STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ଥୁଣ୍ଟା ବରଗଛ

ଥୁଣ୍ଟା ବରଗଛ

4 mins
397


ଦେଖୁନ....ବରଗଛ ପରା ଆଉ ନିଜକୁ ବି ଛାଇ ଦେଇ ପାରୁନାହିଁ। ରକ୍ଷା କରି ପାରୁନାହିଁ ବୈଶାଖର ଡ଼ହଡ଼ହ ଖରା କି ଶ୍ରାବଣର ବଡ଼ବଡ଼ ବରଷା ଟୋପା ଦାଉରୁ । ପୌଷର ଶୀତରେ ତ ତା ଦେହର ଚମଡା ସବୁ ଚିଡିଚିଡି ହୋଇ ଫାଟି ଯାଉଛି । ଯେତେବେଳେ ନିଜକୁ ନିଜେ ସାହା ହୋଇ ପାରୁନି ସେ କାହାକୁ ବା ଆହାଃ କହିବ । ହେଲେ ହେଇ ଦେଖ, କେଉଁଠୁ କେଜାଣି ଥୁଣ୍ଟା ଗଛରୁ ପାଣି ବାହାରୁଛି । ବୋଧହୁଏ ନିଜକୁ ନିଜେ ଧିକ୍କାର କରୁଛି, କୃତକାର୍ଯ୍ୟ ପାଇଁ ପଶ୍ଚାତାପର ଅଶୃ ବୁହାଉଛି । 

ଆଛା, ବୃକ୍ଷ କ'ଣ ରୋଦନ କରିପାରେ!

 ଧରିତ୍ରୀ କ'ଣ ଫଳ ଶୂନ୍ୟ ହୋଇପାରେ । 

ନାଇଁ ମ ଏସବୁ ଆମ ଭାବନା । 

କିନ୍ତୁ ଏତିକି ବୁଝିବାକୁ ପଡିବ ଯେ ଏବେ ଏବେ କଳିର କରାଳରୂପ ଜଗତରେ ଖୁବ୍ ପ୍ରତୀୟମାନ । 

ହଜି ଯାଇଛି ମାନବର ମାନବିକତା

ଦାନବର ଜିହ୍ବା ଲହଲହ ହୋଇ ଧାଇଁ ଚାଲିଛି ...


     ହସପିଟାଲ ବେଡ଼ରେ ୭୪ ବର୍ଷର ମାଲିକ ଶୋଇଛନ୍ତି । ଗୁରୁତର ଆହତ ହୋଇଛନ୍ତି ସେ । ଅନେକ ଧନସମ୍ପଦରେ ଭରପୁର ତାଙ୍କ ଘର । କିନ୍ତୁ ବୟସାଧିକ୍ୟ କାରଣରୁ କିଂକର୍ତ୍ତବ୍ୟବିମୁଢ଼ । ଅପେକ୍ଷା କରିଛନ୍ତି ସମସ୍ତେ କେତେବେଳେ ତାଙ୍କର ହୃଦସ୍ପନ୍ଦନ ବନ୍ଦ ହୋଇଯିବ । ହେଲେ ସେ ବାରମ୍ବାର ପଚାରି ଚାଲିଛନ୍ତି ପାଖ ଆଖ ସମସ୍ତଙ୍କୁ ମୁଁ ଭଲ ହୋଇଯିବି ତ ! ମୁଁ ପୁଣି ଚଲାବୁଲା କରି ତୁମ ମାନଙ୍କ ଗହଣରେ ବସାଉଠା କରି ପାରିବି ତ ! ମୋର କ'ଣ ହୋଇଛି କି ? 


    ଏଣେ ହସପିଟାଲ ବାହାରେ ମାଲିକଙ୍କର ବିଶ୍ବସ୍ତ ଚାକର ଦୁଇଟି କଳିଗୋଳ ଭିତରେ ବ୍ୟସ୍ତ । ନିଘା ନାହିଁ ତାଙ୍କର ମାଲିକର ଏତାଦୃଶ ଅବସ୍ଥାକୁ । କାରଣ ମାଲିକ ନାମରେ ସବୁ ସମ୍ପତ୍ତି । ମାଲିକର ଦେହାନ୍ତ ପରେ ତାଙ୍କ ଅର୍ଜିତ ସମ୍ପତ୍ତି ପାଞ୍ଚଜଣ ପାଇବେ । ତେଣୁ ଉଭୟ ଚାକର ଦୁଇଜଣଙ୍କ ଭିତରେ ଟଣାଓଟରା ଯେ ତୁ ଟଙ୍କା ଖର୍ଚ୍ଚ କର ଏବେ । ହେଲେ କେହି ଫୁଟି କଉଡିଟାଏ ଖୋଲୁ ନାହାଁନ୍ତି କି ମାଲିକର ସୁସ୍ଥ ପାଇଁ ଚେଷ୍ଟା କରୁ ନାହାଁନ୍ତି ।

   ଏମିତି ପାଟିତୁଣ୍ଡ ଭିତରେ ଅନ୍ୟ ତିନିଜଣ ଅଂଶୀଦାରଙ୍କୁ ଫୋନ ଉପରେ ଫୋନ କରି ସମୟ ବରବାଦ୍ କରୁଛନ୍ତି ।

   ଜଣେ ନର୍ସ ଆସି ଡାକିଲେ, ହଇଓ ବାବୁମାନେ - ଆପଣ ମାନେ ଏଠାରେ ଆସି ପାଟିତୁଣ୍ଡ ଲାଗିଛନ୍ତି। ତେଣେ ରୋଗୀ ଝାଡା ପରିସ୍ରା କରି ହସପିଟାଲ ଓ୍ବାର୍ଡ ଖରାପ କଲେଣି।ଆସନ୍ତୁ ସେସବୁ ସଫା କରିବେ ।

    ଦୁଇ ଚାକର ଦୁହେଁ ଦୁହିଁଙ୍କୁ ଅନାଅନି ହୋଇ କହିଲେ, ଏଥର ମାଲିକ ଖସିବ ନିଶ୍ଚୟ। କାରଣ ମରିବା ଆଗରୁ ଲୋକମାନେ କାଳେ ଝାଡା ପରିସ୍ରା କରି ଦିଅନ୍ତି । ଏଥର ଶେଷ ସୁନିଶ୍ଚିତ, କିଛି ସମୟ ଏଇଠି ଠିଆ ହୋଇ ଯିବା । କେହି ଆଉ ନର୍ସ କଥାକୁ କାନ ନ ଦେଇ ଦୁହେଁ ଯାଇ ୫ ଟଙ୍କିଆ ଆହାର କେନ୍ଦ୍ରରେ ଠିଆ ହୋଇ ପେଟେ ପେଟେ ଖାଇବାରେ ଲାଗିଗଲେ। ବିତିଗଲା ଦୁଇଘଣ୍ଟା । ଉଭୟେ କଥା ହେଲେ ଏଥର ସବୁ ଶେଷ ହୋଇ ଯାଇଥିବ । ଦେଖିବା ଚାଲ୍ ,ମାଲିକ ରହୁଥିବା ଓ୍ବାର୍ଡ ଆଡ଼କୁ ଚାଲିଲେ ଦୁହେଁ । 


   ହେଲେ ଏ କ'ଣ ? ଡିସଚାର୍ଯ କାଗଜ ଖଣ୍ଡେ ଥୁଆ ହୋଇଛି ମାଲିକ ବେଡ୍ ପାଖରେ । ଆଉ ମାଲିକ ଜଣକ ତଳେ ଶୋଇଛନ୍ତି । କେତେ ବଡ଼ ଘରର ପୁଅ,କେତେ ଟଙ୍କା, ଗାଡ଼ି, ଚାକର ପୂଜାରୀ। ଆଜି ରୋଗ ଶଯ୍ୟାରେ ନା ପାଖରେ କେହି ଅଛନ୍ତି ନା ସେବା ଶୁଶ୍ରୁଷା କରିବା ପାଇଁ କି ଭଲମନ୍ଦ ପାଇଁ କେହି ଜଣେ ଅଛନ୍ତି । ଅତି ପ୍ରିୟ ଚାକର ଦୁଇଜଣଙ୍କୁ ମାଲିକ କହିଲେ, ଆରେ ତୁମେ ଦୁଇଜଣ ମୋତେ ଟିକେ ଭଲ ଡାକ୍ତରଖାନାରେ ନେଇ ଚିକିତ୍ସା କରାଅ , ଯାହା ଖର୍ଚ୍ଚ ହେବ ମୁଁ କରିବି । ମୋର ପା ଅମାପ ଧନସମ୍ପତ୍ତି ଅଛି । ଏବେ ତୁମମାନେ ଖର୍ଚ୍ଚ କର ,ମୁଁ ଭଲ ହୋଇ ଉଠିଲେ ତୁମମାନଙ୍କ ସବୁ ଟଙ୍କା ଦେଇ ଦେବି । ଦେଖିଲ ମୋତେ ,ମୁଁ କେମିତି ଯନ୍ତ୍ରଣାରେ ଛଟପଟ ହେଉଛି । ସେମାନେ ମୋତେ ଡିସଚାର୍ଯ କରି ଏଇ ତଳେ ପକେଇ ବେଡ ନେଇଗଲେ । ମୋର କ'ଣ କେହି ନାହାଁନ୍ତି । ତୁମେ ଦୁଇଜଣ ପରା ମୋର ଦୁଇଆଖି ,ମୋର ସବୁ ସମ୍ପତ୍ତିର ମାଲିକ । ମୋତେ ନେଇଚାଲ ଟିକେ ଭଲ ଡାକ୍ତରଖାନା । ନେଇଚାଲ ରେ ,ରମା .... ଯଦୁ .... ମୋତେ ଟିକେ ନେଇଚାଲ ରେ । ମୁଁ ତୁମମାନଙ୍କର ସବୁ ଟଙ୍କା ଦୁଇଗୁଣ କରି ଫେରେଇ ଦେବି । 


   ଧେତ୍ ... ଏ ଯାଇ ନାହିଁ । ଯଦୁ ତୁ ନେଇଯା'

ନାହିଁ ନାହିଁ, ମୋର ତେଣେ କେତେ ଜରୁରୀ କାମ ଅଛି, ମୁଁ ନେଇ ପାରିବି ନାହିଁ ତୁ ନେଇଯା। ରମା କହିଲା

ଆରମ୍ଭ ହୋଇଗଲା ପୁନର୍ବାର କଥା କଟାକଟି ।

ଏବେ କାହିଁରେ କ'ଣ ଟଙ୍କା ଖର୍ଚ୍ଚ ହେବ । ମୋ ପାଖରେ ନାହିଁ ଏତେ ଟଙ୍କା । ଭଲ ହୋଇ ସାରିଲା ପରେ ନାନା ପ୍ରଶ୍ନ ,ସାକ୍ଷୀ ପ୍ରମାଣ ଖୋଜା ହେବ । ମୁଁ ଏତେ ଦାୟିତ୍ୱ ନେଇ ପାରିବି ନାହିଁ । ମୁଁ ଚାଲିଲି କହି ବାହାରି ଗଲା ରମା ।

କିଛି ସମୟ ଅପେକ୍ଷା କରି ସମାନ କଥା କହି ବାହାରି ଗଲା ଯଦୁ । କୋଟି କୋଟି ସମ୍ପତ୍ତିର ମାଲିକ ଡିସଚାର୍ଯ କାଗଜ ଧରି ହସପିଟାଲରେ ତଳେ ନିରୁପାୟ ହୋଇ ପଡି ରହିଛନ୍ତି । ଜଳଜଳ କରି ଦେଖୁଛନ୍ତି ଏଇ ହାତରେ ଗଢିଥିବା, ମାଟି ପିଣ୍ଡୁଳାରୁ ମୂର୍ତ୍ତି ରୂପ ଦେଇ ନାମକରଣ କରିଥିବା ସ୍ବାର୍ଥପର ହିଂସ୍ର ପଶୁ ମାନଙ୍କୁ । କୁକୁର ଗଣ୍ଡେ ଖାଇଲେ ଜୀବନ ସାରା ଦୁଆର ମୁହଁରେ ଜଗିବସେ ,ପଶୁପକ୍ଷୀଙ୍କୁ ସ୍ନେହ ଆଦର ଦେଲେ ମରିବା ଯାଏ ଆପଣାର ହୋଇ ଯାଆନ୍ତି । ହେଲେ ଏ ଯେଉଁ ପିତୁଳାରୁ ପ୍ରାଣଶକ୍ତି ପାଇଥିବା ଅଦ୍ଭୁତ ଜୀବ... ଜୀବନ୍ୟାସ ପାଇବା ପରେ ପ୍ରଥମ ଶିକାର କରନ୍ତି ଜୀବନ ଦାତାଙ୍କର । ଭୁଲି ଯାଆନ୍ତି ତ୍ୟାଗ, ସ୍ନେହ, ମମତାର ମହତ ପଣକୁ । କ'ଣ ବା କରି ପାରିବେ ମାଲିକ ! ତଳେ ଶୋଇ ଶୋଇ, ଜଳଜଳ କରି ଏଣେତେଣେ ସାହାଯ୍ୟ ଆଶାରେ ଚାହୁଁ ଥାଆନ୍ତି ତ ଗୁଣୁଗୁଣୁ ହୋଇ ଭଗବାନଙ୍କୁ କହୁଥାଆନ୍ତି ମୋତେ ନେଇ ଯାଆ କାଳିଆ,କି କର୍ମ କରିଥିଲିରେ ଏତେ ଦଣ୍ଡ ଦେଉଛୁ ! ମୋତେ ଶୀଘ୍ର ମାରିଦେ ,ଶୀଘ୍ର ମାରିଦେ ,ଶୀଘ୍ର ମାରିଦେ କାଳିଆ ...। ବହି ଯାଉଛି ଥୁଣ୍ଟା ବରଗଛରୁ ଧାରଧାର ଅଶୃ ...ll



विषय का मूल्यांकन करें
लॉग इन

Similar oriya story from Inspirational