STORYMIRROR

Anil Pradhan

Drama Inspirational Others

4  

Anil Pradhan

Drama Inspirational Others

ଟଙ୍କା

ଟଙ୍କା

2 mins
409

ସାହୁବାବୁଙ୍କ ଉଚ୍ଚ ଶିକ୍ଷା ସରିଲାପରେ ସେ ଭାବୁଥିଲେ କେଉଁଠାରେ ଭଲ ନିଯୁକ୍ତି ଟିଏ ମିଳିଗଲେ ଭଲ ହୁଅନ୍ତା। କିନ୍ତୁ ନିଯୁକ୍ତି ମିଳିବା ସହଜ ନଥିଲା ଏହାବି ସତ୍ୟ ଯେ ପଢା ସରୁ ସରୁ ଚାକିରୀ ଟିଏ ମିଳିଯିବ ତାହାବି ସମ୍ଭବ ନୁହେଁ। ଚାକିରୀ ଟିଏ ପାଇଁ ଅପେକ୍ଷା କରିବାକୁ ପଡିବ କେତେ ପରୀକ୍ଷା ମଧ୍ୟ ଦେବାକୁ ପଡିଥାଏ। ହେଲେ ଏକଥା କି ବୁଝିପାରନ୍ତି ସାହି ପଡିସା ବନ୍ଧୁ ବାନ୍ଧବ ସମସ୍ତେ ମଜାରେ ଉଡାନ୍ତି ସାହୁବାବୁଙ୍କୁ। ପିଲାଟା ପଢିଲେ କଣ ହେବ କେଉଁଠାରେ ଚାକିରୀ ବାକିରୀ ନକରି ଘରଟାରେ ବସିରହିଛି ଟଙ୍କା ଦୁଇଟା ମଧ୍ୟ ରୋଜଗାର କରିବାର ନାହିଁ ଏମିତି ଅନେକ କଥା ଆଗରେ ପଛରେ ଲୋକମାନେ କହୁଥାନ୍ତି। ସାହୁବାବୁଙ୍କୁ ବହୁତ କଷ୍ଟ ହୁଏ ଏମିତି କଥା ଶୁଣି। ତାଙ୍କୁ ଲାଗିଲା ସତେ ଯେମିତି ଦୁନିଆରେ ଟଙ୍କା ହେଉଛି ସବୁକିଛି ଯାହା ପାଖରେ ଟଙ୍କା ନାହିଁ ସେ ଦୁନିଆରେ ଆଖିରେ ଜଣେ ମଣିଷ ନାହିଁ। ଶେଷରେ ସେ ନିଷ୍ପତ୍ତି ନେଲେ ମୁମ୍ବାଇରେ ଯାଇ କିଛି କାମ କରିବେ। ସେ ଚାଲିଗଲେ ମୁମ୍ବାଇ ସେଠାରେ ଜଣେ ସମ୍ପର୍କୀୟ ଙ୍କ ସହୋଯଗରେ ଏକ ଘରୋଇ କମ୍ପାନୀରେ ଚାକିରୀ ଟିଏ ମିଳିଗଲା। ଚାକିରୀ ମିଳିଲା ପରେ ସେ ଆଗକୁ ଆଗକୁ ବଢି ଚାଲିଲେ । ସେତେବେଳକୁ ସାହୁବାବୁଙ୍କୁ ମୋଟା ଅଙ୍କର ଦରମା ମିଳୁଥାଏ ଆଉ ସେ ଟଙ୍କା ପଛରେ ଗୋଡେଇବା ଆରମ୍ଭ କରି ଦେଇଥାନ୍ତି। ସେ ଧନ ସଞ୍ଚୟ କରିବାରେ ଲାଗି ପଡିଥାନ୍ତି ଓ ଲୋଭର ଚକ୍ର ବ୍ୟୁହ ମଧ୍ୟରେ ପ୍ରବେଶ କରିଯାଇ ଥାନ୍ତି। କୁବେର ଭଳିଆ ଅନେକ ଧନ ସଞ୍ଚୟ କରି ରଖିଥାନ୍ତି ସାହୁବାବୁ। ଭାରତର ପ୍ରତ୍ୟେକ ବଡ ସହରରେ ଥାଏ ନିଜର ସୁଉଚ୍ଚ ଅଟ୍ଟାଳିକା। ବ୍ୟବହାର କରୁଥାନ୍ତି ଦାମୀ ସୌଖିନ ସାମଗ୍ରୀ। କିନ୍ତୁ ସମ୍ପର୍କ ବନ୍ଧୁତା ଆଦି କ୍ଷୀଣ ହେଉଥାଏ। ସାହୁବାବୁଙ୍କ ପାଖରେ କୁବେର ର ସମ୍ପତି ଥିଲା କିନ୍ତୁ ନଥିଲା ସ୍ନେହ ପ୍ରେମ ସମ୍ପର୍କ। ପରିବାର ବନ୍ଧୁ ବାନ୍ଧବଙ୍କ ସହିତ କଥା ହେବା ପାଇଁ ନଥିଲା ସମୟ। ସାହୁ ବାବୁଙ୍କ ପାଖରେ ସବୁ କିଛି ଥିଲା କିନ୍ତୁ ସେଗୁଡିକ ନଥିଲା ଯାହା ଟଙ୍କା ଦେଇ ମଧ୍ୟ କିଣା ଯାଇ ପାରେନା ଯାହାର ମୂଲ୍ୟ ଟଙ୍କା ଠାରୁ ମଧ୍ୟ ଅଧିକ। ହଠାତ୍ ଦିନେ ପଛକୁ ଫେରି ଚାହିଁ ନଥିବା ସାହୁ ବାବୁ ଜୀବନର ମୂଲ୍ୟାଙ୍କନ କରିଲେ କଣ ପାଇଛନ୍ତି ଆଉ କଣ ହରେଇଛନ୍ତି। ଦେଖିଲେ ତ କେବଳ ଟଙ୍କା ପାଇଛନ୍ତି କିନ୍ତୁ ଅନେକ କିଛି ହରାଇ ଛନ୍ତି। ଯାହାର ମୂଲ୍ୟ ଟଙ୍କା ଠାରୁ ମଧ୍ୟ ଅଧିକ। ନିଜ କୁ ନିଜେ ଧିକାର କରିବାକୁ ଲାଗିଲେ ସାହୁ ବାବୁ।ଧନ ଲୋଭରେ ଯାହା ସଞ୍ଚଥିଲେ ଗରିବ ମାନଙ୍କ ମଧ୍ୟରେ ବାଣ୍ଟିଦେଲେ । ଲୋଭ ମୋହ ମାୟାର ଚକ୍ର ବ୍ୟୁହ ମଧ୍ୟରୁ ବାହାରି ସରଳ ଜୀବନ ଯାପନ କରିବା ଆରମ୍ଭ କରିଦେଲେ। ସେ ଏବେ ସମ୍ପର୍କର ମୂଲ୍ୟକୁ ବୁଝି ପାରିଛନ୍ତି।ତାଙ୍କୁ ଲାଗିଲା ସେ ଯେମିତି ପଥଚ୍ୟୁତ ହୋଇ ଭୁଲ୍ ରାସ୍ତାରେ ଚାଲି ଯାଇଥିଲେ। ସେ ଉପଲବ୍ଧି କରିଲେ ତାଙ୍କ ପାଖରେ ଏବେ ସବୁ ଅଛି ସମୟ , ଶାନ୍ତି ଓ ଆତ୍ମତୃପ୍ତି ଯାହାର ଟଙ୍କା ସହିତ ତୁଳନା କରା ନଯାଇ ପାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama