STORYMIRROR

Nirlipta sethi

Drama Romance Classics

3  

Nirlipta sethi

Drama Romance Classics

ପ୍ରେରଣା ଭାଗ-୨

ପ୍ରେରଣା ଭାଗ-୨

1 min
232

ନାହିଁ ମାମ୍ .......

ମୋ ସ୍କୁଲ୍ ର ବେଷ୍ଟଫ୍ରେଣ୍ଡର ନମ୍ବର ଖୋଜୁଥିଲି ଯେ ମିଳୁ ନଥିଲା କଲେଜ୍ ଆସିବା ପରେ ଥରୁଟିଏ ବି କଥା ହେଇପାରିନି ଦୁଇ ବର୍ଷ ବିତିଯିବ କି ମୁଁ ଜାଣିନି ଯେ ସେ କଣ ଆଉ କୋଉଠି ପଢୁଛି ?

ହଠାତ୍ ନଂ ଟା ମିଳିଗଲା ତ ଟିକେ ଏକ୍ସସାଇଟେଡ୍ ରେ କହିଦେଲି । ହେଲେ କଣ୍ଟାକ୍ଟ ହେଇପାରିବ କି ନାହିଁ ...?


ଆରେ!!

ହେବ ହେବ କଲ୍ ଲଗାଅ ,ଲାଗିବ 

ହେଲେ ଧୀରେ କଥା ହେବ ......


ପ୍ରେରଣା ସ୍ମିତା ମାଡାମ୍ ଙ୍କ କଥା ଶୁଣି ଟିକେ ହାଲୁକା ଫିଲ୍ କଲା ଆଉ ତା ସାଙ୍ଗ ନଂ କୁ କଲ୍ ଲଗେଇଲା ହେଲେ ନଂ ଟି ଅନରିଚେବଲ୍ ଦେଖେଇଲା ,ପୁଣି ପ୍ରେରଣା ମନ ଦୁଃଖ କରୁଥାଏ 

ତଥାପି ପରେ ସେ ପୁଣି ଟ୍ରାଏ କଲା ଆଉ ନଂ ଟି ଲାଗିଲା ମଧ୍ୟ ! ହେଲେ ଫୋନ୍ ଟି ତା ସାଙ୍ଗ ନୁହେଁ ବରଂ ସାଙ୍ଗର ବଡ ଭଉଣୀ ଲିଚା ନାନୀ ଧରିଥିଲେ।


-ହ୍ୟାଲୋ 

-ହଁ, କିଏ କହୁଥିଲ ?

-କିଏ ! ଲିଚା ନାନୀ ;ମୁଁ  ପ୍ରେରଣା କହୁଥିଲି 

ଶିଖା ନାହିଁ କି ?

-ଆ. ରେ..... 

ଏତେ ଦିନ ପରେ ତୋର ତା କଥା ମନେ ପଡିଲା

  ତୁ କୋଉଠି ହଜିଯାଇଥିଲୁ !

- ନାନୀ ,ଏଠି ପରା ଫୋନ୍ ଆଲାଉଡ୍ ନୁହେଁ 

ସେଥିପାଇଁ ତ କଣ୍ଟାକ୍ଟ କରିହେଉନଥିଲା ,ହେଲେ ଶିଖାକୁ ବହୁତ ମିସ୍ କରେ


-   ହୋଉ ହୋଉ ଆଉ ସବୁ ଭଲ ତ !

ତୋ ଦେହ ଠିକ୍ ଅଛି ? ଆଉ ମୋଟା ହେଲୁଣି ନା ସେଇ 

ସଜନା ଛୁଇଁ !

-  ହେ ହେ , ନାନୀ

  ଯେମିତି ଥିଲି ସେମିତି ଅଛି 

-ହଁ ,ତୋ ସ୍ବରରୁ ବି ଲାଗୁଛି ଯେ ଯେମିତି ଦୁଇ ଦିନ ହେଲା 

ଦେହ ଖରାପ୍ ।

- ଶିଖା ନାହିଁ କି !

-ଆରେ ସେ ଏଇ ଖୁଡୀଙ୍କ ଘରକୁ ଯାଇଛି ,

 ସେ ଆସୁ କଥାହେବ ,ମୁଁ ଯାଉଛି କଣ ରୋଷେଇ ପାଇଁ ବନେଇବି 

-ଆଛା ହୋଉ 

ଟା  ଟା ....।


  -କ୍ରମଶଃ........

(ଦ୍ବୀତୀୟ ଭାଗଟି ଜାଣିବା ଆଗରୁ ପ୍ରଥମଟି ଦୟାକରି ପଢନ୍ତୁ ଆଉ ମୂଲ୍ଯବାନ ମତ ମଧ୍ଯ ରଖନ୍ତୁ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama