STORYMIRROR

Barun Kumar Mohanta

Abstract Inspirational

2  

Barun Kumar Mohanta

Abstract Inspirational

ଜୀଵନ ଯାତ୍ରା

ଜୀଵନ ଯାତ୍ରା

2 mins
93

କାଲି ସେ ଘରେ ଝିଅ ଥିଲା ଆଜି ଏ ଘରେ ବୋହୂ ହୋଇ ଗଲା। ମନ ଇଛା ଉଡ଼ି ବୁଲୁଥିଲା କିନ୍ତୁ ଏବେ ଗୋଟିଏ ପାଦ ଚାଲିବା ପାଇଁ ଅନ୍ୟ ଠୁ ଅନୁମତି ମାଗୁଛି। କଷ୍ଟ କଣ ଜାଣି ନଥିବା ପିଲା ଆଜି କଷ୍ଟ ସହ ସଂଘର୍ଷ କରୁଛି। ଦୁଃଖ କଣ ଜାଣି ନଥିବା ଝିଅ ଆଜି ଦୁଃଖ ର ନଗରୀରେ ଜୀବନ ବିତାଉଛି ।ମନ ଖୋଲି ହସୁଥିବା ଝିଅ ଆଜି ଲୁଚି ଲୁଚି କାନ୍ଦୁଚି। ଜୀବନ ଜଞ୍ଜାଳ ବୁଝିବାକୁ ଦୁଇ ପାଦ ବଡେଇ ଦେଇଚି। 

ବହୁତ୍ କିଛି ପରିବର୍ତ୍ତନ ହେଇ ଯାଇଚି। କାଲି ନିଜ କଥା ରେ ଜିଦ୍ କରୁଥିବା ଝିଅ ଆଜି ନିଜର ଇଛା ବି ପ୍ରକାଶ କରି ପାରୁନି। ଖୋଲା ଆକାଶ ରେ ଉଡି ବୁଲୁଥିବା ପକ୍ଷୀ ସୁନା ର ପଞ୍ଜୁରୀ ପ୍ରଲୋଭନ ଦେଖାଇ ବନ୍ଦୀ କରିଦେଲେ। ଡେଣା ଅଛି ହେଲେ ଉଡ଼ି ପାରୁନି।

-ଘରେ ସେ ଆଜି ନୂଆ ଅତିଥି। ଆଗ ପଛ କିଛି ଜାଣିନି। ଘର ସଂସାର କଣ ବୁଝିନି। ପରିବାର କେମିତି ସମ୍ଭାଳି ହେବ ସେ କଥା ମଧ୍ଯ ଜଣା ନାହିଁ। ତଥାପି ସଂଘର୍ଷ କରିବ। ବାପ ଘର ଛାଡ଼ି ଶାଶୁ ଘର ଆସିଲା। ସମସ୍ତ ଙ୍କୁ ଆପଣାଇବ। ସମସ୍ତ ଙ୍କୁ ନିଜର କରିବ। ବାପ ଘରେ ସମସ୍ତେ ଭଲ ମନ୍ଦ ପଚାରି ବୁଝୁଥିଲେ ଏଠି ନିଜେ ହିଁ ଅନ୍ୟ ମାନଙ୍କ କେୟାର ନବାକୁ ପଡ଼ିବ।

-ମା ସିନା ଜୀବନ ଦେଲା ଶାଶୂ ମା ଜୀବନ ସଂଘର୍ଷ ଶିଖେଇ ଦେଲେ।

-ମା ଘର କାମ ଶିଖାଇ ଦେଇଥିଲେ ଶାଶୂ ମା ଘର କିପରି ଚଳେଇ ବାକୁ ହେବ ଶିଖାଇ ଦେଲେ

-ମା ଖାଲି ହସିବା, ବସିବା, ଉଠିବା ଶିଖାଇ ଦେଲେ ଶାଶୂ ମା କେମିତି ହସିବ, କେମିତି ବସିବ ସବୁ ଶିଖେଇ ଦେଲେ।

-ମା ଛୋଟ ଚାରା ପରି ଗଢ଼ିଥିଲେ ଶାଶୂ ମା ବିଶାଳ ବୃକ୍ଷ ବନେଇ ଦେଲେ।

-ମା ସୁଖ ରେ ହସିବା ଶିଖେଇ ଥିଲା ଶାଶୂ ମା ଦୁଃଖ ରେ କେମିତି ହସିବ ଶିଖାଇ ଦେଲେ।

ମା ଠାରୁ କିଛି ଶାଶୂ ମା ଠାରୁ କିଛି ଶିକ୍ଷା କରି ଜୀବନ ଯାତ୍ରା ଆରମ୍ଭ କରି ଦେଇଚି। ସେ ଆଜି ଲଢ଼ିବ। ଅନ୍ୟର ଯତ୍ନ ନେବ। ନିଜେ ଅଶାନ୍ତି ରହି ଅନ୍ୟକୁ ଶାନ୍ତି ଦେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract