STORYMIRROR

Nirlipta sethi

Drama Romance

3  

Nirlipta sethi

Drama Romance

ତାରିଫ୍

ତାରିଫ୍

1 min
249

ଧାରେ ସ୍ବପ୍ନକୁ ମାଖୁଥିବା

 ମୋ ଆଖିର ସେ ଖୁବ୍ ତାରିଫ୍ କରେ ,ବହୁତ ସୁନ୍ଦର ବି କୁହେ 

 ହେଲେ କେତେ ସୁନ୍ଦର !ସେ ମାପି ପାରେନା 

ସେ କୁହେ ତୋ ଆଖିରେ ନିଶାଭର୍ତ୍ତୀ 

ହେଲେ ପି.ଏଚ୍ !!କେତେ ସେ କହିପାରେନି


 ଗାରେ ହସକୁ ଧରିରଖୁଥିବା,

ମୋ ଓଠକୁ ସେ ଦିନେ ଛୁଇଁଥିଲା , ସୁନ୍ଦର ବି କହିଥିଲା

ହେଲେ ହସର ଦୈର୍ଘ୍ୟ ! ସେ କେବେ ମାପି ପାରିନି

ଓଠଟା ଦରଫୁଟା ଗୋଲାପ ପାଖୁଡା କହିଥିଲା 

ହେଲେ ଅପର୍ ଲିପ୍ସ୍ ର କର୍ଭ !!କେତେ ସେ କହିପାରେନି


 ସେ ଖୁବ୍ ପ୍ରେମ କରୁଥିଲା ବୋଲି କୁହେ ହେଲେ ମନ କ'ଣ ସେ କହିପାରେନି


କାହିଁକି !!...... ଜାଣିଛନ୍ତି??

ସେ ମୋତେ କେବେହେଲେ ଭଲପାଇନଥିଲା 

ଭଲପାଉଥିଲା ସେଇ ଆଖିକୁ ,

ଯାହା ତା ପାଇଁ ସ୍ବପ୍ନ ଦେଖୁଥିଲା ଆଖି

ପ୍ରେମରେ ପଡିଥିଲା ସେଇ ଆଖିପାଇଁ ସେ,

ଅପେକ୍ଷାର ଲୁହ ଯେ ନିତି ଢାଳୁଥିଲା ତା ପାଇଁ ।।


ତାରିଫ୍ କରୁଥିଲା ସେଇ ଓଠକୁ ,

ଯେ ତା ସଫଳତା ସୁଖରେ ହସୁଥିଲା 

ପାଗଳ ହେଇଥିଲା ସେଇ ଓଠପାଈଁ ସେ,

ତା ଓଠରେ ଭିଜିବା ପାଇଁ ଯେ ଲିପଷ୍ଟିକ୍ ମାଖୁଥିଲା ।।


ସବୁବେଳେ ସେ ମୋ ଇମୋସନ୍ ମୋ ପ୍ରେମକୁ ଭଲପାଇଥିଲା

  କିନ୍ତୁ ସେ ମୋତେ ନୁହେଁ ମୋ ହୃଦୟକୁ ଭଲପାଇଥିଲା,

ସେ ପାଇଁ ଉତ୍ତର ଯାଇକି ବି ସେ ଜାଣିପାରିନି"

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama