ଉମା ଶଙ୍କର ମାଝୀ

Drama

2  

ଉମା ଶଙ୍କର ମାଝୀ

Drama

ସୁନା -ପ୍ରଥମ ଭାଗ

ସୁନା -ପ୍ରଥମ ଭାଗ

3 mins
404



ରାଜବୀର ଜଣେ ମିଷ୍ଟଭାଷୀ ଯୁବକ I କୌଣସି ବଦଭ୍ୟାସ ତାଙ୍କର ନାହିଁ I ଯଦି ଜଣେ ବିପଦରେ ପଡିଛି ତେବେ ନିଶ୍ଚୟ ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ସହଯୋଗର ହାତ ବଢ଼ାନ୍ତି I ରାଜବୀରଙ୍କ ଏହିଗୁଣ ପାଇଁ ତାଙ୍କ ପଡୋଶୀ ତଥା ଯେଉଁ ମାନେ ରାଜବୀରଙ୍କୁ ଭଲ ଭାବରେ ଜାଣନ୍ତି ସର୍ବଦା ପ୍ରଶଂସା କରନ୍ତି I ସମୟଚକ୍ରରେ ରାଜବୀରଙ୍କ ବାହାଘର ଜଣେ ସହରର ଧନୀ ଲଳନାଙ୍କ ସହ ସ୍ଥିର ହୁଏ I ଝିଅଟିର ନାମ ସ୍ମିତା I ଦେଖିବାକୁ ଗୋଟିଏ ଚାଉଳରେ ଗଢା I ପ୍ରଥମ ଦେଖାରେ ହିଁ ରାଜବୀରଙ୍କ ସ୍ମିତା ପସନ୍ଦ ହେଲା I 

ଦୁଇ ଜଣଙ୍କୁ ବାର୍ତ୍ତାଳାପ ପାଇଁ କିଛି ସମୟ ମିଳିଲା I


ସ୍ମିତା ନମସ୍କାର କଲା ପରେ ରାଜବୀରଙ୍କ ସମ୍ମୁଖରେ ବସିପଡ଼ିଲେ I 


ରାଜବୀର:- "ମୋ ନାମ ରାଜବୀର,ଏ ଦୁନିଆରେ ବାପା ମାଆ ମୋ ପାଇଁ ଭଗବାନ I ତାଙ୍କ ଆଶୀର୍ବାଦରେ ଆଜି ମୁଁ ଏ ଯାହା ହୋଇଛି I ସେମାନେ ମୋର ବନ୍ଧୁ,ମାର୍ଗଦର୍ଶକ ଓ ସବୁବେଳର ସାଥି କହିଲେ ଭୁଲ ହେବ ନାହିଁ I ପେଶାରେ ଜଣେ ଇଞ୍ଜିନିଅର କିନ୍ତୁ ମୋର ପ୍ରିୟ ବା ନିଶା କହିଲେ ବି ଭୁଲ ହେବ ନାହିଁ ଓଡ଼ିଆ କବିତା ଲେଖେ ,ପଢ଼େ ଓ ପଶୁ ପକ୍ଷୀ ମାନଙ୍କ ପ୍ରତି 

ଦୁର୍ବଳତା ଅଛି I

ଜାଣିଛ ନା ! ଆମ ଘରେ ଗୋଟିଏ କୁକୁର ,ଗୋଟିଏ ବିରାଡ଼ି ,ଗୋଟିଏ ଶୁଆ ପାଳିଛି I ସେମାନେ ମୋର ସାଙ୍ଗ କହିଲେ ଭୁଲ ହେବ ନାହିଁ I" ଏହା କହି ରାଜବୀର ହସିଲେ ଓ ସ୍ମିତା ବି ହସିଲେ I 


ଏହାପରେ ସ୍ମିତା କହିବାକୁ ଆରମ୍ଭ କଲେ :-" ମୁଁ ସ୍ମିତା ,ବାପାଙ୍କ ଅଳିଅଳି ଝିଅ I ମୋ ପାଇଁ ମୋ ମମି ସବୁଠୁ ବେଷ୍ଟ ଫ୍ରେଣ୍ଡ I ମୋ ବାପା ମୋ ସବୁ ଇଚ୍ଛା ପୂରଣ କରିଛନ୍ତି I ଗତବର୍ଷ ବିଏସସି ସରିଛି I ମୋର ସେତେ କିଛି ବଡ ଅଭ୍ୟାସ ନାହିଁ I କିନ୍ତୁ ସୁନା ଅଳଙ୍କାର ମୋର ବେଶୀ ପ୍ରିୟ I ମୋର ସୁନା ପ୍ରତି ଟିକିଏ ଲୋଭ କହିଲେ ଭୁଲ ହେବନାହିଁ I"


ରାଜବୀର- (ହସି) " ହଁ ଝିଅ ମାନଙ୍କ ତ ସୁନା ହେଉ କି ରୂପା ଅଳଙ୍କାର ହେଉ ଟିକିଏ ଲୋଭ ଥାଏ କିନ୍ତୁ ବେଶୀ ନ ରହିବା କଥା I "


ଦୁହେଁ ବହୁତ ହସିଲେ I 


ଏହାପରେ ଦୁଇ ପରିବାର ତଥା ରାଜବୀର ଓ ସ୍ମିତା ସମ୍ମତିକ୍ରମେ ବିବାହ ତାରିଖ ସ୍ଥିର ହେଲା I ମୋବାଇଲରେ ଉଭୟଙ୍କର କଥା ହୁଏ I 


ରାଜାବୀର ର ଘରଲୋକେ ବିବାହ ବେଳେ ପ୍ରାୟ 30 ଭରି ସୁନା ଅଳଙ୍କାର ଧାରଣ ସମୟରେ ସ୍ମିତାକୁ ପିନ୍ଧେଇବେ ବୋଲି ତାଙ୍କ ପରିବାର ସ୍ଥିର କଲେ I ￰ଫୋନରେ ମଧ୍ୟ ରାଜବୀର ସ୍ମିତାଙ୍କୁ ଏ କଥା କହେ I ସ୍ମିତା ଶୁଣି ବହୁତ ଖୁସି ହେଲା I 


ଠିକ ସମୟରେ ବିବାହ ତିଥି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା କିନ୍ତୁ କୌଣସି ବ୍ୟକ୍ତିଗତ କାରଣ ପାଇଁ ରାଜବୀର ଘର ଲୋକେ ପୁରା 30 ଭରି ସୁନାରେ ଅଳଙ୍କାର ଗଢେଇ ପାରିଲେ ନାହିଁ I ତେଣୁ 20 ଭରି ସୁନା ଅଳଙ୍କାର ଧାରଣ ସମୟରେ ସ୍ମିତାକୁ ପିନ୍ଧେଇଲେ I ସ୍ମିତା ଏ ଘଟଣା ଦେଖି ରାଗରେ ଜର୍ଜର ହେଉଥାଏ I ବିବାହ କାସମ୍ପନ୍ନ ପରେ କନ୍ୟା ପକ୍ଷ ବିଦାୟ ନେଲେ I ସ୍ମିତାଙ୍କୁ ରାଜବୀର ଘରେ ବହୁତ ସମ୍ମାନ ସହ ସ୍ୱାଗତ କରାଗଲା I ରାତ୍ରି ସମୟରେ ସ୍ମିତା ଓ ରାଜବୀର ରହୁଥିବା କୋଠରୀରେ ସ୍ମିତାର କଥା ରାଜବୀରକୁ କହିବାର ଶୁଣାଗଲା I 


ସ୍ମିତା- "ମୁଁ ଜାଣିନ ଥିଲି ତୁମ ଘରେ ଏତିକି ଠକ I 30 ଭରି ସୁନା ପିନ୍ଧେଇବୁ କହି ମାତ୍ର 20 ଭରି ପିନ୍ଧେଇଲ,ମୁଁ ମୋ ସାଙ୍ଗ ମାନଙ୍କ ନିକଟେ କେତେ ଲଜ୍ଜା ଅନୁଭବ କରୁଥିଲି ଜାଣିଛ ?


ରାଜବୀର- ସ୍ମିତା,ରାଗୁଛ କାହିଁ,ମୋ କଥାତ ଶୁଣ ? ତୁମେ କଥା ନ ଶୁଣି ରାଗିଲେ ମୁଁ କଣ କରିବି ଯେ ?


ସ୍ମିତା:-( ରାଗି ) ଥାଉ ତୁମ କଥା I ଯଦି ସୁନା ନ ପିନ୍ଧେଇ ପାରିବ ତେବେ କହୁଥିଲ କାହିଁକି ? ତୁମ ଘରେ ସମସ୍ତେ ମିଥ୍ୟାବାଦୀ I ତୁମ ବାପା,ମାଆ ଆଉ ତୁମେ କିଏ ବି ଠିକ ନୁହନ୍ତି !


ରାଜବୀର-"ସ୍ମିତା ତୁମେ ରାଗିଲେ ହେବ କି ?


ଆରେ ବାବା ! ଆମେ ସୁନାରୀକୁ 30 ଭରି ସୁନାରେ ଅଳଙ୍କାର ତିଆରି ପାଇଁ ଦେଇଥିଲୁ ହେଲେ କଣ କରିବା ସୁନାରୀ ନିଧି ମଉସାଙ୍କ ସ୍ତ୍ରୀଙ୍କ ଦେହ ଖରାପ ହେତୁ ମାଉସୀଙ୍କୁ ଡାକ୍ତରଖାନା ରେ ଆଡମିଟ କରିବାକୁ ପଡିଲା I 


ଆମ ଘରେ ଆମ ଅଜା ବାପା ଅମଳରୁ ନିଧି ମଉସାଙ୍କ ପାଖରେ ସୁନାର ଅଳଙ୍କାର ତିଆରି କରୁ I ତଥାପି ସେ 20 ଭରି ସୁନାରେ ଅଳଙ୍କାର ତିଆରି କରିଥିଲେ ଯାହା ତୁମେ ଏବେ ପିନ୍ଧିଅଛ I ବାକି 10 ଭରି ମଉସା ହସ୍ପିଟାଲରୁ ଆସିଲେ ସୁନା ଅଳଙ୍କାର କରିଦେବେ I ଏବେ ଖୁସି ତ I


ଆଉ ଶୁଣ ବାପା,ମାଆ ବିଷୟରେ ଖରାପ କଥା କହିବନି ଶୁଣିଲେ କଣ ଭାବିବେ କହିଲ ?"


ସ୍ମିତା-"ଥାଉ ଥାଉ ତୁମର ନାଟକବାଜି କରିବା ଦରକାର ନାହିଁ ? ମୁଁ ଯଦି ଜାଣିଥାନ୍ତି ତୁମେ ଏମିତି ଠକିବ କେବେ ମଧ୍ୟ ତୁମକୁ ବିବାହ କରିନଥାନ୍ତି I ମୋତେ ମୋ ଭାଗ୍ୟକୁ ଖରାପ ଲାଗୁଛି,କେମିତି ଗୋଟିଏ ଅଯୋଗ୍ୟ ପରିବାରରେ ବୋହୂ ହେଲି I ଆଉ ତୁମ ବାପା ମାଆ ଶୁଣନ୍ତୁ ମୋ କହିବା କଥା ସତ କଥା ଯଦି ଶୁଣିଲେ ଖରାପ ଲାଗୁଛି ମୁଁ କଣ କରିବି ? ଦୁନିଆରେ ଟଙ୍କା ଓ ସୁନା ହିଁ ସବୁ କିଛି ଏହା ନ ଥିଲେ କେହି ମଧ୍ୟ ପଚାରନ୍ତି ନାହିଁ ? ଛାଡ଼ ତୁମେ ଟଙ୍କା ଓ ସୁନାର ମହତ୍ୱ କଣ ଜାଣିବ ?"


ଏମିତି କଥା ଶୁଣି ରାଜବୀର କଣ କହିବେ ବୁଝିପାରିଲେନି I ସ୍ନେହ,ପ୍ରେମ ,ଭଲପାଇବା ଓ ପରୋପକାର ଯେ ସୁନା ,ଟଙ୍କା ରୁପା ଠାରୁ ଅଧିକ ମୂଲ୍ୟବାନ କେମିତି ସ୍ମିତାକୁ ବୁଝେଇବେ ?

ବାସ ମନରେ ନିଷ୍ପତ୍ତିନେଲେ ସ୍ମିତାକୁ ବାସ୍ତବିକତା ଦେଖେଇବାକୁ ପଡି଼ବ ଯେ ସ୍ନେହ ,ପ୍ରେମର ମୂଲ୍ୟ ସୁନାର ମୂଲ୍ୟ ଠାରୁ ଅଧିକ ..!!!?


( କ୍ରମଶଃ)


Rate this content
Log in

Similar oriya story from Drama