STORYMIRROR

Barun Kumar Mohanta

Inspirational

3  

Barun Kumar Mohanta

Inspirational

ବିଶ୍ଵାସ

ବିଶ୍ଵାସ

2 mins
20

ବିଶ୍ୱାସ ଗୋଟେ ଏମିତି ଜିନିଷ ଥରେ ଭାଙ୍ଗି ଗଲା ପରେ ଆଉ ଗଢି ହୁଅନା , ଠିକ୍ ଏପରି ଏକ କାହାଣୀ “ ଗୋଟେ ଗାଁରେ ସ୍ୱାମୀ ସ୍ତ୍ରୀ ଦୁଇ ପ୍ରାଣୀ ବସବାସ କରୁଥିଲେ,ବିବାହର ଦଶ ବର୍ଷ ପରେ ସେମାନଙ୍କୁ ଗୋଟେ ସୁନ୍ଦର ପୁତ୍ର ସନ୍ତାନ ପ୍ରାପ୍ତ ହେଲା , ପ୍ରେମ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଥିଲା ସେହି ପୁରୁଷ ଏବଂ ମହିଳାଙ୍କ ଜୀବନ । ନିଜ ପୁଅର ପାଳନପୋଷଣ  ପାଇଁ ସେମାନେ ନିଜକୁ ଉତ୍ସର୍ଗ କରି ଦେଇଥିଲେ । ପୁଅକୁ ଛଅ ବର୍ଷ ହେବା ପରେ ସେମାନେ ନିଶ୍ଚିତ କଲେ ଯେ ତାଙ୍କ ପୁଅକୁ ସର୍ବୋତ୍ତମ ଶିକ୍ଷା ଏବଂ ଯତ୍ନ ମିଳୁ , ଭବିଷ୍ୟତରେ ସେମାନଙ୍କ ପୁଅ ଜଣେ ଉତ୍ତମ ଓ ଦୟାଳୁ ବ୍ୟକ୍ତି ଭାବରେ ପରିଗଣିତ ହେଉ ।

ଯେତେବେଳେ ସେମାନଙ୍କ ପୁଅ କିଶୋର ଅବସ୍ଥାରେ ପ୍ରବେଶ କଲା, ସେ ବିଭିନ୍ନ ଆହ୍ୱାନ ଏବଂ ପ୍ରଲୋଭନର ସମ୍ମୁଖୀନ ହେବାକୁ ଆରମ୍ଭ କଲା। ତାଙ୍କ ବାପାମାଆ ତାଙ୍କୁ ଏହି ଅସୁବିଧାଗୁଡ଼ିକରୁ ମୁକୁଳିବା ପାଇଁ ମାର୍ଗଦର୍ଶନ କରୁଥିଲେ,ଏବଂ ପୁଅକୁ ମୂଲ୍ୟବାନ ଜୀବନର ଶିକ୍ଷା ଏବଂ  ବିଶ୍ୱାସ, ସଚ୍ଚୋଟତା ଓ ସାଧୁତାର ଗୁରୁତ୍ୱ ବିଷୟରେ ଶିଖାଉଥିଲେ ।

ତଥାପି, ଗୋଟିଏ ଦିନ, ପୁଅ ଏକ ଭୁଲ କଲା ଯାହା ତାଙ୍କ ବାପାମାଆଙ୍କ ବିଶ୍ୱାସକୁ ଭାଙ୍ଗି ଦେଲା। ସେ ପୁଅ ତା ବ୍ୟକ୍ତି ଗତ ଜୀବନ ବିଷୟରେ ସେମାନଙ୍କୁ ମିଛ କହିଲା, ଏବଂ ଯେତେବେଳେ ସତ୍ୟ ଜଣାଗଲା, ତାଙ୍କ ବାପାମାଆଙ୍କ ବିଶ୍ୱାସ ଏବଂ ଭରଷା ଭାଙ୍ଗି ଗଲା ।

ବାପାମାଆ ସେମାନଙ୍କ ପୁଅକୁ କ୍ଷମା କରିବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା । ସେମାନେ ତାଙ୍କ ପୁଅ ପ୍ରତି ଥିବା ପ୍ରେମକୁ ତାଙ୍କ ପୁଅର ପ୍ରତାରଣାର ଯନ୍ତ୍ରଣାରୁ ନିଜକୁ ମୁକ୍ତ କରି ପାରି ନଥିଲେ ।

ଯେତେବେଳେ ପୁଅ ନିଜର ଭୁଲ ବୁଝିପାରିଲା ସେ ନିଜ ପିତା ମାତାଙ୍କୁ କ୍ଷମା ମାଗିଲା ଏବଂ ବିଶ୍ୱାସ ଫେରି ପାଇବା ପାଇଁ କଠିନ ପରିଶ୍ରମ କଲା । କିନ୍ତୁ ବିଶ୍ୱାସ ଘାତକତାର କ୍ଷତ ଲାଗି ରହିଲା, ଏବଂ ସୁମଧୁର ସମ୍ପର୍କ ସବୁଦିନ ପାଇଁ ବଦଳିଗଲା ।

ଏଇଠି ସମସ୍ତଙ୍କ ମନରେ ପ୍ରଶ୍ନ ଆସେ ସେଇ ପୁଅ ନିଜ ବାପା ମା’ଙ୍କ ବିଶ୍ଵାସ କୁ ଭାଙ୍ଗିଲା କେମିତି ଆଉ ନିଜ ବ୍ୟକ୍ତି ଗତ ଜୀବନ କୁ ଲୁଚେଇ ଥିଲା କଣ ପାଇଁ ?

ହସ ଏଠି କୁହେଳିକା,

ହେଲେ ଲୁହ ରେ ଭିଜୁଥାଏ ନୟନ

ପ୍ରତିଶ୍ରୁତି କହେ ପ୍ରତାରଣା କଥା

ସ୍ମୃତି ବିଞ୍ଚୁଥାଏ ଅଦେଖା ସପନ ||

ଗୋଟେ ପଟେ ତା ପ୍ରେମ ଆଉ ଭଲପାଇବା ଏବଂ ଅନ୍ୟ ଗୋଟେ ପଟେ ତା ବାପା ମା'  । 

ନା ତାକୁ ତା ଭଲପାଇବା ବୁଝିବାକୁ ଚେଷ୍ଟା କରୁଥିଲା ନା ତାକୁ ତା ବାପା ମା ବୁଝିବାକୁ ଚେଷ୍ଟା କଲେ , ସମସ୍ତେ ନିଜ ନିଜ ଭିତରେ ପ୍ରତିଯୋଗିତା ଆରମ୍ଭ କରି ଦେଇଥିଲେ ଶ୍ରେଷ୍ଠ ହେବାକୁ । ଜୀବନର ଦୋ ଛକିରେ ରେ ପୁଅଟି କେବଳ ଆଶାର ଆଲୋକ ଖୋଜିବାର ବୃଥା ପ୍ରୟାସ କରି ଚାଲିଥିଲା ।  ସେ ପୁଅ ଭୁଲି ଯାଇଥିଲି ଯେ କିଛି ପାଇବାକୁ ହେଲେ କିଛି ହରେଇବାକୁ ପଡେ । ତ୍ୟାଗ ବଳିଦାନ ମାଗେ ଆଉ ବଳି ଦାନ ବିନା ସବୁ କାର୍ଯ୍ୟ ଅସମ୍ପୂର୍ଣ୍ଣ ।  

ଏଇ କାହାଣୀରେ ପୁଅ ପାଇଁ କୋଉଟା ଠିକ ଆଉ କୋଉଟା ଭୁଲ୍ ଥିଲା ନିଜର ମତାମତ ଦେବ  ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational