STORYMIRROR

Parameswar Ojha

Abstract

2  

Parameswar Ojha

Abstract

ତ୍ରିରଙ୍ଗା

ତ୍ରିରଙ୍ଗା

5 mins
426


ଦିନେଶ ନିଜ ରୟାଲ ଏନଫିଲ୍ଡ ବୁଲେଟ ଧରି ବାହାରିଥିଲେ ମାର୍କେଟ । କେତେ କି.ମି . ଯାଇଛନ୍ତି ନଜର ପଡିଗଲା ଲୋକଟି ଉପରେ । ଲୋକଟି ଗାଡ଼ି ପୋଛୁଛି ଗୀତ ଗାଇ ଗାଇ , କିନ୍ତୁ ଏ କ'ଣ ? ଦିନେଶ ଆଉ ସମ୍ଭାଳି ପାରିଲେନି ନିଜକୁ । ଗାଡି ବନ୍ଦ କରି ଷ୍ଟାଣ୍ଡ ମାରି ଦୌଡି ଗଲେ ଲୋକଟି ପାଖକୁ । ତା ହାତକୁ ଧରି ରୋକି ଦେଇ କହିଲେ -" ଏ କଣ କରୁଛନ୍ତି ?" 

ହଠାତ୍ ଚମକି ପଡ଼ିଲା ଲୋକଟି ଦିନେଶ ର ଏପରି ବ୍ୟବହାର ରେ ।

-" କି ଅଜବ ଲୋକ ହୋ ଆପଣ ? ଦେଖି ପାରୁନ କି ? "

ଦିନେଶ ଚଢା ଗଳାରେ କହିଲେ - " ହଁ ଦେଖି ପାରୁଛି ସେଥିପାଇଁ ତ ପଚାରୁଛି , ଏ କଣ କରୁଛନ୍ତି ? "

-" ଆରେ ଦେଖୁଛ ପା ତମ ଆଖି ଆଗରେ ଗାଡ଼ି ଧୋଉଛି , ପୁଣି ... ? ସକାଳ ଟାରୁ କାଇଁ ମୁଣ୍ଡ ଟାକୁ ଖରାପ କରୁଛ କହିଲ , କିଏ ହୋ ତୁମେ ? "

-" ମୋ ପରିଚୟ ପରେ , ମୋତେ ଆଗ କୁହନ୍ତୁ ଆପଣଙ୍କ ଘରେ କଣ ଆଉ ଅନ୍ୟ କପଡା କିଛି ନାହିଁ ଯେ ଆପଣ ତ୍ରିରଙ୍ଗା ପତାକା ରେ ଗାଡି ଧୋଉଛନ୍ତି ?"

-" ଓଃ , ଏଥିପାଇଁ ଏତେ ଗରମ ଏତେ ଦିଖାବା ?"

-" ହଁ ତୁମକୁ ଲାଗିପାରେ ଦିଖାବା ପରି । କିନ୍ତୁ ତମେ ଏ ଯାହା କରୁଛ, କଣ ଠିକ୍ କରୁଛ ? ଜାଣିଛ ଏଇ ଜାତୀୟ ପତାକା ପାଇଁ ଆମେ କେତେ ଗର୍ବ କରୁ ? ଏଇ ପତାକା କୁ ଦେଖିଲେ ସମ୍ମାନ ରେ ହାତ ଆପେ ଆପେ ମୁଣ୍ଡ ପାଖକୁ ଚାଲିଯାଏ ସ୍ୟାଲୁଟ ମାରିବା ପାଇଁ । ଫର ଫର ହୋଇ ତ୍ରିରଙ୍ଗା ପବନରେ ଉଡିଲେ ଛାତି କୁଣ୍ଢେମୋଟ ହୋଇଯାଏ । ଗର୍ବ ଗୌରବ ସମ୍ମାନ ର ପ୍ରତୀକ ତ୍ରିରଙ୍ଗା କୁ ତୁମେ ଏଭଳି ଅସମ୍ମାନ କରୁଛ ? ତମକୁ ଟିକେ ଖରାପ ଲାଗୁନି ? ଦେଶର ସଚେତନ ନାଗରିକ ହୋଇ ତମର କଣ ଏତିକି କର୍ତ୍ତବ୍ୟ ନୁହେଁ ଆମ ଜାତୀୟ ପତାକା ତ୍ରିରଙ୍ଗା କୁ ସମ୍ମାନ ଦେବା ? "

 -" ଆରେ ଭାଇ ମୋର ଡେରି ହେଉଛି , ଜଳଦି ରେ ଥିଲି , ତେଣୁ ଅନ୍ୟ କିଛି କପଡା ଆଖି ରେ ପଡିଲାନି ତ ଏଇଟା ନେଇ ଆସିଲି । ସରି ଆଁ... "

ଜବରଦସ୍ତି କଲାପରି ସେ ଲୋକଟି ପାଟିରୁ ଏତକ ବାହାରିଲା , ତାପରେ ସେ ତା ଗାଡିରେ ପାଣି ଦୁଇ ମଗ ଛାଟିଲା ପରେ ପୁଣି ଦିନେଶ ଙ୍କ ହାତରୁ ତ୍ରିରଙ୍ଗା କୁ ନେବାକୁ ଉଦ୍ୟତ ହେଉଥିଲା ତ ଦିନେଶ ଙ୍କ ମୁହଁ କଠୋର ଦେଖାଗଲା -" ପୁଣି କ'ଣ କରିବ ନେଉଛ ?"

-" ଆରେ ଭାଇ ଆଉ ଅଳ୍ପ ଅଛି ଦିଅ କାମଟା ସାରିଦିଏ ତାପରେ ରଖିଦେବି ତା ଯାଗାରେ ୟାକୁ । ସେମିତି ରେ ବି ପୁରୁଣା ଟା ଚିରି ଫାଡି ଯାଇଛି । ଦିଅ । "


ଦିନେଶ ଲୋକଟିର ହାତକୁ ଛାଟିଦେଲେ , ଇଛା ହେଉଥିଲା ଲୋକଟି ଗାଲରେ ଦୁଇଟା ଶକ୍ତ ଚାପୁଡ଼ା ବସେଇ ଦେବାକୁ । ସେ ଲୋକଟି ବୟସ୍କ ଥିଲେ ତେଣୁ ଦିନେଶ ରୋକିଗଲେ ।

-" ଦେଖ ଭାଇ , ଆଉଥରେ ଯଦି ତ୍ରିରଙ୍ଗା ରେ ଗାଡି ଧୋଇବାକୁ ଚେଷ୍ଟା କରିବ ମୋ ଠୁଁ ଖରାପ କେହି ହେବେନି କହୁଛି । ପୁରୁଣା ହେଲାଣି ? ତମ ମା ଯଦି ପୁରୁଣା ହେଇଯାନ୍ତି ତମେ ତାଙ୍କୁ କ'ଣ ଅଦରକାରୀ ଭାବି ଭିକ ମଗିବାକୁ ଛାଡି ଦେବ ? କପଡା ନାହିଁ ତ ଘରେ ? କପଡା ନାହିଁ ବୋଲି ତ୍ରିରଙ୍ଗା ରେ ଗାଡି ଧୋଇବ ?

କ୍ରୋଧରେ ଥରୁଥିଲେ ଦିନେଶ ସେତେବେଳେ କୁ , ନିଜର ଶାର୍ଟ୍ କୁ ଖୋଲି ଲୋକଟି ଆଡ଼କୁ ବଢେଇ ଦେଇ କହିଲେ -" ନିଅ ଏଥିରେ ଗାଡ଼ି ଧୁଅ ।

 ଲୋକଟି ଆଶ୍ଚର୍ଯ୍ୟ ହେଲା ଦିନେଶ ଙ୍କ ର ଏପରି ଆଚରଣ ରେ , ଆଉ ରାଗିଗଲା ବି ।


ଦିନେଶ ଙ୍କ ଛାତିକୁ ଧକ୍କା ଟିଏ ମାରି କହିଲା - " ଆଛା , ତୋର ପ୍ରୋବଲେମ୍ କ'ଣ ? ତୁ କ'ଣ ଦେଶର ଦାୟିତ୍ଵ ନେ

ଇଛୁ ? ଦେଖ୍ ଅଧିକ ଟେନସନ ଦେଏନି କହୁଛି ତୋ ବାଟରେ ତୁ ଯାଆ । "

ପଛରୁ ଦୌଡ଼ି ଆସିଲା ସ୍ୟାମା , ଲୋକଟିକୁ ବିରକ୍ତି ରେ ଗାଳି ଦେଲାପରେ କହିଲା - " ତୋର ସାହସ କେମିତି ହେଲା ସାର୍ ଙ୍କୁ ଧକ୍କା ମାରିବାକୁ ? ଜାଣିଛୁ ତୋର ଏଇ ଦୁଃସାହସ ପାଇଁ ଏଇଠୁ ଏବେ ପୋଲିସ ଆସି ଉଠେଇ ନବ ତୋତେ ଖାଲି ଗୋଟିଏ ଫୋନ୍ ରେ , ଦେଖିବୁ ଏଇନେ ? "

ଲୋକଟି ଏବେ ସ୍ଥିର ହୋଇ ଛିଡା ହୋଇଥିଲା ।

ସ୍ୟାମା ଏଥର ଦିନେଶ ଙ୍କୁ କହିଲା - " ସାର୍ ଅଯଥା ୟା ସହିତ ଯୁକ୍ତି କରନ୍ତୁନି ଅବୁଝା ଲୋକଟିଏ ଏ ଯାହା ବୁଝି ଥିବ ଫାଳେ , ୟା ପାଇଁ ଆପଣ ଆପଣଙ୍କ ମୂଲ୍ୟବାନ ସମୟ ନଷ୍ଟ କରନ୍ତୁନି ସାର୍ "

ତାପରେ ଲୋକଟିକୁ କହିଲା ସ୍ୟାମା - " ଏକ୍ ସାର୍ ଙ୍କୁ ସରି କହ , କହୁଛି ପରା ସରି କହ "

ଦିନେଶ ଟିକେ ମୁରୁକି ହସିଲେ , ସ୍ୟାମା କୁ କହିଲେ -" ତମକୁ ମୋର ଅସମ୍ମାନ ଦେଖାଗଲା , ଅଥଚ ଲୋକଟି ତ୍ରିରଙ୍ଗା ପତାକା ର ଅସମ୍ମାନ କରୁଛି ସେଇଟା କେମିତି ଝାପସା ହୋଇଗଲା ତମ ଆଖିରେ ? ଜାତୀୟ ପତାକା ସମ୍ମାନ ଠାରୁ ମୋ ସମ୍ମାନ କ'ଣ ଏତେ ବଡ଼ ?

ସ୍ୟାମା କହିଲା - " ସରି , ସାର୍ , ଭୁଲ୍ ହୋଇଗଲା ।

ଦିନେଶ ଙ୍କ ଆଖିରେ ଲୁହ ଭରି ଆସିଲାଣି ସେତେବେଳେ କୁ ।

କହିଲେ -" ଭାବିଥିଲି ଯୋଉ ଦେଶ କୁ ଆମେ ଏତେ ଭଲ ପାଉଛୁ , ସମ୍ମାନ କରୁଛୁ । ଯୋଉ ଲୋକଙ୍କ ପାଇଁ ସରହଦ୍ ରେ ଶତ୍ରୁ ଙ୍କ ଗୁଳି ବାଜି ଗୋଡ଼ ଟି ଆଜି ପଙ୍ଗୁ ହୋଇ ଯାଇଛି । ଆମ ଦେଶର ଲୋକମାନେ ବି ଆମ ଦେଶକୁ ସେତିକି ଭଲ ପାଉଛନ୍ତି ସମ୍ମାନ ଦେଉଛନ୍ତି । କିନ୍ତୁ ନା ମୁଁ ଭୁଲ୍ ଥିଲି । ମୋତେ ପ୍ରଥମ ଥର ପାଇଁ ଲାଗୁଛି ଦେଶ ପାଇଁ ଆମର ତ୍ୟାଗ ବଳିଦାନ ସବୁ ବେକାର ।


ସ୍ୟାମା ଏଥର ତାଗିଦା କଲା ପରି କହିଲା - " ସାର୍ ଆପଣ ଥାନାକୁ ଫୋନ୍ କରି ୟାକୁ ଭିତରେ ଭର୍ତ୍ତି କରିଦିଅନ୍ତୁ , ଚବିଶ ଘଣ୍ଟା ଭିତରେ ରହି ଜୋରିମାନା ଦେଲେ ବଳେ ସାଇଜ ହୋଇଯିବ ଏ । "

 - " ଥାଉ , ଯଦି ଜଣଙ୍କ ର ଦେଶ ପ୍ରତି ସ୍ନେହ ନାହିଁ ଭଲପାଇବା ସମ୍ମାନ ନାହିଁ । ତାକୁ ଥାନାରେ ପୁରେଇ ଜୋରିମାନା ତାଠୁ କାଢିଲେ କିଛି ଲାଭ ନାହିଁ , ତା ଉପରେ କିଛି ବି ଫରକ୍ ପଡିବନି । "

ଏତକ କହି ସାରି ଦିନେଶ ସେ ଲୋକଟି କୁ ଚାହିଁ ଭିଜା ଭିଜା କଣ୍ଠରେ କହିଲେ -"ବହୁତ କଷ୍ଟ ହେଉଛି ଭାଇ ଆଖି ଆଗରେ ଏସବୁ ଦେଖିଲେ । ଜାଣିଛ ଆମେ ଯେତେବେଳେ ସିମା ରେ ନିଜ ମୃତ୍ୟୁ କୁ ଭୁଲି ଠିଆ ହୋଇଥାଉ ସେତେବେଳେ ଆମେ କେବଳ ଗୋଟିଏ କଥା ହିଁ ଭାବୁଥାଉ ଆମର ପଛେ କିଛି ବି ହୋଇଯାଉ । କିନ୍ତୁ ଆମ ଦେଶ ବାସିଏ ଖୁସି ରେ ରୁହନ୍ତୁ ଶାନ୍ତି ରେ ରୁହନ୍ତୁ । ହେଲେ ସବୁବେଳେ ଏ ଦେଶ ପାଇଁ ସମ୍ବିଧାନ ପାଇଁ ସମ୍ମାନ ଆଉ ଭଲପାଇବା ଥାଏ । ଯୋଉ ପଦକ୍ଷେପ ରେ ଆମେ ଉଲ୍ଲସିତ ହେଉ । ଭାରତ ମାତା କୁ ସମ୍ମାନ ଦେଉ । ଆମ ଖୁସି ଜାହିର୍ କରୁ । ତ୍ରିରଙ୍ଗା ଉପରେ ଉଡିଲେ ଯେମିତି ଆମେ ଗର୍ବ ଅନୁଭବ କରୁ । ଯଦି ତଳେ ପଡ଼ିଯାଏ ସଙ୍କୁଚିତ ଅପମାନ ଲାଗେ ଦୁଇ ଗାଲରେ କେହି ଦୁଇ ଥାପଡ୍ ମାରିଲା ପରି ଲାଗେ ।

ହେଲେ ଆପଣ ? ଦୟା କରି ଏମିତି କାମ କରନ୍ତୁନି । ନିଜ ମାଟି କୁ ନିଜ ଦେଶ କୁ ସମ୍ମାନ ଦିଅନ୍ତୁ ।

ସେ ଲୋକଟିର ଗାଡ଼ି ସାମ୍ନାରେ ଲାଗିଥିବ ଛୋଟ ତ୍ରିରଙ୍ଗା କୁ ଦେଖି କହିଲେ ଦିନେଶ - " ଗାଡ଼ି ସାମ୍ନାରେ ତ୍ରିରଙ୍ଗା ମାରିବା ଅପେକ୍ଷା ନିଜ ହୃଦୟରେ ତ୍ରିରଙ୍ଗା ଟେ ମାରନ୍ତୁ । ସବୁବେଳେ ନିଜ ଦେଶକୁ ସମ୍ମାନ ଦିଅନ୍ତୁ ଭଲ ପାଆନ୍ତୁ ।

ଆଉ ଗୋଟେ କଥା କହୁଛି ଭାଇ ଯଦି ସମ୍ମାନ ଦେଇ ପାରୁ ନାହାନ୍ତି ଦୟା କରି ତାର ଅବମାନନା , ଅସମ୍ମାନ କରନ୍ତୁନି ।

 


Rate this content
Log in

Similar oriya story from Abstract