Akshaya kumar Rout

Comedy Drama

3  

Akshaya kumar Rout

Comedy Drama

ଦୁଇ ଟଙ୍କିଆ ଚାଉଳ

ଦୁଇ ଟଙ୍କିଆ ଚାଉଳ

1 min
443



ଚାରି ଚକିଆ ଗାଡ଼ିରୁ ଓହ୍ଲାଉ ଓହ୍ଲାଉ ପଣ୍ଡା ବାବୁ ସରକାରୀ ଯୋଗାଣକେନ୍ଦ୍ର (ଦୁଇ ଟଙ୍କିଆ ଚାଉଳ ମିଳୁଥିବା କଣ୍ଟ୍ରୋଲ ଦୋକାନ ) ର ମାଲିକ ଉପରେ ଗରଜି ଉଠିଲେ । କଥା କଣ କି ଗତକାଲି ପଣ୍ଡା ବାବୁଙ୍କୁ ରାସନ କାର୍ଡ ଅନୁସାରେ ଯେଉଁ ଷୋହଳ କିଲୋ ଚାଉଳ

ମିଳିଥିଲା ସେଥରୁ ଅଧା କିଲୋ ଗୋଡି, ମାଟି ଆଉ ଅଳିଆ ବାହାରିଗଲା । ଯଦି ତାଙ୍କୁ ଅଧା କିଲୋ ଚାଉଳ ନ ମିଳେ ତେବେ ସେ ବିଡ଼ିଓ ଅଫିସ ରେ କମ୍ପ୍ଲେନ କରିଦେବ ବୋଲି ଧମକ ଦେଉଥିଲେ ।


ନିଜକୁ ସାମ୍ବାଦିକ ଓ ସମାଜ ସୁଧାରକ କହି ବୁଲୁଥିବା ପଣ୍ଡା ବାବୁ କିଛିଦିନ ପୂର୍ବରୁ ଫେସବୁକ ଓ ଅନ୍ୟ ସୋସିଆଲ ମିଡ଼ିଆ ରେ ଦୁଇ ଟଙ୍କିଆ ଚାଉଳ ବିରୁଦ୍ଧରେ ରେ ଖୁଵ ଜୋର ରେ ବିଷୋଦ୍ଗାର କରି ଚାଲିଥିଲେ ।

ତାଙ୍କ ଅନୁସାରେ ଦୁଇ ଟଙ୍କିଆ ଚାଉଳ କାଳେ ସମାଜ କୁ ଅକ୍ଷମ,ଓ ଅପଙ୍ଗ କରି ଦେବ ତେଣୁ ସରକାରଙ୍କ ର ଏ ଭୋଟ ବ୍ୟାଙ୍କ ତୁଷ୍ଟି କରଣ ଯୋଜନା କୁ ଶୀଘ୍ର ବନ୍ଦ କରା ଯିବା ଆବଶ୍ୟକ ।



Rate this content
Log in

Similar oriya story from Comedy