Akshaya kumar Rout

Tragedy

3  

Akshaya kumar Rout

Tragedy

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

2 mins
12K



ସ୍ୱପ୍ନାର ଆଉ ପାଠ ପଢ଼ାରେ ମନଲାଗୁନି କଲେଜ ସିନା ସେ ଯାଉଛି ହେଲେ କଲେଜରେ କମ, ପାର୍କ, ସିନେମା ଘର ଏବଂ ରେଷ୍ଟରାଣ୍ଟରେ ଅଧିକା ସମୟ ରାହୁଲ ସହିତ ତାକୁ ଦେଖିବାକୁ ମିଳୁଛି ଏକଥା କଲେଜଠୁ ଆରମ୍ଭ କରି କଲୋନୀ ଯାଏ ସବୁଠି ଚର୍ଚ୍ଚା l ପ୍ରତିଦିନ ସକାଳ ନଅଟାରେ ସେ ନିଜ କାର ନେଇ ବାହାରିଯାଏ କଲେଜ, କଲେଜ କ୍ୟାମ୍ପସରେ ନିଜ କାରକୁ ପାର୍କ କରି ରାହୁଲ ବାଇକରେ ବସି ପାର୍କ ଆଡେ ବୁଲିଯାଆନ୍ତି ସେମାନେ l ପ୍ରେମ ମଣିଷକୁ ଅନ୍ଧ କରିଦିଏ । ନା ଥାଏ ଡର, ନା ଲଜ୍ଜା, ନା ସଂକୋଚ l ପ୍ରେମ ଯେମିତି ସେମାନଙ୍କ ପାଇଁ ସବୁକିଛି l ପ୍ରାଣ ଦେଇ ପରସ୍ପରକୁ ଭଲପାଆନ୍ତି ସେମାନେ । ଇହ,ପରକାଳରେ ପରସ୍ପରକୁ ପାଇବାକୁ ପ୍ରତିବଦ୍ଧ ସେମାନେ l


ବଡ ବିଚିତ୍ର ଏ ସମୟ ଆଉ ତାଠୁ ବିଚିତ୍ର ମଣିଷର ଚରିତ୍ର

କେତେବେଳେ କିଏ କେଉଁ ରଙ୍ଗ ବଦଳାଇଦେବ କହିବା

କଠିନ l ବୁଢ଼ୀ ମାଆର ଫୋନ ଶୁଣି ବାଧ୍ୟହୋଇ ଘରକୁ

ଆସିଛି ସାଗର l ମାଆ ଏବଂ କଲୋନୀର ଲୋକଙ୍କଠାରୁ

କଥା ଶୁଣିଲାପରେ ତା ମୁଣ୍ଡଟା ଝାଇଁ ଝାଇଁ ହୋଇଗଲା

ସେ ବିଶ୍ଵାସ କରିପାରୁନଥିଲା ଯେ ସ୍ୱପ୍ନା ଏମିତି କରିବ

ବୋଲି l ଏ ସେଇ ସ୍ୱପ୍ନା ଯିଏ ଛଅ ମାସ ପୂର୍ବରୁ ସାଗର

ସହିତ ସୋସିଆଲ ମିଡିଆରେ ମିଳିଥିଲା l ମ୍ୟାସେଜ, ଚାଟ ଏବଂ ଭିଡ଼ିଓ କଲିଙ୍ଗରୁ ଏମାନଙ୍କ ଭଲ ପାଇବା ଆରମ୍ଭ ହୋଇ ପ୍ରେମ ବିବାହରେ ପରିଣତ ହୋଇଥିଲା l ସ୍ୱପ୍ନାର ଘର ଲୋକଙ୍କ ବିରୋଧ ସତ୍ୱେ ସାଗର ସ୍ୱପ୍ନାକୁ ବିବାହ କରିଛି l କେଵେ ବିବାହ କରିନାହିଁ ସ୍ୱପ୍ନାର ସମସ୍ତ ଇଛାକୁ ପୂରଣ କରିବାକୁ ସେ ପ୍ରୟାସ କରିଛି l ବିବାହ ସମୟରେ ସ୍ୱପ୍ନା ପ୍ଲସ ଥ୍ରୀ ପ୍ରଥମ ବର୍ଷରେ ପଢୁଥିଲା। ସ୍ୱପ୍ନାର ପଢିବାର ମନଥିଲା ସେଥିପାଇଁ ସାଗର ନିଜ ବାପା, ମାଆଙ୍କ କଥା ନମାନି ସ୍ୱପ୍ନାର କଲେଜ ପଢ଼ା ପୁରା କରିବାକୁ ସେ ପୁରା କରିଛି। କେଵଳ ସେତିକି ନୁହେଁ ସ୍ୱପ୍ନା ପାଇଁ ସେ ଗୋଟେ ନୂଆ କାର କିଣି ଦେଇଥିଲା ।ଯେଉଁ କାରରେ ବସି ସ୍ୱପ୍ନା ରାହୁଲ ସହୁତ ଜିଇଁଵା, ମାରିବାର ରାଣ ଖାଇଛି। ଯେଉଁ ରାଣ ନିୟମ ସେଦିନେ ସାଗର ସହିତ ଖାଇଥିଲା l


ସାଗରକୁ ଯେତିକି କ୍ରୋଧ ଆସୁଥିଲା ତାଠୁ ଅଧିକା ଲଜ୍ଜା

ବି ଆସୁଥିଲା l ସମାଜ,ବାପା, ମାଆଙ୍କ ବିରୋଧ ସତ୍ୱେ ସେ

ଯାହା ହାତଧରି ବାହାହୋଇଥିଲା ସେ ଆଜି ଆଉ କାହା

ପ୍ରେମରେ ପାଗଳୀ l ଶାଶୁ, ଶଶୁରଙ୍କ ବୃଦ୍ଧାବସ୍ଥାରେ ସେମାନଙ୍କ ଯତ୍ନ ନେବାପାଇଁ ମଧ୍ଯ କହିନଥିଲା ସାଗର l ଦୁଇ ବର୍ଷରେ ପଢ଼ା ଶେଷ ହୋଇଗଲେ ସବୁ ଠିକ ହୋଇଯିବ ବୋଲି ସେ ଭାବିଥିଲା କିନ୍ତୁ ଯାହା ଘଟିଗଲା ସେ ନିଜକୁ ବି କ୍ଷମା କରିପାରୁନଥିଲା l ମନ ହେଉଥିଲା ବନ୍ଧୁକର ଛଅରୁ ଛଟା ଗୁଳି ସ୍ୱପ୍ନା ମଥାରେ ମାରିବାକୁ l ପୁଣି ନିଜ ମନକୁ ଶାନ୍ତ କଲା ସାଗର l ବୃଦ୍ଧ ମାତା, ପିତାଙ୍କ କଥା ମନେ ପଡ଼ିଗଲା ତାର ସ୍ୱପ୍ନାକୁ ମାରିସାରିବା ପରେ ଆଇନ କଣ ତାକୁ କ୍ଷମା ଦେବ !

ଶେଷରେ ନିଜର ପରାଜୟକୁ ସ୍ୱୀକାର କରି ଦୁଇଟୋପା

ଲୁହ ଝରାଇବା ବ୍ୟତୀତ ଆଉ କିଛି ରାସ୍ତା ନଥିଲା ବୋଧହୁଏ !




Rate this content
Log in

Similar oriya story from Tragedy