Barun Kumar Mohanta

Romance Classics Inspirational

4.0  

Barun Kumar Mohanta

Romance Classics Inspirational

ତୋମ ଅପେକ୍ଷାରେ

ତୋମ ଅପେକ୍ଷାରେ

1 min
1.1K


କିଛି କଥା ନାହିଁ, ଦୁଃଖ ବି ନାହିଁ ତୁମେ ଆସିଲନି ବୋଲି । ତୁମେ ସିନା ଆଖିବୁଜି ଦେଲ, ନିଶ୍ଚିନ୍ତରେ ଚିରନିଦ୍ରା ଶୋଇଗଲ ! କିନ୍ତୁ ଫଗୁଣ ତ ସବୁ ବର୍ଷ ଆସୁଛି ସମସ୍ତଙ୍କୁ ହୋଲିର ନାଲି ନୀଳ ହଳଦିଆ ନାରଙ୍ଗୀ ରଙ୍ଗରେ ରଙ୍ଗେଇ ଦେଉଛି । ପୋଷାକ ତ ପୋଷାକ, ଗଛର ପତ୍ର, ଘରର କାନ୍ଥରେ ବି ହୋଲିର ଛିଟା ଲାଗିଯାଉଛି । ହେଲେ ତୁମେ କଣ ବିଶ୍ୱାସ କରିବ ?

ମୋ ମନରେ ଟୋପିଏ ବି ରଙ୍ଗ ଲାଗି ପାରିଲାନି । କେମିତି ଲାଗିଥାଆନ୍ତା କୁହନି, ଅପରାହ୍ନ ସୂର୍ଯ୍ୟର କିରଣ ମୋ ଦେହ, ମୋ ମନ ଆଉ ହୃଦୟରେ କେବେ ଠାରୁ କ୍ଳାନ୍ତିର ନାଲିମା ବୋଳି ସାରିଲାଣି । ହୋଲିର ରଙ୍ଗ ପାଇଁ ଦେହ ମନରେ ଆଉ ଜାଗା କେଉଁଠି ବାକିଥିଲା !

ତୁମେ ମୋତେ ଏକୁଟିଆ କରି ଆଗ ଚାଲିଗଲ, ଟିକିଏ ଅପେକ୍ଷା କରିବାକୁବି ତୁମର ମନ ହେଲାନି । ଏମିତି କଣ କିଏ ଯାଏ ? ଯାହାକୁ ଏତେ ନିଜର ଭାବୁଥିଲ ଶେଷରେ ତାକୁଇ ଏକୁଟିଆ ଛାଡିଦେଲ ! ତୁମେ କଣ ବୁଝି ପାରୁଛ ତୁମ ବିନା ଜୀବନଟା କେମିତି ନିସଙ୍ଗ, ବେରଙ୍ଗ ହୋଇଯାଇଛି, ତୁମ ବିନା ମୁଁ କେମିତି ବଞ୍ଚିଛି ? ଏଇ ଦେଖ ଏବେ ସଞ୍ଜ ଘୋଟି ଆସିଲାଣି, ରାତ୍ରି ହେବାକୁ ଆଉ କେତେବା ଡେରି ? ହୋଇପାରେ ପୁଣି ଥରେ ଦେଖା ହୋଇଯିବ ! ଆର ପୁରରେ, ଅବା ଆର ଜନ୍ମରେ, ଦେଖା ହେଲେ ଦୁହିଙ୍କୁ ବହୁତ ଖୁସି ଲାଗିବ କିନ୍ତୁ ସେତେବେଳେ ତୁମେ ମୋତେ କଣ ଚିହ୍ନି ପାରିବ ? ହଁ ଯଦି ଦେଖା ନହୁଏ ତେବେବି କିଛି କଥା ନାହିଁ । ଜୀବନର ଏଇ ନିଃସଙ୍ଗତା ଏବେ ମୋର ଦେହସୁହା ହୋଇ ସାରିଲାଣି । ତୁମ ବିନା ଜୀବନକୁ ଜିଇଁବା ଶିଖିଗଲିଣି । କିନ୍ତୁ ତଥାପି ଅପେକ୍ଷା କରିଛି, ଏମିତି କରୁଥିବି ଅନନ୍ତ କାଳଯାଏ । ଏଇ ପ୍ରତୀକ୍ଷା ଯେ ମୋର ଅନନ୍ତ ପ୍ରତୀକ୍ଷା ।


Rate this content
Log in

Similar oriya story from Romance