ସୁନା ( ଶେଷ ଭାଗ ବା ଭାଗ ୩ )
ସୁନା ( ଶେଷ ଭାଗ ବା ଭାଗ ୩ )


ସମୟ ଚକ୍ର ରେ ଏମିତି ଦିନ ପରେ ଦିନ ଗଡିଚାଲେ ,ଆଉ ପ୍ରତ୍ୟେକ ଥର ଯେତେବେଳେ ରାଜବୀର ଘରକୁ ଫେରନ୍ତି ସ୍ମିତା ପାଇଁ ନିଶ୍ଚୟ କିଛି ସୁନା ଅଳଙ୍କାର ଆଣିଦିଅନ୍ତି I
କଥାରେ ଅଛି କଳି ପୁରୁଷ ଚାରି ସ୍ଥାନ ରେ ରୁହେ -ଯେଉଁଠି ମଦ୍ୟପାନ ହୁଏ,ଯେଉଁଠି ବ୍ୟଭଚାରୀ ହୁଏ,ଯେଉଁଠି ଜୁଆଖେଳ ହୁଏ ଆଉ ସୁବର୍ଣ୍ଣ ବା ସୁନା I ଆଉ କଳି ର ପ୍ରବେଶ ରେ ସୁଖର ସଂସାର ମଧ୍ୟ ଜଳିପୋଡ଼ି ନଷ୍ଟ ହୋଇଯାଏ I
ଆଜି ସ୍ମିତା ଭାବନ୍ତି ବୋଧେ ସୁନା ର ଲୋଭ ତାଙ୍କ ସୁନା ସଂସାର କୁ ଅଶାନ୍ତ ର ଅନଳରେ ପ୍ରତିକ୍ଷଣ ଦଗ୍ଧୀଭୂତ କରୁଛି I
ଇଶ୍ୱର ଙ୍କ କଣ ବା ଇଚ୍ଛା ଅଛି କେବେ ରାଜାବୀର ଓ ସ୍ମିତା ପରସ୍ପର ପ୍ରେମପୂର୍ଣ୍ଣ କଥା ହେବେ ଓ ତାଙ୍କ ସଂସାର ରଥ ପୁଣିଥରେ ସୁରୁଖୁରୁ ରେ ଆଗେଇଯିବ I
ଅପରାହ୍ନ ସମୟ I
ଘରେ ରାଜବୀର ଓ ସ୍ମିତା ଥାନ୍ତି I ତାଙ୍କ ଘର ସାମନାରେ କାର ଟିଏ ଅଟକିଲା I କାର ଭିତରୁ ଜଣେ ଯୁବତୀ ବାହାରିଲେ I
ଘର ର ଆଲାର୍ମ ଘଣ୍ଟି ବଜେଇଲାପରେ ସ୍ମିତା ଯାଇ କବାଟ ଖୋଲି ଦେଖିଲେ !
ଏ କଣ ତାଙ୍କ କଲେଜ ସହପାଠୀ ବିନ୍ଧ୍ୟା I ଏ ସହର ର କୋଟିପତି ରମେଶ ବାବୁ ଙ୍କ ଅଲିଅଳି କନ୍ୟା I
ସେ ପୁଣି ଆଜି ଏ ଘରେ !
କଣ କରିବେ କିପରି ସ୍ବାଗତଂ କରିବେ ଭାବିପାରୁନ ଥାନ୍ତି I ଏହା ଦେଖି ବିନ୍ଧ୍ୟା କହିଲେ ଆରେ କଣ ଏମିତି ହେଉଛୁ ,କିଛି ବ୍ୟସ୍ତ ହେବା ଦରକାର ନାହିଁ ବାବା !
ତୁ ସିନା ବାହାଘର ସମୟ ରେ ଖବର ଦେଲୁନାହିଁ, ମୁଁ କିନ୍ତୁ ମୋ ପ୍ରିୟ କଲେଜ ସାଥୀ ଙ୍କୁ କେମିତି ଭୁଲିପାରିବି କହିଲୁ ?
ଆସନ୍ତା ସପ୍ତାହ ରେ ଆମ ବିବାହର ର "ରିଂ ଶରିମନି" ଅଛି ,ଯେମିତି ବି ତୋତେ ପହଞ୍ଚିବାକୁ ପଡ଼ିବ ?
ସ୍ମିତା ଏ କଥା ଶୁଣି ହସିଦେଲା I
ବିନ୍ଧ୍ୟା-"ସ୍ମିତା,ତୁମ ସିଏ କୁଆଡେ ଗଲେ ମାନେ ହଜବେଣ୍ଡ ମ ?
ଅଛନ୍ତି ନା ତାଙ୍କ କାମ ରେ ବାହାରକୁ ଯାଇଛନ୍ତି ?
ସ୍ମିତା-ହଁ ଅଛନ୍ତି ?
ରାଜବୀର କୋଠରୀ ଭିତରୁ ବାହାରିଲେ I
ବିନ୍ଧ୍ୟା ରାଜାବୀର କୁ ଦେଖି - (ଆଶ୍ଚଯ୍ୟ) ଓଃ ! ଆପଣ ସ୍ମିତା ର ସ୍ୱାମୀ I ସ୍ମିତା ସତରେ ତୁମେ ବହୁତ ଲକି I ଏମିତି ଜଣେ ମହାନ ବ୍ୟକ୍ତି କୁ ତୁମେ ସ୍ୱାମୀ ରୂପରେ ପାଇଛ I
ହଁ ତାଙ୍କ ପରିଚୟ କରେଇବାର ଦରକାର ନାହିଁ ,ଆମେ ପରସ୍ପର କୁ ଭଲ ଭାବେ ଜାଣିଛୁ ଯଦିଓ ଗୋଟିଏ ବର୍ଷ ତଳେ ଆମ ଭେଟ ହୋଇଥିଲା ଏକ ଘଡ଼ିସନ୍ଧି ମୁହୂର୍ତ୍ତ ରେ !
ରାଜବୀର ସାର,ଆପଣ ମୋ ମେରେଜ ରିଙ୍ଗ ଶରିମୋନୀ କୁ ନିଶ୍ଚିନ୍ତ ଆସିବେ I ହଉ ଆସୁଛି ସାର,ଆସୁଛି ସ୍ମିତା ବହୁତ କାମ ଅଛି ,ନିଶ୍ଚୟ ଆସିବୁ I
ସ୍ମିତା ଆଶ୍ଚର୍ଯ୍ୟ ଏ କଣ ଦେଖୁଛି,ସ୍ୱପ୍ନ ନା ବାସ୍ତବତା I ରାଜବୀର
ସହ ବିନ୍ଧ୍ୟା ର ସମ୍ପର୍କ କଣ ?
ଯେଉଁ ଝିଅ ସାଙ୍ଗେ ସାଙ୍ଗ ହେବା ପାଇଁ ସହର ର ସବୁ ଝିଅ ଚାହୁଁଥିଲେ ସେ ଭିତରୁ ସ୍ମିତା ନିଜେ ଜଣେ !
କିନ୍ତୁ ସେ ଝିଅ ବିନ୍ଧ୍ୟା ର ରାଜବୀର ପ୍ରତି ଏମିତି ଶ୍ରଦ୍ଧା ଓ ସମ୍ମାନ
କେଜାଣି କାହିଁକି ସ୍ମିତା କୁ ଅବିଶ୍ୱାସ ଲାଗୁଥାଏ !
ଠିକ ରିଙ୍ଗ ଶରିମୋନୀ ସମୟ ରେ ଉଭୟ ସ୍ମିତା ଓ ରାଜବୀର ପହଞ୍ଚିଲେ I
ଅତି ସାଧାରଣ ସାଜସଜ୍ଜା ଯାହା ସ୍ମିତାକୁ ବିସ୍ମିତ କଲା I
ଏତେବଡ଼ କୋଟିପତି ହୋଇ ଏମିତି ଆୟୋଜନ ସ୍ମିତା କୁ କେମିତି ଅଜବ ଲାଗିଲା I
ଦୂରରୁ ରାଜବୀର ଓ ସ୍ମିତା କୁ ଦେଖି ବିନ୍ଧ୍ୟା ଷ୍ଟେଜ ରୁ ନିଜେ ଉଠିଆସି ସ୍ବାଗତଂ ଜଣାଇଲେ I
ତାଙ୍କ ପତି ଗୋଟିଏ ସାମାନ୍ୟ ଇଂଜିନିୟର ତାଙ୍କୁ ପୁଣି ଏତେ ସମ୍ମାନ କେଜାଣି କାହିଁକି ସ୍ମିତାଙ୍କ ପାଇଁ କୌଣସି ବିସ୍ମୟ କାହାଣୀଠାରୁ କମ ନ ଥିଲା I
ବାସ ଅତି ନିରାଡ଼ମ୍ବର ଭାବେ ରିଙ୍ଗ ଶରିମୋନୀ କାଯ୍ୟକ୍ରମ ହେଲା I
କିନ୍ତୁ ସ୍ମିତା ମନରେ କୋଟିଏ ପ୍ରଶ୍ନ !
ସେ ମନର ଭାବ କୁ ବେଶୀ ସମୟ ଚାପି ରଖି ନ ପାରି ବିନ୍ଧ୍ୟା କୁ ପଚାରିଲେ-ବିନ୍ଧ୍ୟା,ସତ କହିବ ତୁମ ବାପ କୋଟିପତି କିନ୍ତୁ ଏ
ନିରାଡ଼ମ୍ବର ଆୟୋଜନ କାହିଁକି ?
ମୋ ମନେ ଅଛି ତୁମେ କଲେଜ ପଢ଼ୁଥିବା ବେଳେ ଡାଇମଣ୍ଡ ହାର ଓ ଗୋଲଡ ରିଙ୍ଗ ର ବହୁତ ପ୍ରିୟ ଥିଲ କିନ୍ତୁ କେଜାଣି ଆଜି ତୁମ ଗଲା ରେ ମାତ୍ର ଗୋଟିଏ ସୁନା ର ହାର !
ଲୋକେ ତୁମକୁ କଣ ଭାବିବେ ?
ବିନ୍ଧ୍ୟା ହସି କହିଲେ - ବୁଝିଲ ମୋ ପ୍ରିୟ ସାଙ୍ଗ ସ୍ମିତା,ସମୟ ମଣିଷ କୁ କଣ ନ ଶିଖାଏ I
ସମୟ ମୋତେ ଶିଖେଇଛି ଏ ଦୁନିଆ ରେ ସୁନା,ରୁପା ଆଉ ହୀରା ଠାରୁ ମୂଲ୍ୟବାନ ଜିନିଷ ହେଲା ଜଣେ ଭଲ ମଣିଷ କୁ ଖୋଜି ପାଇବା I
କଥାରେ ଅଛି - ମଣିଷ କୁ ବିପଦ ହିଁ ଭଲ ଶିକ୍ଷI ଦିଏ I
ତୁ ବହୁତ ଭାଗ୍ୟବାନ ରାଜାବୀର ପରି ସ୍ୱାମୀ ପାଇଛୁ I ମୁଁ ଜାଣେ ସ୍ମିତାତୋର ସୁନା ଅଳଙ୍କାର ପ୍ରତି ଦୁର୍ବଳତା ଏ ପ୍ରଶ୍ନ
ତୋତେ ପଚାରିବା ପାଇଁ ବାଧ୍ୟ କରିଛି I
ଗୋଟିଏ କଥା ଶୁଣ :-ସ୍ତ୍ରୀ ର ପ୍ରକୃତ ଅଳଙ୍କାର ତାହାର ସ୍ୱାମୀ I
ସ୍ୱାମୀ ହିଁ ଜଣେ ସ୍ତ୍ରୀ ର ଉତ୍ତମ ବନ୍ଧୁ I ସେ ସାତ ଜନ୍ମ ପାଇଁ ସାଥି
I
ମୋର ଜଣେ ସାଙ୍ଗ ମିତା ତାହାର ଏମିଳଙ୍କାର ପ୍ରତି ବଡ ଦୁର୍ବଳତା ଥିଲା ,ସେଥିପାଇଁ ତାହାର ସ୍ୱାମୀ କୁ ବହୁତ କଥା କୁହେ ,ଯଦି ପତ୍ନୀ ର ଇଚ୍ଛା ପୂରଣ କରିପାରୁନ କାହିଁକି ବାହାହେଉଥିଲା କହୁଥିଲାହାପରଠାରୁ ମିତା ର ସ୍ୱାମୀ ମିତାର ଆଶା ପୂରଣ ପାଇଁ ଅନ୍ୟାୟ ଉପାୟରେ ମଧ୍ୟ ଅର୍ଥ ଅର୍ଜନ ପାଇଁ ମନୋନିବେଶ କଲା ,ଶେଷରେ ନିଜ ଚାକିରିରୁ ନିଲମ୍ବନ ହେବା ସହ ଏବେ ଦିନରାତି ମଦପିଇ ଗଡୁଛି ଆଉ ମିତା କୁ ବି ମାରୁଛି I
ଗୋଟିଏ ନିରୀହ ଲୋକକୁ ସୁନା ର ମୋହ ମଦ୍ୟ ପାଖକୁ ଟାଣିନେଇ ମଦୁଆ କରି ଗୋଟିଏ ପରିବାର କୁ ନଷ୍ଟ କରିଦେଲା I
ଯେତିକି ଆମ କୁ ଭଗବାନ ଦେଇଛନ୍ତି ସେତିକି ରେ ଖୁସିହେଲେ କଣ ହୁଅନ୍ତାନି ?
ସ୍ମିତାର ଆଖି ରେ ଅଶ୍ରୁ !
ବିନ୍ଧ୍ୟା- କୋରାପୁଟ କୁ ଆମେ ବ୍ୟକ୍ତିଗତ କାମ ପାଇଁ ଯାଇଥାଉ ଆଜିକୁ ଗୋଟିଏ ବର୍ଷ ତଳର କଥା I
ଶୀତଦିନ ଆମ ଗାଡ଼ି ରାସ୍ତାରେ ଖରାପ ହେଲା I ହଟାତ କିଛି ବ୍ୟକ୍ତି ଆମ ଗାଡି ପାଖକୁ ଆସି ମୋ ବାପା ଓ ମୋତେ ଆକ୍ରମଣକରି ଆମ ପାଖରେ ଥିବା ଟଙ୍କା ଓ କିଛି ଅଳଙ୍କାର ନେଇଗଲେ I
ଆମେ ଅସହାୟ ,କେହି ମଧ୍ୟ ସାହାଯ୍ୟ କରିବାକୁ ନାହିଁ I
ସେ ସମୟରେ ଦେବଦୂତ ପରି ଆସି ତୁମ ସ୍ୱାମୀ ରାଜବୀର ଆମ ଦୁହିଁଙ୍କୁ ସେହି ଜଙ୍ଗଲ ପାଖରେ ଥିବା ଅନାଥାଶ୍ରମ କୁ ନେଇ ସେବା ଶୁଶ୍ରୁଷା କରିଥିଲେ I
ପ୍ରାୟ ସପ୍ତାହ ରହିଲା ପରେ ଭଲ ହୋଇ ଆମେ ଘରକୁ ଫେରିଲୁ I
ସେଠିଜାଣିଲି ରାଜାବୀର ଏମିତି ଦୁଇତିନି ଜାଗାରେ ଥିବା ଅନାଥ ଆଶ୍ରମ ରେ ପ୍ରତିମାସ କିଛି ନିଜ ଦରମା ରୁ ସଞ୍ଚିତ ଅର୍ଥ
ଦାନ କରନ୍ତି ଯାହା ଦ୍ୱାରା ଗରିବ ଶିଶୁଟିକୁ କିଛି ଖାଇବାକୁ ମିଳିଥାଏ I
ସେଠି ଯେଉଁ ସ୍ନେହ ଶ୍ରଦ୍ଧା ଅନାଥାଶ୍ରମ ର ପିଲା ମାନଙ୍କ ଠାରୁ ମିଳିଥିଲା ତାହା ସ୍ମୃତିହୋଇ ଜୀବନବ୍ୟାପି ରହିବ I
ଏଥିରୁ ଆମ ରାଜାବୀର ଓ ମୋ ଭିତରେ ବନ୍ଧୁତା ହେଲା ଓ ଆମେ ଦୂରରେ ରହି ମଧ୍ୟ ସମାଜରେ ନିଷ୍ପେସିତ ,ଅବହେଳିତ ଶିଶୁ ମାନଙ୍କର ବିକାଶ ପାଇଁ କିଛି କାମ କରୁଛୁ I
ଆଉ ହଁ ତୁମ ମନ ରେ ଆମ ସାଜସଜ୍ଜା ପ୍ରତି ଟିକିଏ ଅଲଗା ଧାରଣା ହୋଇଥିବ I
ମୋ ବାପା ରିଙ୍ଗ ଶରିମୋନୀ ଅତି ଧୂମଧାମ ରେ କରିବାର ଇଚ୍ଛା ରଖିଥିଲେ କିନ୍ତୁ ମୁଁ ହିଁ ମନାକରି ନିରାଡ଼ମ୍ବର ସାଜସଜ୍ଜା ଉପରେ ଗୁରୁତ୍ୱ ଦେଇଥିଲି I
ନିରାଡ଼ମ୍ବର ସାଜସଜ୍ଜା କରି ଯଦି କିଛି ଅନାଥ ପୁଅଝିଅ କୁ କିଛି ସେବା କରିବାର ସୌଭାଗ୍ୟ ମିଳେ ସବୁଠୁ ବେଶୀ ଖୁସି ମତେମିଳିବ I ଏହା ହିଁ ମୋର ଉଦ୍ଧେଶ୍ୟ ଥିଲା I
ତୁମ ସ୍ୱାମୀ ବହୁତ ଖୋଲା ହୃଦୟ ର ବ୍ୟକ୍ତି ଅଟନ୍ତି I ସେ ଯେତେବେଳେ ତୁମ ବିଷୟରେ କହିଲେ ମୁଁ ଜାଣିଶୁଣି ତୁମେ ମୋ ସହପାଠୀ ଥିଲ ବୋଲି ଜଣେଇନଥିଲି ,ମୁଁ ପଢ଼ିବା ବେଳୁ ତୁମ ଅଳଙ୍କାର ପ୍ରତି ଦୁର୍ବଳତା ଜାଣିଥିଲି ତେଣୁ ବିବାହ ପରେ ଏମିତି ଜଣେ ସୁନ୍ଦର ବ୍ୟକ୍ତିକୁ ପାଇଁ ତୁମେ ବଦଳିଲ ନା ନାହିଁ ତାହା ଦେଖିବାକୁ ତୁମ ଘରକୁ ଯାଇଥିଲି I
ତୁମକୁ ରାଜାବୀର ଏତେ ଭଲପାନ୍ତି ଯେ ସଦା ସର୍ବଦା ତୁମ ବିଷୟରେ ବହୁତ ଭଲ କଥା କୁହନ୍ତି I.କୁହନ୍ତି ମୋ ପତ୍ନୀ ମୋ ପାଇଁ ପ୍ରେରଣା ର ଉତ୍ସ I
ମୋର ସବୁ କାମ ରେ ତାଙ୍କ ସହଯୋଗ ଅଧିକ I
ସ୍ମିତା ତୁମ ସ୍ୱାମୀ ପରି ବ୍ୟକ୍ତି ଏ ଦୁନିଆ ରେ ମିଳିବା ବହୁତ କଷ୍ଟକର I
ସୁନା ର ଲୋଭ ରେ ପଡ଼ି ହୀରା ପରି ମୂଲ୍ୟବାନ ବ୍ୟକ୍ତି କୁ ହାତଛଡା କରନା I
ବିନ୍ଧ୍ୟା ଙ୍କ କଥା ଶୁଣି ସ୍ମିତା ଆଖିରେ ରେ ଆଜି ସତରେ ପଶ୍ଚାତାପ ନୁହେଁ ଅଥଚ ସ୍ୱାମୀ ପାଇଁ ଗର୍ବ ଓ ଆନନ୍ଦର ଅଶ୍ରୁ
ଅବିରତ ବହିଚାଲୁଥିବା କହିଲେ ଭୁଲ ହେବ ନାହିଁ I
ଦୂର ରୁ ସ୍ମିତା ଦେଖିଲେ ତାଙ୍କ ସ୍ଵାମୀ ରାଜାବୀର କିଛି ଛୋଟ ପିଲା ମାନଙ୍କ ସହ ସେଲ୍ଫି ରେ ଵ୍ୟସ୍ତ !
ସତରେ ରାଜାବୀର କୁ ବୁଝିବା ମୁସ୍କିଲ I
ରାଜାବୀର ହିଁ ସ୍ମିତା ଙ୍କ ପ୍ରକୃତ ସୁନା ଅଳଙ୍କାର I