Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Inspirational

3  

Satyabati Swain

Inspirational

ଟର୍ଣ୍ଣିଙ୍ଗ୍ ପଏଣ୍ଟ୍

ଟର୍ଣ୍ଣିଙ୍ଗ୍ ପଏଣ୍ଟ୍

4 mins
325


     ବୟସ ହୋଲି ଖେଳିବା ଆରମ୍ଭ କରି ଦେଇଥିଲା ଡିଜୁ ସହ। ଅବୁଝା କୈଶୋର ବିଦାୟ ନ ନେଉଣୁ ଛୁଉଁ ଥିଲା ଆଉ ଗୋଟିଏ ବୟସ ତାକୁ।।ଏମିତି କାହିଁକି ତା ସହ ହେଉଛି।କାହିଁକି ତା ଶରୀରର ନିର୍ଦ୍ଧିଷ୍ଟ ଅଙ୍ଗର ପରିବର୍ତ୍ତନ, କାହିଁକି ତା ଭିତରେ ଏକ ଅଜବ ଭାଵର

ଚଙ୍ଗ ଚଙ୍ଗ ପ୍ରବୃତ୍ତି।ଲାଜର ଚଦର କିଏ ତାକୁ ବାଧ୍ୟ କରୁଥିଲା ଘୋଡ଼ି ହେବାକୁ ଯେପରି।କାହା ସାମନା କୁ ଯିବାକୁ କୁଣ୍ଠିତ ଭାଵ ଗୋଟା ପଣେ ଗିଳି ପକାଉଥିଲା ତାକୁ।।ଅଭାବନୀୟ ଅସହାୟ ବୋଧତା ତାକୁ ଜାବୁଡି ଧରିଥିଲା।ସେ ପ୍ରକାଶ କରି ପାରୁ ନଥିଲା ତା ସହ ହେଉଥିବା ମାନସିକ ସ୍ତରର ଶୀତଳ ଯୁଦ୍ଧକୁ ।

       ପ୍ରକୃତିର ନିୟମ ବୁଝିବା ଯୁ ନଥିଲା ଡିଜୁର।ବିସ୍ମୟରେ ବିସ୍ଫାରିତ ଚକ୍ଷୁ ହୋଇଗଲା ତାର କିଛି ଦେଖି।ଭୟ ପାଇଗଲା ବି।ତାକୁ କଣ ଗୋଟେ ବଡ଼ ରୋଗ ହୋଇଗଲା କି!!ସେ ବଞ୍ଚିବ ତ!!ସାଙ୍ଗ ମାନେ କୁହନ୍ତି ଏ ବିଷୟରେ।ମାତ୍ର କହିବା ଓ ନିଜେ ଭୋଗିବା ଭିତରେ ଆକାଶ ପାତାଳର ପ୍ରଭେଦ ଥିଲା। ବହୁତ ଡରି ଯାଇଥିଲା ତା ଜୀବନର ସତ୍ୟ ଘଟଣା ସହ ପରିଚିତି ହୋଇ ଯଦିଓ ତାର ଜାଣିବା ବୟସ ହୋଇ ନଥିଲା ଏଇଟା ପୃକୃତିର ନିମୟ ପ୍ରତ୍ୟେକ ଝିଅଙ୍କ ପାଇଁ।।

       ଏଇଟା ହିଁ ସୃଷ୍ଟିର ବିସ୍ମୟ।କେହି ନଟି ତ ଅଛି ଯେକି ସବୁରି ସୁତାକୁ ହାତରେ ଧରି ଯେତେବେଳେ ଯାହା ଘଟିବା ଘଟଉଛନ୍ତି।।ତାଙ୍କ ନିର୍ଦ୍ଦେଶରେ ହଲୁଚି ପତର।ଭାସୁଛି ପଥର।ସବୁ ବିଧି ନିର୍ଦ୍ଦିଷ୍ଟ।।ଜୀବନ ଗୋଟିଏ ଅନୁଷ୍ଠାନ।ବହୁତ ଆଗରୁ ସ୍ଥିର ହୋଇଯାଇଛି କିଏ କଣ କେମିତି କେତେବେଳେ ହେବ, ଘଟିବ।।ବାଇଆ ସିନା ମଣିଷ!ବାଇଆ ନୁହେଁ ସେଇ ହଟିଆ ନଟି।

      ଡିଜୁ ଗ୍ରହଣ କରି ପାରୁ ନ ଥିଲା ଏ ଅଦ୍ଭୁତ ଆକସ୍ମିକ ବିସ୍ମୟକୁ।।ବେଶୀ ଲଜ୍ଜା ସଂକୋଚ ଲାଗୁଥିଲା ଯେବେ ଭାବି ଦେଉଥିଲା କେହି ତା କଥା ଜାଣିଦେଲେ କି! କେହି ତାକୁ ଚାହିଁ ହସିଦେଲେ ସେ ଭାବେ ତାର ଗୋପନ କଥାଟି ଜାଣି ଦେଇଛନ୍ତି ନିଶ୍ଚୟ।ବହୁତ ମାଡି ମାଡି ପଡେ।।ସଂଘର୍ଷ କରିବାକୁ ପଡେ ନିଜ ସହିତ ସାମାଜିକତା ବିଧି ବିଧାନ ସହିତ।।ବହୁତ ସାହସ ସଞ୍ଚୟ କରିବାକୁ ପଡେ ଏ କଥାଟି କହିବାକୁ।ପ୍ରବଳ ଭୟ।ମୁହଁ ଖୋଲିହୁଏ ନାହିଁ।ବୋଉକୁ କହିବାକୁ ବି ଦ୍ଵିଧା ଲାଗେ।।ତା ସହିତ ସାମାଜିକ ଦୃଷ୍ଟି ଭଙ୍ଗିର ଜଟିଳ ଧାରା ଆହୁରି ଭାୟାଳୁ କରି ପକାଉଥିଲା ଡିଜୁକୁ।।ଡିଜୁ ନିଜ ସହ ଖେଳୁଥିଲା ହାଇଡ଼୍ ଆଣ୍ଡ୍ ସେକ୍ ଖେଳ।

    ହଠାତ୍ ଦିନେ ସେ ସ୍କୁଲ୍ ରେ ଦେଖିଲା ପ୍ୟାଣ୍ଟ ,ଫ୍ରକ ସବୁ ଜୁଡୁବୁଡୁ।କେଉଁଠୁ ଆସିଲା ଏ?କେମିତି କଟି ଗଲା କେଉଁଠି ତା ଅଜାଣତେ? ତାର ଜଣେ ଶିକ୍ଷୟତ୍ରୀ ଚୁପ୍ କି ଡାକି କହିଲେ ଯା ଘରକୁ ମାଙ୍କୁ ଏକଥା ଜଣାଇବୁ।"ମୋର କଣ ହୋଇଛି ଦିଦି"!! ଡିଜୁ କଣ୍ଠରେ ଅସହାୟତା ଓ ଭୟ। ଦିଦି କହିଲେ ନା କିଛି ନାହିଁ।ଏମିତି ସବୁ ଝିଅଙ୍କ ବୟସ ହେଲେ ହୁଏ।ଡରିବାର କିଛି ନାହିଁ।ଘରକୁ ଯାଅ,ମା ସବୁ ବୁଝେଇ ଦେବେ।ଏ କଥା କହିଲା ବେଳକୁ ଦିଦି ଟିକେ ମୂର୍କି ମୂର୍କି ହସୁଥିଲେ।ମୋ ସାଙ୍ଗ ନର୍ମତା ସହ ମୋତେ ଦିଦି ପଠାଇ ଦେଲେ ଘରକୁ।କ୍ଲାସର ସବୁ ପିଲା କଣେଇ କଣେଇ ଚାହିଁ ହସୁଥିଲେ।ଭାରି ରହସ୍ୟମୟ ଲାଗୁଥିଲା ସେମାନଙ୍କ ହସ। ଡିଜୁ ଦୌଡ଼ିଲା ଏକମୁହାଁ ଘରକୁ ଅଣନିଃଶ୍ବାସୀ ହୋଇ। ବାଟରେ ନର୍ମତା କହୁଥିଲା ଡରନି ମୋର ବି ଏମିତି ହେଲାଣି ପାଞ୍ଚ ମାସ ହେବ।ଏଥରକ ପ୍ରତି ମାସକେ ଥରେ ବି ତୋର ହେବ।

     ନର୍ମତା କଣ କହୁଛି ଡିଜୁ ଶୁଣିବା ପରିସ୍ଥିତିରେ ନଥିଲା।ତାର ଲକ୍ଷ୍ୟ କେମିତି ଘରେ ପହଞ୍ଚି ବାପାଙ୍କୁ ଓ ବୋଉକୁ କହିବ।ସେମାନେ ତାକୁ ଡାକ୍ତର ଖାନା ନେବେ,ଦେଖାଇବେ କଣ ହୋଇଛି ତାର।କାହିଁକି ବହୁଛି ଏତେ ..।

     ଘରେ ପହଞ୍ଚି ବାପା ବାପା କାନ୍ଦି କାନ୍ଦି ଡାକିଲା ବେଳକୁ ନର୍ମତା ବୋଉ କାନରେ କଣ କହିଲା ଆସ୍ତେ।ବୋଉ ବାପାଙ୍କ ପାଖେ ପହଁଚିବା ପୂର୍ବରୁ ଡିଜୁର ହାତ ଧରି ଝିଙ୍କି ନେଲେ ଜୋରରେ।କେଜାଣି ବୋଉ ଆଖିରେ ସେଦିନ ଜକେଇ ଆସିଲା ଟୋପେ ଲୁହ.....।ଡିଜୁକୁ ଗୋଟିଏ ଘର ଭିତରକୁ ନେଇ ଯାଇ ବୋଉ ଜାବୁଡି ଧରିଲା ଛାତିରେ ଖୁବ୍ ଶକ୍ତ ଭାବେ।ବୋଉ ଅପେକ୍ଷା ବେଶୀ ଡିଜୁ ବାପାଙ୍କ ସହ ମିଶେ।ବୋଉକୁ ରାଗ ହୁଏ କାହିଁକି ଗେଲ କରୁନି,ବାହାବା ଦେଉନି,ଭଲ ପାଉନି ବୋଲି।ମାତ୍ର କ୍ଷଣିକ ଚାପି ଧରିବା ବୋଉର; ସବୁ ଅଭିମାନ ପ୍ରାଚୀର ଭାଙ୍ଗିଦେଲା।ଡିଜୁ ବୋଉକୁ ଧରି ଭୋ ଭୋ କାନ୍ଦି ପକାଇଲା।ବାପା ଦଉଡ଼ି ଆସିଲେ ଡିଜୁ କାନ୍ଦ ଶୁଣି।ମାତ୍ର ବୋଉ କି ଇଶାରା କଲା ବାପା ଆଉ ଡିଜୁକୁ ଅନ୍ୟ ଦିନ ପରି କୋଳେଇ ନେଲେ ନି ।ଡିଜୁ ପଡିଗଲା ଶଂସୟରେ।ବାପା ଫେରି ଯାଉଥିଲେ ପ୍ରସାରିତ ହାତକୁ ଜାକି ଖୁସି ଓ ଦୁଃଖର ମିଶାମିଶି ଆବେଗକୁ ନେଇ।

  କଇଁ କଇଁ କାନ୍ଦି ଡିଜୁ ପଚାରୁଥିଲା "ମୋର କଣ ହୋଇଛି ବୋଉ"?କାଇଁ!!!କିଛି ନାହିତ...ସାହସୀ,

ବୁଦ୍ଧିଆ ଝିଅଟି ତାର ଏତେ ମାତ୍ରାରେ ଡରି ଯାଇଛି ତ..ସେଥିପାଇଁ ବୋଉ ବୋଧେ ଏମିତି କହୁଛି।ତାହେଲେ ଏସବୁ କଣ ବୋଉ ଡିଜୁର ପ୍ରଶ୍ନ।

    ବୋଉ ବୁଝେଇଲା..ଏ ଗୋଟେ କିଛି ନୂଆ କି ତୋ ସହ ଏକା ହେଉନି।ସବୁ ଝିଅଙ୍କର ଏମିତି ହୁଏ ବୟସ ହେଲେ।ମୋର ବି ହୋଇଥିଲା।ତୋ ସାଙ୍ଗ ମାନଙ୍କର ବି ହୋଇଥିବ ବା ହେବ।ହେବା କିନ୍ତୁ ଥୟ।ତୋ ଫୁଲ ଗଛ ଦେଖିଛୁ।ମଞ୍ଜି,ଗଜା, ଗଛ,କଢ଼,ଫୁଲ ଓ ଫଳ ହୁଏ ନା?ସେମିତି ତୁ କଢ଼ ଥିଲୁ ଆଜିଠାରୁ ଫୁଲ ହେଲୁ।ପିଲାଦିନ ସରିଗଲା।ତୁ ଏବେ ବଡ଼ ହୋଇଗଲୁ,ଜ୍ଞାନ ପାଇଲୁ।ଏ ସମୟରେ ତୁ ବେଶୀ ସଫା ସୁତୁରା ରହିବୁ।ପିଲାଳିଆମୀ ଛାଡି ବଡର ଚାଦର ଘୋଡ଼ିହେବୁ।ମାନିବୁ କିଛି ନୀତି ନିୟମ,ପ୍ରଥା ପରମ୍ପରା।

     ପ୍ରଥା!ପରମ୍ପରା!! ଦି ଟା ଅଦ୍ଭୁତ ଶବ୍ଦ।କିଏ କାହିଁକି ଗଢ଼ିଲା ଜଣା ନାହିଁ କାହାକୁ।କିନ୍ତୁ ପୁରୁଷାନୁ

କ୍ରମିକ ପାଳନ ହେଉଥିଲା,ହେଉଛି,ହେବ ବି।ଟିକେ ଅବଜ୍ଞା କଲେ ବଦମାସୀ, ସମାଜ ଛଡା, ଫାଜିଲି ମୁଣ୍ଡା ଇତ୍ୟାଦି ସମ୍ବୋଧନ ମିଳିବା ସ୍ଥିର।କେବେ କେବେ ଏକଘରକିଆ,ସମାଜରୁ ବାସନ୍ଦ ବି କରା ଯାଏ।

     ସାମାଜିକଶୃଙ୍ଖଳା,ପରମ୍ପରା,ପ୍ରଥା ବି ଅସହଣ ହୁଏ।ପାଳିବାକୁ,ମାନିବାକୁ ମନ କୁନ୍ଥୁ କୁନ୍ଥୁ।।ଛି କିଏ କଲା ଏମିତି ସମ୍ବିଧାନ ଜୀବନ ପାଇଁ!!ଜୀଇଁବା ମୁସ୍କିଲ।

ଏସବୁ ଲକ୍ଷ୍ମଣ ରେଖା ମାନିବାକୁ ଚିଡି ଚିଡି ଲାଗେ।ଝିଅଟିଏ ଜ୍ଞାନ ପାଇଲା ମାନେ ମାନସିକ ସ୍ତରରେ ତା ଉପରେ ଆରମ୍ଭ ହୋଇଯାଏ ଚାପ।ସାତ ଦିନ ଗୋଟିଏ ନିବୁଜ କୋଠରୀରେ ରହୁଥିଲା।କୌଣସି ପୁରୁଷ ତା ମୁହଁ ଦେଖିବା ନିଷିଦ୍ଧ।ସେ ନିଜ ବାପା,ଭାଇ ଦାଦା ହୁଅନ୍ତୁ ପଛେ।।ହଳଦୀ ଲଗାଉଥିଲା।ଅଗାଧୁଆ ରହୁଥିଲା।।ଯେଉଁ ଦିନ ସାତ ଦିନ ପୁରୁ ଥିଲା ସେଦିନ ଝିଅଟିକୁ ଭଲ ଭାବେ ଗାଧୋଇ ପାଧୋଇ ଆଣୁଥିଲେ।। ତା କୋଳରେ ପିଲାଙ୍କୁ ବସାଇ ସେ କ୍ଷୀରି ଖୁଆଉଥିଲା।

     ଘରେ ସେଦିନ ଭରପୁର ହେଉଥିଲେ ବନ୍ଧୁବାନ୍ଧବ,ଆତ୍ମୀୟସ୍ଵଜନ।।ବାଜା ରୋଷଣୀ କରି ମନ୍ଦିରକୁ ପୂଜା କରିବାକୁ ଯାଉଥିଲେ ସମସ୍ତେ।।ବିଚାରୀ ଜ୍ଞାନ ପାଇଥିବା ଝିଅଟି ଲାଜ ଲାଜ ହୋଇ ଜଣକ ପରେ ଜଣଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଥିଲା। ମାମୁଁ ଘର ସେଦିନ ଝିଅପାଇଁ ନୂଆ ଡ୍ରେସ ସହ ବିଭିନ୍ନ ଉପହାର ନେଇ ଆସୁଥିଲେ।।ସମସ୍ତ ବନ୍ଧୁ ବାନ୍ଧବ ଆଶୀର୍ବାଦ ସ୍ୱରୂପ ଆଣି ଆସୁଥିଲେ ନିଶ୍ଚିନ୍ତ ଭେଟି।ଝିଅଟି ଲାଜରେ ଗାଧୋଇ ପଡୁଥିଲା।।ଅନେକ ଆଖି ମୁଚକେଇ ହସୁଥିଲେ ରହସ୍ୟମୟ ହସ ତାକୁ ଦେଖି।।ଇଚ୍ଛା ହେଉଥିଲା ସେତେବେଳେ ମୁଥି ମାରି ଭାଙ୍ଗି ଦେବାକୁ ସେମାନଙ୍କ ଦାନ୍ତ।।କିନ୍ତୁ କଣ କରିବ କଣ୍ଢେଇ ପରି ନାଚୁଥିଲା ଯାହା କହୁଥିଲେ ତାକୁ କରିବାକୁ ଲାଜ ଲାଜ ସହ।

     ଏବେ ଅବଶ୍ୟ ଏସବୁ ନାହିଁ।ସବୁ ସହଜ ମନେ ହୁଏ।ଖୋଲା ଖୋଲି ମା ଝିଅ,ଭଉଣୀ ସହ ଏଇ ବିଶିଷ୍ଟ କଥାଟି ସେୟାର କରି ହେଉଛି।ଅନେକ ବିଜ୍ଞାପନ ବି ଏ ନେଇ ଦେଖି ଆପେ ଆପେ ଝିଅମାନେ ଶିଖି ଯାଉଛନ୍ତି।

     ଏଇ ଲାଜଟା ଡିଜୁକୁ ଟିକେ ହଜମ ହେଉ ନଥିଲା ଏସବୁ ତାକୁ ବକବାସ୍ ଲାଗୁଥିଲା।ଶଗଡ଼ ଗୁଳାରେ ସଭିଙ୍କ ପରି ଚାଲିବାକୁ,ପରମ୍ପରା ମାନିବାକୁ ଅଳ୍ପ ହେଉ ପଛେ ବାଧ୍ୟ ହୋଇଥିଲା।।ମାମୁଁ ଆସିଥିଲେ ତାକୁ ଶଂଖୋଳି।।ଡିଜୁ ଭାବୁଥିଲା ଝିଅ ଜନ୍ମରେ ଏତେ ଆବଦ କାଇଦା କଟକଣା!!କାଇଁ କି ଯେ...ଦୌଡୁଥିଲା ସମୟ ଜୋର ଜୋର। 

     ଜୀବନରେ ସେ ପ୍ରଥମ ସାତଦିନ ଓ ତାର ମାନସିକ ଚାପ କେବେ ବି ଭୁଲି ପାରିବି ନାହିଁ।ସେ ଡର ସେ ଲଜ୍ଜା ଆଉ ସେ ଅଙ୍ଗେ ଲିଭା ଅନୁଭୂତି।

    ଜୀବନର ମସ୍ତବଡ ସତ୍ୟ ସହ ପରିଚିତି ହୋଇ ଅନେକ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ଡିଜୁ ପ୍ରତିଯୋଗିତା ମନୋଭାବ ନେଇ ଦୌଡୁଥିଲା ସମୟ ସହ ତାଳ ଦେଇ।।

     ଏଇଟି ପ୍ରତ୍ୟେକ ଝିଅଙ୍କ ଜୀବନର ମସ୍ତ ବଡ଼ ଟନିଂ ପଏଣ୍ଟ୍ । ଏଇ ମୋଡରୁ କୈଶୋର ବିଦାୟ ନିଏ ଯୌବନ ଦେଇ।



Rate this content
Log in

More oriya story from Satyabati Swain

Similar oriya story from Inspirational