ଟାଇମ୍ ନାହିଁ
ଟାଇମ୍ ନାହିଁ
ମଣିଷ ପାଖରେ ଥାଏ ମାନବିକତା , ନିରପେକ୍ଷତା ଏବଂ ମହତ୍ଵଗୁଣ। ସେଥିପାଇଁ କୁହାଯାଏ ସ୍ରଷ୍ଟାଙ୍କର ଶ୍ରେଷ୍ଠ ସୃଷ୍ଟି ମଣିଷ । କିନ୍ତୁ ବର୍ତ୍ତମାନ ଆଧୁନିକ ସମାଜରେ ମଣିଷ ପୁଅ ହୋଇଯାଇଛି ସ୍ୱାର୍ଥପର। ସେ ଏତେ ନ୍ୟୁନତମ ସୋପାନକୁ ଖସିଯାଇଛି ଯେ ସେ ହୋଇପାରୁଛି ସ୍ତ୍ରୀ ବୋଲକରା । ଛୋଟିଆ ଗଛରୁ ମହାଦ୍ରୁମରେ ପରିଣତ କରିଥିବା ମା'କୁ ହତାଦାର କରିଛି ତା'ରି ପୁଅ । ସେତିକିରେ ମନ ବୁଝିନି ସେ ତାର ସ୍ତ୍ରୀକୁ ମଧ୍ୟେ ଲାଗେଇଦେଇଛି ଗାଳି କରିବା ପାଇଁ । ସ୍ତ୍ରୀ ଯେତେବେଳେ ଯାହା ମାଗୁଛି କହିବା ମୁତାବକ ଆସି ପହଁଚି ଯାଉଛି । ହେଲେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବା ଜନ୍ମଦାତ୍ରୀ ମା' ତଣ୍ଟି ଶୁଖି ଯାଉଥିଲେ ମଧ୍ୟ ପୁଅକୁ ମାଗିବାରୁ ମା' କୁ ଉତ୍ତର ମିଳେ ମୋ ପାଖେ ଟାଇମ୍ ନାହିଁ ।