STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ଟମି

ଟମି

3 mins
6

ଯୋଉ ଗଳି କନ୍ଦିରେ ଯୋଉଠି ଯେଉଁ କୁକୁର ରହିଥିବେ ଦଳ ବାନ୍ଧି ସେହି ଏରିଆରେ ଅନ୍ୟ କୋଉ ନୂଆ କୁକୁର ଆସିଲେ ସେମାନେ ଏମିତି ବିରୋଧ କରନ୍ତି ଯେ ନୂଆ କୁକୁରକୁ ଦଳରେ ମିଶେଇ ଦିଅନ୍ତି ନାହିଁ. ତ ନୂଆ କୁକୁରଟି ଲାଙ୍ଗୁଡ଼ ଜାକି ପଳେଇଯାଏ ବା କୁଁ କୁଁ ହେଇ ନେହୁରା ହେଉଥାଏ. ସତେ ଯେମିତି କହୁଥାଏ ମତେ ନିଜ ଜାତିର ଭାବି ତୁମ ଦଳରେ ମିଶାଇ ଦିଅ ଦେଖିବ ମୁଁ ଦିନେ ତୁମ ସାଙ୍ଗ ହୋଇ ତୁମ ଅନୁଗତ ରହିବି. ପୁରୁଣା ଦଳ କୁକୁମାନେ ମାନନ୍ତି ନାହିଁ ସହଜରେ. ଦାନ୍ତ ନିକୁଟି ନୂଆ ଆସିଥିବା କୁକୁରକୁ ଏମିତି ସତ୍କାରନାମରେ ବିରୋଧ କରନ୍ତି ବିଚରା ଅନ୍ୟ କୋଉଠୁ ଆସିଥିବା କୁକୁରଟି କେଵେ ପଳାଏ ଏରିଆ ଛାଡ଼ି ତ କେଵେ କୁଁ କୁଁ ହେଉଥାଏ. ଏମିତି ଗୋଟେ କୁକୁରର କୁଁ କୁଁ ଯନ୍ତ୍ରଣା କାତର ସ୍ୱର ଶୁଭୁଥିଲା ରାତି ସାରା ଦାସବାବୁଙ୍କ ଘରକୁ ତ ତାଙ୍କ ସ୍ତ୍ରୀ ସିନା ଉପରୋକ୍ତ କଥା ସବୁ ଭାବୁଥିଲେ କିନ୍ତୁ ଦାସ ବାବୁ ଶୋଇନପାରି ଦାନ୍ତ ରଗଡୁ ରଗଡୁ ଭାବୁଥିଲେ ସକାଳେ ବୁଝୁଛି ତୋ କଥା!
    ସକାଳ ହେଲା. ସବୁଦିନ ଭଳି କାଉର କା କା ଶବ୍ଦ ସାଙ୍ଗକୁ ପାଣି ଟ୍ୟାପରୁ ଝରିଆସୁଥିବା ପାଣିର ଶବ୍ଦ ସବୁ ପ୍ରତିଧ୍ୱନିତ୍ୱ ହେଉଥିଲା ଘର, ଅଗଣା, ବଗିଚା ତ ଦାସବାବୁ ଚାଲିଲେ ବଗିଚା ଆଡ଼େ. ଦେଖିଲା ବେଳକୁ ସେଠି କୁନା କେତେବେଳୁ ଉଠି ରାତି ସାରା କୁଁ କୁଁ ହେଉଥିବା କୁକୁରଟିର ସେବା କରିବା ପାଇଁ ବେଟାଡାଇନ, ଅଖା, କିଛି ବିସ୍କୁଟ ଓ କ୍ଷୀର ଧରି ଆସିଛି ତା ପାଖକୁ. ପ୍ରଥମେ କୁନା ଆଖିରେ ଆଖି ମିଶେଇ କୁକୁରଟି ବିଶ୍ୱାସ କରିପାରୁନଥିଲା ଇଏ ତାର ପୂର୍ବ କୁକୁର ମାନଙ୍କ ପରି ତାକୁ ଆହୁରି କ୍ଷତାକ୍ତ କରିବାକୁ ଆସିଛି ଶତୃ ଭାବି ନା ଆଉ କିଛି! କୁକୁରଟି ବେଶି ବେଶି କୁଁ କୁଁ ହେଲାବେଳକୁ ବାପା ଦାସବାବୁ ସେଇଠି ପହଁଞ୍ଚି ଯାଇଥିଲେ. ଏତେ ଖଣ୍ଡିଆ ଖାବେରା ଅବସ୍ଥାରେ ମଧ୍ୟ କୁକୁରଟି ଉଠିପଡ଼ି ପଳେଇବାକୁ ବସିଥିଲା ତ ମନ ବଦଳିଗଲା ଦାସ ବାବୁଙ୍କର. ଆଖିର ରଙ୍ଗ ବଦଳିଗଲା ତ ଚୁ ଚୁ ଡାକୁଥିଲେ ପୁଅ କୁନା ସହ. ତାଙ୍କ ଆଖିର ଦୟା କୁକୁରର ସମଗ୍ର ପ୍ରାଣକୁ ଖେଦି ଗଲା ଯେମିତି. ପଳେଇ ନଯାଇ ଶୋଇ ରହିଲା କୁକୁରଟି. କୁନା ଔଷଧ ଲଗେଇ ଦେବାରୁ ତା ହାତରୁ ବିସ୍କୁଟ ଖାଉଥିଲା ଓ କ୍ଷୀର ପିଇ ଆରାମରେ ଶୋଇଯାଇଥିଲା. ସତରେ ବିଶ୍ୱାସ ରେ ନିଶ୍ୱାସ ନେବାକୁ ହେଲେ ଆଖିରୁ ଆତ୍ମାକୁ ବିଶ୍ୱାସ ସଞ୍ଚରି ଗଲେ ବନ୍ଧୁତା ଓ ନିଜର ପଣିଆ ସୃଷ୍ଟି ହୁଏ ବୋଲି ଦାସ ବାବୁ ପୁଣି ଅନୁଭବ କରିବା ବେଳେ ମୁନା ଆଖିରେ ମଧ୍ୟ ସେଇ ଭାବ ଦେଖି ତା ମୁଣ୍ଡ ଆଉଁସି ଦେଉଥିଲେ ବାପା ଦାସବାବୁ. ଶୋଇପଡ଼ିଥିଲା କୁକୁରଟି ନିଶ୍ଚିନ୍ତରେ.ମୁନା ଅଖା ପାରି ଅଖା ଘୋଡେଇ ଦେଇଥିଲା କୁକୁରଟିକୁ.
   କୁକୁରଟି ଆସ୍ତେ ଆସ୍ତେ ସୁସ୍ଥ ତଥା ବିଶ୍ୱସ୍ତ ହୋଇ ନାଁଟିଏ ପାଇଗଲା ଟମି ଆଉ ମୁନା ପଛେ ପଛେ ବଗିଚା ସାରା ଗୋଡାଉ ଗୋଡାଉ ହେଇଗଲା ପୋଷା. ଘରକୁ ଆସୁଥିବା ଲୋକଙ୍କ ଆଖିକୁ ଚାହିଁ ପ୍ରାଣକୁ ଛୁଇଁ ଯାଉଥିଲା ତାର କିଏ ମିତ୍ର କିଏ ଶତୃ. ଅସୁବିଧା ହେଲା କାହାକୁ ଭୁଲିଲା ତ କାହା ଦେହରେ ଲାଙ୍ଗୁଡ଼ ଘଷିଲା. ଘରକୁ ଆସୁଥିବା ଲୋକେ ବୁଝିଗଲେ ବି ଦୁଆର ଆଗ ଦେଇ ଯା ଆସ କରୁଥିବା ସେହି ଗଳିର କୁକୁର ଦଳ ଯେମିତି ତା ପ୍ରତି ଅସହିଷ୍ଣୁ ଥିଲେ ସେମିତି ଥିଲେ କେତେକ ଲୋକ. ଯେଉଁମାନେ କି ଦୃଷ୍ଟି ପହଁରେଇ ଆଖିରେ ଆଖି ମିଶାଇବା ବେଳେ ଟମିର ପ୍ରାଣକୁ ଛୁଇଁ ଯାଉଥିଲା କାହା ଚାହାଣୀ କହୁଛି କୋଉ ଭାଷା. ସତରେ କୁକୁର ମାନଙ୍କ ଘ୍ରାଣ ଓ ଦୃଷ୍ଟି ପ୍ରାଣକୁ ସଞ୍ଚରି ସେ ବୁଝିଯାଏ ଓ ପଢିପାରେ ଆଖିର ଭାଷା ସହିତ ହୃଦୟର ଲେଖା. ତାର ଏଇ ଭାବନା ସତ ହେଲା ଯେବେ ଲୋକେ ତାଗିଦା କଲେ ଦାସବାବୁଙ୍କୁ କୁକୁରକୁ ବାନ୍ଧି ରଖିବାକୁ. ପୁଣି କିଏ ପଡିଯାଇ ଆଞ୍ଚୁଡ଼ି ହେଲେ କହିଲେ ତୁମ କୁକୁର ଗୋଡ଼େଇବାରୁ ପଡିଲି.
    କଥା ସେତିକିରେ ସରିନଥିଲା. ଆଖିରୁ ପ୍ରାଣ ଯାଏଁ ଛୁଇଁ ଯାଉଥିବା ଲୋକଙ୍କ ଆଚ୍ଚରଣ ଓ ଉଚ୍ଚାରଣ ବୁଝି ଏଣିକି ଟମି ଆସି ମୁନାକୁ କେବଳ ଅଭିଯୋଗ କରୁନଥିଲା ବରଂ କାହାକୁ କାହାକୁ କାମୁଡି ବି ଦେଉଥିଲା. ଏଥର ଆରମ୍ଭ ହୋଇଗଲା ପ୍ରକୃତ ଶତୃତା. ଲୋକେ ଆସି ଦୁଆରେ ପାଟି ତୁଣ୍ଡ କଲେ. କୁକୁରକୁ ବାନ୍ଧି ରଖ କହୁ କହୁ ଛାଡ଼ ଶୀଘ୍ର କହିଲେ. ଇଞ୍ଜେକେସନ ପାଇଁ ପଇସା ନେଉଥିଲେ ବି ଟମିର ଘର ଓ ଘର ଲୋକଙ୍କ ପ୍ରତି କୃତଜ୍ଞତା ଭାବ ବୁଝି ଅସହିଷ୍ଣୁ ହୋଇ ବକା କଢା କରିବାରୁ ମୁନା ବାପାଙ୍କ ସହ ଯାଇ  ନେକ୍ସଟ ଷ୍ଟେସନରେ କୁକୁରଟିକୁ ଛାଡି ଦେଇ ଆସିବା ପରେ ମୁନାକୁ ଜ୍ୱର ଛାଡୁନଥିଲା. ଡାକ୍ତର ଯେତେ ଔଷଧ ଦେଲେ ମଧ୍ୟ ମୁନାର ଆଖିରୁ ହୃଦୟ ହୋଇ ପ୍ରାଣ ଯାହାକୁ ଖୋଜୁଥିଲା ତାକୁ ଛାଡିସାରିବା ପରେ ସେହି ନେକ୍ସଟ ଷ୍ଟେସନରେ ଯେତେ ଖୋଜିଲେ ମଧ୍ୟ ଟମିକୁ ନପାଇ ନିରାଶରେ ଫେରୁଥିବା ବେଳେ ବାପା ଭାବୁଥିଲେ ଏ ଜୀବନେ ଆଉ ନାହିଁ ଦେଖା. ଏ ଭିତରେ ମୁନା ବଡ଼ ହୋଇ ଚାକିରୀ କରି ବାହା ହେବା ପରେ ପୁଅ ତାର କୁକୁରଟିଏ ଆଣିଦେବାକୁ କହୁଥିଲା ତ ଦାନ୍ତ ଭାଙ୍ଗି କୁକୁର ପାଳିବାକୁ କହୁଥିଲେ ମଧ୍ୟ ମୁନା ରାଜି ନଥିଲା.



Rate this content
Log in

Similar oriya story from Tragedy