ଜୀଵନର ଅଭିନୟ
ଜୀଵନର ଅଭିନୟ
ଜୀବନରେ ଆଶାର କିରଣ ଦିଶେନା , ଲାଗେ ସତେ ଯେମିତି ଏଇ ରାତିର ସକାଳ ହିଁ ନାହିଁ । ଜୀବନ ନିରାଶାମୟ ଲାଗେ, ସବୁ କିଛି ଶୂନ୍ୟ ପରିକା ମନେହୁଏ । ଭରା ବୈତରଣୀରେ କୁଟାଖିଏର ବି ସାହାରା ଦୃଷ୍ଟିକୁ ଆସେନା । ଏମିତି ଏକ ହା-ହତାଶାମୟ ଜୀବନ । ଧୈର୍ଯ୍ୟର ବନ୍ଧ ଭୁଷୁଡିଗଲା ପରେ ଶେଷ ନିଷ୍ପତ୍ତି ପ୍ରତିଶୋଧ , କିଛି ନାହିଁ ଏ ଜୀବନରେ , ସମସ୍ତେ ନିଜ ସ୍ବାର୍ଥ ପାଇଁ ସମ୍ପର୍କ ସବୁ ଗଢ଼ନ୍ତି ଆଉ ମିଛ ଅଭିନୟ ସବୁ କରନ୍ତି । ଜୀବନଟା ଗୋଟେ ବୋଝ ପରିକା ମନେ ହୁଏ , ଅନ୍ୟୋନପାୟ ହୋଇ ମୁଁ ସ୍ଥିର କଲି , ଆଉ କେତେ ଦିନ ଏ ଅଭିଶପ୍ତ ଜୀବନକୁ ନେଇକି ଏ କଳଙ୍କିତ ସମାଜରେ ବଞ୍ଚି ରହିବି , ସତରେ କଣ ମୁଁ ଏ ମାନଙ୍କୁ ଉଚିତ ଶିକ୍ଷା ଦେଇ କି ଭଲ ବାଟକୁ ଆଣି ପାରିବିନି , ନିଜ ଜୀବନକୁ ହାରିଦେବାକୁ ଇଚ୍ଛା ହୋଉଥିଲା । ଏମିତି ଭାବୁ ଭାବୁ ଅନ୍ୟମନସ୍କ ଭାବେ ମୁଁ ଆଗକୁ ମାଡି ଚାଲିଥାଏ, କେଉଁ ଆଡକୁ ଯାଉଛି ନିଜର କିଛି ହୋସ ନାହିଁ ।