STORYMIRROR

Nirlipta sethi

Drama Romance Inspirational

4  

Nirlipta sethi

Drama Romance Inspirational

°ପ୍ରେରଣା°

°ପ୍ରେରଣା°

2 mins
172

ପାଖାପାଖି ହୋଲିର ସମୟ ।ହେଲେ ୨ ଫାଇନାଲ୍ ଏକ୍ସାମ୍ ପାଇଁ କୋଉ ମନ ଅଛି ହୋଲିରେ! ହଷ୍ଟେଲ ସାରା ପିଲା ଅନେଇ ବସିଛନ୍ତି କୋଉଦିନ ପରୀକ୍ଷା ସରିବ ଆଉ  ସେମାନେ  ଶେଷ ହୋଲି ମନେଇ ଆର  ଦିନ ନିଜ ନିଜର ଜିନିଷ ପ୍ୟାକ୍ କରି ଘରକୁ ଯିବେ ,କିଛି ଜଣ ତ ସ୍କୁଲ ପିଲାଙ୍କ ସହ ଭୋଜି କରିବେ ବୋଲି ଆଗରୁ ଫୋନ୍ ରେ ପ୍ଲାନ୍ କରିଛନ୍ତି । ଯଦିଓ ହଷ୍ଟେଲରେ ଫୋନ୍ ଆଲାଉଡ୍ ନୁହେଁ ତଥାପି ସେକେଣ୍ଡିୟର୍ ପିଲା କିଛି ଲୁଚେଇକି ଏକ୍ସାମ୍ ସମୟରେ ରଖିଥିଲେ ।

ପ୍ରେରଣା ବି ସେତେବେଳକାର ନୂଆ ଆଣ୍ଡ୍ରୋଏଡ୍ ସାମସଙ୍ଗ୍ ଷ୍ଟାର୍ ଆଡଭାନ୍ସ ରଖିଥିଲା ଯଦିଓ କିନ୍ତୁ  ସେ ଫୋନ୍ ରେ ଲୁଚେଇ କେବେ କଥା ହୁଏନି ,ହେଲେ ହଷ୍ଟେଲରେ ସମସ୍ତେ ଶୋଇଗଲା ପରେ ତା ସାଙ୍ଗ ରୋମି

ତା ବୟଫ୍ରେଣ୍ଡ୍ ସହ ପନ୍ଦର କୋଡ଼ିଏ ମିନିଟ୍ କଥା ହୁଏ । 

ହୋଲି ସରିବାପରେ ସାଇନ୍ସ୍ ର ମେନ୍ ବିଷୟ ସବୁ ସରିଯାଇଥାଏ ଖାଲି ଅପସ୍ନାଲ୍ ବିଷୟ ବାକି ଥାଏ ଗୋଟେ ଦିନ ଗ୍ୟାପ୍ ରେ ଇନଫରମେସନ ଟେକ୍ନୋଲଜିର ପରୀକ୍ଷା ଦେଇ ସେଇ  ଦିନ କି ଛି ପିଲା ଘରକୁ ପଳେଇଲେ; ତା ପରଦିନ ଷ୍ଟାଟିଷ୍ଟିକ୍ ଆଉ. ଇଲୋକଟ୍ରୋନିକ୍ସ ପିଲା ବି କିଛି  ଚାଲିଗଲେ ।ସେତେବେଳେ ଦୁଇ ବର୍ଷ ସାଙ୍ଗ ମାନଙ୍କ ସହ ରହି ଘର ଭଳି ହେଇଯାଇଥିଲା ଯୋଉମାନେ ହଷ୍ଟେଲ ଛାଡିଯାଉଥିଲେ  କାନ୍ଦ ଲାଗୁଥିଲା ତଥାପି ପ୍ରେରଣାର ବାୟୋ (୨ୟ) ପେପର୍ ଥାଏ ଦୁଇଦିନ ପରେ ;ପଢିବାକୁ ମନ ନ ଥିଲେ ବି ଡରରେ ପଢିବାକୁ ତ ହେବ ।


   ଦୁଇ ଦିନ ପରେ ପ୍ରେରଣାର ସବୁ ପେପର୍ ସରିଗଲା ,ହଷ୍ଟେଲରେ ବାକି ପିଲା ବି ଘର ମୁହାଁ ହେଲେଣି।ସେଦିନ ସଂଧ୍ୟା ବେଳେ ଜୁନିୟର୍ ଙ୍କ ସହ ପ୍ରେୟର କରି କିଛି ସମୟ ସେମାନଙ୍କ ସହ ବିତେଇଲା ,କାହାର କଣ ସେକେଣ୍ଡିୟର ନୋଟ୍, ବୁକ୍, ଆଉ ପ୍ରୋବ୍ଲେମ ସେୟର୍ କରି ସେମାନଙ୍କଠୁ ବିଦାୟ ନେଲା ।


      ହଷ୍ଟେଲର୍ ସେକେଣ୍ଡିୟର ଫ୍ଲୋର୍ ପୂରା ଖାଁ ଖାଁ ,ଆଗରୁ ଏତେ ପାଟି ଶୁଭେ ଯେ  ମାଡାମ୍ ପ୍ରତି ଅଧ ଘଣ୍ଟାକୁ ଥରେ ଚେକ୍ କରନ୍ତି । ସେଠୁ କିଛି ବାଟ ଆଗକୁ ନୋଟିସ୍ ବୋର୍ଡ ଉପରକୁ ନଜର ପଡିଲା ତା'ର ମନେ ମନେ ହସିଲା ଆଉ ( ଏଇ ତ ଜୀବନ ଆଉ ପ୍ରକୃତିର ନିୟମ!!)

ଆସିଛନ୍ତି ମାନେ ଦିନେ ଯିବା ତ ନିଶ୍ଚୟ !

ଏତିକି ବେଳେ ତଳ ଫ୍ଲୋର୍ ମାଡାମ୍ ଙ୍କ ରୁମ୍ ରୁ ରୋମି ଜୋର୍ ପାଟିରେ - "ପ୍ରେରଣା 

 ପ୍ରେରଣା, ତୋ ମାମା କଲ୍ କରିଛନ୍ତି"

ଶୀଘ୍ର ଆସେ ,ନ ହେଲେ ମାଡାମ୍ ଫାର୍ଷ୍ଟୟର ଗାର୍ଡିଆନ୍ କାହାର କଲ୍ ଆସିଥିଲା ଦେଇଦେବେ !

-ମାମା କୁ କହ ୨  ମିନିଟ୍ ୱ୍ବେଟ୍ କରିବ


-ହ୍ୟାଲୋ , ମାମା 

  ମୁଁ ଘରକୁ କେବେ ଯିବି ?ବାବା କେବେ ଆସିବେ??

-ହଁ ଆଉ ତିନିଦିନ ପରେ ,ହଠାତ୍ ଛୁଟି ନେଇ ହେଉନି ତ ଟିକେ  ୱ୍ବେଟ୍ କର ।ଖାଇ ପିଇ ଥାଆ ଆଉ ଓଜେଇଇ ଲାଗି ପଢା ପଢି କରୁଥା ।

-ଓକେ , ବାୟ 


  ଫୋନ୍ କଟିବା ପରେ ରୁମ୍ କୁ ଆସି ଘଣ୍ଟାକୁ  ଦେଖେ 

  ପ୍ରେରଣା ,ମାତ୍ର ୭:୩୦ !

ହେ ଭଗବାନ କିଛି ପଢିବାକୁ ବି ଇଛ୍ଛା ହୋଉନି କ'ଣ କରିବା ଯେ ରୋମି !!

 ରୋମି ତା ବୟଫ୍ରେଣ୍ଡ୍ ଲାଗି ତା ବାର୍ଥଡେ କାର୍ଡ ବନେଇବାର ବ୍ୟସ୍ତ ।ଯଦି ସମ୍ଭବ ତ ମୋତେ ହେଲ୍ପ କର 


- ନା ,ମୁଡ୍ ନାହିଁ 

ଡୋଣ୍ଟ୍ ମାଇଣ୍ଡ୍ ,ମୁଁ ମୋର ପିଲା ବେଳର ସାଙ୍ଗ କୁ ଯାଉଛି କଲ୍ କରିବି 

- ପୁଅ ନା ଝିଅ ,ତାର ନାଁ ? 

କୋଉଠୁ ଆଣିବୁ ତା ନମ୍ବର!

ତା ନମ୍ବର କଣ ଅଛି ତୋ ପାଖେ !

-ବ୍ରେକ୍ ଲଗା ଟିକେ !

 ଜଣା ନାହିଁ ସେ ନମ୍ବର ଏବେ ଲାଗିବ କି ନାହିଁ

ସ୍କୁଲ ସମୟରେ କିନ୍ତୁ ସେଇ ନମ୍ବରରେ  ଦୁଇ ତିନି ଥର କଥା ହେଇଥିଲି ,ଦେଖିବା ସେ ନମ୍ବର ଖୋଜେ


ପ୍ରେରଣା ମନଧ୍ୟାନ ଦେଇ ସବୁ ଆଡେ  ଖୋଜି ସାରିଲାଣି

ହେଲେ ମିଳୁନି ,ବହୁତ ଅସ୍ତବ୍ୟସ୍ତ ସେ 

ରୋମି ପଚାରିଲା ଆଛା ଏ ନମ୍ବର   ଟା ......

ତୋର ସ୍କୁଲ ବେଳ କ୍ରସ୍ ତ  ନୁହେଁ !!

ପ୍ରେରଣା  ଟିକେ ରାଗିକି ଅନେଇଲା ,ହଠାତ୍ ତା ପୁରୁଣା ସ୍କୁଲ ଡାଏରୀର ପଛ ପେଜ୍  ରେ ଗୋଟେ ହାର୍ଟ ଭିତରେ 

ସେ ନମ୍ବର ଟି ଲେଖା  ହେଇଥିଲା ଆଉ ସେ ଖୁସି  ରେ 

ଏତେ  ଜୋର୍ ରେ "ୟେସ୍" କହିଲା ଯେ

ମାଡାମ୍ ଙ୍କ କାନରେ ଯାଇ ପିଟି ହେଲା ,ମାଡାମ୍ କହିଲେ 

"କଣ ପ୍ରେରଣା ଓଜେଇଇ ରେ ୧ନଂ କ୍ବାଲିଫାଏ କଲା ଭଳି ଚିଲ.ଉଛୁ, 

ଧିରେ ଗପ  ଜୁନିୟର୍ ପଢୁଛନ୍ତି ସବୁ ,ତମର ସରିଗଲା ବୋଲି ତାଙ୍କୁ ଡିଷ୍ଟର୍ବ କରିବ !?


......କ୍ରମଶଃ.....




Rate this content
Log in

Similar oriya story from Drama