STORYMIRROR

Nirlipta sethi

Drama Romance Tragedy

3  

Nirlipta sethi

Drama Romance Tragedy

ଜହ୍ନ ଏକ ପ୍ରଶ୍ନ !

ଜହ୍ନ ଏକ ପ୍ରଶ୍ନ !

2 mins
187

ଗୋଟେ ଫଗୁଣର ଫୁଲ ଆଉ ଫଗୁଭରା ସଂଧ୍ୟାର  ନିରୋଳା  ଛାତ ।ପାଖା ପାଖି ସମୟ ପ୍ରାୟ ରାତି ୮:୩୦।ଦୁଇ ଜଣଙ୍କ ହାତରେ ଅଧା କପ୍ କଫି ସହ ଛାତର କୋଉ ଗୋଟେ କୋଣରେ ଦୁହେଁ,ଯୋଉଠି ଜହ୍ନ ବେଶ୍ ସାମ୍ନାସାମ୍ନି ।


କଫି  ପିଇ କଥା ଆଗକୁ ବଢୁ ବଢୁ ହଠାତ୍ ସନୋଜ୍ ର  ଫୋନ୍ ରିଙ୍ଗ୍ ହୁଏ ।


-ଏକ୍ସକ୍ୟୁଜ ମି ରିତା ! ସାଙ୍ଗଟେ କଲ୍ କରୁଛି 

- ହାଁ  ହାଁ...  କିଛି କଥା ନାହିଁ 

କଥା ହେଇଯାଅ,


ଏ ଭିତରେ ରିତାର ନଜର ଜହ୍ନ ଆଡେ ଚାଲିଯାଏ,ଆଉ ସେ ଉଦାସ ହେଇଯାଏ ଯଦିଓ ତା ମୁହଁରେ ସେସବୁ ନ  ଦିଶେ କିନ୍ତୁ ତା ଆଖି ଆଉ ମନରେ ଅତି ଶୀଘ୍ର ଜାବୁଡି ଯାଏ!

 

 ଜହ୍ନ କଣ ରୋମାଣ୍ଟିକ୍ ହେଇପାରେ ? ସେ କଣ କାହାର ପ୍ରେମିକ ସହେଇପାରେ ?

ସେ କଣ ସତରେ ନିଜେ ପ୍ରେମରେ କେବେ ପଡି‌ପାରେ!!

ଏଇ କଣ ସେଇ ଜହ୍ନ !ଯେ ପ୍ରେମରେ ଧୋକା ଦେଇ ତଥାପି ଜଳିପାରେ !! 


××××


ଏ  ଭିତରେ ସନୋଜ ସାଙ୍ଗ ସହ କଥା ହେଉ ହେଉ , କିଛି ଗୋଟେର କଥାର ଉତ୍ତର ଦେଉ ଦେଉ ଅଧାରେ ଅଟକି ଯାଏ ତା ଶବ୍ଦ !ଆଖି ରହିଯାଏ ତା'ର ପବନରେ ଅଧା ଖୋଲା ବାଳ ଉଡୁଥିବା  ଚେହେରା ଉପରେ ।

.

 ଆଉ କିଛି ସମୟ ଭିତରେ କଲ୍ ଟି ମଧ୍ୟ କଟି ଯାଏ ।

×××××


ଏମିତି  କିଛି ସମୟ ଜହ୍ନକୁ ଚାହିଁ ରିତା ଭାବୁଥାଏ..

 ତାକୁ ବି ସନୋଜ  ସେମିତି ଚାହିଁ ଥାଏ ।

ଆଉ କିଛି ସମୟ ପରେ ହଠାତ୍ ରିତାର ନଜର ଆଉ ସନୋଜର ନଜର ଏକାଠି ହେଇଯାଇଯାଏ ।


ତା'ପରେ ରିତା ଟିକେ ଅଧା ଲାଜ ଆଖିରେ ଟିକେ ହସେ ଆଉ ପଚାରେ,

-ଆଉ ତୁମ କଥା କେତେବେଳେ ସରିଲା ,ମୁଁ ଜାଣିପାରିଲିନି ସରି 

- ହଡବଡ  ହେଇ ସନୋଜ କୁହେ ,

ଜହ୍ନ ବି କେଡେ ଏକୁଟିଆ ନା !

ସେ ବି କେବେ କେବେ ଉଦାସ ହେଉଥିବ ନୁହେଁ !!


(ଏକ ଆଶ୍ଚର୍ୟ୍ଯ ର ଚାହାଣୀରେ ରିତା ଥାଏ କଥାକୁ ବଦଳାଇବାକୁ ଯାଇ)


- ହା ହା ......

କଣ ତମ ସାଙ୍ଗ ପଚାରିଲା ନା କଣ ଏମିତି ??

-ନା ନା ଏମିତି ବାସ୍ 

-ଓକେ, ଜହ୍ନ ତମକୁ ଭଲ ଲାଗେ ?

- ହାଁ....   

ହାରିଯାଇଥିବା ଉଦାସି ପ୍ରେମିକ ନ ହେଲେ ଜଳି ଜଳି ପ୍ରତିଥର ଜିଉଁଥିବା ପ୍ରେମିକ !!

  

ଏ ଉତ୍ତର ଶୁଣି ରିତା ବୁଝିଯାଇଥିଲା ଜହ୍ନକୁ ନେଇ ସନୋର ମନକୁ ଆଉ ପାଇଯାଇଥାଏ ନିଜ ଉତ୍ତରକୁ ବି ।


ତଥା‌ପି କିଛି ସମୟ ଚୁପ୍ ରୁହେ ରିତା .......

ଆଉ ସନୋଜ୍ ର ମନକୁ ବଦଳେଇବାକୁ ଯାଇ 


- ପ୍ରେମିକ ହେଇ ଜଳିବା ଆଉ ଉଦାସରେ ବଞ୍ଚିବା ସହ ପ୍ରେମରେ ବୁଡିବା ହିଁ ଜୀବନ ।


×××××

ଚୁପ୍ ବି ଏ ଉତ୍ତରରେ ସନୋଜ୍

.

.    

-କ'ଣ

ଏ ଜହ୍ନ ବି କାହା ଓଠରେ କଣ ହସ ଜଡେଇପାରେ ଆଖିରୁ ଲୁହ ଶ୍ରାବଣ ଚୋରି କରି !


(ଜହ୍ନ କୁ ନେଇ ନୁହେଁ ବରଂ ପ୍ରେମକୁ ନେଇ ଦୁହିଁଙ୍କ ମନ ସେଇ ଗୋଟେ ଜାଗାରେ )


ସନୋଜ୍ ର ମୁଡ୍ କୁ ବଦଳେଇବାକୁ ଯାଇ


- ହଁ.…....

ସେ ଜହ୍ନ ବି ଜ୍ୟୋସ୍ନା ବୋଳି ଆମ ମନରେ ସଜକରି ପାରେ ପ୍ରେମ ମଞ୍ଜୁଆତିର ଫଗୁଣ !


 ହେଲେ ରିତା କଣ ନିଜକୁ ସେଇ ଉତ୍ତରରେ ବୁଝାଇପାରେ ନା ସନୋଜ୍ କୁ ତା ମନବୁଝା ଉତ୍ତର ମିଳିପାରେ! 

କିନ୍ତୁ ଏ ଜହ୍ନ ଦୁହିଁଙ୍କ ପାଇଁ ଏକ ପ୍ରଶ୍ନ ନିଶ୍ଚୟ !!



Rate this content
Log in

Similar oriya story from Drama