ଟିଫିନ୍ ବାକ୍ସ
ଟିଫିନ୍ ବାକ୍ସ
ସକାଳୁ ଉଠୁ ଉଠୁ ଆଗ ରୋଷେଇ ଘର ଆଡେ ବୁଲି ଆସି ସକାଳ ଜଳଖିଆ ଟା ଆଜି ମା ଅମର କଣ କରି ଖାଇବାକୁ ଦେବେ ତାହା ଧୀରେ କରି ଉଣ୍ଡିନବା , ସବୁଦିନ ଏକ ପ୍ରକାର ମୋର ଅଭ୍ୟାସ । ସବୁଦିନ ଭାବେ ଆଜି ଆଊ ସେ ବହଳିଆ ମୋଟ ଦାନାର ଚୁଡ଼ା ଉପମା କି ସେକା ରୁଟି ହୋଇନଥିବା । କାଲି ତ ରୁଟି କରିଥିଲା ଆଜି ଚାଉମିନ୍ ନହେଲେ ଗରମ୍ ଗରମ୍ ଜାଇ ଦିଆ ବରା ନହେଲେ ପୁରି ନିହାତି ଛଣା ହେଇଥିବ। କିନ୍ତୁ ନା ସବୁ ଆଶାକୁ ନିମିଷକ ମଧ୍ୟରେ ଭାଙ୍ଗି ମାତାଶ୍ରୀ ଆମ୍ଭ ଉପସ୍ଥିତି ର ପ୍ରୟାସ ଜାଣି ପାରି ଅଳ୍ପ ହସି ଦେଇ କୁହନ୍ତି "ଆଜି ପୁରା ଗୋଲ ଗୋଲ ରୋଟି ତୋ ଜୋମେଟ୍ରି ନୋଟ୍ ର ବୃତ୍ତ ଭଳି , ଆଊ ଫୁଲକୋବି ଭଜିଦେବୀ।"
।।।।ତୋର ପରା ଖୁବ୍ ପସନ୍ଦ।।।"
ପସନ୍ଦ ନା ଛତୁ,,,! କାଲି ପରା କରିଥିଲୁ,ଆଜି ପୁଣି ସେଇୟା
* କାଲି କୋଉଠି ରୁଟି କରିଥିଲି ! ମିଛ କହନି ! କାଲି ପରା ମିଠା ଉପମା କରିଥିଲି? ପହରିଦିନ ହେଇଥିଲା ମ !
ତୋତେ ଆଊ କିଛି ଆସୁନି କି? କିଛି ତ ଶିଖି ଆସିନୁ।। ଏଇଠି ହେଲେ ଟିଭି ଦେଖିକି କିଛି ଶିଖନ୍ତୁ ।। ଯେତେବେଳେ ଦେଖ ଆମ ରୋଷେଇ , ଆମ ହାଣ୍ଡିଶାଳ , ନହେଲେ kitchen queen ତ ଦେଖୁଛୁ !! ସେଥିରୁ ଦିନେ କିଛି କରନ୍ତୁ ହେଲେ ? .... ନା ,, ଖାଲି ଦେଖୁଥିବି ,,,, କିଛି ଗୋଟେ......
* ହଁ।। ହଁ ,,, ହେଲା ।।ଯା ଆଗ ମୁହଁ ଧୋଇକି ଆସେ। ବେଶି କଥା କହୁଛି । ବଡ଼ ଖାଇଲା ବାଲା ତ ! ତୁ ଯେତେ ଖାଇଲେ ବି ସେଇ ଶୁଖିଲା କାଠ । ଆଊ ଏତେ ରକମର ଖାଇବାକୁ ଇଚ୍ଛା ହେଲେ ନେଇ ଆସୁନୁ ଗୋଟେ।
ହଁ ଆଊ କଣ କି ! ଏତିକି ହି କହିଦେଇକି ସେଇ ଶୁଖିଲା ରୋଟି ହିଁ ଦବୁ। ମୁଁ ଜାଣିନି କି!!
ଧୀରେ ଧୀରେ ମୁଁ ମୋର ନିତ୍ୟ କର୍ମ ପାଇଁ ଗାଧୁଆ ଘର ଆଡେ ଚାଲିଗଲି।। ସବୁ କାମ ସାରି ଟେବୁଲ ଉପରେ ବସିଲା ବେଳକୁ ପ୍ରବଳ ଭୋକ । ଜଲଦି ଦେ,,, ଜଲଦି ଦେ କଣ ଟିକେ ପାଟି ଶୁଣି ମୋ ସାମନା ରେ ରଖିଦେଲା ଖଣ୍ଡେ ପ୍ଲେଟ ରେ ଉପମା । ଆଊ ବାଇଗଣ ଆଳୁ ଟମାଟ ତରକାରୀ । ସେତିକି ଦେଖି ମୁଁ ପୁରା ନିଆଁବାଣ।
କଣ ଯେ ! ,Mom ପୁଣି ଉପମା କରିଦେଲୁ ନା ।। ଟିକେ ତ ଭଲ ଖାଇବାକୁ ଦେ।ମୁଁ ଏସବୁ ଖାଇବିନି ହେଲା । ତୁ ତୋର ଯାହାକୁ ଦବୁ ଦେ। ମୋର ଜମା ଛୁଇଁବାର ହିଁ ନାହିଁ ହେଲା।!!
* ଆରେ ଆରେ!,,, ଆଚ୍ଛା ପିଲା ତୁ .କହିଲୁ ରୁଟି ଖଇବିନି,,ଏଇନେ ପୁଣି ଉପମା ଖାଇବିନି !
ନା ,,,ନା ମୋର କିଛି ଦରକାର ନାହିଁ। ମୁଁ ମୋର ହୋଟେଲ୍ କି ଅଫିସ ମେସ ରେ ଖାଇବେବି ,, ହେଲା।।
ରାଗ ତମ ତମ ମୁହଁ ରେ ଉଠି ଆସିଲି ଟେବୁଲ ଉପରୁ ।ସେ ପଛରୁ ବହୁତ ଡାକିଲା, ମନେଇବା ପାଇଁ ବହୁତ ଚେଷ୍ଟା କରୁଥାଏ , ମୁଁ କିନ୍ତୁ ଜାଣିଛି ଏମିତି କହି ସେ ସବୁଦିନ ଚଲେଇ ନଉଛି।କପଡା ଆଊ ଜୋତା ପିନ୍ଧି ମୁଁ ବାହାରିଗଲି। ତାର କଥା ଆଡ଼କୁ ଟିକିଏ ବି କର୍ଣ୍ଣପାତ ନ କରି।
ଯେନତେନ ପ୍ରକାରେ ଲଞ୍ଚ ବ୍ରେକ ଯାଏ ସମ୍ଭାଳି ଗଲି ହେଲେ ଆଊ ନୁହଁ । ଛୁଟି ହୋଇ ହୋଇ ତୁରନ୍ତ ତଳକୁ ଗଲି। ହେଲେ ଦୁର୍ଭଗ୍ୟବଶତଃ କରୋନା ଯୋଗୁ କ୍ୟାଣ୍ଟିନ ବି ବନ୍ଦ କରିଦିଏ ହେଇଛି ସେଟା ମୁଁ ଭୁଲିଯାଇଥିଲି । ବଡ଼ କଷ୍ଟରେ ଆଉ ଆଶା କରି ଅଫିସ ଗେଟ ବାହାରକୁ ଗଲି କାଳେ କିଛି ଶୁଖିଲା ଖାଦ୍ୟ ଟିକିଏ ପାଇଯିବି । ଆଜି କିନ୍ତୁ ବୋଧେ ତାର ରାଗ ମୋ ଉପରେ ପଡ଼ିଗଲା । ହେଉ ପଛେ ଭୋକ ମୁଁ କିନ୍ତୁ ହରିବିନି ।ଦିନେ ଅଧେ ଭୋକରେ ରହିଲେ ସେ ଭଲ ଖାଇବା କରିକି ଦେଵ। ,,,,,,,,ହେଲେ ଏବେ ଖାଇବି କଣ? ଚାରିଆଡେ କଟକଣା ଯୋଗୁଁ ହୋଟେଲଗୁଡ଼ାକ ବି ବନ୍ଦ ଅଛି । ପାଉଁରୁଟି , କେକ ଦୋକାନ ବି ବାରଟା ବେଳୁ ବନ୍ଦ ।
ୟା ଭିତରେ କିନ୍ତୁ ତାର ଦଶ ରୁ ୧୫ ଟା ମିସକଲ୍ । ମୁଁ କିନ୍ତୁ ଉଠେଇବିନି । ପରେ ପରେ ତା କଲ୍ ପଛକୁ ବାବା ଫୋନ୍ କରିଦେଲେ ।ଅବିଳମ୍ବେ କଥା ହେଉ ହେଉ କହିଲେ, " ଗାଡ଼ି ବାକ୍ସ ଭିତରେ ଟିଫିନ୍ ବାକ୍ସ ଅଛି ,ବାହାର କରି ଖାଇଦେ।।,
ତୁରନ୍ତ କୁଆଡେ ନା ଦେଖି ସେଇଠି ହିଁ ବାକ୍ସ ଖୋଲି ଦେଖିଲି କ୍ନ ଦେଇଛି ? ଯାହା ଦୋଉ ପଛେ ଆଉ ସମ୍ଭାଳି ପାରୁନି। ଆରେ ଆରେ,,,, ତଳ ବାକ୍ସ ରେ ପାଉଁରୁଟି ସାଙ୍ଗକୁ ମସଲା ଆଳୁ ,ମଝିରେ ଉପମା ତରକାରୀ , ଉପରଟିରେ ଶିରା ରେ ଭାସୁଛି ଦୁଇଟା ରସଗୋଲା ,ଯାହା ଦୁଇଦିନ ତଳେ ବଡ଼ ମାଉସୀ ନେଇ ଆସିଥିଲେ । ମୋର ତ ଭୋକ ଦୁଇଗୁଣ। କୁଆଡେ କିଛି ନ ଦେଖି ସିଧା ଚାହିଁଲି ଉପରକୁ। ରସଗୋଲା ଭଳି ମୋ ରାଗ ସବୁ ଶିରା ଭିତରେ ମିଲେଇଗଲା। ଏକ ନିଶ୍ବାସ ରେ ଚରିଗଲି ।
,,,,,,, ପାଞ୍ଚଟା ବେଳକୁ ଘରେ ପହଞ୍ଚୁ ପହଞ୍ଚୁ ଗାଡ଼ି ଶବ୍ଦ ଶୁଣି ସେ ସବୁଦିନ ପରି ଦୋୖଡି ଆସି ବ୍ୟାଗ୍ ଆଊ ବାକ୍ସ ନେଇ ଚାଲିଗଲା।ମୋର ଆଊ ସେ ଝଗଡ଼ା କଥା ବି ମନେ ନ ଥାଏ ।। ଗୁଣୁଗୁଣୁ ହୋଇ ଗାଧୁଆ ଘରେ ପଶୁ ପଶୁ ସେ ଜୋର୍ ରେ କହି ଉଠିଲା,
" ଓହୋ ! ଆଜି କେମିତି ପ୍ରଭୁଙ୍କର ପ୍ରସାଦ ବଳକା ଆସିନି ?! ବାକ୍ସ ପୁରା ଖାଲି।।।
ଏଇ କଥା ମୋର ସବୁ ମନେ ପଡିଗଲା ।କବାଟକୁ ଆସ୍ତେ ଅଳ୍ପ ଖୋଲି କହିଲି ,
କଣ ଆଊ କରିବା ? ଯାହା ଲାଗିଲେ ବି ଖାଇବାକୁ ତ ପଡ଼ିବ ନା, ବଞ୍ଚିବାକୁ ତ ପଡ଼ିବ ନା ।
* ବେଶି କଥା କହନା ,, ଗାଧୁଆ ସାରି ଆସେ ,,,ଆଜି ଚିକେନ କଷି ଦେଇଛି !! ଏଇଟା ବି ତ ଖାଇବାକୁ ପଡ଼ିବ ନା ନହେଲେ ବଞ୍ଚିବୁ କେମିତି ?
ତୁ ତ ଅତିଗୋଟେ ହୋଉଛୁ।ଯାଉନୁ ,,,,ଆଜି ଝଗଡ଼ା କଲି ବୋଲି ଚିକେନ ନା।। ଏଥର ନିତି ରଗିବି ।।,,,
* ତୁ ତ ଖୁବ୍ ସୁଧାର ନା ନା ଲୋ ମା ,, ମୁଁ ଆଊ ପାରିବିନି ତୋତେ ,,,,,,,,
ଗାଧୁଆ ସାରି ଅବିଳମ୍ବେ ପହଞ୍ଚିଲି ଟେବୁଲ ପାଖରେ ।
