Ashis Kumar Swain

Inspirational

5.0  

Ashis Kumar Swain

Inspirational

ସୁସଂକଳ୍ପ

ସୁସଂକଳ୍ପ

1 min
552


ଦୃଢ଼ ଶକ୍ତ ମନରେ କରାଯାଇଥିବା ପ୍ରତିଜ୍ଞାକୁ ସଂକଳ୍ପ କୁହାଯାଏ ।କେତେବେଳେ ସଂକଳ୍ପଟି ସଠିକ୍ ମାର୍ଗ ନିର୍ଦ୍ଧାରଣକରେ ଆଉ କେତେବେଳେ ଲକ୍ଷପଥରୁ ବିଚ୍ୟୁତି କରାଏ । ଆଜିବି ମୋର ମନେପଡେ ସେଇ ପୁରୁଣାକଥା । ବିଦ୍ୟାଳୟର ରୌପ୍ୟଜୟନ୍ତୀରେ ଏକ ପତ୍ରିକା ବାହାରିବା ପାଇଁ କଥା ହୋଇଥିଲା। ମୁଁ ମଧ୍ୟ ସେଥିରେ ପୂର୍ଣ୍ଣ ସହ ଯୋଗ କରିଥିଲି। ଉତ୍ସବଟିକୁ ଯାକଯମକରେ କରିବାର ବନ୍ଦୋବସ୍ତ କରିଥିଲି । ପତ୍ରିକା ପାଇଁ ଏକ ଲେଖାଟି ଦେଇଥିଲି । କିନ୍ତୁ ଯେତେବେଳେ ମଞ୍ଚରେ ପତ୍ରିକା ଉନ୍ମୋଚନ ହେଲା ସେଥିରେ ମୋର ଲେଖା ନଥିଲା । ସେଇକ୍ଷଣେ ମନ ହତାଶ ହୋଇ ପଡ଼ିଲା । ଯୋଉ ଉତ୍ସବ ପାଇଁ ଏତେ ପରିଶ୍ରମ କଲି ସେ ଉତ୍ସବରେ ମୋର ଲେଖାଟି ବାହାରିପାରିଲାନି । ଯେଉଁ ଗୁରୁ କଥାଦେଇଥିଲେ ବାହାର କରିବା ପାଇଁ କଥାଟିକୁ ମୋର ରଖିଲେନି । ସେ ଶିକ୍ଷା ଦେଇଥିଲେ ସତ୍ୟ ଅସ୍ତ୍ର ଧରିବାକୁ କିନ୍ତୁ ନିଜେ ଠକି ମିଛ କହିଲେ । ସେଇ ଦିନ ଠାରୁ ସଂକଳ୍ପ ନେଲି ସେଇ ଗୁରୁ ମୋର ଲେଖା ପଢି ମୋତେ ଆସି କହିବେ ତୋ ଲେଖା ବାହାରିଛି ଖବରକାଗଜରେ । ଭଲ ଲେଖା ହୋଇଛି ।ପିଠିକୁ ଥାପୁଡେଇ ସାବାସ ସାବାସ କହିବେ । ସେଇ ସଂକଳ୍ପ ମୋର ସତ୍ୟରେ ପରିଣତ ହେଲା ୨୦୧୯ ମସିହାରେ । ସେ ମୋର ସଂକଳ୍ପ ନଥିଲା ; ଥିଲା ସୁସଙ୍କଳ୍ପ ।


Rate this content
Log in

Similar oriya story from Inspirational