ଟିଫିନ୍ ବକ୍ସ
ଟିଫିନ୍ ବକ୍ସ


ଆମେ ଦୁହେଁ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଦଦେଲାବେଳେ, ରିକ୍ରେସନ୍ ସମୟରେ ମୁଁ ପ୍ରଥମେ ତା’ ଟିଫିନ୍ ବକ୍ସରେ ଥିବା ଖାଦ୍ୟକୁ ତା’ ଠାରୁ ଛଡାଇ ଆଣି ଖାଇ ଦେଉଥିଲି । ସେ ମୋ ଉପରେ ରାଗୁଥିଲା ଆଉ ମୋତେ ମାରୁଥିଲା । ବେଳେବେଳେ ମୋ ହାତକୁ କାମୁଡି ଦେଉଥିଲା । ଆଉ ମୁଁ ଆଣିଥିବା ଟିଫିନ୍କୁ ସେ ରାଗରେ ଦୂରକୁ ଫିଙ୍ଗି ଦେଉଥିଲା । ତହିଁ ଆରଦିନ ପୁ’ଣି ଆମେ ସାଙ୍ଗ ହୋଇ ସ୍କୁଲ ଆସୁଥିଲୁ ।
ସେ, ମୋ ସହ ୭ମ ଶ୍ରେଣୀରେ ପଢୁଥିଲାବେଳେ, ରିକ୍ରେସନ୍ ପୁର୍ବରୁ ମୁଁ ତା ଟିଫିନ୍କୁ ଖୁସିରେ ଲୁଚେଇକି ନେଇଆସି ତାକୁ ଟିକେ ରଗାଇବା ପାଇଁ ସବୁ ଖାଇ ଦେଉଥିଲି । ସେ ମୋ ପାଖକୁ ଆସୁଥିଲା, କିନ୍ତୁ ରାଗୁ ନଥିଲା । ମୋତେ କେମିତି ଗୋଟେ ଚାହାଣୀରେ ଚାହିଁ, ହସି ଦେଇ, ତା ସାଙ୍ଗମାନଙ୍କ ପାଖକୁ ଚାଲିଯାଉଥିଲା ଓ ମୋ ବିଷୟରେ ସେମାନଙ୍କୁ କହୁଥିଲା । ଉପାସରେ ଘରକୁ ଫେରୁଥିଲା । ମୋତେ ବହୁତ ଦୁଃଖ ଲାଗୁଥିଲା । ମୁଁ ତାକୁ ସରି କହିଲେ ସେ ହସି ଦେଉଥିଲା । ସତେ ଯେମିତି ତା ପେଟରେ ଭୋକ ନଥିଲା ।