Akshaya kumar Rout

Comedy

3  

Akshaya kumar Rout

Comedy

ତୁ ତ ମୁତୁରୀ, ମୁଁ ତ ମୁତୁରୀ

ତୁ ତ ମୁତୁରୀ, ମୁଁ ତ ମୁତୁରୀ

1 min
303



ଫେସନ ଡିଜାଇନର ପ୍ରିୟା ଓ 48 ବର୍ଷୀୟ ଶିଳ୍ପପତି ବି. କେ. ମହାନ୍ତିଙ୍କର ଆଜି ରିସେପସନ ପାର୍ଟି ହୋଟେଲ ଗ୍ରାଣ୍ଡ ହୟାତରେ । ସହ ପାଠିନୀ ରିୟା ନବ ବିବାହିତା ବାନ୍ଧବୀ ହାତକୁ ଫୁଲ ତୋଡ଼ା ଭେଟି ଦେଉ ଦେଉ ଟିକେ ମୁରୁକି ହସିଦେଲା । "କଣ ପସନ୍ଦ ହେଉନି କି ତୋର ! କାନ ପାଖରେ ଧୀର ସ୍ୱର ରେ ପ୍ରଶ୍ନ କଲା ପ୍ରିୟା । ପଇସା ଵାଲା ବୋଲି କଣ ତୁ ଡବଲ ବୟସ ପୁରୁଷ ସହିତ କେମିତି? I ଏଇଟା ବାପା, ମାଆଙ୍କ ନିଷ୍ପତି ଆଉ ତୁ ବି ମନେ ରଖ ପୁରୁଷ ଆଉ ଘୋଡା କେବେ ବୁଢ଼ା ହୁଅନ୍ତି ନାହିଁ ।


ଦୀର୍ଘ ଛଅ ମାସ ପରେ ଶିଳ୍ପପତି ରାଜେଶ ଅଗ୍ରୱାଲ ଙ୍କର ମ୍ୟାରେଜ ପାର୍ଟିକୁ ସ୍ୱାମୀ ଙ୍କ ସହିତ ଆସିଛି ପ୍ରିୟା । ଷାଠିଏ ବର୍ଷ ଶିଳ୍ପପତିଙ୍କ ପତ୍ନୀ କୁ ଦେଖିବାର ଉତ୍କଣ୍ଠା ତା ମନରେ କହିଲେ ନସରେ । ସ୍ୱାମୀ ଙ୍କ ସହିତ ଫୁଲ ତୋଡ଼ା ଧରି କଂଗ୍ରାଚୁଲେସନ କରିବାକୁ ଯାଇ ସେ ଯାହା ଦେଖିଲା ନିଜ ଆଖିକୁ ବିଶ୍ୱାସ କରି ପାରୁନଥିଲା । ଏତ ତା କ୍ଳାସମେଟ ରିୟା ! ରିୟା ର ବାହାଘର ଅଥଚ ସେ ତାକୁ ଇନଭାଇଟ କରିନି ! ଆଖିକୁ ବିଶ୍ୱାସ କରି ପାରୁ ନଥିଲା ସେ । "ସରି ପ୍ରିୟା ୱାର୍କ ଲୋଡ଼ ଆଉ ଟେନସନ ଯୋଗୁ ତୋ କଥା ଭୁଲି ଯାଇଥିଲି" । ଇଟସ ଓକେ ରିୟା, ହେଲେ ତୋ ପସନ୍ଦ କୁ କଣ ହେଲା କିଲୋ " ! I ଦେଖ ତୋର arrange ମ୍ୟାରେଜ ଥିଲା ଆଉ ମୋର ଲଭ ମ୍ୟାରେଜ । ତୁ ତ ଜାଣୁ ଲଭ କେବେ ବୟସ ଦେଖେନି । ରିୟା କଥା ଶୁଣି ପ୍ରିୟା ମନେ ମନେ ଆନନ୍ଦ ରେ ଫାଟି ପଡୁଥିଲା ।



Rate this content
Log in

Similar oriya story from Comedy