Akshaya kumar Rout

Tragedy

3.4  

Akshaya kumar Rout

Tragedy

ବୈଧବ୍ୟ

ବୈଧବ୍ୟ

5 mins
11.9K


            ବୈଧବ୍ୟ

ବିଧବା, କେବେ ଝିଅ ମଙ୍ଗୁଳା ଭଳି ସୁଭ କାମରେ ଯୋଗ ଦିଅନ୍ତି ନାହିଁ ଏ କଥା କଣ ତାକୁ ଜଣା ନହିଁ, ସ୍ତ୍ରୀ ଲୋକଙ୍କ ମେଳିରୁ କେହି ଜଣେ କହିଲା ଏ କଥା ସୋମ୍ୟା କୁ ବହୁତ ବାଧିଲା, ସୋମ୍ୟା ଆଖି ଲୁହ କୁ ରୋକି ପାରୁ ନଥିଲା ସ୍ବାମୀଙ୍କ ମୃତ୍ୟୁ ତାକୁ ଯେତିକି ଆଘାତ ନଦେଇ ଥିଲା ତା ଠୁ ଅଧିକ ମର୍ମାହତ ସେ ଆଜି ହୋଇଛି । ଆଉ କିଏ କିଛି କହିବା ପୂର୍ବରୁ ମଙ୍ଗୁଳା ସ୍ଥାନ ଛାଡି ଚାଲି ଆସିଲା ସେ । ଆଖିରୁ ଅବାରିତ ଅଶ୍ରୁ ବହି ଚାଲିଛି । ସୋମ୍ୟା ଭାବି ପାରୁ ନଥିଲା ତା ସାଙ୍ଗରେ ନିୟତି ର ଏ କି ବିଚିତ୍ର ଖେଳ । ପିଲାଟି ବେଳୁ ବାପା ମା’ଙ୍କୁ ତ ହରାଇ ଥିଲା । ସମୟ ସେ ଘା’ ରେ ମଲମ ଲଗାଇ ଭରି ଦେଲା ବେଳକୁ ପୁଣି ଏମିତି ଗୋଟାଏ ଅଘଟଣ ଘଟିଯିବ ବୋଲି ସେ କେବେ କଲ୍ପନା ବି କରି ନଥିଲା । ଆଜି କୁ ପ୍ରାୟ ଛଅ ମାସ ତଳେ ସ୍ଵାମୀ ସାଗର ର ଏକ ସଡକ ଦୁର୍ଘଟଣା ରେ ମୃତ୍ୟୁ ହୋଇ ଯାଇଛି । ସାଗର ର ଦେହାନ୍ତ ପରେ ସୋମ୍ୟା ଲାଗି ପୃଥିବୀ ଟା ସତେ ଯେମିତି ଓଲଟ ପାଲଟ ହୋଇ ଯାଇଛି । ପରିବାର ଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ସଭିଙ୍କ ବ୍ୟବହାର ରେ ସେ ପରିବର୍ତନ ଦେଖୁଛି । ଯେଉଁ ମାନେ ଦିନେ ସ୍ନେହ ଆଦର କରୁଥିଲେ ସେଇମାନେ ଆଜି ତାକୁ ଆଡ ଅଖି ରେ ଦେଖୁ ନାହାନ୍ତି ,ସାଗର ର ମୃତ୍ୟୁ ଲାଗି ତାକୁ ଦାୟୀ କରୁଛନ୍ତି । ସତେ ଯେମିତି ସାଗର ର ଦୁର୍ଘଟଣା ସେ କରାଇଛି !

ଘର କାମ ରେ ବ୍ୟସ୍ତ ରହି କୌଣସି ପ୍ରକାରେ ଦିନ ଟା କାଟି ଦିଏ ସେ । ହେଲେ ରାତି ତା ଲାଗି ଅଭିଶାପ ହୋଇ ଆସେ । ସୁଖ ସମୟ ରେ ରାତି ସପନ କୁ ବି ଅଣ୍ଟେନି ହେଲେ ଦୁଃଖ ସମୟ ରେ ଏହା କାଳ ରାତ୍ରୀ ପାଲଟି ଯାଏ । ସାଗର ର କ୍ରିୟା କର୍ମ ସରିବା ପରେ ତାର ଭାଇ ଭାଉଜ ଶାଶୁ ଘରୁ ଚିରଦନ ପାଇଁ ନେଇ ଯିବାକୁ ଆଶିଥିଲେ ହେଲେ ସୋମ୍ୟ ନିଯ ଭାଇ ଭାଉଜ ଙ୍କ କଥା ରେ ରାଜି ହୋଇ ନଥିଲା । ସୋମ୍ୟ ର ନିସ୍ପତି ରେ ଭାଇ ଭାଉଜ ମର୍ମାହତ ହୋଇଥିଲେ କିନ୍ତୁ ଶାଶୁ ଘର ଲୋକେ ସମସ୍ତେ ଖୁସି ଥିଲେ । ଆଜି ସୋମ୍ୟା ଯଦି ବଞ୍ଚି ଥାଏ ତେବେ କେବଳ ଝିଅ ପିଙ୍କି ପାଇଁ । ଘରେ ଶାଶୁ ,ଶଶୁର ,ଯାଆ, ଦେଢଶୁର ,ସାନ ଦିଅର ଏବଂ ପୁତୁରା ସୁରେଶ କୁ ନେଇ ତାଙ୍କ ପରିବାର । ଏତେ ବଡ ପରିବାର ରେ ସେ ନିଜକୁ ଏକାକୀ ମନେକରେ । ସଭିଙ୍କର ଆଶା ଥିଲା ସୋମ୍ୟା ର ଝିଅ ନହୋଇ ପୁଅ ଟିଏ ହୋଇଥାନ୍ତା କି !। ସେଥିଲାଗି ପିଙ୍କି କୁ ଯେତିକି ସ୍ନେହ ଶ୍ରଦ୍ଧା ମିଳିବା କଥା ତାକୁ ମିଳିଲା ନାହିଁ । ସଭିଙ୍କ ନଜର ବୀମା କମ୍ପାନୀ ରୁ ମିଳିଥିବା ପଚିଶ ଲକ୍ଷ ଟଙ୍କା ଉପରେ । ସାନ ଦିଅର ଏବଂ ପୁତୁରା ର ନାମୀ କଲେଜ ରେ ଏଡମିଶନ, ଏବଂ ଘରେ ତାକୁ ଛାଡି ଅନ୍ୟ ସମସ୍ତଙ୍କ ଲାଗି ନୂଆ କପଡା ରେ ପ୍ରାୟ ଦୁଇ ଲକ୍ଷ ଖର୍ଚ ହୋଇ ସାରିଲାଣି । ହେଲେ କେହି ଆଜି ଯାଏ ତାର ଆବଶ୍ୟକତା ବିଷୟ ରେ ପଚାରି ନହିଁ । କାରଣ ସେ ବିଧବା ,ନୂଆ ଶାଢୀ ପିନ୍ଧିବନି ,ଅଳଙ୍କାର ଅଭୂଷଣ ରେ ସଜ ବାଜ ହେବନି ଏମିତି କେତେ କଟକଣା ତାଲାଗି । ରଙ୍ଗ ହୀନ ଜୀବନ ତାର ,ମରୁ ଭୂମିର ବାଲି ପରି ଶୁଷ୍କ ସେ । ସାରା ଜୀବନ ଚାତକ ପରି ଟୋପାଏ ବର୍ଷା ଜଳକୁ ଚାହିଁ ରହି ଥାଏ କିନ୍ତୁ ନା ବର୍ଷା ଆସେ ନା ତାର ତୃଷା ମେଣ୍ଟେ ! । ବୀମା କମ୍ପାନୀରୁ ଟଙ୍କା ମିଳିବା ପରେ ସମସ୍ତେ ଭୁଲି ଗଲେ ପୁତ୍ର ଶୋକ । ଅଭାବ ଅନାଟନ ସମ୍ପର୍କ କୁ ନିବିଡ କରେ ,ସୁଖ ଐସୂର୍ଯ୍ୟ ସ୍ଵାର୍ଥ ପରତା ର କାରଣ ହୁଏଅର୍ଥ ମଣିଷକୁ ଭୋଗ ବିଳାସ ଏବଂ ସୁଖ ଦେଇ ପାରେ କିନ୍ତୁ ଅର୍ଥ କେବେ ମନ ର ତାତି ପ୍ରଶମିତ କରି ପାରେନୀ । ହୃଦୟ ରେ ଜମାଟ ବାନ୍ଧିଥିବା ବେଦନା କୁ ପ୍ରଶମିତ କରି ପାରେନୀ ଆଖିରେ ଜକେଇ ଆସୁଥିବା ଲୁହ କୁ ରୋକି ପାରେନୀ । ଛବିସ ବର୍ଷ ର ନବ ଯୌବନା ନାରୀ ଟିଏ ସେ । ସ୍ଵାମୀ ସୁଖ ଜାଣିବା ପୂର୍ବରୁ ସେ ହରାଇ ବସିଛି ସବୁ କିଛି । କେମିତି ସେ କାଟିବ ସାରା ଜୀବନ କେହି ତ କେବେ ପଚାରି ବୁଝିନି ତା ମନ କଥା । ଆଜି କାଲି କିଏ କାହା କଥା ପଚାରୁଛି । ଆପେ ବଞ୍ଚି ଲେ ବାପ ର ନା .... । ସ୍ଵାର୍ଥ ରେ ଆଜି ସମସ୍ତେ ଅନ୍ଧ ।

ସୋମ୍ୟା ନିସ୍ପତି ନେଇଛି ଆଉ ସେ ନୀରବ ରେ ସବୁ କିଛି ସହିବନି । ତାକୁ ଲଢିବାକୁ ହେବ ନିଜ ପାଇଁ , ଆଉ ତା ଝିଅ ର ଭବିଷ୍ୟତ ପାଇଁ । ସେଥିପାଇଁ ସେ ଦିତୀୟ ବିବାହ କରିବାକୁ ନିସ୍ପତି ନେଇଛି । ସୋମ୍ୟା ର ଦିତୀୟ ବିବାହ କଥା ଶୁଣିବା ପରେ ପରିବାର ରେ ଯେମିତି ଭୂକମ୍ପ ସୃଷ୍ଟି ହୋଇ ଯାଇଛି । ସଭିଙ୍କ ଛାତିରେ ଛନକା ପସି ଯାଇଛି । ଏଥି ପାଇଁ ନୁହେଁ ଯେ ଘର ର ବୋହୂ ଦିତୀୟ ବିବାହ କରିବ ବରଂ ଏଥି ପାଇଁ ଯେ ସୋମ୍ୟା ପାଖ ରେ ଥିବା ତେଇଶି ଲକ୍ଷ ଟଙ୍କା ହାତ ଛଡା ହୋଇଯିବ । କିଛି ଘଣ୍ଟା ମଧ୍ୟ ରେ ବନ୍ଧୁ ବାନ୍ଧବ ମଧ୍ୟ ପହଞ୍ଚି ଗଲେ । ସାଗର ର ଭିଣୋଇ ବାବୁ ଘର ଭିତର କୁ ପସୁ ପସୁ ସୋମ୍ୟା କୁ ଦିତୀୟ ବିବାହ ର କାରଣ ପଚାରିଲେ । ‘’ ଯଦି ସାଗର ସ୍ଥାନ ରେ ମୋର ମୃତ୍ୟୁ ହୋଇଥାନ୍ତା ତେବେ ଆପଣ ମାନେ କଣ ସାଗର କୁ ଦିତୀୟ ବିବାହ ନ କରାଇ ତାଙ୍କୁ ଏକୁଟିଆ ରହିବାକୁ ଦେଇ ଥାନ୍ତେ’’ ! ସୋମ୍ୟା ର ପ୍ରଶ୍ନ ରେ ସମସ୍ତେ ନୀରବ । କେହି କିଛି କହିବା ପୂର୍ବରୁ ଯାଆ ରେବତୀ କହିଲା ‘’ ସେ ମରଦ ପୁଅ ..., ସ୍ତ୍ରୀ ଲୋକଙ୍କୁ ଏହା ଶୋଭା ଦିଏନା ‘’। ‘’ ବିଧବା ହେବା ପରେ ନାରୀର ଶରୀର କଣ ଶୁଷ୍କ ପାଲଟି ଯାଏ ! ନା ତା ହୃଦୟ ପାଷାଣ ହୋଏଯାଏ, କଇଁ ଫୁଲିଆ ଜହ୍ନ କୁ ଦେଖି ତା ମନ କଣ ପୁଲକିତ ହୁଏନା । ଫଗୁ ର ରଙ୍ଗ ରେ ସେ କଣ ଚାହେଁନା ରଙ୍ଗେଈ ହେବାକୁ ? ବସନ୍ତ ର ମୃଦୁ ମଲୟ ରେ କଣ ତା ଦେହରେ ଶିହରଣ ଖେଳି ଯାଏନ ! । ଚୋରା ଚଇତାଳିର ସ୍ପର୍ଶ ରେ ତା ମନ କଣ ଚାହଲି ଯାଏନା , ତାର ବି ତ ପୁରୁଷ ଭଳି ହାଡ ମାଂସ ର ଶରୀର’’ । ଲଜ୍ଜା ସଙ୍କୋଚ ନ କରି କହି ଚାଲିଥିଲା ସୋମ୍ୟା । ସୋମ୍ୟା କଥା ଶୁଣି ଦେଢଶୁର ପହଲି ଆଖିରେ ଲୁହ ଜକେଇ ଆସିଲା ,ଭଲ ମଣିଷ ଟିଏ ସେ । ପତ୍ନୀ ର କାନ କୁହା କଥା ରେ ସେ ନିଜର କର୍ତବ୍ୟ ଏବଂ ଦାୟିତ୍ଵକୁ ଭୂଲି ଯାଇଥିଲା । ସୋମ୍ୟା ନିକଟରେ କ୍ଷମା ପ୍ରଥୀ ହେଲା ପହଲି । ସୋମ୍ୟା ଯେଉଁଠି ଚାହିଁବ ସେ ତାର ବିବାହ କରାଇବେ ବୋଲି ପ୍ରତିଶ୍ରୁତି ଦେଲା ପହଲି ।

ସମସ୍ତେ ସୋମ୍ୟା ଆଡକୁ ଚାହିଁ ଥିଲେ । ଆଖିରୁ ତାର ଅବାରିତ ଅଶ୍ରୁ ଧାରା ବହି ଚାଲିଥିଲା । ପତି ପତ୍ନୀ ର ସମ୍ପର୍କ କେବଳ କାମନା ମଧ୍ୟରେ ସୀମିତ ନଥାଏ । ପତି ପତ୍ନୀର ଭଲ ପାଇବା ଇହକାଳ ଓ ପରକାଳର । ଏଇ ଭଲ ପାଇବା ସ୍ନେହ, ଆନ୍ତରିକତା ,ତ୍ୟାଗ ଓ ପବିତ୍ରତା ର ଏକ ଦୃଢ ବନ୍ଧନ ଯାହା କୁ ସୋମ୍ୟା କେବେ ଭୂଲି ପାରିବ ନହିଁ । ଦୁଇ ବର୍ଷ ର ବିବାହ ସମ୍ପର୍କ ରେ ସେ ଯେଉଁ ସ୍ମୃତି ସାଇତିଛି ତାକୁ ସେ ସାତ ଜନ୍ମ ଯାଏ ଭୂଲି ପାରିବନି । ଦିତୀୟ ବିବାହ ର ଭାବନା ସେ କେବେ ବି ମନ କୁ ଆଣିନି ତା ନ ହୋଇଥିଲେ ସେ ଆଜି ଯାଏ ଏ ଘରେ ପଡି ରହି ନଥାନ୍ତା । ସେ ତ ଚାହୁଁ ଥିଲା ଟିକେ ସ୍ନେହ ଆତ୍ମୀୟତା ଭରା ଆଶ୍ଵାସନା । ତା ଝିଅ ପାଇଁ ଟିକେ ଆଦର ,ଶ୍ରଦ୍ଧା ଯେଉଁଥି ପାଇଁ ତାକୁ ଆଜି ଏ ନାଟକ କରିବାକୁ ପଡିଲା । ଅନୁତପ୍ତ ହୃଦୟ ରେ ସଭିଏଁ ନତ ମସ୍ତକ ଥିଲେ ,ସୋମ୍ୟା ଆଖିରେ ଆଖି ମିଳାଇ ବାକୁ ସାହସ ନଥିଲା କାହାର ..... ।



Rate this content
Log in

Similar oriya story from Tragedy