STORYMIRROR

ABADHOOT PANDA

Inspirational

2  

ABADHOOT PANDA

Inspirational

ତାମ୍ବୁଳ ସେବନର ତାତ୍ପର୍ଯ୍ୟ

ତାମ୍ବୁଳ ସେବନର ତାତ୍ପର୍ଯ୍ୟ

2 mins
86


ଆମ ରାଜ୍ୟ ଓଡ଼ିଶା l ଶହ ଶହ ବର୍ଷ ଧରି ଓଡ଼ିଆମାନେ ପାନଖାଇ ଆସୁଛନ୍ତି.ସମଗ୍ର ଭାରତରେ ପାନଖିଆ ସର୍ବ ପ୍ରଥମେ ଓଡିଶାରୁ ଆରମ୍ଭ ହେଲା. ଏଠିକାର ଜଳବାୟୁ ପାନ ଚାଷ ପାଇଁ ଅନୁକୂଳ. ଓଡ଼ିଶାର ଉପକୂଳ ଅଞ୍ଚଳରେ ସର୍ବାଧିକ ପାନ ବରଜ ଦେଖିବାକୁ ମିଳେ..ଓଡ଼ିଆ ଘରକୁ ଯେକୌଣସି ଅତିଥି ଆସିଲେ ତାଙ୍କୁ ଚା ପରେ ପାନ ଦେଇ ଅଭ୍ୟର୍ଥନା କରାଯାଏ. ବନ୍ଧୁତ୍ୱର ନିଦର୍ଶନ ଭାବେ ଖିଲି ପାନକୁ ଏଠାରେ ମର୍ଯ୍ୟାଦା ଦିଆଯାଏ. ପର୍ବ ପର୍ବାଣି ହୋମ ପୂଜାକର୍ମ ରେ ପାନ ପତ୍ର ଓ ଗୁଆ ବ୍ୟବହାର କରାଯାଏ. ଓଡ଼ିଶାର ବଡ଼ ପର୍ବ ରଜ ଯେଉଁଥିରେ ପ୍ରତ୍ୟେକ ଓଡ଼ିଆ ପାନରେ କଟା ଗୁଆ ଚୂନ ଓ ବିଭିନ୍ନ ପ୍ରକାରର ପାନ ମସଲା ଇତ୍ୟାଦି ପକାଇ ସେବନ କରିଥାନ୍ତି. ଶ୍ରୀ ମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କୁ ଭୋଗ ଲାଗି ପରେ ସାଧା ପାନ ଅର୍ପଣ କରାଯାଏ. ଏଣୁ ଓଡ଼ିଶାର ଖିଲିପାନ ସେବନ ସାରା ବିଶ୍ୱରେ ଅଗ୍ରଣୀ. କାଳକ୍ରମେ ଓଡ଼ିଶରୁ ସର୍ବ ପ୍ରଥମେ ତାମ୍ବୁଳ ସେବନ ଵିଧି ଦେଶ ବିଦେଶକୁ ବ୍ୟାପି ଯାଇ ଥିଲା. ଓଡିଶାର କଟକ ଜିଲାରେ ସବୁଠାରୁ ବେଶୀ ପାନୁଆ ଲୋକ ଦେଖାଯାନ୍ତି. ଓଡ଼ିଆ ପୁରୁଷ ସ୍ତ୍ରୀ ମାନଙ୍କର ଖିଲି ପାନ ଖାଇବା ଏକ ଅମଳ. କେବଳ ଓଡ଼ିଆମାନେ ପାନର ମହାତ୍ମ୍ୟ ଜାଣନ୍ତି.


ଆୟୁର୍ବେଦିକ ଦୃଷ୍ଟିକୋଣରୁ ଦେଖିଲେ ପାନଖାଇବା ଏକ ସ୍ୱାସ୍ଥ୍ୟକର ଅଭ୍ୟାସ. ମାତ୍ର ପାନ ସହିତ ଜର୍ଦ୍ଦା ବା ଧୂଆଁପତ୍ର ମିଶା ଗୁଣ୍ଡି ସେବନ ସ୍ୱାସ୍ଥ୍ୟ ପ୍ରତି ପ୍ରତିକୂଳ. କାରଣ ଏହାଦ୍ୱାରା ମୁଖ ଗହ୍ୱର କର୍କଟ ରୋଗ ହେବାର ସମ୍ଭାବନା ଥାଏ. ପାନ ପତ୍ର ରସ ହଜମ ଶକ୍ତି ବଢ଼ାଏ. କେବଳ ପାନପତ୍ର ରେ ଅଳ୍ପ ଟିକେ ଚୂନ ଲଗାଇ ଅଳ୍ପ ଟିକେ କଟା ଗୁଆ, ଗୁଜୁରାତି, ଅଳେଇଚ ଜାଇତ୍ରୀ, ଯାଇଫଳ ଲବଙ୍ଗ, କବାବଚିନି ଇତ୍ୟାଦି ପକାଇ ବିନା ରାସାୟନିକ ଜର୍ଦ୍ଦା ବା କଡ଼ା ଗୁଣ୍ଡି ପରି ତମାଖୁ ମିଶ୍ରଣରେ ପାନ ଖିଲ କରି ଖାଇଲେ ପାଚନ ଶକ୍ତି ବଢ଼ିବା ସହିତ ରୋଗ ପ୍ରତି ରୋଧକ ଶକ୍ତି ବଢ଼େ. ଖିଲି ପାନ ଖାଇ ସାରି ଦାନ୍ତ ଭଲ ଭାବେ ସଫା କରିବା ବିଧେୟ. ନଚେତ ଦାନ୍ତ ଶୀଘ୍ର ଖରାପ ହୋଇ ଯାଇ ପାରେ. ମୋଟ ଉପରେ ଦେଖିବାକୁ ଗଲେ ସାଧା ଖିଲିପାନ ସ୍ୱାସ୍ଥ୍ୟବର୍ଦ୍ଧକ ଏବଂ ଜର୍ଦ୍ଦା ଖିଲି ପାନ ସ୍ୱାସ୍ଥ୍ୟ ହାନିକାରକ. ସୁତରାଂ ପାନରେ ଜର୍ଦ୍ଦା ବାଇଗିଣି ପତ୍ର ଅର୍ଥାତ ନିକୋଟିନ ସେବନ ସର୍ବାଦୌ ବର୍ଜନୀୟ.


ଈଶ୍ବରଙ୍କ ଦୁନିଆରେ ସମସ୍ତ ଉଦ୍ଭିଦ ଏବଂ ପ୍ରାଣୀଜଗତ ତାଙ୍କ ଦ୍ୱାରା ସୃଷ୍ଟ. ଉଦ୍ଭିଦ ଜଗତର ଏକ ଅଂଶ ପାନ ପତ୍ର. ଆଉମଧ୍ୟ ପ୍ରତ୍ୟେକ ମାଦକ ଦ୍ରବ୍ୟର ଉତ୍ପତ୍ତିସ୍ଥଳ ଆମ ପୃଥିବୀ.ପାନରେ ଗୁଣ୍ଡି ବା ଜର୍ଦ୍ଦା ମିଶିଲେ ତାହା ମାଦକ ଦ୍ରବ୍ୟରେ ପରିଣତ ହୁଏ. ସେଗୁଡ଼ିକୁ ଜଗି ରଖି ଦେଖି ବିଚାରି ନିୟମ ତଥା ଆଇନ ମାନି ବୈଦ୍ୟ ମାନଙ୍କ ପରାମର୍ଶ ନେଇ ସେବନ କରିବା ନିତ୍ୟାନ୍ତ ଜରୁରୀ. ନଚେତ ଦୁର୍ଲଭ ମାନବ ଜୀବନ ବିପର୍ଯ୍ୟପ୍ତ ହେବାର ସମ୍ଭାବନାକୁ ବାଦ ଦେଇ ହେବନି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational