STORYMIRROR

Akshaya kumar Rout

Tragedy Others

3  

Akshaya kumar Rout

Tragedy Others

ନାମକରଣ

ନାମକରଣ

1 min
303


ଦାସ ବାବୁଙ୍କ କହିବା କଥା ହେଲା ପିଲାର ନାମକରଣ କାଳେ ତାର ବ୍ୟକ୍ତିତ୍ୱକୁ ପ୍ରଭାବିତ କରେ l ସେଦିନ ତାଙ୍କ ନାତିର ନାମକରଣ ଲାଗି ବଡ ବ୍ୟସ୍ତ ଥିଲେ ସେ l ପଣ୍ଡିତେ ସକାଳୁ ଆସି ଗ୍ରହ ନକ୍ଷେତ୍ର ଗଣନା କରି ସାରିବା ପରେ ଶୁଭ ମୁହୂର୍ତ୍ତ ସନ୍ଧ୍ୟା ସମୟ ବୋଲି କହିଲେ l ଶେଷରେ ସେ ଶୁଭ ବେଳା ଆସିଲା ଆଉ ଦାସ ବାବୁଙ୍କ ନାତିର ନାମ ପଣ୍ଡିତେ ରଖିଲେ "ଚରିତ୍ରବାନ " l ସନ୍ଧ୍ୟାରେ ସତ୍ୟ ନାରାୟଣ ପୂଜା ହେଲା ଏବଂ ପୁରା ଗ୍ରାମବାସୀଙ୍କୁ ଭୋଜି ଦିଆଗଲା l ସମସ୍ତେ ଦାସ ବାବୁଙ୍କୁ ଭୁରି ଭୁରି ପ୍ରଶଂସା କରୁଥିଲେ l


ଏହା ମଧ୍ୟରେ ଦୀର୍ଘ ପଚିଶ ବର୍ଷ ବିତି ଯାଇଛି ଦାସ ବାବୁଙ୍କ ନାତି ହାଇଦ୍ରାବାଦରେ ଏକ ମଲ୍ଟି ନେସନାଲ କମ୍ପାନୀରେ ଇଂଜିନର ଅଛି l ଦାସ ବାବୁ ବି ବିଛଣା ଧରିଲେଣି କେତେ ବେଳେ କଣ ହେବ ଇଶ୍ୱର ଙ୍କୁ ଜଣା l


ହଠାତ ଘର ବାହାରେ ଲୋକଙ୍କ ପାଟି ସୁଣି ଦାସ ବାବୁ ଙ୍କ ବୋହୁ ବାହାରକୁ ଆସି ପଚାରି ବାରୁ ଭିଡ ଭିତରୁ କେହି ଜଣେ ଟିଭି ନିୟୁଜ ଦେଖି ବାକୁ କହିଲା l ଟିଭି ଅନ କରି ଦାସ ବାବୁ ଙ୍କ ବୋହୁ ଯାହା ଦେଖିଲେ ସେ ନିଜ ଆଖିକୁ ବିଶ୍ୱାସ କରି ପାରୁ ନଥିଲେ ତାଙ୍କ ପୁଅ ଚରିତ୍ରବାନ ଗୋଟେ ନାବାଳିକା ଝିଅ ସହିତ ବଳାତ୍କାର କରି ତାକୁ ହତ୍ୟା କରିଥିବା ଖବର ଟିଭିରେ ଦେଖାଉ ଥିଲେ l


ସେଦିନ ଦାସ ବାବୁଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ଗ୍ରାମବାସୀ ଆଜି ଥୁ ଥୁ କରୁଥିଲେ l


ନାମ ବ୍ୟକ୍ତିର ବ୍ୟକ୍ତିତ୍ୱର ମୂଲ୍ୟାଙ୍କନ କରି ପାରେନି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy