Akshaya kumar Rout

Inspirational

2  

Akshaya kumar Rout

Inspirational

ରିସେପ୍ଶନିଷ୍ଟ

ରିସେପ୍ଶନିଷ୍ଟ

2 mins
318



ଖୁସିର ଠିକଣା ନଥିଲା ଲତାର । ଆଜି ତା ଜୀବନର ପ୍ରଥମ ଇଣ୍ଟରଭ୍ୟୁ,ଏକ ନାମୀ କମ୍ପାନୀରେ Receptionist ପଦ ଲାଗି ଆବେଦନ କରିଥିଲା ସେ । ଜୀବନର ପ୍ରଥମ ଇଣ୍ଟରଭ୍ୟୁ ଦେବା ଲାଗି ଲାଇନରେ ବସିଛି ସେ । ବି॰ଏ ରେ ଦିତୀୟ ଶ୍ରେଣୀରେ ପାସ କଲା ପରେ ଘରେ ବସି ରହିବାକୁ ଉଚିତ ମନେ କଲାନି ସେ । ନିଜେ ଆତ୍ମନିର୍ଭର ହେବା ସହିତ ବୃଦ୍ଧ ମାତା,ପିତାଙ୍କୁ ମଧ୍ୟ କିଛିଟା ସହଯୋଗ କରିବାକୁ ସେ ଆଗଭର ହୋଇଛି ।


ଚାରି ଜଣ ପ୍ରାଥୀଙ୍କ ପରେ ଲତାର ନମ୍ବର ଆସିଲା । May I come in sir, yes come in॰ ଟାଇ ପିନ୍ଧା ମ୍ୟାନେଜର ଲତାକୁ କ୍ୟାବିନ ଭିତରକୁ ଆସିବାକୁ ଅନୁମତି ଦେଲେ । ଲତା କିଛି କହିବା ପୂର୍ବରୁ ମ୍ୟାନେଜର ବାବୁ ଲତା ମୁହଁକୁ ଦେଖି କହିଲେ ‘’ actually we are searching a fair looking girl, ରିସେପ୍ଶନର ଲୁକ fabulous ହେବା ଆବଶ୍ୟକ॰ କମ୍ପାନୀର ଇମେଜ ଫାର୍ଷ୍ଟ ଲୁକରୁ ହିଁ ଜଣା ପଡେ sorry you are not perfect॰ ଲତା କିଛି ନକହି ଚୁପ ଚାପ କ୍ୟାବିନ ବାହାରକୁ ଚାଲି ଆସିଲା । ତା ଜୀବନର ପ୍ରଥମ ଇଣ୍ଟରଭ୍ୟୁ ଯେ ଏମିତି ଆଘାତ ଆଣି ଦେବ ସେ କେବେ ଚିନ୍ତା କରି ନଥିଲା ।

ସେ ରିଜେକ୍ଟ ହୋଇଗଲା ବୋଲି ଦୁଖିତ ନଥିଲା ବରଂ ଯେଉଁ କାରଣରୁ ତାକୁ ରିଜେକ୍ଟ କରାଗଲା ତାହା ତାକୁ ଆଘାତ ଦେଇଥିଲା । ସେ କେବେ ଚିନ୍ତା କରି ନଥିଲା ଯେ ତାର ଏ କଳା ରଙ୍ଗ ଦିନେ ତ ଚାକିରୀ ପାଇଁ କାଳ ହେବ । ବୋହୂ ଦେଖା ବେଳେ ପୁଅ ପକ୍ଷ କନ୍ୟାକୁ ନାପସନ୍ଦ କରିବା କଥା ସେ ଶୁଣିଛି କିନ୍ତୁ ଚାକିରୀ କ୍ଷେତ୍ରରେ କଳା ଗୋରାର ବାଛ ବିଚାର ତା ମନରେ କୁଠାର ଘାତ କଲା ।

ଏ ମାନଙ୍କୁ ରିସେପ୍ଶନିଷ୍ଟର ଆବଶ୍ୟକତା ଥିଲା ନା ଶୋ କେସ ର ସୋଭା ବଢାଇବା କୁ କଣ୍ଢେଇର ! ଜ୍ଞାନ ଓ ଯୋଗ୍ୟତାର କଣ କିଛି ମୂଲ୍ୟ ନହିଁ ? ପୁରୁଷ ମାନଙ୍କର ଏ ଭାବନା ଯେତିକି ଲଜ୍ଜା ଦାୟକ ତା ଠୁ ଅଧିକ କଷ୍ଟ ଦାୟକ ଏ ମାନଙ୍କ ବିଚାରଧାରା । ଗୋଟେ ପଟେ ଆମେ ଦେଶର ପ୍ରଗତୀକୁ ଆମେରିକା ,ସିଙ୍ଗାପୁର ସହିତ ତୁଳନା କରୁଛୁ ଅନ୍ୟ ପଟେ ଆମର ଭାବନା ଓ ଚିନ୍ତା ଧାରା ତାଲିବାନୀଙ୍କ ଠାରୁ ବି ଘୃଣ୍ୟ । ଯେଉଁ ଦେଶରେ ଶିକ୍ଷିତ ଲୋକଙ୍କର ନାରୀ ପ୍ରତି ଏମିତି ନ୍ୟୁନ ଭାବନା ,ସେ ଦେଶର ଅଶିକ୍ଷିତ ଲୋକଙ୍କ ଠାରୁ ଅଧିକ କଣ ଆଶା କରାଯାଇ ପାରେ !

ଏମିତି ଅଜଶ୍ର ପ୍ରଶ୍ନ ଲତା ହାରୁଦୟକୁ ଆନ୍ଦୋଳିତ କରିଥିଲା ହେଲେ ତାର ଉତ୍ତର ଖୋଜି ପାଉ ନଥିଲା । ହାର ମାନିବା ଭଳି ଝିଅ ନୁହେ ସେ, ନିଜର ମନକୁ ପୁଣି ଥରେ ଦୃଢ କରି ପରବର୍ତ୍ତୀ ଇଣ୍ଟରଭ୍ୟୁ ଲାଗି ନିଜକୁ ପ୍ରସ୍ତୁତ କରୁଥିଲା ସେ ।



Rate this content
Log in

Similar oriya story from Inspirational