ଚୁପ୍
ଚୁପ୍
ମୁଁ-
କିଏ ନିଜର ମୋର ?
ସେ-
ତୋ ଛାଇ ....
- କେମିତି !
-ସେ ସବୁବେଳେ ତୋ ସାଥିରେ ଅଛି ଦେଖ
-ହାଁ... ମୋ ପରି ସେ ଠିଆ ହେଇଛି ,ଆଉ
ମୁଁ ଝୁଣ୍ଟିଲେ ସେ ବି ଝୁଣ୍ଟେ
କିନ୍ତୁ ତାକୁ କଣ କଷ୍ଟ ହୁଏ ??
ଏଥର ସେ ଚୁପ୍ ... ..
ଗୋଟେ ଦଶ ମିନିଟର ନୀରବତା ଆମ ଭିତରେ ।
ସେ ପୁଣି ମୋତେ ବୁଝେଇବାକୁ ଲାଗିଲା ,
କହିଲା ଏ ଆଇନା ଦେଖ୍ ;ଇଏ ତୋ ନିଜର
ମୁଁ ପୁଣି ଟିକେ ତାଚ୍ଛଲ୍ୟରେ ହସିଲି ଆଉ କହିଲି
ହଁ .....ଇଏ ବି !
ମୁଁ କାନ୍ଦିଲେ ସେ କାନ୍ଦେ ଆଉ ହସିଲେ ସେ ହସେ
ଆଉ ଉଦାସ ହେଲେ ସେ ବି ଉଦାସ ହୁଏ ;
ହେଲେ ମୋ ଭାବନା ଆଉ ମନକୁ କ'ଣ
ସେ ପଢିପାରେ ??
ବାସ୍ ...
ପୁଣି ଏକ ନିରବତାର ବିରତି
