STORYMIRROR

Akshaya kumar Rout

Abstract

2  

Akshaya kumar Rout

Abstract

ମୁଁ ସେଇ ଦରପୋଡା

ମୁଁ ସେଇ ଦରପୋଡା

1 min
346

ମାଛଵାଲୀ ଛବି ର ପାଟି ଶୁଣି ଦାସ ବାବୁ ଙ୍କ ଧର୍ମପତ୍ନୀ ଘର ଭିତରୁ ଡାକ ପକାଇଲେ " ମୋତେ କିଲେ ରୋହୀ ମାଛ ଦେଇଯା ଲୋ

 ଛବି " l ଦେଉଛି ନାନୀ କହି ଛବି ଦାସ ବାବୁ ଙ୍କ ବୈଠକ ଘର ଦୁଆର ମୁହଁରେ ଜେମିତି ପାଦ ରଖିଛି ଦାସ ବାବୁ ହାଁ ହାଁ କହି ବାଡ଼ି ପଟୁ ଦୌଡ଼ି ଆସିଲେ l " ଘର ଭିତରକୁ ପଶିଯିବୁ ନା କଣ ପୁଣି ଥରେ ଘର ଶୁଦ୍ଧିକରଣ କରିବାକୁ ପଡିବ   ଦାସ ବାବୁ ଙ୍କ ପାଟି ଶୁଣି ଛବି ଦୁଇ ପାଦ ପଛ କୁ ଫେରି ଆସିଲା l କଥା କଣ କି ବିନା ମାଛ ଝୋଳ ରେ ଦାସ ବବୁ ଙ୍କ ପେଟକୁ ଦାନା ଯାଏନି ତ l ମାଛଵାଲୀ ହାତରୁ ମାଛ ନେଲେ କିଛି ନାହିଁ ଯେ ହେଲେ ମାଛଵାଲୀ ଘର ଭିତରେ ପାଦ ଦେଲେ ଜାତି କାଳେ ମାରା ହୋଇଯିବ ! ଦାସ ବାବୁ ଙ୍କ କଥା ଛବି ଦେହରେ କରେଣ୍ଟ ଭଳି ଲାଗିଲା ହେଲେ ଗ୍ରାହକ ବୋଲି ସେ କିଛି କହିଲାନି l

କିଛି ଦିନ ପରେ ଦାସ ବାବୁ ଙ୍କ ଘର ଆଗରେ ପୋଲିସ ଗାଡି ଦେଖିବାକୁ ମିଳିଲା


ଦାସ ବାବୁ କାଳେ ଗତକାଲି ରାତି ରେ ଡ୍ରାମା ଦେଖି ଫେରୁଥିବା ବେଳେ ହରିଜନ ସାହିର ଯୁବତୀ ହାତକୁ ଧରି ନିଜ ଆଡକୁ ଟାଣି ଆଣିଲେ ସେଥିପାଇଁ ଦାସ ବାବୁ ଙ୍କ ନାମରେ ପୋଲିସ ଷ୍ଟେସନ ରେ ଅଭିଯୋଗ ହୋଇଛି l ଦାସ ବାବୁ ଯୁବତୀ ର ହାତ ଧରିବା ବେଳେ ଯୁବତୀ ର ଜାତି କଥା ବୋଧହୁଏ ଭୁଲି ଗଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract