STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ତଥାପି ହରିନି -ରୀତା ଅପରାଜିତl

ତଥାପି ହରିନି -ରୀତା ଅପରାଜିତl

1 min
634

ସେ ଗୋଟିଏ ଚାଉଳ ରେ ଗଢ଼ା ଦେଖିଶକୁ ଅତି ସୁନ୍ଦର।ବିଏ ବି ସରିନି। ଗୋଟିଏ ପରେ ଗୋଟିଏ ଭଲ ଭଲ ପ୍ରସ୍ତାବ ଆସିଲାଣି ମାଧବୀ ପାଇଁ। ପୁଅ ସଫ୍ଟୱେର କମ୍ପାନୀ ରେ ବହୁତ ଭଲ post ରେ ଅଛି। ପୁଣି ଘରଦ୍ୱାର ସବୁ ଅଛି ଆଉ ସେ ଗୋଟିଏ ପୁଅ। ତେଣୁ ତା ବlପା ହଁ ମାରିଦେଲେ। ବହୁତ ଧୁମଧାମରେ ବାହାଘର ହେଇଗଲା । ଶାଶୁ ଘରରେ ସମସ୍ତେ ବହୁତ ଭଲ। ସେ ବି ସେଠି ନିଜ ବିଏ ପରୀକ୍ଷ ବି ଦେଲା। ଜୀବନ ବହୁତ ସୁନ୍ଦର ଭାବେ କଟୁଥିଲା ।ସେ ହନିମୁନ ପାଇଁ ମନାଲି ଯାଇଥିଲା। ଜୀବନ ହଠାତ ତା ରୂପ ବଦଳlଏ। କେବେ ଖରା ତ କେବେ ଛାଇ କେବେ ଅସରାଏ ଦୁଃଖ ତ କେବେ ସୁଖର ଛିଟା। ମାଧବୀର ପୁଅ ଟିଏ ହେଲା ।ଘରେ ଖୁସି ର ବନ୍ୟା।ସେ ବଡ଼ଧୁମଧlମରେ ସେ ଏକୋଶିଆ ସତ୍ୟନାରାୟଣ ପୂଜା କଲେ।ସାଇ ଭାଇ ପାଖ ପଡ଼ିଶାରେ ଭୋଜି ଦେଲେ। ତା ବର୍ଷେ ବେଳକୁ ବଡ ହୋଟେଲରେ ତା ଜନ୍ମଦିନର ଭୋଜି ଦେଲେ। ହେଲେ ରିତେଶ ସେବେ ଠିକ ଭାବେ କଥା କହୁନଥିଲା । Dr ରିପୋର୍ଟ ରୁ ଜଣାପଡିଲା ତାର ଅଟିଷ୍ଟିକ problem ଅଛି।ସେ କଥା କହିପାରେନି । non verbal, ଏମାନଙ୍କୁ କିଛି ଶିଖେଇବା ବଡ଼ କଷ୍ଟ।ମାଧବୀ ହାରିଯାଇନି ସେ ଲାଗି ରହିଛି।

ସେ ତା ପୁଅ କୁ ସ୍ଵତନ୍ତ୍ର ସ୍କୁଲ ନେଇଛି । ସେଠି ତା ସହ ଲାଗି ରହିଛି । ପୁଅ ବି ବହୁତ କିଛି ଶିଖିଲାଣି। ମାଧବୀର ଆଉ ଗୋଟିଏ ଝିଅ ଟି ଏ ହେଇଛି ।ସେ ୩ କ୍ଲାସରେ ପଢିଲାଣି। ମାଧବୀର ସ୍ବାମୀ,ଶାଶୁ ଶଶୁର ସମସ୍ତେ ତା ସହିତ ଦୃଢ଼ ଭାବରେ ଠିଆ ହେଇଛନ୍ତି ।ଅନେକ ଦୁଃଖ ଥିଲେ ବି ଲଢ଼ିଛି କେବେ ହାରିଯାଇନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational