Akshaya kumar Rout

Abstract

2  

Akshaya kumar Rout

Abstract

ତୁ ତ ମୁତୁରୀ, ମୁଁ ତ ମୁତୁରୀ

ତୁ ତ ମୁତୁରୀ, ମୁଁ ତ ମୁତୁରୀ

2 mins
202


ଫେସନ ଡିଜାଇନର ପ୍ରିୟା ଓ 48 ବର୍ଷୀୟ ଶିଳ୍ପପତି ବି. କେ. ମହାନ୍ତି ଙ୍କ ର ଆଜି ରିସେପସନ ପାର୍ଟି ହୋଟେଲ ଗ୍ରାଣ୍ଡ ହୟାତ ରେ l ସହ ପାଠିନୀ ରିୟା ନବ ବିବାହିତା ବାନ୍ଧବୀ ହାତକୁ ଫୁଲ ତୋଡ଼ା ଭେଟି ଦେଉ ଦେଉ ଟିକେ ମୁରୁକି ହସିଦେଲା l "କଣ ପସନ୍ଦ ହେଉନି କି ତୋର ! କାନ ପାଖରେ ଧୀର ସ୍ୱର ରେ ପ୍ରଶ୍ନ କଲା ପ୍ରିୟା l ପଇସା ଵାଲା ବୋଲି କଣ ତୁ ଡବଲ ବୟସ ପୁରୁଷ ସହିତ କେମିତି? I ଏଇଟା ବାପା, ମାଆ ଙ୍କ ନିଷ୍ପତି ଆଉ ତୁ ବି ମନେ ରଖ ପୁରୁଷ ଆଉ ଘୋଡା କେବେ ବୁଢ଼ା ହୁଅନ୍ତି ନାହିଁ l

ଦୀର୍ଘ ଛଅ ମାସ ପରେ

ଶିଳ୍ପପତି ରାଜେଶ ଅଗ୍ରୱାଲ ଙ୍କ ର ମ୍ୟାରେଜ ପାର୍ଟି କୁ ସ୍ୱାମୀ ଙ୍କ ସହିତ ଆସିଛି ପ୍ରିୟା l ଷାଠିଏ ବର୍ଷ ଶିଳ୍ପପତି ଙ୍କ ପତ୍ନୀ କୁ ଦେଖିବାର ଉତ୍କଣ୍ଠା ତା ମନରେ କହିଲେ ନସରେ l ସ୍ୱାମୀ ଙ୍କ ସହିତ ଫୁଲ ତୋଡ଼ା ଧରି କଂଗ୍ରାଚୁଲେସନ କରିବାକୁ ଯାଇ ସେ ଯାହା ଦେଖିଲା ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲା l ଏତ ତା କ୍ଳାସମେଟ ରିୟା ! ରିୟା ର ବାହାଘର ଅଥଚ ସେ ତାକୁ ଇନଭାଇଟ କରିନି ! ଆଖିକୁ ବିଶ୍ୱାସ କରି ପାରୁ ନଥିଲା ସେ l "ସରି ପ୍ରିୟା ୱାର୍କ ଲୋଡ଼ ଆଉ ଟେନସନ ଯୋଗୁ ତୋ କଥା ଭୁଲି ଯାଇଥିଲି" l ଇଟସ ଓକେ ରିୟା, ହେଲେ ତୋ ପସନ୍ଦ କୁ କଣ ହେଲା କିଲୋ " ! I ଦେଖ ତୋର arrange ମ୍ୟାରେଜ ଥିଲା ଆଉ ମୋର ଲଭ ମ୍ୟାରେଜ l ତୁ ତ ଜାଣୁ ଲଭ କେବେ ବୟସ ଦେଖେନି l ରିୟା କଥା ଶୁଣି ପ୍ରିୟା ମନେ ମନେ ଆନନ୍ଦ ରେ ଫାଟି ପଡୁଥିଲା l



Rate this content
Log in

Similar oriya story from Abstract