The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Priyaranjan Biswal

Inspirational Children

4.2  

Priyaranjan Biswal

Inspirational Children

ସୁନାପିଲା ହେଲା ସାନୁ

ସୁନାପିଲା ହେଲା ସାନୁ

3 mins
54


   ଏଇ ଅଳ୍ପଦିନ ତଳର କଥା । ଆମ ଦେଶର ରାଜଧାନୀ ନୂଆଦିଲ୍ଲୀରେ ସାନୁ ତା' ମାଆ ଓ ବାପାଙ୍କ ସହ ରହୁଥିଲା । ସାନୁର ବାପା ଜଣେ ବଡ ପ୍ରତିଷ୍ଠିତ ବ୍ୟବସାୟୀ ଓ ମାଆ ଜଣେ ଗୃହିଣୀ । ବାପା ଅଧିକାଂଶ ସମୟରେ ବ୍ୟବସାୟ କାର୍ଯ୍ୟରେ ବାହାରେ ରହୁଥିଲେ । ଘରେ ମାଆଙ୍କ ପାଖରେ ସାନୁ ରହୁଥିଲା । ସାନୁର ଇଚ୍ଛା ମୁତାବକ ତା ବାପା ତାକୁ ସବୁ ଜିନିଷ ଆଣି ଦିଅନ୍ତି । କୌଣସି ଜିନିଷରେ ତାର ଅଭାବ ରଖନ୍ତି ନାହିଁ । ସେ ପାଖ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢେ । କିନ୍ତୁ ସେ ତା' ମାଆଙ୍କ କଥା ଆଦୌ ଶୁଣେ ନାହିଁ । ସବୁବେଳେ ଟିଭିରେ କାର୍ଟୁନ ଦେଖେ । ମୋବାଇଲରେ ଗେମ୍ ଖେଳେ । ସକାଳୁ ବିଳମ୍ବରେ ଉଠେ । ପାଠ ପଢେ ନାହିଁ କି ନିଜ ଜିନିଷ ଗୁଡିକର ସଠିକ୍ ଯତ୍ନ ନିଏ ନାହିଁ । ତାର ମାଆ ବହୁତ ଥର ତାକୁ ବୁଝେଇବାକୁ ପ୍ରୟାସ କରି ବିଫଳ ହେବା ପରେ ସାନୁ ପାଇଁ ଅଧିକାଂଶ ସମୟ ଦୁଃଖିତ ଓ ଚିନ୍ତିତ ରହୁଥିଲେ । 


  ଦିନେ ରାତିରେ ସାନୁ ସ୍ୱପ୍ନ ଦେଖିଲା ଗୋଟିଏ ଗଛରେ ତିନୋଟି ପକ୍ଷୀ ତିନୋଟି ବସାରେ ରହୁଥିଲେ । ସେମାନଙ୍କର ଗୋଟିଏ ଲେଖାଏଁ ଛୁଆ ମଧ୍ୟ ଥିଲେ । ହେଲେ ପ୍ରଥମ ପକ୍ଷୀର ଛୁଆଟି ବହୁତ ଦୁଷ୍ଟ ଥିଲା । ସେ ସବୁବେଳେ ଚଗଲା ହେଉଥିଲା । ତା ମାଆ କଥା ଆଦୌ ମାନୁନଥିଲା । ଦିନେ ତାର ମାଆ ଖାଦ୍ୟ ସଂଗ୍ରହ କରିବାକୁ ବାହାରକୁ ଗଲା । ଆଉ ନିଜ ଛୁଆକୁ ବସାରୁ ବାହାରକୁ ନଯିବା ପାଇଁ ତାଗିଦ୍ ମଧ୍ୟ କରିଥିଲା । ମାତ୍ର ମାଆ ବସାରୁ ଦୂରକୁ ଚାଲିଯିବା ପରେ ସେ ଦୁଷ୍ଟ ଛୁଆଟି ମାଆ କଥା ନମାନି ବାସାରୁ ବାହାରକୁ ଆସି ବୁଲିବାକୁ ଆରମ୍ଭ କଲା । ଠିକ୍ ଏହି ସମୟରେ ବସାର ଉପର ଡାଳରେ ବିଲେଇଟିଏ ଛକି ବସିଥିଲା ଓ ସେ ସେହି ଛୁଆଟିକୁ ଝାମ୍ପିନେଲା । ଖାଦ୍ୟ ସଂଗ୍ରହ କରି ମାଆ ଯେତେବେଳେ ବସାକୁ ଫେରିଲା, ସେତେବେଳକୁ ତା' ଛୁଆ ବସାରେନଥିଲା । ସେ ତାର ଛୁଆକୁ ବହୁତ ଖୋଜିଲା କିନ୍ତୁ କେଉଁଠି ବି ପାଇଲା ନାହିଁ । ଶେଷରେ କାନ୍ଦି କାନ୍ଦି ମନ ଦୁଃଖରେ ସେ ସ୍ଥାନ ଛାଡି ବହୁତ ଦୂରକୁ ଉଡିଗଲା ।


  ଦ୍ୱିତୀୟ ପକ୍ଷୀର ଛୁଆଟି ଭାରି ଶାନ୍ତ ଓ ସରଳ ଥିଲା । ସେ ସବୁବେଳେ ତା ମାଆଙ୍କ କଥା ଶୁଣୁଥିଲା । ତେଣୁ ସେ ଶିଘ୍ର ଶିଘ୍ର ନିଜ ମାଆ ଠାରୁ ଉଡିବା ଓ ବସା ତିଆରି କରିବା ଆଦି କୌଶଳ ଶିଖିଗଲା । ତା'ପରେ ପ୍ରତ୍ୟେକ କାର୍ଯ୍ୟରେ ନିଜ ମାଆକୁ ସାହାଯ୍ୟ କରିବାକୁ ଲାଗିଲା । ମାଆ ଛୁଆ ମିଶି ଅତି ଆନନ୍ଦରେ ସେମାନଙ୍କ ଜୀବନ ବିତେଇବାକୁ ଲାଗିଲେ।


   ତୃତୀୟ ପକ୍ଷୀର ଛୁଆଟି ଅତି ଅଳସୁଆ ଥିଲା । ସେ ନିଜର କୌଣସି କାର୍ଯ୍ୟ ନିଜେ କରିବାକୁ ଇଚ୍ଛା ପ୍ରକାଶ କରୁନଥିଲା । ସବୁ କାମରେ ସେ ତା ମାଆ ଉପରେ ନିର୍ଭର କରୁଥିଲା । ତା ମାଆ ତାକୁ ଯେତେ ଶିଖାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଶୁଣୁନଥିଲା କି ଶିଖୁନଥିଲା । ନିଜ ଛୁଆର ଏଭଳି ବ୍ୟବହାର ପାଇଁ ମାଆ ପକ୍ଷୀ ସବୁବେଳେ ଦୁଃଖିତ ଓ ଚିନ୍ତିତ ରହୁଥିଲା । ମାତ୍ର ତା' ଛୁଆ ଉପରେ ଏହାର କୌଣସି ପ୍ରଭାବ ପଡୁନଥିଲା । 


   ଦିନେ ହଠାତ୍ ଝଡ ବର୍ଷା ଆରମ୍ଭ ହୋଇଗଲା । ପବନର ବେଗ ସହ ତାଳ ଦେଇ ବର୍ଷା ମଧ୍ୟ ବଢିବାକୁ ଲାଗିଲା । ପରିସ୍ଥିତି ଜଟିଳ ହେଉଥିବାର ଲକ୍ଷ କରି ଦ୍ୱିତୀୟ ପକ୍ଷୀ ଓ ତାର ଛୁଆ ଉକ୍ତ ସ୍ଥାନ ତାଙ୍କ ପାଇଁ ଏବେ ଆଉ ନିରାପଦ ନୁହେଁ ଭାବି ଉଡିଗଲେ ଅନ୍ୟ ଏକ ନିରାପଦ ସ୍ଥାନକୁ । ମାତ୍ର ତୃତୀୟ ପକ୍ଷୀର ଛୁଆଟି ତ ଅଳସୁଆ ଥିଲା ସେ ଉଡି ଶିଖିନଥିଲା, ତେଣୁ ସେ ସେଠାରୁ ଅନ୍ୟତ୍ର ଯାଇ ପାରିଲା ନାହିଁ । ଫଳରେ ତା ମାଆ ମଧ୍ୟ ତାକୁ ଛାଡି ନିରାପଦ ସ୍ଥାନକୁ ଯାଇ ପାରିଲାନି । ଝଡ ତୋଫାନ ଯେବେ ତୀବ୍ର ରୂପ ଧାରଣ କଲା ନିଜ ଛୁଆକୁ ରକ୍ଷା କରିବା ପାଇଁ ଦ୍ୱିତୀୟ ପକ୍ଷୀ ବସାରୁ ବାହାରକୁ ଆସି ନିଜ ଥଣ୍ଟ, ଡେଣା ଓ ପଞ୍ଝା ସାହାଯ୍ୟରେ ନିଜର ବସାକୁ ଜାବୁଡି ଧରି ପବନ, ବର୍ଷା ଓ ଝଡ ଦାଉରୁ ତା ଛୁଆ ଓ ବସାକୁ ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ କଲା । ହେଲେ କରାଳ ପବନ ଫଳରେ ଦ୍ୱିତୀୟ ପକ୍ଷୀ ଉପରେ ଥିବା ଏକ ଗଛ ଡାଳ ଭାଙ୍ଗି ତା' ଉପରେ ପଡିଗଲା, ଫଳରେ ତାର ମୃତ୍ୟୁ ଘଟିଲା । ଝଡ ତୋଫାନ କମିବା ପରେ ଦ୍ୱିତୀୟ ପକ୍ଷୀ ଓ ତାର ଛୁଆ ପୁନର୍ବାର ସେ ସ୍ଥାନକୁ ଫେରି ମିଳିମିଶି ନୂତନ ବସା ନିର୍ମାଣ କରି ଖୁସିରେ ରହିଲେ । ମାତ୍ର ତୃତୀୟ ପକ୍ଷୀର ଅଳସୁଆ ଛୁଆଟି ଖାଇବାକୁ ନପାଇ ଭୋକ ଉପାସରେ ନିଜର ଭଙ୍ଗା ବସି ଭିତରେ ପଡି ରହିଲା । ଶେଷରେ ଏକ ନାଗ ସାପ ସେହି ଗଛରେ ଖାଦ୍ୟ ଅନ୍ୱେଷଣରେ ସେହି ଗଛରେ ଚଢଲା । ସାପକୁ ଦେଖି ଦ୍ୱିତୀୟ ପକ୍ଷୀ ଓ ତାର ଛୁଆ ବସି ଛାଡି ଦୂରକୁ ଉଡିଗଲେ । ମାତ୍ର ସେ ଅଳସୁଆ ଛୁଆଟିକୁ ସେ ନାଗ ସାପ ଅତି ସହଜରେ ନିଜର ଭୋଜନ କରିନେଲା।


  ଠିକ୍ ଏତିକି ସମୟରେ ସାନୁର ନିଦ ଭାଙ୍ଗିଗଲା । ସାନୁ ବହୁତ ଡରି ଯାଇଥିଲା । ମାତ୍ର ଉଠିବା ପରେ ସେ ଜାଣିଲା ଯେ ସେ ସ୍ୱପ୍ନ ଦେଖୁଥିଲା । ମାତ୍ର ଏହାପରେ ସେ ନିଜର ଭୁଲ ବୁଝିପାରିଲା । ରାତି ପାହିଲା ବେଳକୁ ମାଆ ଉଠିବା ଆଗରୁ ସାନୁ ଶେଯ ତ୍ୟାଗ କରି ନିଜର ସମସ୍ତ ଦୈନିକ କାର୍ଯ୍ୟ ଶେଷ କରି ନିଜର ଜିନିଷ ଗୁଡିକୁ ଯତ୍ନର ସହ ସଜାଡି ରଖିବା ସହ ପାଠ ପଢାରେ ବସିଥାଏ । ମାଆ ସାନୁର ଏ ପରିବର୍ତ୍ତନ ଦେଖି ବହୁତ ଖୁସି ହୋଇଗଲେ । ସେହି ଦିନ ଠାରୁ ମାଆଙ୍କର ପ୍ରତ୍ୟେକଟି କଥାକୁ ସାନୁ ମାନି କାମ ମଧ୍ୟ କରିବାକୁ ଲାଗିଲା । ଶେଷରେ ମାଆ ଖୁସି ହୋଇ କହିଲେ ସୁନା ପିଲା ହେଲା ସାନୁ।



Rate this content
Log in

More oriya story from Priyaranjan Biswal

Similar oriya story from Inspirational