STORYMIRROR

Bidulata Sahoo

Inspirational

2  

Bidulata Sahoo

Inspirational

ଟମି ।

ଟମି ।

1 min
81

ସବୁଦିନ ସକାଳେ ମୁଁ ରାତିର ବଳିଥିବା ରୁଟିକୁ ନେଇ ଗେଟ୍ ପାଖକୁ ଯାଏ |ତାକୁ ଛୋଟଛୋଟ ଖଣ୍ଡ କରି ପକାଏ |ଚାରି,ପଞ୍ଚୋଟି କୁକୁର ଆସି ତାକୁ ଖାଆନ୍ତି |

       ମୋ ସାଥୀରେ ମୋ ନାତୁଣୀ ପାଞ୍ଚବର୍ଷର ଆଭା ବି ଯାଏ |ସେ କୁକୁରମାନଙ୍କ ମଧ୍ୟରେ ଗୋଟିଏ ଛୋଟ କୁକୁର ଥାଏ |ସେ ଭାରି ଗୁଲୁଗାଲିଆ ହୋଇଥାଏ |ଆଭା ତା ନାଆଁ ଦେଇଥାଏ ଟମି |ତାକୁ ସେ ଭାରି ଭଲପାଏ |

         ଦିନେ ସକାଳୁ ରୁଟିଦେଲାବେଳେ ଦେଖିଲି ଟମି ଘୁଷୁଡି ଘୁଷୁଡି ଆସୁଛି |ତା ଗୋଡରୁ ରକ୍ତ ବୋହୁଛି |ତାକୁ ଦେଖି ଆଭା କାନ୍ଦିକାନ୍ଦି ଅଥୟ |ଆମ ଘରପାଖରେ ଜଣେ ପଶୁଡାକ୍ତର ରହନ୍ତି |ଆଭାର କାନ୍ଦ ଦେଖି ମୁଁ ତାଙ୍କ ଘରକୁ ଯାଇ ଡାକିଲି |ସେ ବାହାରକୁ ଆସି ପଚାରିଲେ କଣହେଲା ?ଆଭା ଏମିତି କାନ୍ଦୁଛି କାହିଁକି ?ମୁଁ ତାଙ୍କୁ ଟମିକୁ ଦେଖାଇ କହିଲି ୟାରି ପାଇଁ ସେ କାନ୍ଦୁଛି | ସେ ସବୁ ବୁଝିଗଲେ |ଘରକୁ ଯାଇ ବ୍ୟାଣ୍ଡେଜ କନା,ଔଷଧ ଆଣି ଟମିଗୋଡକୁ ସଫାକରି ବ୍ୟାଣ୍ଡେଜ୍ କରିଦେଲେ |କିଛିଦିନ ପରେ ତା ବ୍ୟାଣ୍ଡେଜ୍ ଖୋଲିଦେଲେ |ଟମି ଏବେ ଚାଲି ପାରୁଛି ଆଭା ମନ ଭାରି ଖୁସି |


Rate this content
Log in

Similar oriya story from Inspirational