିନ୍ଦୁ ରୀତିନୀତି ଅନୁଯାୟୀ ସମୀରଙ୍କ ହାତ ଧରି ନିଜ ଘର ଛାଡ଼ିଲି। ମଙ୍ଗୁଳା ଦିନ ବୋଉ ମତେ ଅନେକ କିଛି କହୁଥିଲା ସମୀର ଙ୍କ ବିଷୟରେ ଯଥା ତାଙ୍କ ଚାକିରୀ, ଘର, ପରିବାର ଇତ୍ୟାଦି। ମୁଁ କିନ୍ତୁ କିଛି ନ ଶୁଣି, ନିଜ ଭାବନା ରାଇଜରେ ଥିଲି। ଖାଲି ଏତିକି ବୁଝିଥିଲି ଯେ, ତାଙ୍କର ଜଣେ ମୋ ବୟସର ଅବିବାହିତ ଭଉଣୀ ଅଛନ୍ତି। ହେଲେ କାହିଁକି ସେ ଅବିବାହିତ ଜାଣିବାକୁ ମୋର ଇଚ୍ଛା ବି ନଥିଲା। ହିନ୍ଦୁ ନୀତି ଅନୁଯାୟୀ, ନୂଆବୋହୁ ଘରକୁ ପ୍ରଥମ କରି ପ୍ରବେଶ କରିବା ପୂର୍ବରୁ ନଣନ୍ଦ ତାଙ୍କ ବାଟ ରୋକେ ଦୁଆର ମୁହଁରେ। ନଣନ୍ଦ ପୁଟୁଳି ମିଳିଲେ ଯାଇ, ଘରକୁ ପଶିବା ଅନୁମତି ମିଳିବ। ହେ ହେ। କେଡେ ମଜାଳିଆ ଆଉ ସୁନ୍ଦର ନୀତି ଟିଏ। ହେଲେ ମତେ କେହି ବି ଦୁଆର ପାଖେ ଅଟକେଇଲେ ନାହିଁ। ଭଉଣୀ ବାହାଘର ପୁର୍ବରୁ ନିଜେ ସମୀରଙ୍କ ବାହାଘରକୁ ନେଇ ତାଙ୍କ ଭଉଣୀ ଆଉ ରାଗି ନାହାନ୍ତି ତ? ଛାଡ଼, ଏ ସବୁ ଜାଣି କଣ ମିଳିବ ମତେ। ଯେବେ ସମୀରଙ୍କୁ ମୁଁ ନିଜର ବୋଲି ଭାବିପାରୁନି, ସେଥି ତାଙ୍କ ଭଉଣୀଙ୍କ ବିଷୟରେ କାହିଁ ଭାବିବି। ମୁଁ ମନସ୍ଥ କରିଥିଲି ଯେ, ମିଳନର ପ୍ରଥମ ରାତିରେ, ସମୀରଙ୍କୁ ଆକାଶ ବିଷୟରେ ସବୁ ସତ କଥା କହିଦେବି। ହେଲେ ମୁଁ କିଛି କହିବା ପୂର୍ବରୁ, ସମୀର ନିଜ ବିଷୟରେ କହିବା ଆରମ୍ଭ କରିଦେଲେ। ସବୁକିଛି କହିଲେ, ହେଲେ ଗୋଟେ ପଦ ବି ନିଜ ଭଉଣୀ ବିଷୟରେ କହିଲେନି। ମତେ ବହୁତ ଆଶ୍ଚର୍ଯ୍ୟ ଲାଗୁଥାଏ। ତେଣୁ ମୁଁ ବାଧ୍ୟ ହେଇ ତାଙ୍କ ଭଉଣୀ ବିଷୟରେ ପଚାରିଲି। ହଠାତ ସମୀରଙ୍କ ମୁହଁରେ ଖେଳିଗଲା ଏକ ବିଷାଦ ର ଛାୟା, ଆଖିକୋଣରେ ଲୁହ ଜାକି ହେଇଗଲା। ନିଜକୁ ଆୟତ୍ତ କରି ସମୀର କହିଲେ, ତାଙ୍କ ଭଉଣୀ ମାନସିକ ଭାରସାମ୍ୟ ହରେଇ ବସିଛି। ଘରେ କାହାରିକୁ ଚିହିଁ ପାରୁନି। ସେ ବିବାହ କରିନି, ହେଲେ ନିଜକୁ ବିଧବା ରୂପେ ସଜେଇ ରଖୁଛି। ମୁଁ କହି ଉଠିଲି, ବିବାହ ନ କରି ବିଧବା! ମୁଁ କିଛି ବୁଝିପାରିଲିନି। ସମୀର କହିଲେ, ମୁଁ ସବୁ କହୁଛି, ଶୁଣ। ମୋ ଭଉଣୀ ରମାଦେବୀ ମହାବିଦ୍ୟାଳରେ ପଢୁଥିଲା, ପାଠ, ଖେଳ କୂଦ ସବୁଥିରେ ଏକ ନମ୍ବର୍। ସବୁଠୁ ଅଧିକା ଗପିବାରେ। ପିଲାଦିନଠୁ ସେ ଜଣଙ୍କୁ ଭଲ ପାଉଥିଲା। ସେଥିପାଇଁ ଘରୁ ବହୁତ ମାଡ଼, ଗାଳି ଖାଇଛି। ଶେଷରେ ତା ଜିଦି ଆଗରେ ହାର ମାନି ତା ପସନ୍ଦର ପିଲା ସହ ବିବାହ କରିବାକୁ ଆମେ ରାଜି ହେଇଗଲୁ। ସେ ବହୁତ ଖୁସି ଥିଲା ସେଦିନ। ଏ ଖୁସି ଖବର ତାର ପ୍ରିୟ ବାନ୍ଧବୀ (ରୁମମେଟ) କୁ ଆଗ ଦେବ ବୋଲି କହି ଘରୁ ଭୁବନେଶ୍ୱର ବାହାରିଗଲା। ଭଲସେ ଜାଣିନି ସେଠି କଣ ହେଲା, ଆମକୁ ତା ପରଦିନ ଖବର ଆସିଲା ଯେ, ମାନସିକ ଭାରସାମ୍ୟ ହରେଇ, ମୋ ଭଉଣୀ ଆପୋଲୋ ହସ୍ପିଟାଲରେ ପଡିଛି। ସଂଗେ ସଂଗେ ଆପୋଲୋ ଧାଇଁଲି। ସେଠି ପହଂଚି ଜାଣିଲି ଯେ, ତାର ପ୍ରିୟର ପ୍ରେମିକ/ଜୀବନ ସାଥି କ୍ୟାନ୍ସର ରୋଗରେ ଦୁନିଆ ଛାଡି ଚାଲିଗଲେ। ଆଉ ଏଇ ସତକୁ ଗ୍ରହଣ ନକରି ପାରି ସେ....ଆଉ କିଛି କହି ନ ପାରି, ଭୋ ଭୋ ହେଇ କାନ୍ଦି ଉଠିଲେ ସମୀର। ମୋ ମନରେ ଅଜଣା ଡର ପଶି ସାରିଥିଲା, ଏ ସବୁ ତ ଆକାଶ-ପ୍ରିୟା ଙ୍କ କାହାଣୀ ସହ ମିଶି ଯାଉଛି, ତା ମାନେ କଣ ପ୍ରିୟା! ଆଉ ଆକାଶ ଏ ଦୁନିଆ ଛାଡି! ନା ନା ନା...ଏ ସବୁ ସତ ନୁହେଁ। ଏଇଟା ମୋ ଭ୍ରମ। ସମୀରଙ୍କୁ ସଂଗେ ସଂଗେ ବାଧ୍ୟ କଲି, ତାଙ୍କ ଭଉଣୀ ସହ ଦେଖା କରେଇବାକୁ। ସେ ବହୁତ ମନା କରୁଥିଲେ, ହେଲେ ମୋ ଜିଦ ଆଗେ ହାର ମାନି, ତାଙ୍କ ଭଉଣୀ ଘରର ତାଲା ଫିଟେଇଲେ। ହେ କାହ୍ନା, ମୋ ଡର ସବୁ ସତ ବାହାରିଲା। ପ୍ରିୟା, ସମୀରଙ୍କ ଭଉଣୀ। ତା ମାନେ, ମୁଁ ହଷ୍ଟେଲ ଛାଡିବା ଦିନ ଆକାଶଙ୍କର! ନା ନା, ଏ କଣ ହେଲା। ତାଙ୍କ ଶେଷ ଦର୍ଶନ ବି ମୋର ପ୍ରାପ୍ୟ ହେଲାନି। ମୁଁ ଚଣ୍ଡାଳୁଣୀ କଣ କଲି। ଧିକ ମତେ ଓ ମୋ ପ୍ରେମକୁ। ହେ କାହ୍ନା, କାହ୍ନା ରେ। ପ୍ରିୟା ର ଅବସ୍ଥା ଦେଖି ମୁଁ ଅନୁତାପ ର ନିଆଁ ରେ ଜଳି ମରି ଯାଉଥାଏ। ପଣ କଲି, ପ୍ରିୟା କୁ ନିଶ୍ଚୟ ଠିକ କରିଦେବି। ସେ ଠିକ ହେଇଗଲେ ମୋ ପାପ ଧୋଇଯିବ। ଆକାଶ ବି ମୋ ଉପରେ ଅଭିମାନ ନ କରି ମତେ କ୍ଷମା କରିଦେବେ। ମୁଁ ମୋ ଚାକିରୀ ଛାଡି ପ୍ରିୟା ର ସେବାରେ ଲାଗିଲି। ବହୁତ ଭଲପାଇବା, ସ୍ନେହ ଦେଇ ସବୁ ପୂର୍ବ କଥା ମନେ ପକେଇବାକୁ ଚେଷ୍ଟା କଲି। ମୁଁ ଓଷା ବ୍ରତ ରେ ଜମା ବିଶ୍ୱାସ ରଖେନି। କିନ୍ତୁ ପ୍ରିୟା ପାଇଁ ଯିଏ ଯାହା କହିଲା, ସବୁ ଓଷା ଓ ବ୍ରତ ପାଳିଲି। ମୋର ନିଷ୍ଠାର ସହ ସେବା ଓ ବିଶ୍ୱାସ ବଳରେ ଶେଷରେ ପ୍ରିୟା ଠିକ ହେଇଗଲା। ମତେ ସାମ୍ନାରେ ଦେଖି ବହୁତ ଖୁସି ହେଇଗଲା, ଯେମିତି କୋଟିନିଧି ମିଳିଗଲା ତାକୁ। ବହୁତ ରାଗ ଅଭିମାନ ଦେଖେଇ କହିଲା, ତୁ ମତେ ନ କହି କୁଆଡେ ପଳେଇଥିଲୁ? ଜାଣିଛୁ, ମୁଁ ତତେ କେତେ ଖୋଜିଛି? ଶୁଣିଛୁ, ଆକାଶଙ୍କ କଥା? ସେ ସବୁ କିଛି ଲୁଚେଇ ଥିଲେ ମୋ ପାଖେ। ଏମିତି ଏଣୁ ତେଣୁ ଆକାଶ ଙ୍କ କଥା ଅନେକ କହି ବହୁତ ଜୋରରେ କାନ୍ଧିଲା ମତେ ଭିଡି ଧରି। ଆକାଶ ଙ୍କ କଥା ଭାବି ମତେ ବି ବହୁତ ଜୋରରେ କାନ୍ଦ ଲାଗୁଥିଲା ହେଲେ ମୁଁ ପ୍ରିୟା ପରି ଚିଲେଇ କାନ୍ଦି ପାରୁ ନ ଥିଲି, ପ୍ରିୟା ପରି ମୁଁ ଭାଗ୍ୟବତୀ ନୁହେଁ। ପ୍ରିୟା ଲୋ, ତତେ ଅନେକ ସମୟ ଆକାଶଙ୍କ ସହ ବିତେଇ ବାର ସୁଯୋଗ ମିଳିଥିଲା, ହେଲେ ମୁଁ ଅଭାଗିନୀ ଟେ ଲୋ, ପ୍ରେମ ଆରମ୍ଭ ନ ହେବା ପୂର୍ବରୁ ମୋର ଶେଷ ହେଇଗଲା। ପ୍ରିୟା କୁ ଛାତିରେ ଧରି ତା ଆଖି ଲୁହ ପୋଛିବା ବେଳେ ଏତିକି କହୁଥିଲି, ଫେରିଆସ, ଫେରିଆସ ଆକାଶ, ମୋ ପାଇଁ ନ ହେଲେ ନାହିଁ, ତମ ପ୍ରିୟା ପାଇଁ ଫେରିଆସ, ଆମେ ତୁମକୁ ପାରିବୁନି ଭୁଲି, ମୁଁ ତୁମକୁ ପାରୁନି ତ ଭୁଲି। ଫେରିଆସ..!


କ୍ରମଶଃ....


Rate this content
Log in

Similar oriya story from Drama