STORYMIRROR

Pramod Kumar Jena

Inspirational

4  

Pramod Kumar Jena

Inspirational

ତୃପ୍ତି

ତୃପ୍ତି

1 min
554


       ସେ ଦିନ ଗାଆଁ ଦୋକାନ ଆଗରେ ରାମ ସ୍ୱାଇଁ ଖୁବ୍ ବଡ ପାଟିରେ କହୁଥିଲେ, “ଆଜି ଆମ ଘରେ ସାତଟା ତରକାରୀ ହୋଇଥିଲା l” ପାଖରେ ବସିଥିବା ଜଣେ ଟୋକା ଟାକଳିଆ ପଚାରିଲା, “କ’ଣ ଏମିତି ଗୋଟେ ଖାଇଦେଲ ହେ ?”


       ଗୋଟି ଗୋଟି କରି ଗଣିବା ଆରମ୍ଭ କଲେ ରାମ ସ୍ୱାଇଁ l ଆଳୁ ଭଜା, ଶାଗ ଭଜା, ବାଇଗଣ ପୋଡା, ପିଆଜ, କାକୁଡି, ଧନିଆଁ ପତ୍ର ଆଉ କଞ୍ଚା ଲଙ୍କା l କହି ତୃପ୍ତିରେ ଟିକେ ହସି ଦେଲେ l କିଛି ଦୂରରେ ଠିଆ ହୋଇ ମୁଁ ଶୁଣୁଥିଲି l ଶାଗ ଭଜା ଆଉ ଆଳୁ ଭଜାକୁ ଛାଡି ଦେଲେ କିଛି ଗୋଟେ ସ୍ୱାଦିଷ୍ଟ ତରକାରୀ ନ ଥିଲା l କିନ୍ତୁ ତାଙ୍କ ମନରେ ଗୋଟେ ଅଦ୍ଭୁତ ତୃପ୍ତି ଥିଲା l


ଅଥଚ ଆଜି ଆମ କଲୋନୀରେ ମହାପାତ୍ର ବାବୁଙ୍କ ପୁଅର ରିସେପ୍ସନ୍ ଭୋଜି ଖାଇ ବିଭିନ୍ନ ପ୍ରକାର ମନ୍ତବ୍ୟର ସୁଅ ଛୁଟୁଛି l କିଏ କହୁଛି ପନୀରଟା ଖଟ୍ଟା ଲାଗୁଥିଲା ତ କିଏ କହୁଛି ମଟନଟା ସିଝି ନ ଥିଲା l ପୁଣି କିଏ କହିଲାଣି ଖିରିଟା ଭଲ ଲାଗୁ ନ ଥିଲା l ଏତେ ପ୍ରକାର ବ୍ୟଞ୍ଜନ ଖାଇ ମଧ୍ୟ କାହାର ମନରେ ତୃପ୍ତି ନ ଥିଲା l ତା’ ହେଲେ ରାମ ସ୍ୱାଇଁର ଶାଗ ଭଜା ଆଉ ଆଳୁ ଭଜାରେ ଏତେ ତୃପ୍ତି ଆସିଲା କେଉଁଠୁ ?

ଭାବିଲି ନିଶ୍ଚିତ ଭାବରେ ମନ ଭିତରେ ହିଁ ଥାଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational